Posted inଖେଳ

ନ୍ୟୁଜିଲାଣ୍ଡ ଟୁର୍‌ ପାଇଁ ଭାରତ ଏ’ ଦଳରେ ପୃଥ୍ବୀ ଶ’

ନୂଆଦିଲ୍ଲୀ, ୨୪ା୧୨(ପି.ଟି.)- ଭାରତ ଏ’ କ୍ରିକେଟ ଦଳ ନ୍ୟୁଜିଲାଣ୍ଡ ଟୁର୍‌ରେ ଯିବ। ଏଥିରେ ଫର୍ମରେ ଥିବା ପୃଥ୍ବୀ ଶ’ଙ୍କୁ ଦଳରେ ସ୍ଥାନ ମିଳିଛି। ଡୋପିଂ ପାଇଁ ୮ ମାସ ବାସନ୍ଦ ଦଣ୍ଡ ଭୋଗିବା ପରେ ପ୍ରତ୍ୟାବର୍ତ୍ତନ କରି ଶ’ ମୁମ୍ବାଇ ଦଳର ବରୋଦା ବିପକ୍ଷ ଓପନିଂ ରଣଜୀ ଟ୍ରଫି ମ୍ୟାଚରେ ଏହି ଯୁବ ଖେଳାଳି ଏକ ଦର୍ଶନୀୟ ଦ୍ୱିଶତକ ହାସଲ କରିଛନ୍ତି। ଭାରତୀୟ ଟେଷ୍ଟ ଦଳର ଓପନିଂ ଯୋଡ଼ି ଭାବେ ରୋହିତ ଶର୍ମା ଓ ମୟଙ୍କ ଅଗ୍ରଓ୍ବାଲଙ୍କ ପ୍ରଦର୍ଶନ ଯଦିଓ ଭଲ ରହିଛି, ୨୦ବର୍ଷୀୟ ଶ’ଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପାଇଁ ରିଜର୍ଭ ଓପନର ଭାବେ ନିଆଯାଇପାରେ। ଶ’ଙ୍କୁ ଯଥାସମ୍ଭବ ଅଧିକାରୁ ଅଧିକ ଗେମ୍‌ ଖେଳାଇବାର ବ୍ୟବସ୍ଥା କରାଯାଉଥିବା ସିଲେକ୍ସନ କମିଟି ଚେୟାରମ୍ୟାନ ଏମ୍‌ଏସ୍‌କେ. ପ୍ରସାଦ ପ୍ରକାଶ କରିଛନ୍ତି। ଗତବର୍ଷ ଶ’ଙ୍କ ଟେଷ୍ଟ ପଦାର୍ପଣ ସ୍ମରଣୀୟ ଥିଲା। ରାଜକୋଟ୍‌ଠାରେ ସେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଶତକ ହାସଲ କରିଥିଲେ।
ନ୍ୟୁଜିଲାଣ୍ଡରେ ପ୍ରଥମଶ୍ରେଣୀ ଗେମ୍‌ରେ ହନୁମା ବିହାରୀ ଏବଂ ୫୦ ଓଭର ଫର୍ମାଟ ପାଇଁ ଅଧିନାୟକ ମନୋନୀତ କରାଯାଇଛି। ଭାରତ ସିନିୟର ଦଳ ନ୍ୟୁଜିଲାଣ୍ଡରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାର କାର୍ଯ୍ୟକ୍ରମ ରହିଛି। ପ୍ରଥମ ମ୍ୟାଚ ଓ୍ବେଲ୍‌ିଂଟନଠାରେ ଫେବୃୟାରୀ ୨ରୁ ଏବଂ ଦ୍ୱିତୀୟ ମ୍ୟାଚ କ୍ରିଷ୍ଟଚର୍ଚ୍ଚଠାରେ ଫେବୃୟାରୀ ୨୯ରୁ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ଆର. ଅଶ୍ୱିନ, ଅଜିଙ୍କ୍ୟ ରାହାନେ, ଉମେଶ ଯାଦବ, ମୟଙ୍କ ଅଗ୍ରଓ୍ବାଲ ଏବଂ ଈଶାନ୍ତ ଶର୍ମାଙ୍କ ଭଳି ଟେଷ୍ଟ ସ୍ପେଶାଲିଷ୍ଟ ଏହି ଦେଶରେ ଅଭ୍ୟାସ ପାଇଁ ସୁଯୋଗ ପାଇବେ। ସେମାନେ ଭାରତ ଏ’ର ଦ୍ୱିତୀୟ ମ୍ୟାଚରେ ସୁଯୋଗ ପାଇବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦଳରୁ ବାଦ୍‌ ପଡ଼ିବା ପରେ ଗିଲଙ୍କ ବଡ଼ ପଦକ୍ଷେପ, ସାଲ୍ୟୁଟ୍‌ କରୁଛନ୍ତି ପ୍ରଶଂସକ

ମେଲବର୍ନ,୨୭।୧୨: ବର୍ଡର ଗାଭାସ୍କର ଟ୍ରଫିରେ ଟିମ୍‌ ଇଣ୍ଡିଆ ଏବଂ ଅଷ୍ଟ୍ରେଲିଆ ସମାନ ସ୍ଥିତିରେ ଅଛନ୍ତି। ଏବେ ଉଭୟ ଟିମ୍‌ ମେଲବର୍ନ ଟେଷ୍ଟ ଜିତି ସିରିଜରେ ଆଗୁଆ...

କୋହଲିଙ୍କ ପାଇଁ ମଞ୍ଜରେକରଙ୍କ ସହ ଝଗଡ଼ା କଲେ ଇରଫାନ ପଠାନ, LIVE  ଶୋ’ରେ ଜୋରଦାର କଥା କଟାକଟି,Video 

ନୂଆଦିଲ୍ଲୀ,୨୭।୧୨: ଆଜିକାଲି ଚର୍ଚ୍ଚାରେ ଅଛନ୍ତି ଟିମ୍‌ ଇଣ୍ଡିଆର ଭେଟେରାନ କ୍ରିକେଟର ବିରାଟ କୋହଲି। ପ୍ରଥମେ ଅଷ୍ଟ୍ରେଲିଆର ଡେବ୍ୟୁଟାଣ୍ଟ ସାମ୍‌ କନ୍‌ଷ୍ଟାସ୍‌ଙ୍କୁ ଧକ୍କା ମାରିବାକୁ ନେଇ ସେ...

ସଚିନଙ୍କ ରେକର୍ଡ ଭାଙ୍ଗିଦେଲେ ଯଶସ୍ବୀ ଜୟସ୍ବାଲ

ମେଲବୋର୍ନ,୨୭।୧୨: ଅଷ୍ଟ୍ରେଲିଆ ବିପକ୍ଷ ମେଲବୋର୍ନ ଟେଷ୍ଟର ଦ୍ୱିତୀୟ ଦିନରେ ଭାରତ ୪ ଉଇକେଟ ହରାଇ ୧୬୪ ରନ ସଂଗ୍ରହ କରିଛି। ଏହି ସମୟ ମଧ୍ୟରେ ଟିମ...

ସ୍ମିଥଙ୍କ ଶତକ:ଅଷ୍ଟ୍ରେଲିଆ ୪୭୪ ରନ୍‌ରେ ଅଲଆଉଟ୍‌

ମେଲବୋର୍ନ,୨୭।୧୨:ମେଲବୋର୍ନ ଟେଷ୍ଟର ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୪୭୦ ରନ ସଂଗ୍ରହ କରିଛି। ଦ୍ୱିତୀୟ ଦିନରେ ଅଷ୍ଟ୍ରେଲିଆ ଦଳ ୩୧୧ ସ୍କୋର ସହ ଇନିଂସ ଅଗ୍ରଗତି କରିବା...

କଳା ବ୍ୟାଣ୍ଡ୍‌ ପିନ୍ଧି ପଡ଼ିଆକୁ ଓହ୍ଲାଇଲେ ଭାରତୀୟ ଖେଳାଳି: ଜାଣନ୍ତୁ କାହିଁକି

ମେଲବୋର୍ନ,୨୭।୧୨: ବର୍ଡର-ଗାଭାସ୍କର ଟ୍ରଫି ୨୦୨୫-୨୫ର ଚତୁର୍ଥ ଟେଷ୍ଟ ମ୍ୟାଚ ଜାନୁଆରୀ ୨୬ରୁ ଖେଳାଯାଉଛି। ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଏହି ଟେଷ୍ଟ ମ୍ୟାଚ ଖେଳାଯାଉଛି। ଅଷ୍ଟ୍ରେଲିଆ ଦଳ...

ସମସ୍ତଙ୍କ ସାମ୍ନାରେ ନିଜର ଭୁଲ ସ୍ବୀକାର କଲେ କୋହଲି, କହିଲେ-ହଁ, ମୁଁ…

ନୂଆଦିଲ୍ଲୀ,୨୬।୧୨: ବର୍ଡର-ଗାଭାସ୍କର ଟ୍ରଫିରେ କ୍ରିକେଟର ବିରାଟ କୋହଲିଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ୍‌ ପର୍ଥ ଟେଷ୍ଟରେ ଶତକ ଲଗାଇଥିଲେ ହେଁ ଆଗାମୀ ୩...

ପ୍ରଥମ ଦିନରେ ଅଷ୍ଟ୍ରେଲିଆର ଆଧିପତ୍ୟ ଜାରି: ୪ ବ୍ୟାଟ୍ସମ୍ୟାନ୍‌ ହାସଲ କଲେ ଅର୍ଦ୍ଧଶତକ

ମେଲବୋର୍ନ,୨୬।୧୨: ମେଲବୋର୍ନରେ ଖେଳାଯାଉଥିବା ବକ୍ସିଂ ଡେ ଟେଷ୍ଟର ପ୍ରଥମ ଦିନ ଆୟୋଜକ ଅଷ୍ଟ୍ରେଲିଆ ନାମରେ ହୋଇଥିଲା। ପାଞ୍ଚ ମ୍ୟାଚ ସିରିଜର ଚତୁର୍ଥ ଟେଷ୍ଟ ମ୍ୟାଚରେ ୧୯...

ଏହି କାମ ପାଇଁ କୋହଲିଙ୍କ ଉପରେ ଲାଗିଲା ଜୋରିମନା

ମେଲବୋର୍ନ,୨୬।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଚତୁର୍ଥ ଟେଷ୍ଟରେ ବିରାଟ କୋହଲି ପ୍ରଥମ ଅଧିବେଶନରେ ସାମ କନଷ୍ଟାସଙ୍କ ସହ ମୁହାଁମୁହିଁ ହୋଇଥିଲେ। ପଡ଼ିଆରେ ଝଗଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri