ନୟାଗଡ଼ ଅଫିସ, ୬।୫: ନୟାଗଡ଼ ଜିଲା ରଣପୁର ବ୍ଲକ ଚାନ୍ଦପୁରସ୍ଥିତ କୋଭିଡ-୧୯ ହସ୍ପିଟାଲକୁ ୫-ଟି ସଚିବ ଭି.କେ ପାଣ୍ଡିଆନ ଓ ଉନ୍ନୟନ କମିଶନର ସୁରେଶ ମହାପାତ୍ର ବୁଧବାର ପରିଦର୍ଶନ କରିଛନ୍ତି। ସକାଳ ୯.୩୦ ମିନିଟ୍ରେ ଉଭୟ ପହଞ୍ଚିବା ପରେ ସୁରକ୍ଷା ବଳୟ ମଧ୍ୟରେ ଡାକ୍ତରଖାନା ପରିଦର୍ଶନ କରିଥିଲେ। ପ୍ରତିଟି ଓ୍ବାର୍ଡ ବୁଲି କିଭଳି କରୋନା ଆକ୍ରାନ୍ତଙ୍କ ଲାଗି ବ୍ୟବସ୍ଥା କରାଯାଇଛି ତାହା ବୁଲି ଦେଖିଛନ୍ତି। ଏହାଛଡ଼ା ନୟାଗଡ଼ ଜିଲାପାଳ ପୋମା ଟୁଡୁ, ସିଡିଏମ୍ଓ ଶ୍ୱେତ ମହାପାତ୍ର, ଆରକ୍ଷୀ ଅଧିକ୍ଷକଙ୍କ ସହ ଆଲୋଚନା କରିଥିବା ସୂଚନା ମିଳିଛି।