ନୟାଗଡ଼ ଜିଲା: ୧୦୦ରେ ୩୧ ଝିଅ କରୁଛନ୍ତି ବାଲ୍ୟବିବାହ

ନୟାଗଡ଼ ଅଫିସ,୧।୮: ବିିଭିନ୍ନ ସମୟରେ ଜିଲାରେ ବାଲ୍ୟବିବାହ ହେଉଥିବା ଘଟଣା ନୟାଗଡ ଜିଲାକୁ ନିନ୍ଦିତ କରୁଛି। ତେଣୁ ଏହାର ନିରାକରଣ ଓ ଲୋକମାନଙ୍କୁ ସଚେତନ କରାଇବା ପାଇଁ ବୁଧବାର ଡିଆରଡିଏସ୍ଥିତ ସୃଜନ ସମ୍ମିଳନୀ କକ୍ଷରେ ବାଲ୍ୟବିବାହ ଉପରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଡା. ଏନ୍‌ ତିରୁମାଲା ନାୟକଙ୍କ ସଭାପତିତ୍ୱରେ ହୋଇଥିବା ଏହି ବୈଠକରେ ଜିଲାପାଳ କହିଥିଲେ ରାଜ୍ୟରେ ନୟାଗଡ଼ ଜିଲାରେ ଝିଅ ସଂଖ୍ୟା କମ୍‌ ଥିବା ବେଳେ ବାଲ୍ୟବିବାହ ଘଟଣା ଜିଲାକୁ ନିନ୍ଦିତ କରୁଛି। ଦେଶରେ ୧୦୦ରେ ୨୬ ଜଣ, ରାଜ୍ୟରେ ୧୦୦ରେ ୨୧ ଜଣ ଝିଅ ବାଲ୍ୟ ବିବାହ କରୁଛନ୍ତି। ହେଲେ ନୟାଗଡ଼ ଜିଲାରେ ୧୦୦ରେ ୩୧ ଜଣ ଝିଅ ବାଲ୍ୟବିବାହ କରୁଥିବା ଘଟଣା ଜିଲା ପାଇଁ ଅତ୍ୟନ୍ତ ଲଜ୍ଜାର ବିଷୟ। ପ୍ରଶାସନ ପକ୍ଷରୁ ବାଲ୍ୟବିବାହ ବନ୍ଦ କରାଯାଉଥିଲେ ମଧ୍ୟ ଏହାର କିଛିଦିନ ପରେ ପୁନର୍ବାର ବିବାହ ହେଉଛି। ତେଣୁ ପ୍ରଶାସନ କି ଜନପ୍ରତିନିଧି ଚାହିଁଲେ ବାଲ୍ୟବିବାହ ରୋକାଯାଇପାରିବ ନାହିଁ। ଲୋକମାନେ ଚାହିଁଲେ ଏହା ରୋକାଯାଇପାରିବ। ତେଣୁ ବାଲ୍ୟବିବାହ ରୋକିବା ପାଇଁ ଲୋକମାନେ ଚେଷ୍ଟା କରିବା ଦରକାର ବୋଲି ଜିଲାପାଳ ନାୟକ ପ୍ରକାଶ କରିଥିଲେ।
୨୦୧୬-୧୭ ବର୍ଷରେ ୨୧, ୧୭-୧୮ରେ ୧୭ , ୧୮-୧୯ରେ ୧୬ ଓ ବର୍ତ୍ତମାନ ସୁଦ୍ଧା ୩୧ଟି ବାଲ୍ୟବିବହାକୁ ବନ୍ଦ କରାଯାଇଥିବା ନେଇ ସୂଚନା ଦିଆଯାଇଥିଲା। ଅନ୍ୟପକ୍ଷେ ଜିଲାରେ ୧୦୦ରୁ ୧୬ ଜଣ ମହିଳା ୧୫ରୁ ୧୯ ବର୍ଷ ମଧ୍ୟରେ ଗର୍ଭଧାରଣ କରୁଥିବା ନେଇ ସୂଚନା ଦିଆଯାଇଥିଲା। ସରପଞ୍ଚମାନେ ଯଦି ଠିକ୍‌ ଭାବରେ ଦାୟିତ୍ୱ ତୁଲାଇବେ ତାହା ହେଲେ ମାସେ ଭିତରେ ବାଲ୍ୟବିବାହର ସମାଧାନ ହୋଇପାରିବ ବୋଲି ଜିଲାପାଳ ପ୍ରକାଶ କରିଥିଲେ। ପୂର୍ବରୁ ବାଲ୍ୟବିବାହ ପାଇଁ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନ ଥିବା ବେଳେ ଆଗାମୀ ଦିନରେ ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲାପାଳ ନାୟକ କହିଥିଲେ। ସମ୍ମାନିତ ଅତିଥିଭାବେ ଏସ୍‌ପି ଶଶିଭୂଷଣ ଶତପଥୀ ଯୋଗଦେଇ ଝିଅକୁ ପୁଅ ଭାବିବା ଦରକାର, ତାହା ହେଲେ କୌଣସି ପରିବାରର ଲୋକମାନେ କମ୍‌ ବୟସରେ ଝିଅକୁ ବିବାହ କରାଇବେ ନାହିଁ ବୋଲି କହିଥିଲେ। ମାନସିକତାରେ ପରିବର୍ତ୍ତନ ଆଣିଲେ ବାଲ୍ୟବିବାହକୁ ବନ୍ଦ କରାଯାଇପାରିବ ବୋଲି ଏସ୍‌ପି ପ୍ରକାଶ କରିଥିଲେ। ଜିଲା ପରିଷଦ ଅଧ୍ୟକ୍ଷା ବୈଜୟନ୍ତୀମାଳା ମହାନ୍ତି ନିଜ ବକ୍ତବ୍ୟରେ ବାଲ୍ୟବିବହାକୁ ରୋକିବା ପାଇଁ ସମସ୍ତେ ଆଗେଇ ଆସିବା ଦରକାର ବୋଲି ପ୍ରକାଶ କରିଥିଲେ। ରିସୋର୍ସ ପର୍ସନ ଚିତ୍ତରଞ୍ଜନ ମହାନ୍ତି ବାଲ୍ୟବିବାହ ଆଇନ ଉପରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲା ପରିଷଦ ଅଧ୍ୟକ୍ଷା ଏପିଡି ସନ୍ତୋଷୀ ସାହୁ, ଉପଜିଲାପାଳ ଜିତେନ୍ଦ୍ର କୁମାର ସାହୁ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଡ. ପ୍ରମୋଦ କୁମାର ନାୟକ, ଚିତ୍ତରଞ୍ଜନ ମହାନ୍ତି ଓ ଡ. ବଳିୟାର ସିଂ ସମ୍ମାନିତ ଅତିଥିଭାବେ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ବାଲ୍ୟବିବାହ ନ କରି ପାଠ ପଢ଼ିଥିବା ୨ ଜଣ ଝିଅଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିଭଳି ବାଲ୍ୟବିବାହ କରୁଥିବା ଝିଅମାନଙ୍କୁ ମାଗଣା ଶିକ୍ଷା ଦେଉଥିବା ଏକ ଶିକ୍ଷାନୁଷ୍ଠାନକୁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ବାଲ୍ୟବିବାହକୁ ନା ସଚେତନତା ରଥକୁ ଜିଲାପାଳ ଉଦ୍‌ଘାଟନ କରିଥିଲେ। ଏହି ରଥ ଅଗଷ୍ଟ ୨୩ ତାରିଖ ପର୍ଯ୍ୟନ୍ତ ଜିଲାର ୧୯୪ଟି ପଞ୍ଚାୟତର ବିଭିନ୍ନ ଗ୍ରାମ ବୁଲି ବାଲ୍ୟ ବିବାହ କରିବା ଦ୍ୱାରା କ’ଣ ଅପକାର ହେଉଛି ସେ ନେଇ ଲୋକମାନଙ୍କୁ ବୁଝାଇବ। ସେହିଭଳି ବାଲ୍ୟବିବାହ କଲେ ଜରିମାନା ସହ ଜେଲ୍‌ ଦଣ୍ଡ ବିଷୟରେ ମଧ୍ୟ ଲୋକଙ୍କୁ ସଚେତନ କରାଇବ। ଜିଲା ଶିଶୁ ସୁରକ୍ଷା ଅଧିକାରୀ ବିରଞ୍ଚତ୍ ନାରାୟଣ ନନ୍ଦ ଶିବିରକୁ ପରିଚାଳନା କରିଥିବା ବେଳେ ସତ୍ୟରଞ୍ଜନ ଦାଶ ଧନ୍ୟବାଦ ଦେଇଥିଲେ। ଏହି ଶିବିରରେ ଜିଲାସ୍ତରୀୟ ଅଧିକାରୀ, ସିଡିପିଓ, ତହସିଲଦାର, ପିଆରଆଇ ମେମ୍ବର, ବିଭିନ୍ନ ମନ୍ଦିରର ପୂଜାରୀ, ଏନଜିଓ ସଦସ୍ୟମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ ପଛ ପଟକୁ ଧକ୍କା ଦେଲା ବସ,ହେଲ୍ପର୍‌ ମୃତ

ଯାଜପୁର, ୩୦।୯(ଶିବ ପ୍ରାସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ଜାରକା ଛକ ନିକଟ ଟ୍ରକ ପଛ ପଟେ...

ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ପ୍ରଫୁଲ୍ଲ ଘଡ଼ାଇ କହିଲେ…

ଭୁବନେଶ୍ୱର,୩୦।୯: ଯାଜପୁରରେ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ଉପରେ ବିଜେଡି ବରିଷ୍ଠ ନେତା ପ୍ରଫୁଲ୍ଲ ଘଡ଼ାଇଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିୀଛନ୍ତି, ନବୀନ ବାବୁଙ୍କ ସମୟରେ ଯାଜପୁରର ଅନେକ...

ଭରତପୁର ମାମଲା: ଆରମ୍ଭ ହେଲା ବିଚାର ବିଭାଗୀୟ ତଦନ୍ତ

ଭୁବନେଶ୍ୱର,୩୦।୯: ଭରତପୁର ମାମଲାର ବିଚାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି। ଭୁବନେଶ୍ବର ସର୍କିଟ ହାଉସରେ ପ୍ରଥମ ବୈଠକ ବସିଛି। ଜଷ୍ଟିସ ଚିତ୍ତରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ଏହି...

ବିମାନ ବନ୍ଦରରୁ ଝାଡଖଣ୍ଡ ଅଭିମୁଖେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩୦।୯: ୨ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ବାହାରିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ରବିବାର ଭୁବନେଶ୍ବର ବିମାନ ବନ୍ଦରରୁ ସ୍ବତନ୍ତ୍ର ବିମାନରେ ସେ ବାହାରିଛନ୍ତି। ଆଜି ପଶ୍ଚିମ...

ରାସନ କାର୍ଡକୁ ନେଇ ବଡ଼ ଖବର, ଏମାନଙ୍କୁ ମିଳିବନି ଚାଉଳ-ଗହମ…

ଭୁବନେଶ୍ୱର,୩୦।୯: ରାସନ କାର୍ଡକୁ ନେଇ ବଡ଼ ଖବର। ଏହି ଜିନିଷ ନ କରିଥିଲେ ଆପଣଙ୍କ ଲିଷ୍ଟରୁ ନାଁ କଟିଯିବ। ଏପରିକି ଅପାଣଙ୍କୁ ଆଉ ଚାଉଳ-ଗହମ ମଧ୍ୟ...

ମୃତଦେହ ରଖି ରାସ୍ତାରୋକୋ

ବରଗଡ଼୍‌,୩୦।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ବ୍ଲକ ଅନ୍ତର୍ଗତ ଗାଇସୀମା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ରବିବାର ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି। ମୃତ ଚାଷୀ ହେଲେ ଉକ୍ତ...

ଆଜି ଝାଡଖଣ୍ଡ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର,୩୦।୯: ଆଜି ଦୁଇ ଦିନିଆ ଝାଡଖଣ୍ଡ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପ୍ରଥମେ ମୁଖ୍ୟମନ୍ତ୍ରୀ ପଶ୍ଚିମ ସିଂହଭୂମର ଜଗନ୍ନାଥପୁର ଏବଂ ଆସନ୍ତାକାଲି ଚାଇଁବାସାର କୋଲହାନ...

ଶୁଖୁଆରେ ମିଶାଯାଉଛି ଫର୍ମାଲିନ୍‌

ଅସ୍ତରଙ୍ଗ,୩୦।୯(ପ୍ରଦୀପ୍ତ କୁମାର ଦୀକ୍ଷିତ): ଅସ୍ତରଙ୍ଗ ଅଞ୍ଚଳର ବିଭିନ୍ନ ହାଟବଜାରରେ ବିକ୍ରି ହେଉଥିବା ଶୁଖୁଆର ମାନକୁ ନେଇ ପ୍ରଶ୍ନ ଉଠିଲାଣି। ଏଠାକାର ଶୁଖୁଆ ପ୍ରସ୍ତୁତିରେ କ୍ଷତିକାରକ ଫର୍ମାଲିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri