ନ୍ୟାୟ ପାଉନାହାନ୍ତି ବଳାତ୍କୃତା: ଆଇନକୁ ପାଳୁନାହାନ୍ତି ସରକାର

କଟକ ଅଫିସ, ୧୩ା୬: ବଳାତ୍କାର ଶିକାର ହେଉଥିବା ପୀଡ଼ିତାମାନଙ୍କୁ ନ୍ୟାୟ ମିଳୁନାହିଁ। ଏମାନଙ୍କ ପାଇଁ ଆଇନରେ ସଂଶୋଧନ ଅଣାଯାଇଥିଲା। ପୂର୍ବରୁ ପୀଡ଼ିତାମାନଙ୍କୁ ସିଆର୍‌ପିସିର ୩୫୭ ଧାରା ଅନୁଯାୟୀ କୋର୍ଟଙ୍କ ରାୟ କ୍ରମେ କ୍ଷତିପୂରଣ ରାଶି ମିଳୁଥିଲା। ମାତ୍ର ୨୦୦୯ରେ କେନ୍ଦ୍ର ସରକାର ସିଆର୍‌ପିସିର ୩୫୭ ଧାରା ସହିତ ‘କ’କୁ ଯୋଡ଼ିଥିଲେ। ଏହି ଆଇନକୁ ୨୦୧୬ରେ ସମଗ୍ର ଦେଶରେ ଲାଗୁ କରାଯାଇଥିଲା। ଏହି ଆଇନକୁ ଆଧାର କରି ରାଜ୍ୟ ସରକାର ଓଡ଼ିଶା ପୀଡ଼ିତା କ୍ଷତିପୂରଣ ଯୋଜନା (ଓଡ଼ିଶା ଭିକ୍ଟିମ କମ୍ପେନ୍‌ସେସନ ସ୍କିମ୍‌)୨୦୧୮ ପ୍ରଣୟନ କରିଥିଲେ। ଏଥିପାଇଁ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି ଆଇନ ଅନୁଯାୟୀ ବଳାତ୍କାର ଶିକାର ହୋଇଥିବା ପୀଡ଼ିତାମାନଙ୍କୁ ଘଟଣା ଘଟିବାର ୨ ମାସ ମଧ୍ୟରେ ସରକାରଙ୍କ ପକ୍ଷରୁ ୪ରୁ ୭ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଗଣବଳାତ୍କାର ଶିକାରମାନଙ୍କୁ ୫ରୁ ୧୦ ଲକ୍ଷ ଟଙ୍କା ଏବଂ ବଳାତ୍କାର ଓ ହତ୍ୟା ପାଇଁ ପୀଡ଼ିତା ପରିବାରକୁ ୯ରୁ ୧୭ ଲକ୍ଷ ଟଙ୍କା, ଗଣବଳାତ୍କାର ଓ ହତ୍ୟା ପାଇଁ ୧୦ରୁ ୨୦ ଲକ୍ଷ ଟଙ୍କା ଦେବାର ଆଇନରେ ଉଲ୍ଲେଖ ରହିଛି। କିନ୍ତୁ ଏବେ ଏହି ଆଇନକୁ ଠିକ୍‌ ଭାବେ କାର୍ଯ୍ୟକାରୀ କରାଯାଉନାହିଁ। ଫଳରେ ବଳାତ୍କାର ପୀଡ଼ିତାମାନେ ଗୋଟେପଟେ କ୍ଷତିପୂରଣ ପାଇବାରୁ ବଞ୍ଚତ୍ତ ହେଉଥିବାବେଳେ ଅନ୍ୟପଟେ ଘଟଣାକୁ ନେଇ ମାନସିକ ସ୍ତରରେ ଦୁର୍ବଳ ହୋଇ ଜୀବନ ହାରିବା ଭଳି ଘଟଣାମାନ ଘଟୁଛି। ଉଦାହରଣ ଭାବେ କୁନ୍ଦୁଲି ଘଟଣାକୁ ଦେଖିଲେ ଏହା ପ୍ରମାଣିତ ହେଉଛି। କାରଣ କୁନ୍ଦୁଲି ପୀଡ଼ିତା ଆତ୍ମହତ୍ୟା କରିବା ପୂର୍ବରୁ ତାଙ୍କୁ ମାତ୍ର ୫୦ ହଜାର ଟଙ୍କାର କ୍ଷତିପୂରଣ ରାଶି ମିଳିଥିଲା। ତାହା ପୁଣି ଓଡ଼ିଶା ମାନବାଧିକାର କମିଶନଙ୍କ ଆଦେଶ ଅନୁଯାୟୀ ମିଳିଥିଲା।
ଗତ ୩ ମାସ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ୩୦ରୁ ଅଧିକ ବଳାତ୍କାର, ଗଣବଳାତ୍କାର ଓ ବଳାତ୍କାର ପରେ ହତ୍ୟା ଭଳି ଘଟଣା ଘଟିଛି। କିନ୍ତୁ ଏହି ପୀଡ଼ିତା କିମ୍ବା ତାଙ୍କ ପରିବାରବର୍ଗଙ୍କୁ ସରକାର କ୍ଷତିପୂରଣ ରାଶି ଦେବାରେ ସକ୍ଷମ ହୋଇନାହାନ୍ତି। ସରକାରଙ୍କ ଏଭଳି ଅବହେଳାକୁ ନେଇ ମାନବାଧିକାର କର୍ମୀ ଜୟନ୍ତ ଦାସ ରାଜ୍ୟ ମାନବାଧିକାର କମିଶନ(ଓଏଚ୍‌ଆରସି)ଙ୍କ ନିକଟରେ ମାମଲା ରୁଜୁ କରିଛନ୍ତି। ସେ ପିଟିଶନରେ ଦର୍ଶାଇଛନ୍ତି, ନୟାଗଡ଼, ଭୁବନେଶ୍ୱର, କଟକ, କୋରାପୁଟ ଆଦି ଅଞ୍ଚଳରେ ଇତିମଧ୍ୟରେ ୩୦ ପାଖାପାଖି ଘଟଣା ଘଟିଛି। ପ୍ରତ୍ୟେକ ଘଟଣାକୁ ଅନୁଶୀଳନ କରିବାରୁ ଜଣାପଡ଼ିଛି ଯେ, ଏଥିପ୍ରତି ସରକାର ଆଦୌ ଯନତ୍ବାନ୍‌ ନାହାନ୍ତି। ଫଳରେ ଜଣେ ପୀଡ଼ିତା ତାଙ୍କ ମୌଳିକ ଅଧିକାରରୁ ବଞ୍ଚତ୍ତ ହୋଇଛନ୍ତି। ଉଦାହରଣ ଦେଇ ଦାସ କହିଛନ୍ତି, ଗତ ଏପ୍ରିଲ ୧୯ରେ ଭୁବନେଶ୍ୱରର ଖଣ୍ଡଗିରି ଥାନା ଅଞ୍ଚଳରେ ଜଣେ ନାବାଳିକା ବଳାତ୍କାରର ଶିକାର ହୋଇଥିଲେ। ଏହି ଘଟଣାରେ ପୋଲିସ ବୀରେନ୍ଦ୍ର ପ୍ରଧାନ(୪୫) ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା। ଏ ନେଇ ଖଣ୍ଡଗିରି ଥାନାରେ ଏକ ମାମଲା(ନଂ.୧୮୪/୧୯) ରୁଜୁ ହୋଇଥିଲା। ମାତ୍ର ଅଦ୍ୟାବଧି ସମ୍ପୃକ୍ତ ପୀଡ଼ିତାଙ୍କୁ କ୍ଷତିପୂରଣ ରାଶି ପ୍ରଦାନ କରାଯାଇନାହିଁ।
ସେହିପରି ଗତ ୭ ତାରିଖରେ ମର୍କତନଗର ଥାନା ଅଞ୍ଚଳରେ ଆଉ ଜଣେ ନାବାଳିକା ବଳାତ୍କାରର ଶିକାର ହୋଇଥିଲେ। ଏ ନେଇ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା(ନଂ. ୮୪/୧୯) ରୁଜୁ କରିଥିଲା। ଏଥିସହ ଉକ୍ତ ଘଟଣାରେ ସମ୍ପୃକ୍ତ ରମେଶ ମହାରଣା ନାମକ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। କିନ୍ତୁ ପୀଡ଼ିତାଙ୍କୁ କ୍ଷତିପୂରଣ ରାଶି ମିଳି ନ ଥିବା ଜୟନ୍ତ ଅଭିଯୋଗରେ ଉଲ୍ଲେଖ କରିଛନ୍ତି।
ଏପ୍ରିଲ ୨୭ ତାରିଖରେ ମୟୂରଭଞ୍ଜ ଜିଲା ବାଦାମପାହାଡ଼ ଅଞ୍ଚଳରେ ଜଣେ ମହିଳାଙ୍କୁ ବଳାତ୍କାର ଓ ହତ୍ୟା ପରେ ଜଙ୍ଗଲରେ ପୋଡି ଦିଆଯାଇଥିଲା। ହେଲେ ମୃତା ପୀଡ଼ିତାଙ୍କ ପରିବାରକୁ ଆଇନ ଅନୁଯାୟୀ ୧୦ରୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ରାଶି ମିଳିବା କଥା। କିନ୍ତୁ ଅଦ୍ୟାବଧି ଉକ୍ତ ପରିବାରକୁ କ୍ଷତିପୂରଣ ମିଳି ନ ଥିବାରୁ ଜୟନ୍ତ ମାନବାଧିକାର କମିଶନଙ୍କ ନିକଟରେ ମାମଲା ରୁଜୁ କରିଛନ୍ତି। ପୀଡ଼ିତାମାନଙ୍କୁ ନ୍ୟାୟଦେବା ସହିତ ମାନସିକ ସ୍ତରରେ ସୁଦୃଢ କରିବା ଓ ସେମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ସରକାର ଆଇନ ପ୍ରଣୟନ କଲେ। କିନ୍ତୁ ସରକାରୀ କାର୍ଯ୍ୟାଳୟରେ ଇଚ୍ଛାଶକ୍ତିର ଅଭାବ ଯୋଗୁ ଏହି ଆଇନ ପୀଡ଼ିତା କିମ୍ବା ସେମାନଙ୍କ ପରିବାର ପାଖରେ ପହଞ୍ଚତ୍ ପାରୁ ନ ଥିବା ଜୟନ୍ତ ଅଭିଯୋଗ କରିଛନ୍ତି।
ବଳାତ୍କାର ପୀଡ଼ିତାମାନଙ୍କୁ କ୍ଷତିପୂରଣ ରାଶି ମିଳିବାରେ ବିଳମ୍ବ ହେବା ସମ୍ପର୍କରେ ଆଇନସେବା ପ୍ରାଧିକରଣର ପାରାଲିଗାଲ ଭଲ୍ୟୁଣ୍ଟିୟର ଶର୍ମିଷ୍ଠାରାଣୀ ନନ୍ଦ କୁହନ୍ତି, ପୀଡ଼ିତା କିମ୍ବା ସେମାନଙ୍କ ପରିବାର ଆବେଦନ କରିବାରେ ବିଳମ୍ବ କରୁଛନ୍ତି। ଏପରି କି ଆବଶ୍ୟକ କାଗଜପତ୍ର ମଧ୍ୟ ଦାଖଲ କରିବାରେ ଅନେକ ତ୍ରୁଟି କରୁଛନ୍ତି। ଅନେକ କ୍ଷେତ୍ରରେ ବଳାତ୍କାର ଘଟଣା ପରେ ପୀଡ଼ିତାଙ୍କ ପରିବାର ମାମଲାର ଫଇସଲା ନିଜ ସ୍ତରରେ କରିଦେଉଥିବାରୁ ଏଭଳି ପରିସ୍ଥିତି ଉପୁଜୁଛି। ଆଇନସେବା ପ୍ରାଧିକରଣଙ୍କ ପ୍ୟାନେଲ ଆଡଭୋକେଟ ମାନସ ରଞ୍ଜନ ତ୍ରିପାଠୀ କୁହନ୍ତି, ଅନେକ ସମୟରେ ପୀଡ଼ିତାମାନେ ମତ ବଦଳାଉଛନ୍ତି। ତ୍ରିପାଠୀ ନିଜ ଅନୁଭୂତିରୁ କୁହନ୍ତି, ସେ ପାଖାପାଖି ୫୦ଟି ମାମଲା ପରିଚାଳନା କରିବା ସମୟରେ ଏଭଳି ପରିସ୍ଥିତିର ସାମ୍ନା କରିଛନ୍ତି। ତେଣୁ ପୀଡ଼ିତା ମତ ବଦଳାଇବା ଦ୍ୱାରା ମାମଲାଟି ଦୁର୍ବଳ ହେବା ସହିତ ଆଉ ଏକ ସମସ୍ୟା ସୃଷ୍ଟି କରୁଛି। ମୁଖ୍ୟତଃ ଅଧିକାଂଶ କ୍ଷେତ୍ରରେ ପୀଡ଼ିତାମାନେ ଅଭିଯୁକ୍ତଙ୍କ ସହିତ ଫଇସଲା କରିଦେଉଥିବାରୁ ସମସ୍ୟା ଉପୁଜୁଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆଇନରୁ ଫାଇଦା ନେବାକୁ ମଧ୍ୟ କେତେଜଣ ଚେଷ୍ଟା କରୁଥିବା ପୋଲିସ ତଦନ୍ତରୁ ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ ମହୁମାଛି, ଚାଲିଗଲା ଜଣଙ୍କ ଜୀବନ

ଲାଞ୍ଜିଗଡ଼,୨୨ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡ଼ା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଅନ୍ୟ...

ଆସୁଛି ଆଉ ଏକ ଲଘୁଚାପ: ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୨।୯: ଆସୁଛି ଆଉ ଏକ ଲଘୁଚାପ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ତା ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହା ସୋମବାର ସୁଦ୍ଧା...

ନିମନ୍ତ୍ରଣ ପତ୍ରରେ ନ ଥିଲା ନାଁ, ଉଦ୍‌ଘାଟନ ଘୁଞ୍ଚିଲା

ସୋନପୁର,୨୧।୯(ମୃତ୍ୟୁଞ୍ଜୟ ଶତପଥୀ): ଓମ୍‌ଫେଡ୍‌ର ସୋନପୁର ଡେଏରୀ ପ୍ଲାଣ୍ଟ (ଦୁଗ୍ଧ କାରଖାନା) ଉଦ୍‌ଘାଟନ ଉତ୍ସବସ୍ଥଳ ଶନିବାର ରଣକ୍ଷେତ୍ର ପାଲଟିଥିଲା। ନିମନ୍ତ୍ରଣ ପତ୍ରରେ ବୀରମହାରାଜପୁର ବିଧାୟକ ଇଂ. ରଘୁନାଥ...

ନବୀନ-କନକବର୍ଦ୍ଧନ ମୁହାଁମୁହିଁ, କହିଲେ ପ୍ରଥମ ଥର ଖୋଲିଲେ ମୁହଁ…

କଟକ,୨୨ା୯(ଶିଳ୍ପା ପ୍ରିୟଦର୍ଶିନୀ): ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଓ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କ ଉପରେ ହୋଇଥିବା ନିର୍ଯାତନା ଘଟଣାକୁ ରାଜନୀତୀକରଣ କରା ନ...

ପୋଲିସ ଭିଡିଓ ଭାଇରାଲ କରୁଥିବା ଅଭିଯୋଗ

ଭୁବନେଶ୍ୱର,୨୨ା୯(ସୂର୍ଯ୍ୟକାନ୍ତ ବେହେରା): ଭରତପୁର ଥାନାରେ ଆର୍ମି ଅଫିସର କ୍ୟାପ୍‌ଟେନ୍‌ ଗୁରୁଭନ୍ସ ସିଂ ଏବଂ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ନିର୍ଯାତନା ଘଟଣାକୁ ସାରା ଦେଶ ନିନ୍ଦା...

ଓଡ଼ିଶା ଷ୍ଟେଟ ବାର୍‌ କାଉନ୍‌ସିଲ୍‌ ନାମରେ ମୁଖ୍ୟମନ୍ତ୍ରୀଙ୍କୁ ଜାଲ୍‌ ଚିଠି

କଟକ,୨୨ା୯(କାର୍ତ୍ତିକ ସାହୁ): ଓଡ଼ିଶା ଷ୍ଟେଟ ବାର୍‌ କାଉନ୍‌ସିଲ୍‌ ନାମରେ ମୁଖ୍ୟମନ୍ତ୍ରୀଙ୍କୁ ମିଥ୍ୟା ଚିଠି ପ୍ରେରଣ କରାଯାଇଛି। ଉକ୍ତ ଚିଠିରେ ଢେଙ୍କାନାଳ ଜିଲାର ବିଭିନ୍ନ ସ୍ବାସ୍ଥ୍ୟସେବା କେନ୍ଦ୍ରର...

ଥମୁନି ମହିଳାଙ୍କ ଉପରେ ଅତ୍ୟାଚାର, ଅଙ୍ଗନୱାଡି କେନ୍ଦ୍ରରେ କଙ୍ଗାରୁ କୋର୍ଟ

ବାଲେଶ୍ୱର,୨୨ା୯(ବାଞ୍ଛାନିଧି ଦେ): ଅଙ୍ଗନୱାଡ଼ି କେନ୍ଦ୍ରରେ ପଶି କଙ୍ଗାରୁ କୋର୍ଟ କରି କର୍ମୀଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି।...

ଭିଡିଓ ଭାଇରାଲ କରି ଧ୍ୟାନ ହଟାଇବାକୁ ଉଦ୍ୟମ

ଭୁବନେଶ୍ୱର, ୨୨।୯(ସୁନିତ୍‌ ମିଶ୍ର): ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଓ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ନିର୍ଯାତନା ଘଟଣାକୁ ନେଇ ଓଡ଼ିଶା ପୋଲିସ ସମେତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri