ନୂଆଦିଲ୍ଲୀ,୨୪-୫: କେନ୍ଦ୍ରରେ ନୂଆ ସରକାର ନେବାକୁ ଥିବା ଆର୍ଥିକ ନୀତି ଉପରେ ଭାରତର ରେଟିଙ୍ଗ୍ସ ନିର୍ଭର କରିବ ବୋଲି କ୍ରେଡିଟ୍ ରେଟିଙ୍ଗ୍ ଏଜେନ୍ସି ମୁଡିଜ୍ ପକ୍ଷରୁ ଗୁରୁବାର ଏକ ରିପୋର୍ଟ ପ୍ରକାଶ କରାଯାଇଛି। ଭାରତ ବିତ୍ତୀୟ ଦୃଢ଼ିକରଣ ଉପରେ ଅଧିକ ଜୋର୍ ଦେବ ବୋଲି ରିପୋର୍ଟରେ ଆଶାବ୍ୟକ୍ତ କରାଯାଇଛି। ମୁଡିଜ ଇନ୍ଭେଷ୍ଟର ସର୍ଭିସ୍ ଭାଇସ୍ ପ୍ରେସିଡେଣ୍ଟ ଓ୍ବିଲିୟମ ଫଷ୍ଟରକ କହିଛନ୍ତି ଯେ, ନୂଆ ସରକାର ଆସିବା ପରେ ଦେଶର ଆର୍ଥିକ ନୀତି ନୂତନ ଭାବେ ପ୍ରସ୍ତୁତ କରାଯିବ। ନିମ୍ନ ଆୟବର୍ଗଙ୍କ ଆୟ ବୃଦ୍ଧି ସହ ବିତ୍ତୀୟ ସମାବେଶ କରିବା ସରକାରଙ୍କ ମୁଖ୍ୟ କାର୍ଯ୍ୟ ହେବା ଉଚିତ୍ ହେବ ବୋଲି ଫଷ୍ଟର କହିଛନ୍ତି।