ନୂଆଗାଁ ବ୍ଲକରେ ସ୍ବଚ୍ଛ ଭାରତ ମିଶନରେ ପାଇଖାନା ନିର୍ମାଣ : ନିମ୍ନମାନର କାମ କରି ଟଙ୍କା ହଡ଼ପ ଉଦ୍ୟମ

ନୂଆଗାଁ,୯ା୯ (ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକରେ ସ୍ବଚ୍ଛ ଭାରତ ମିଶନ (ଗ୍ରାମୀଣ) ମାଧ୍ୟମରେ ପ୍ରତି ପରିବାରକୁ ଘରୋଇ ପାଇଖାନା ଯୋଗାଇ ଦିଆଯାଉଛି। ହେଲେ ଅନେକ ସ୍ଥାନରେ ନିମ୍ନମାନର ପାଇଖାନା ନିର୍ମାଣ କରି ଟଙ୍କା ହଡ଼ପ କରିବାକୁ ଉଦ୍ୟମ କରାଯାଉଥିବା ଅଭିଯୋଗ ହେଉଛି ।
ଏହି ଯୋଜନାରେ ପ୍ରତି ପରିବାରକୁ ପାଇଖାନା ନିର୍ମାଣର କାର୍ଯ୍ୟାଦେଶ ଦିଆଯାଇ ସେଥିପାଇଁ ୧୨,୦୦୦ ଟଙ୍କା ଅନୁଦାନ ଦିଆଯାଉଛି। କାର୍ଯ୍ୟାଦେଶ ପାଇବାର ୧୫ ଦିନ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ ପାଇଁ ନିର୍ଦ୍ଦେଶ ରହିଛି। ପୁଣି କାମ ସାରିବାର ଏକସପ୍ତାହ ମଧ୍ୟରେ ଅନୁଦାନ ପ୍ରଦାନ କରିବାର ନିୟମ ରହିଛି। କିନ୍ତୁ ନୂଆଗାଁ ବ୍ଲକର ଅନେକ ହିତାଧିକାରୀ ପାଇଖାନା ନିର୍ମାଣ କରିବାର ଏକବର୍ଷ ବିତିଯାଇଥିଲେ ମଧ୍ୟ ସେମାନଙ୍କୁ ବିଲ୍‌ ପ୍ରଦାନ କରାଯାଇ ନାହିଁ। ଫଳରେ ଘରୋଇ ପାଇଖାନା ନିର୍ମାଣ କରିବା ପାଇଁ ହିତାଧିକାରୀ ଇଚ୍ଛା ପ୍ରକାଶ କରୁନାହାନ୍ତି। ଅନ୍ୟପକ୍ଷରେ ଅକ୍ଟୋବର ୨ ତାରିଖ ସୁଦ୍ଧା ଏହି ଯୋଜନା ବନ୍ଦ ହେବାକୁ ଯାଉଥିବାରୁ କିଭଳି ବେସ୍‌ ଲାଇନ ସର୍ଭେରେ ରହିଥିବା ହିତାଧିକାରୀଙ୍କ ପାଇଖାନା ନିର୍ମାଣ କରାଯିବ ସେଥିପାଇଁ ବ୍ଲକ ପ୍ରଶାସନ ଓ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ବିଭାଗ ପକ୍ଷରୁ ତପତ୍ରତା ପ୍ରକାଶ ପାଇଥିଲା। ତେଣୁ ପାଇଖାନା ନିର୍ମାଣ ପାଇଁ ଅନେକ ଠିକାସଂସ୍ଥାକୁ ଦାୟିତ୍ୱ ପ୍ରଦାନ କରାଗଲା । କମ୍‌ ସମୟ ମଧ୍ୟରେ କିଭଳି ଅଧିକ ପାଇଖାନା ନିର୍ମାଣ କରାଯିବ ସେଥିପାଇଁ ବିଭାଗୀୟ ଅଧିକାରୀଙ୍କଠାରୁ ଠିକାଦାରଙ୍କ ପର୍ଯ୍ୟନ୍ତ ଲାଗିପଡିଛନ୍ତି। ସରକାରୀ ନିୟମ ଅନୁସାରେ ଦିଆଯାଉଥିବା ଅନୁଦାନରେ ପାଇଖାନା ଘର ନିର୍ମାଣ, ପ୍ୟାନ ବସାଇ କବାଟ ଲଗାଇବା, ଦୁଇ ଗୋଟି ଟାଙ୍କି ଖୋଳି ପ୍ରତ୍ୟେକ ଟାଙ୍କିରେ ୩ଟି ଲେଖାଏ ନନ୍ଦ ଥୋଇ ଢାଙ୍କୁଣି ପକାଇବା ଏବଂ ଟାଙ୍କି ଦୁଇଟିରେ ଓ୍ବାଇ ଟ୍ରାପ ଲଗାଇ ପ୍ୟାନ ସହ ସଂଯୋଗ କରିବା କଥା। କିନ୍ତୁ ଏଠାରେ ତାହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଗୋଟିଏ ଟାଙ୍କିରେ ତିନିଗୋଟି ନନ୍ଦ ପକାଇ ଅନ୍ୟ ଗୋଟିଏ ସ୍ଥାନରେ ଟାଙ୍କି ନ ଖୋଳି କେବଳ ଗୋଟିଏ ନନ୍ଦ ଥୋଇ ଢାଙ୍କୁଣି ପକାଇବା ସହ ନିର୍ମାଣ କାର୍ଯ୍ୟ ଅତି ନିମ୍ନମାନର କରାଯାଉଥିବା ଦେଖିବାକୁ ମିଳୁଛି । ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ଅଧିକାରୀ ତଦାରଖ କରିବା ସହ ଜିଆରଏସ ଫଟୋ ଉଠାଇ ଜିଓ ଟ୍ୟାଗିଂ କରିବା ପରେ ଅନୁଦାନ ପ୍ରଦାନ କରିବା ନିୟମ ରହିଛି। ହେଲେ ନିମ୍ନମାନର କାର୍ଯ୍ୟ କରି ତଳଠାରୁ ଉପର ପର୍ଯ୍ୟନ୍ତ ଅନୁଦାନ ହଡ଼ପ ଉଦ୍ୟମ କରୁଥିବା କେତେଜଣ ହିତାଧିକାରୀ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ନୂଆଗାଁ ବିଡିଓ ଶିରିୟାଲ ଏସ୍‌ ପଟେଲଙ୍କୁ ପଚାରିବାରୁ ସେ ଏପରି କାର୍ଯ୍ୟ କେଉଁଠି ହୋଇଛି ଦେଖିବା ପରେ କାର୍ଯ୍ୟାନୁଷ୍ଠାନ ନେବୁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୨।୧୪: ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮...

ସଙ୍କୁଳସ୍ତରୀୟ କ୍ରୀଡ଼ା ସମାରୋହ: ଯୋଗଦେଲେ ଛାତ୍ରୀଛାତ୍ର

ଭଞ୍ଜନଗର,୧୪।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସଙ୍କୁଳ ସ୍ତରୀୟ କ୍ରୀଡ଼ା ସମାରୋହ ରବିବାର ଅନୁଷ୍ଠିତ ହୋଇଯାଇଛି।...

ଚାଲିଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ଜୀବନ

ଛତ୍ରପୁର,୧୪ / ୧୨(ଦିଲ୍ଲୀପ ସାମଲ) :  ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଚମାଖଣ୍ଡି ଅଂଚଳର ପ୍ରହଲ୍ଲାଦ ନାୟକ...

ଓଡ଼ିଶାରେ ଚାଞ୍ଚଲ୍ୟ: ବିବାହରେ ଛଅ ମାସ ପରେ ସ୍ୱାମୀକୁ ଶ୍ୱାସରୁଦ୍ଧ କରି ହତ୍ୟା କଲେ ସ୍ତ୍ରୀ

ନୟାଗଡ଼,୧୪।୧୨: ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ଅଧୀନ ଖାଳିସାହି ପଞ୍ଚାୟତର ପୁଆଁଣିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ...

ୱାଙ୍ଖଡେ ଷ୍ଟାଡିୟମ୍‌ରେ କିମ୍ବଦନ୍ତି ତାରକା, ମେସିଙ୍କୁ ୧୦ ନଂ ଜର୍ସି ଉପହାର ଦେଲେ ସଚିନ

ନୂଆଦିଲ୍ଲୀ,୧୪।୧୨: ଆଜି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ଏବଂ ଫୁଟବଲ୍ କିମ୍ବଦନ୍ତୀ ଲିଓନେଲ୍ ମେସିଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଦୁଇ କିମ୍ବଦନ୍ତୀ ଜର୍ସି...

ଶିଶୁ ମନ୍ଦିରରେ ରକ୍ତଦାନ ଶିବିର, ୯୬ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୧୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶ୍ରୀଧାମ ଆବାସିକ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ...

୩ୟ T20: ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି; ବୁମରା-ଅକ୍ଷର ବାଦ୍

ଧର୍ମଶାଳା,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ T20 ସିରିଜର ତୃତୀୟ ମୁକାବିଲା ରବିବାର ଧର୍ମଶାଳାରେ ଖେଳାଯାଉଛି। ଭାରତୀୟ ଦଳର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri