ନେଲ୍‌ ଆର୍ଟ କରୁଛନ୍ତି କି? ହୋଇପାରେ ଏସବୁ ରୋଗ

ଝିଅମାନେ ପାଦ ଆଉ ହାତର ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ନେଲ୍‌ପଲିସ ଲଗାଇଥାନ୍ତି। ଆଜିକାଲି ବଜାରରେ ବିଭିନ୍ନ ରଙ୍ଗର ନେଲ୍‌ପଲିସ ବି ମିଳୁଛି। ନେଲ୍‌ପଲିସ ଲଗାଇବା ସହ ନଖରେ ବିଭିନ୍ନ ଆର୍ଟ କରିବା ଏବେ ଟ୍ରେଣ୍ଡ ପାଲଟିଗଲାଣି। କିନ୍ତୁ ଜାଣିଛନ୍ତି କି ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ କରୁଥିବା ନେଲ୍‌ ଆର୍ଟ ଘାତକ ହୋଇପାରେ ବୋଲି। ଆସନ୍ତୁ ଜାଣିବା ନେଲ୍‌ପଲିସ କ’ଣ କ୍ଷତି ଘଟାଇଥାଏ।

ବାରମ୍ବାର ନେଲ୍‌ପଲିସ ଲଗାଇବା ଦ୍ୱାରା ନଖ ଶୁଷ୍କ ହୋଇ ହଳଦିଆ ପଡ଼ିଯାଏ। ନେଲ୍‌ପଲିସରେ ଫର୍ମାଲଡିହାଇଡ୍‌, ଡେବ୍ୟୁଟିଲ ଫେଥଲେଟ୍‌ ଏବଂ ଟାଲ୍ୟୁଇନ୍‌ ପରି ରାସାୟନିକ ପଦାର୍ଥ ରହିଥାଏ। ଯାହା ସମସ୍ୟା ସୃଷ୍ଟି କରିଥାଏ। ନେଲ୍‌ପଲିସରେ ଥିବା ଟାଲ୍ୟୁଇନ୍‌ ସବୁଠୁ କ୍ଷତିକାରକ। ଏହା ଶିରା ପ୍ରଶିରାଠାରୁ ଆରମ୍ଭ କରି ମସ୍ତିଷ୍କ ପର୍ଯ୍ୟନ୍ତ କ୍ଷତି ପହଞ୍ଚାଇଥାଏ। ଟାଲ୍ୟୁଇନ୍‌ ପ୍ରଭାବରେ ଥଣ୍ଡା, ଦେହହାତ ଦରଜ, ମୁଣ୍ଡ ବୁଲାଇବା ଏବଂ ହାଲିଆ ଲାଗିଥାଏ।

ଖାଲି ଏତିକି ନୁହେଁ ଟାଲ୍ୟୁଇନ୍‌ କିଡ୍‌ନୀ, ଲିଭର ଏବଂ ପ୍ରଜନନ ପ୍ରତି କୁପ୍ରଭାବ ପକାଇଥାଏ।
ଫର୍ମାଲଡିହାଇଡ୍‌ ଏକ ରଙ୍ଗହୀନ ଗ୍ୟାସ। ଫଳରେ ନେଲ୍‌ପଲିସ ଦୀର୍ଘଦିନ ପର୍ଯ୍ୟନ୍ତ ନଖରୁ ଛାଡ଼େନାହିଁ। ଏହାକୁ ବ୍ୟବହାର କରିବା ଦ୍ୱାରା କ୍ୟାନସର ଏବଂ ଅନ୍ୟ ରୋଗ ମଧ୍ୟ ହୋଇଥାଏ।
କୌଣସି ପାର୍ଟିରେ ଯୋଗ ଦେବାର ଥିଲେ ଅଧିକାଂଶ ଝିଅ ଜଲ୍‌ଦି ନେଲ୍‌ପଲିସ ଛଡ଼ାଇବା ପାଇଁ ରିମୁଭର ବ୍ୟବହାର କରିଥାନ୍ତି। ଏପରି କରିବା ଦ୍ୱାରା ନଖର ମସୃଣ କମିବା ସହ ଶୀଘ୍ର ଭାଙ୍ଗିଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କଲରା ଖାଉଥିଲେ…

କଲରାର ସ୍ବାଦ ପିତା, ହେଲେ ଏଥିରେ ଅନେକ ଉପକାରୀ ଗୁଣ ଭରି ରହିଛି। ବିଶେଷଭାବରେ ଡାଇବେଟିସ୍‌ ରୋଗୀଙ୍କ ପାଇଁ ଏହା କେତେ ଲାଭପ୍ରଦ ତାହା ପ୍ରାୟ...

କୃତ୍ରିମ ରକ୍ତ

୧୬୧୬ ମସିହାରେ ୱିଲିୟମ ହାର୍ଭିଙ୍କ ଦ୍ୱାରା ରକ୍ତ ସଞ୍ଚାଳନ ପଥ ଆବିଷ୍କାର ହେବା ପରେ ଅନେକ ଗବେଷକ ଏବଂ ଡାକ୍ତର-ବୈଜ୍ଞiନିକମାନେ ବିଭିନ୍ନ ତରଳ ପଦାର୍ଥ ଯଥା...

ଓଜୋନ ସୁରକ୍ଷା, ଜୀବନ ରକ୍ଷା

ଆମ ପୃଥିବୀ ଗ୍ରହରେ ଜୀବନ ସଞ୍ଚାର ହେବା ପଛରେ ଗୋଟିଏ ପ୍ରମୁଖ କାରଣ ହେଲା ଏହାର ଊର୍ଦ୍ଧ୍ୱ ବାୟୁମଣ୍ଡଳରେ ଥିବା ଓଜୋନ ମଣ୍ଡଳ। ଏହା ମହାକାଶରୁ...

ମୁଖ ଦୁର୍ଗନ୍ଧ ହେଉଛି କି?

ଅନେକଙ୍କଠାରେ ମୁଖରୁ ଦୁର୍ଗନ୍ଧ ବାହାରିବା ସମସ୍ୟା ଦେଖାଯାଇଥାଏ। ବେଳେବେଳେ ଏହି ସମସ୍ୟା ସେମାନଙ୍କୁ ଅନେକ ଅସୁବିଧାରେ ପକାଇଥାଏ। କାହା ସହ କଥା ହେଲାବେଳେ ସେମାନଙ୍କୁ ବେଶ୍‌...

ଭୁଲ୍‌ରେ ବି ଏହି ଦିନ ପାଦରୁ କାଢ଼ନ୍ତୁନି ପୁରୁଣା ଝୁଣ୍ଟିଆ

ଭାରତୀୟ ସଂସ୍କୃତିରେ ବିବାହିତା ମହିଳା ପାଦ ଆଙ୍ଗୁଠିରେ ରୁପାର ଝୁଣ୍ଟିଆ ପିନ୍ଧିବାର ପରମ୍ପରା କାହିଁ କେଉଁକାଳରୁ ଚାଲିଆସିଛି। କାରଣ ରୁପାର ସମ୍ପର୍କ କୁଆଡ଼େ ଚନ୍ଦ୍ର ଊର୍ଜା...

ଖରାପ ସମୟ ଦେଇ ଗତି କରୁଥିଲେ ନିହାତି ଜାଣନ୍ତୁ ଚାଣକ୍ୟଙ୍କ ଏହି ୩ କଥା, ମାନିଲେ….

ଚନ୍ଦ୍ରଗୁପ୍ତ ମୋର୍ଯ୍ୟଙ୍କ ମହାମନ୍ତ୍ରୀ ଥିଲେ ଆଚାର୍ଯ୍ୟ ଚାଣକ୍ୟ। ସେ ନିଜର ଚିନ୍ତାଧାରା ଏବଂ କୁଶଳ ରଣନୀତି ଯୋଗୁ ଚନ୍ଦ୍ରଗୁପ୍ତଙ୍କୁ ସୁଶାସକ ଭାବେ ପ୍ରତିଷ୍ଠିତ କରାଇବାରେ ସହାୟତା...

ଯୋଗ ଓ ମାନସିକ ସ୍ବାସ୍ଥ୍ୟ

ଯୋଗ ଆମର ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଶାରୀରିକ ବ୍ୟାୟାମ ବିଭିନ୍ନ ଶାରୀରିକ ଓ ମାନସିକ ସମସ୍ୟାକୁ ଭଲ କରିବାରେ ସାହାଯ୍ୟ...

ଲୁଣ-ହୀରା-ବ୍ରାଗ୍‌ ନିୟମ

କ୍ଷୁଦ୍ରାତି କ୍ଷୁଦ୍ର ଅଣୁ-ପରମାଣୁକୁ ନେଇ ପଦାର୍ଥ ଗଠିତ ହୋଇଥାଏ। ସବୁ ପଦାର୍ଥରେ ନ ହେଲେ ବି କେତେକ ପଦାର୍ଥ ଭିତରେ ସେହି ଅଣୁ-ପରମାଣୁଗୁଡ଼ିକ ସୁନ୍ଦର ଭାବରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri