‘ପକ୍କାଘର ଯୋଗ୍ୟତା କାର୍ଡ’ ବଣ୍ଟନର ଶୁଭାରମ୍ଭ ଆଜି

ଭୁବନେଶ୍ୱର,୫ା୩(ବ୍ୟୁରୋ): ପକ୍କାଘର ପାଇବାକୁ ଥିବା ଯୋଗ୍ୟ ହିତାଧିକାରୀମାନଙ୍କୁ ରାଜ୍ୟ ସରକାର ‘ଯୋଗ୍ୟତା କାର୍ଡ’ ପ୍ରଦାନ କରିବେ। ଗୁରୁବାର ପଞ୍ଚାୟତିରାଜ ଦିବସରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଡ ବଣ୍ଟନ ଯୋଜନାର ଶୁଭାରମ୍ଭ କରିବେ। ଏହା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନା ବୁଧବାର ସୂଚନା ଦେଇଛନ୍ତି।
ଯୋଗ୍ୟତା କାର୍ଡ ସଂକ୍ରାନ୍ତରେ ସୂଚନା ଦେଇ ମନ୍ତ୍ରୀ କହିଥିଲେ ଯେ, ମାର୍ଚ୍ଚ ୫ରୁ କାର୍ଡ ବଣ୍ଟନ ପ୍ରକ୍ରିୟା ଆରମ୍ଭ ହେବ। ବିଡିଓମାନେ ଏଥିପାଇଁ ବ୍ଲକ, ପଞ୍ଚାୟତ ଓ କ୍ଲଷ୍ଟର ସ୍ତରରେ କ୍ୟାମ୍ପମାନ ଆୟୋଜନ କରିବେ। କାର୍ଡ ବଣ୍ଟନ ଲାଗି ହୋଇଥିବା ନିଷ୍ପତ୍ତିି ଅନୁଯାୟୀ ୫୦ଟି ବିଧାନସଭା କ୍ଷେତ୍ରରେ ବ୍ଲକ ସ୍ତରରେ ଆୟୋଜିତ କ୍ୟାମ୍ପରେ ମନ୍ତ୍ରୀମାନେ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଡ ପ୍ରଦାନ କରିବେ। ସେହିଭଳି ଅନ୍ୟ ବ୍ଲକଗୁଡିକରେ ବିଧାୟକମାନେ ମୁଖ୍ୟଅତିଥି ହୋଇ କାର୍ଡ ବଣ୍ଟନ କରିବା ପାଇଁ କୁହାଯାଇଛି। ପ୍ରତି କ୍ୟାମ୍ପ ଆୟୋଜନ ଲାଗି ରାଜ୍ୟ ସରକାର ୨୦,୦୦୦ ଟଙ୍କାର ବ୍ୟବସ୍ଥା କରିଛନ୍ତି। ଘର ପାଇବାକୁ ଥିବା ପ୍ରାୟ ୨୦ଲକ୍ଷ ହିତାଧିକାରୀଙ୍କୁ ପକ୍କାଘର ଯୋଗାଣ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିବା ପ୍ରତାପ କହିଛନ୍ତି। ଯୋଗ୍ୟ ହିତାଧିକାରୀମାନଙ୍କୁ ଚିହ୍ନଟ କରି ଯୋଗ୍ୟତା କାର୍ଡ ପ୍ରଦାନ ଲାଗି ସ୍ଥିର ହୋଇଛି। ବିଡିଓମାନେ ରାଜ୍ୟ ସରକାରୀ ୱେବସାଇଟ୍‌ରୁ କାର୍ଡଗୁଡିକ ଡାଉନଲୋଡ କରିବା ସହିତ ଏଥିରେ ହୋଲୋଗ୍ରାମ ଲଗାଇ ହିତାଧିକାରୀମାନଙ୍କୁ ଦେବାର ବ୍ୟବସ୍ଥା କରିବେ। ଏହି କାର୍ଡ ବିଭାଗ ପକ୍ଷରୁ ଡିଆର୍‌ଡିଏ ମାଧ୍ୟମରେ ବିଡିଓମାନଙ୍କୁ ପ୍ରଦାନ କରାଯାଇଛି। ହିତାଧିକାରୀମାନେ ଯେଭଳି ସୁରୁଖୁରୁରେ କାର୍ଡ ପାଇବେ ସେଥିପାଇଁ ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com
Featured Video Play Icon

ଏତେ ଫୁଟିଲା ଯେ, ଖାଲି ଧୂଆଁ ଧୂଆଁ

ସରିଲା ଦୀପାବଳି । ଧୂଆଁମୟ ଭୁବନେଶ୍ବର । ଦିପାବଳୀ ପରେ କୁହୁଡିର ଭ୍ରମ ସୃଷ୍ଟି କଲା ଧୂଆଁ । ପାଞ୍ଜିର ଦ୍ବନ୍ଦ୍ବ ଭିତରେ ୨ ଦିନ...

ଯୁବକଙ୍କୁ ଅର୍ଦ୍ଧଲଗ୍ନ କରି ଗଛରେ ବାନ୍ଧି ଛେଚିଦେଇ ଗଲେ…

ଭୁବନେଶ୍ୱର,୨।୧୧: ନୟାଗଡ଼ ଜିଲା ଫତେଗଡ଼ ଥାନା ଅଧୀନ ବଡ଼ସହରା ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ସୀମା ଟପିଛି ବର୍ବରତା। ଜଣେ ଯୁବକଙ୍କୁ ଅର୍ଦ୍ଧଉଲଗ୍ନ...

ମାଣ୍ଡିପଙ୍କାକୁ ଛୁଟୁଛି ନେତା, ଅଫିସରଙ୍କ ସୁଅ: ମୁଣ୍ଡ ପିଛା ୧୫ କିଲେ ପିଡ଼ିଏସ୍‌ ଚାଉଳ ଦେବାକୁ…

ଦାରିଙ୍ଗବାଡି,୨।୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କାରେ ଆମ୍ବ ଟାଙ୍କୁଆ ଖାଇ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ...

ନବୀନଙ୍କ ସୁରକ୍ଷା ହ୍ରାସ ପ୍ରସଙ୍ଗରେ ଏଭଳି କହିଲେ ଡିଜିପି

ଭୁବନେଶ୍ୱର,୦୨।୧୧: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସମେତ ଅନ୍ୟ କେତେକଙ୍କ ସୁରକ୍ଷା ବ୍ୟବସ୍ଥା ହ୍ରାସ କରାଯାଇଛି। ଏନେଇ ପୋଲିସ ଡିଜି...

କମିଲା ନବୀନଙ୍କ ସୁରକ୍ଷା ବ୍ୟବସ୍ଥା, ଜଗିବେ ମାତ୍ର ଦୁଇ କନଷ୍ଟେବଳ

ଭୁବନେଶ୍ୱର,୨।୧୧: ମୋହନ ସରକାର କ୍ଷମତାକୁ ଫେରିବା ପରେ ଦ୍ୱିତୀୟ ଥର ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସୁରକ୍ଷା ବ୍ୟବସ୍ଥା ହ୍ରାସ କରିଛନ୍ତି। ମୁଖ୍ୟମନ୍ତ୍ରୀ ପଦ...

ତୃତୀୟ ଥର ମା’ ହେଲା ବାଘୁଣୀ ‘ରୁପା’

ଭୁବନେଶ୍ୱର,୨ା୧୧: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖୁସିର ଲହରି ଖେଳିଯାଇଛି। ବାଘୁଣୀ ‘ରୁପା’ ତୃତୀୟ ଥର ପାଇଁ ମା’ ହୋଇଛି। କ୍ରିଷ୍ଣା ଏବଂ ରୁପା ମିଳନରେ ଏକ...

ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ବ୍ଲକ ଉପାଧ୍ୟକ୍ଷଙ୍କ ସମେତ ୭ ଜଣଙ୍କ ଇସ୍ତଫା

ମାଲକାନଗିରି,୨ା୧୧(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଉପାଧ୍ୟକ୍ଷଙ୍କ ସହ ଆଉ ୬ ଜଣ ବିଜେଡିର ପ୍ରାଥମିକ ସଦସ୍ୟ ପଦବୀରୁ ଇସ୍ତଫା ଦେଇଛନ୍ତି। ଶନିବାର ଏନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri