ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ: ରାତିରେ ମିଳୁନି ସ୍ବାସ୍ଥ୍ୟସେବା

ନୟାଗଡ଼ ଅଫିସ,୨୬।୯: ଜରୁରିକାଳୀନ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଜିଲା ସଦର ମହକୁମାରେ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ ରହିଛି। ୨୪ ଘଣ୍ଟା ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଚିକିତ୍ସାଳୟ ଥିବା ବେଳେ ରାତିରେ କିନ୍ତୁ ଠିକ୍‌ ଭାବେ ରୋଗୀଙ୍କୁ ସେବା ମିଳୁ ନଥିବା ଅଭିଯୋଗ ହେଉଛି। ରାତି ୧୨ଟା ପରେ ଡାକ୍ତର କି ନର୍ସ କାହାରି ଦେଖା ମିଳୁ ନଥିବା କୁହାଯାଉଛି। ଆଉଟଡୋରରେ ଡାକ୍ତରଙ୍କ ଚୌକି ଖାଲି ପଡ଼ିଥିବା ବେଳେ ୱାର୍ଡରେ କେହି ନର୍ସ ରହୁନାହାନ୍ତି। ସେହିଭଳି ସୁରକ୍ଷା ବ୍ୟବସ୍ଥା ପାଇଁ ଥିବା ସିକ୍ୟୁରିଟି ଗାର୍ଡଙ୍କ ଦେଖା ମିଳୁନାହିଁ। ଶନିବାର ବିଳମ୍ବିତ ରାତିରେ ଜିଲା ମୁଖ୍ୟ ଚିକିତ୍ସାଳୟ ବୁଲିବା ପରେ ଏହିଭଳି ଦୃଶ୍ୟ ଦଖିବାକୁ ମିଳିଥିଲା।
ଓ ଶିଶୁ ଚିକିତ୍ସାଳୟରେ କେହି ସୁରକ୍ଷାକର୍ମୀ ନ ଥିବାରୁ ବିଳମ୍ବିତ ରାତିରେ ଜଣେ ବ୍ୟକ୍ତି ୪ ମହଲାକୁ ଯାଇ ଜଣେ ରୋଗୀ ସମ୍ପର୍କୀୟଙ୍କ ଭ୍ୟାନିଟ୍‌ ଧରି ଖୋଜାଖୋଜି କରୁଥିଲେ। ଏହି ସମୟରେ ମହିଳା ଜଣଙ୍କ ଉଠି ପଡ଼ି ତାଙ୍କୁ ଧରି ନେଇଥିଲେ। ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଟାଉନ ପୋଲିସକୁ ହସ୍ତାନ୍ତର କରାଯାଇଥିଲା। ରାତି ବଢ଼ିଲେ ବିଭିନ୍ନ ୱାର୍ଡ ଦାୟିତ୍ୱରେ ଥିବା ସୁରକ୍ଷାକର୍ମୀଙ୍କ ଆଖିରେ ନିଦ ବଢ଼ୁଛି। ଆଖି ପକାଇବା ପାଇଁ ସେମାନେ ଉପଯୁକ୍ତ ଜାଗା ଖୋଜୁଛନ୍ତି। ଆଉ ତାହା ମିଳିବା ମାତ୍ରେ ଯିଏ ଯେଉଁଠି ପାରିଲା ଶୋଇ ପଡ଼ୁଛନ୍ତି। ମେଡ଼ିକାଲର କର୍ମଚାରୀମାନେ ଆଉଟଡୋରରେ ଗାଡ଼ି ରଖି ସେଠାରେ ଥିବା ଚେୟାର୍‌ରେ ଶୋଇ ପଡ଼ୁଛନ୍ତି। ଖାଲି ସୁରକ୍ଷାକର୍ମୀ ନୁହନ୍ତି, ଡାକ୍ତର ଓ ନର୍ସଙ୍କ ମଧ୍ୟ ସମାନ ଅବସ୍ଥା। ବିଳମ୍ବିତ ରାତିରେ ଦେଖିବାରୁ ଆଉଟ ପୋଷ୍ଟରେ ଡାକ୍ତରଙ୍କ ଚାମ୍ବର ଖାଲି ପଡ଼ିଥିଲା। ସେହିଭଳି ଡାକ୍ତରଙ୍କ ପାଇଁ ଥିବା ଡ୍ୟୁଟି ରୁମ୍‌ରେ ଭିତରପଟୁ କବାଟ ବନ୍ଦଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ବିଭିନ୍ନ ୱାର୍ଡରେ କୌଣସି ନର୍ସଙ୍କ ଦେଖା ମିଳି ନ ଥିଲା। ମେଡ଼ିସିନ୍‌ ୱାର୍ଡରେ ୬ କ୍ୟାବିନ୍‌ର ଜଣେ ମାତ୍ର ନର୍ସ ଡ୍ୟୁଟି କରୁଥିବା ବେଳେ ଅନ୍ୟମାନେ ଶୋଇ ରହିଥିବା ଦେଖିବାକୁ ମିଳିଥିଲା। ରୋଗୀଙ୍କ ସମ୍ପର୍କୀୟମାନେ ସାଲାଇନ୍‌ କିମ୍ବା କୌଣସି ଔଷଧ ପାଇଁ ବାରମ୍ବାର କହିବା ପରେ ନର୍ସମାନେ ଆସି ଦେଇ ଯାଉଥିଲେ। ଫଳରେ ରାତିରେ ଠିକ୍‌ ଭାବେ ସ୍ବାସ୍ଥ୍ୟ ସେବା ମିଳୁ ନ ଥିବା ରୋଗୀଙ୍କ ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି। ସେହିପରି ବ୍ଲଡ ବ୍ୟାଙ୍କ୍‌କୁ ଯାଇ ଦେଖିବାରୁ ଭିତର ପଟୁ ତାହା ଚାବି ପଡ଼ିଥିଲା। ଏ ନେଇ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଶ୍ୱେତ ମହାପାତ୍ରଙ୍କୁ ପଚାରିବାରୁ ସେ କୁହନ୍ତି, ବର୍ତ୍ତମାନ ନୂଆ ସିକ୍ୟୁରିଟି ରଖାଯାଇଛି। ସେମାନେ ସବୁ ସମୟରେ ସଜାଗ ଥିବା ପ୍ରକାଶ କରିଥିଲେ। ନର୍ସମାନେ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଚାମ୍ବରରେ ରହୁଥିବାବେଳେ ଡାକ୍ତରମାନେ ଡ୍ୟୁଟି ରୁମ୍‌ରେ ରହୁଥିବା ପ୍ରକାଶ କରିଥିଲେ। ଯଦି ଡାକ୍ତରମାନେ ତାଙ୍କ ଡ୍ୟୁଟିରୁମ୍‌ରେ ନ ଥିବେ ତାହା ହେଲେ ସେମାନେ ୱାର୍ଡରେ ବୁଲି ରୋଗୀ ଦେଖୁଥିବା ସିଡିଏମ୍‌ଓ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଏ ଫ୍ରେଣ୍ଡ ରୁମରୁ ମିଳିଲା ମହିଳାଙ୍କ ମୃତଦେହ! ପରିବାର ପକ୍ଷରୁ ହତ୍ୟା ଅଭିଯୋଗ

କେନ୍ଦ୍ରାପଡ଼ା,୧୫।୧୨: କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଗରାପୁରସ୍ଥିତ ଏକ ଭଡ଼ା ଘରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହେବା ଘଟଣା ଏକ ନୂଆ ମୋଡ଼ ନେଇଛି।...

ନଳି ଖାଇଲେ ଅରୁଣ-ସଞ୍ଜୟ: କହିଲେ ଭୋକ ଉପାସରେ…

ଭୁବନେଶ୍ୱର,୧୫।୧୨: ଅତୀତ କଥା ମନେ ପକାଇଲେ ବରିଷ୍ଠ ବିଜେଡି ନେତା ଅରୁଣ ସାହୁ ଓ ସଞ୍ଜୟ ଦାସବର୍ମା। ଅତୀତରେ କେମିତି ଲୋକଙ୍କ ପାଇଁ ଲଢ଼ୁଥିଲେ ତାହା...

ଭଲିବଲ ପ୍ରତିଯୋଗିତା: ରିଷିଡ଼ା ଚାମ୍ପିୟନ

ରିଷିଡ଼ା, ୧୫ା୧୧(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡା ବାପୁଜୀ ମିନି ଷ୍ଟାଡିୟମରେ ରବିବାର ଦିନିକିଆ ରିଷିଡ଼ା କପ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।...

ଟି-୨୦ରେ ବଡ଼ କାରନାମା କଲେ ତିଲକ ବର୍ମା: କୋହଲିଙ୍କ ପଛରେ ପକାଇଲେ

ନୂଆଦିଲ୍ଲୀ,୧୫।୧୨: ଟିମ ଇଣ୍ଡିଆର ଯୁବ ବ୍ୟାଟ୍ସମ୍ୟାନ ତିଲକ ବର୍ମା ଟି-୨୦ କ୍ରିକେଟରେ ଏକ ବଡ଼ ସଫଳତା ହାସଲ କରିଛନ୍ତି। ସେ ତାଙ୍କ ଟି-୨୦ କ୍ୟାରିୟରରେ ୪୦୦୦...

ନଭେମ୍ବରରେ ଦ୍ୱିତୀୟ ମାସ ପାଇଁ ପାଇକାରୀ ମୁଦ୍ରାସ୍ଫୀତି ନକାରାତ୍ମକ

ନୂଆଦିଲ୍ଲୀ,୧୫।୧୨: ସରକାରୀ ତଥ୍ୟ ଅନୁଯାୟୀ, ନଭେମ୍ବର ୨୦୨୫ରେ ପାଇକାରୀ ମୂଲ୍ୟ ସୂଚକାଙ୍କ (WPI) ଭିତ୍ତିକ ମୁଦ୍ରାସ୍ଫୀତି ହାର କ୍ରମାଗତ ଦ୍ୱିତୀୟ ମାସ ପାଇଁ (-) ୦.୩୨...

ଏପରି ଗାଁ, ଯେଉଁଠି କାହା ଘରେ ନାହିଁ ରୋଷେଇ ଘର: ଖାଇବା ଶୈଳୀ ଜାଣିଲେ ଉଡ଼ିଯିବ ହୋଶ୍‌

ଶତାବ୍ଦୀ ଧରି ଭାରତୀୟ ଗ୍ରାମଗୁଡ଼ିକ ସେମାନଙ୍କର ସରଳତା ଏବଂ ପରମ୍ପରା ପାଇଁ ଜଣାଶୁଣା। ସମୟ ବଦଳିଛି ଏବଂ ସୁବିଧାସୁଯୋଗ ବୃଦ୍ଧି ପାଇଛି। କିନ୍ତୁ ଆଜି ମଧ୍ୟ...

ମହିଳାଙ୍କଠାରେ ଏହି ୭ ଲକ୍ଷଣ ଦେଖାଯାଉଥିଲେ ସାବଧାନ! ହୃଦଘାତ…

ନୂଆଦିଲ୍ଲୀ,୧୫।୧୨: ହୃଦଘାତର ସବୁଠାରୁ ସାଧାରଣ ଲକ୍ଷଣ ହେଉଛି ଛାତିରେ ଯନ୍ତ୍ରଣା। କିନ୍ତୁ ଅନେକ କ୍ଷେତ୍ରରେ, ହୃଦଘାତର ଲକ୍ଷଣ ସମ୍ପୂର୍ଣ୍ଣ ଭିନ୍ନ ହୋଇପାରେ, ବିଶେଷକରି ମହିଳାଙ୍କ କ୍ଷେତ୍ରରେ।...

ଗମ୍ଭୀରଙ୍କ ଅଦ୍ଭୁତ ଷ୍ଟ୍ରାଟେଜି: ଶେଷ ଓଭରରେ କଲେ ଏମିତି ମିଳିଲା ତୁରନ୍ତ ସଫଳତା

ଧର୍ମଶାଳା,୧୫।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚରେ ଭାରତୀୟ ଦଳର ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ଏକ ଅଦ୍ଭୁତ ରଣନୀତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri