ନୋମିନି ନିର୍ଦ୍ଦେଶକ ନିଯୁକ୍ତ କରିପାରନ୍ତି ମିସ୍ତ୍ରି

ମୁମ୍ବାଇ,୨୭-୧୨: ଟାଟା ସନ୍ସର ଅଧ୍ୟକ୍ଷ ଏବଂ ଟାଟା ଗ୍ରୁପର ଅନ୍ୟ ୩ କମ୍ପାନୀର ବୋର୍ଡରେ ସାମିଲ ହେବା ନେଇ ପୂର୍ବତନ ଅଧ୍ୟକ୍ଷ ସାଇରସ୍‌ ମିସ୍ତ୍ରି ଇଛୁକ ନୁହନ୍ତି। ମିସ୍ତ୍ରି ଏଥିଲାଗି ଏକ ନୋମିନି ନିର୍ଦ୍ଦେଶକ ନିଯୁକ୍ତ କରିପାରନ୍ତି ବୋଲି ଏକ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି। ଏକ ବିବାଦୀୟ ସ୍ଥିତିରେ ମିସ୍ତ୍ରିଙ୍କୁ ୨୦୧୬ ଅକ୍ଟୋବରରେ ଟାଟା ସନ୍ସର ଅଧ୍ୟକ୍ଷ ପଦବୀରୁ ବିଦା କରାଯାଇଥିଲା। ଏହା ପରେ ତାଙ୍କୁ ଗ୍ରୁପର ଅନ୍ୟ ୩ କମ୍ପାନୀରୁ ଇସ୍ତଫା ଦେବାକୁ ପଡିଥିଲା। ନ୍ୟାଶନାଲ କମ୍ପାନୀ ଲ ଆପିଲେଟ ଟ୍ରିବ୍ୟୁନାଲ ୧୮ ଡିସେମ୍ବରରେ ମିସ୍ତ୍ରିଙ୍କ ସପକ୍ଷରେ ରାୟ ଶୁଣାଇବା ସହ ତାଙ୍କୁ ଟାଟାସନ୍ସର ଅଧ୍ୟକ୍ଷ ପଦବୀରେ ପୁନଃ ଅବସ୍ଥାପିତ କରାଇବା ଲାଗି କହିଥିଲେ। ଏହି ରାୟ ବିରୋଧରେ ଟାଟା ଗ୍ରୁପ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିପାରେ। ଏଥିଲାଗି ଗ୍ରୁପକୁ ୪ ସପ୍ତାହ ସମୟ ମିଳିଛି।
ରିପୋର୍ଟ ମୁତାବକ ସୁପ୍ରିମକୋର୍ଟ ମିସ୍ତ୍ରିଙ୍କ ସପକ୍ଷରେ ରାୟ ଶୁଣାଇବା ପରେ ମଧ୍ୟ ମିସ୍ତ୍ରିଙ୍କୁ ଅଧ୍ୟକ୍ଷ ହେବା ନେଇ ଆଶା ଦେଖାଯାଉ ନାହିଁ। କାରଣ ସେ ନିଜେ ହିଁ ଏହି ପଦବୀ ଲାଗି ଇଛୁକ ନୁହନ୍ତି। ଅଧ୍ୟକ୍ଷ ପଦବୀରେ ତାଙ୍କର କାର୍ଯ୍ୟକାଳ ଆଉ ୫ ମାସ ବାକି ରହିଛି। ମିସ୍ତ୍ରି ୨୦୦୬ରେ ଟାଟା ସନ୍ସର ବୋର୍ଡରେ ଯୋଗ ଦେଇଥିଲେ। ରତନ ଟାଟାଙ୍କ ଅବସର ପରେ ମିସ୍ତ୍ରି ଟାଟା ସନ୍ସର ଅଧ୍ୟକ୍ଷ ଭାବେ ଅବସ୍ଥାପିତ ହୋଇଥିଲେ। ୨୦୧୬ ଅକ୍ଟୋବରରେ ତାଙ୍କ ଉପରେ ବୋର୍ଡର ଅବିଶ୍ୱାସ ପ୍ରସ୍ତାବରେ ତାଙ୍କୁ ହଟାଯାଇଥିଲା। ଏହି ମାମଲାରେ ପ୍ରଥମେ ମିସ୍ତ୍ରି ଗ୍ରୁପ ନ୍ୟାଶନାଲ କମ୍ପାନୀ ଲ ଟ୍ରିବ୍ୟୁନାଲରେ ଚ୍ୟାଲେଞ୍ଜ କରିଥିଲେ। ହେଲେ ମାମଲା ହାରିବା ପରେ ଏହାକୁ ପୁନଶ୍ଚ କମ୍ପାନୀ ଲ ଆପିଲେଟ ଟ୍ରିବ୍ୟୁନାଲର ଦ୍ୱାରସ୍ଥ ହେବା ପରେ ଟ୍ରିବ୍ୟୁନାଲ ମିସ୍ତ୍ରିଙ୍କ ସପକ୍ଷରେ ରାୟ ଶୁଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Online Fuel Order: ଅଧାରାସ୍ତାରେ ଗାଡିରୁ ତେଲ ସରିଗଲେ ନୋ ଟେନଶନ, ଯେକୌଣସି ସ୍ଥାନରୁ ବି ଅର୍ଡର କରିପାରିବେ ପେଟ୍ରୋଲ

ଯାତ୍ରା ସମୟରେ ଅଧା ରାସ୍ତାରେ ଗାଡରୁ ତେଲ ସରିଗଲେ ଟେନଶନ ବଢିଯାଏ।ବେଶୀ ଅସୁବିଧା ହୁଏ ଯେତେବେଳେ ପାଖରେ କୌଣସି ପେଟ୍ରୋଲ ପମ୍ପ ନ ଥାଏ। ବାଇକ୍‌...

ହାର୍ଭାର୍ଡ ଇଣ୍ଡିଆ ସମ୍ମିଳନୀରେ ଯୋଗଦେବେ ନୀତା

ମୁମ୍ବାଇ,୨୬।୧୨: ରିଲାଏନ୍ସ ଗ୍ରୁପ୍‌ର ସାମାଜିକ ପ୍ରତିଷ୍ଠାନ ତଥା ରିଲାଏନ୍ସ ଫାଉଣ୍ଡେଶନର ଚେୟାରମ୍ୟାନ୍‌ ନୀତା ଏମ୍‌ ଅମ୍ବାନୀ ୨ ଦିନିଆ ହାର୍ଭାର୍ଡ ଇଣ୍ଡିଆ ସମ୍ମିଳନୀରେ ଯୋଗଦେବେ ବୋଲି...

ପୁସ୍ତକ ପ୍ରେମୀଙ୍କୁ ବଡ଼ ଝଟ୍‌କା, ଇଣ୍ଡିଆ ପୋଷ୍ଟ ବନ୍ଦ କଲା ‘ବୁକ୍‌ ପୋଷ୍ଟ’ ସେବା

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ପୋଷ୍ଟ ୧୮ ଡିସେମ୍ବର ୨୦୨୪ରେ ନିଜର ‘ବୁକ୍‌ ପୋଷ୍ଟ’ ସେବାକୁ ବନ୍ଦ କରି ପୁସ୍ତକ ପ୍ରେମୀଙ୍କ ସହ ପୁସ୍ତକ ବ୍ୟବସାୟୀଙ୍କୁ ବଡ଼ ଝଟ୍‌କା...

ଅକ୍ଟୋବରରେ ୯.୨୮ ବିଲିୟନ ଡଲାର କାରବାର

ଭୁବନେଶ୍ୱର,୨୫ା୧୨, (ଅନୁରାଧା ମହାରଣା): ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଅକ୍ଟୋବରରେ ସ୍ପଟ୍‌ ବୈଦେଶିକ ମୁଦ୍ରାବଜାରରେ ୯.୨୮ ବିଲିୟନ ଡଲାର ବିକ୍ରି କରିଛି। ମଙ୍ଗଳବାର ଆର୍‌ବିଆଇ ପକ୍ଷରୁ...

ପଞ୍ଚଟାଭାକୁ ଆଚିଭର୍ସ ଆଓ୍ବାଡର୍‌ସ

ନୂଆଦିଲ୍ଲୀ,୨୫।୧୨: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଦିଲ୍ଲୀର ଅଗ୍ରଣୀ ଆଡ୍‌ ଏଜେନ୍ସି ପଞ୍ଚଟାଭା ଆଡଭର୍ଟାଇଜିଂକୁ ନିକଟରେ ଆଉ ଏକ ଜାତୀୟସ୍ତର ସମ୍ମାନ ‘ଆଚିଭର୍ସ ଆଓ୍ବାର୍ଡ’...

ବିଓଏମ୍‌ର ନୂତନ ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର,୨୫।୧୨ (ଅଭୟ ଦାଶ): ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର(ବିଓଏମ୍‌) ର ନୂତନ ଶାଖା ନିକଟରେ କଟକ ନିକଟସ୍ଥ ଗୋପାଳପୁରଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଅର୍ଥ ବିଭାଗର...

ପପ୍‌କର୍ନରେ ଜିଏସ୍‌ଟିକୁ ନେଇ ବିବାଦ

ନୂଆଦିଲ୍ଲୀ,୨୪ା୧୨:ଦେଶରେ ପପ୍‌କର୍ନ ଉପରେ ନୂଆ ଟିକସକୁ ନେଇ ବିବାଦ ମୁଣ୍ଡ ଟେକିଛି। ଏବେ ବିଭିନ୍ନ ଫ୍ଲେଭରର ପପ୍‌କର୍ନ ଉପରେ ଭିନ୍ନଭିନ୍ନ ଜିଏସ୍‌ଟି ଲାଗୁ ହୋଇଛି। ସାଦା...

ଡିପିଆର୍‌ ବିକଶିତ କରିବ ସିପିସିଏଲ୍‌

ଭୁବନେଶ୍ୱର,୨୪।୧୨: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ସମନ୍ବିତ ଭିତ୍ତିଭୂମି ପରାମର୍ଶଦାତା କ୍ଷେତ୍ରରେ ଅଗ୍ରଣୀ କମ୍ପାନୀ ଚୈତନ୍ୟ ପ୍ରୋଜେକ୍ଟସ କନ୍‌ସଲଟାନ୍ସି ଲିମିଟେଡ (ସିପିସିଏଲ୍‌) କୁ ନିକଟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri