ପଙ୍କପାଳ ବାଲି ଖାଦାନରୁ ରାଜସ୍ବ ଲୁଟ୍‌: କାମ ଦେଉନି ଏନ୍‌ଜିଟି ନିର୍ଦ୍ଦେଶ

ଯାଜପୁର ଅଫିସ,୨୭ା୨: ଯାଜପୁର ଜିଲା ଦାନଗଦୀ ତହସିଲ ଅନ୍ତର୍ଗତ ପଙ୍କପାଳ ମୌଜାର ଖାତା ନମ୍ବର ୨୨୪, ପ୍ଲଟ ନମ୍ବର ୧୦୭୫ ଓ ୧୦୮୯ ବ୍ରାହ୍ମଣୀ ନଦୀ ବାଲି, ପଙ୍କପାଳ ସୈରାତ ଉତ୍ସରୁ ପ୍ରତିଦିନ ବେଆଇନ ବାଲି ଉତ୍ତୋଳନ ହେଉଛି। ବାଲି ଉତ୍ତୋଳନରେ ମେଶିନ ବ୍ୟବହାର ନ କରିବାକୁ ଜାତୀୟ ସବୁଜ ପ୍ରାଧୀକରଣ (ଏନ୍‌ଜିଟି) ନିର୍ଦ୍ଦେଶ ଦେଇଥିଲେ ହେଁ ଲିଜ୍‌ଧାରୀ ତହସିଲ ଓ ପୋଲିସ ପ୍ରଶାସନ, ସ୍ଥାନୀୟ ରାଜନେତା, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି)ର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀଙ୍କୁ ହାତ କରି ମେଶିନ ସହାୟତାରେ ନିର୍ଦ୍ଧାରିତ ପରିମାଣଠାରୁ ବହୁ ଗୁଣରେ ବାଲି ଉତ୍ତୋଳନ କରୁଛନ୍ତି। ଏସଂକ୍ରାନ୍ତରେ ଗତ ମାସରେ ବାଲି ଖାଦାନ ଓ ପରିବହନରେ ପ୍ରଭାବିତ ପଙ୍କପାଳ ଗ୍ରାମବାସୀ ଦାନଗଦୀ ତହସିଲଦାରଙ୍କ ସମେତ ଉପଜିଲାପାଳ, ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳି ନାହିଁ। ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ପୁଞ୍ଜିଭୂତ ଅସନ୍ତୋଷ ଆନ୍ଦୋଳନର ରୂପ ନେଉଥିବା ସୂଚନା ମିଳିଛି। ରାଜ୍ୟ ସରକାରଙ୍କ ମୋ ସରକାର ଓ ୫-ଟି ଆଇନ ଏଠାରେ କାର୍ଯ୍ୟକାରୀ ହେଉଥିବା ଭଳି ମନେ ହେଉନାହିଁ।
ଓଡ଼ିଶା ସରକାରଙ୍କ ରାଜସ୍ବ ବିଭାଗ ଅଧିନସ୍ଥ ଦାନଗଦୀ ତହସିଲ ଅନ୍ତର୍ଗତ ପଙ୍କପାଳ ମୌଜାର ବ୍ରାହ୍ମଣୀ ନଦୀ ବାଲି ଉତ୍ତୋଳନ ପାଇଁ ୨୦୧୫-୧୬ ବର୍ଷ ଆର୍ଥିକ ବର୍ଷଠାରୁ ୫ବର୍ଷ ନିମନ୍ତେ ନିଲାମ ନୋଟିସ ଦିଆଯାଇଥିଲା। ନିଲାମରେ ଯଖପୁରା ଗ୍ରାମର ହେମନ୍ତ କୁମାର ସାହୁ ଲିଜ୍‌ ପାଇଥିଲେ। ନୀତି ନିୟମକୁ ନ ମାନି ବେଆଇନ ଭାବେ ମେଶିନ ସହାୟତାରେ ବାଲି ଉତ୍ତୋଳନ କରାଯାଇଥିଲା। ଏନେଇ ଗ୍ରାମବାସୀ ଏନ୍‌ଜିଟିରେ ୪୮/୨୦୧୬ ନମ୍ବରରେ ଏକ ମାମଲା ରୁଜୁ କରିଥିଲେ। ହେଭି ଭେଇକିଲ ଓ ମେଶିନ ସହାୟତାରେ ବାଲି ଉତ୍ତୋଳନ ନ କରି ଶ୍ରମିକଙ୍କ ଦ୍ୱାରା ବାଲି ଉତ୍ତୋଳନ କରିବାକୁ ଏନ୍‌ଜିଟି ପକ୍ଷରୁ ନିର୍ଦ୍ଦେଶ ହୋଇଥିଲା। ଆଇନ ଊଲ୍ଲଂଘନ କରୁଥିବା ଲିଜ୍‌ଧାରୀଙ୍କ ବିରୋଧରେ ଆବଶ୍ୟକ ପଦକ୍ଷେପ ନେବାକୁ ମଧ୍ୟ ପରାମର୍ଶ ଦିଆଯାଇଥିଲା। ତଥାପି (ଏମ୍‌ଏମ୍‌ଡିଆର) ମାଇନ୍ସ ଆଣ୍ଡ ମିନେରାଲ୍ସ (ଡେଭଲପମେଣ୍ଟ ଆଣ୍ଡ ରେଗୁଲେଶନ) ଆକ୍ଟ-୧୯୫୭ ଅନୁସାରେ ଊଲ୍ଲଂଘନକାରୀ ଲିଜଧାରୀଙ୍କୁ ଦଣ୍ଡିତ କରାଯାଇ ପାରିନାହିଁ। ଆଇନ ଅନୁଯାୟୀ ବେଆଇନ ବାଲି ଖାଦାନରେ ବ୍ୟବହୃତ ହେଉଥିବା ବିଭିନ୍ନ ଯନ୍ତ୍ରପାତି, ଯାନବାହାନ ଆଦିକୁ ରାଜସ୍ବ ଓ ପୋଲିସ ପ୍ରଶାସନ ଜବତ କରି ସମ୍ପୃକ୍ତ ଲୋକଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରାଯିବାର ନିୟମ ରହିଥିବାବେଳେ ଏଠାରେ ତାହା କାର୍ଯ୍ୟକାରୀ ହେଉନାହିଁ। ଏଥିଯୋଗୁ ବାଲି ଖାଦାନ ନିକଟରେ ଥିବା ବ୍ରାହ୍ମଣୀ ବ୍ରିଜ, ନଦୀପଠା ଓ ନଦୀବନ୍ଧ ବିପଦସଙ୍କୁଳ ହେବାର ଆଶଙ୍କା କରାଯାଇଛି। ଏହି ମର୍ମରେ ପଙ୍କପାଳ ଗ୍ରାମବାସୀ ଗତ ଜାନୁୟାରୀ ମାସରେ ଜିଲାପାଳ ଓ ତହସିଲଦାରଙ୍କୁ ଏକ ୭ଦଫା ସ୍ମାରକପତ୍ର ପ୍ରଦାନ କରିଥିଲେ। ସ୍ମାରକପତ୍ରରେ ଦର୍ଶାଇଥିଲେ ଯେ, ପୂର୍ବରୁ ଦିଆଯାଇଥିବା ଅଭିଯୋଗ ଉପରେ କୌଣସି ପଦକ୍ଷେପ ଗ୍ରହଣ ନ ହେବା, ବାଲି ପରିବହନରେ ରାସ୍ତା ଅବସ୍ଥା ଶୋଚନୀୟ ଯୋଗୁ ଗମନାଗମନ ଅନୁପଯୋଗୀ ହେବା, ନିର୍ଦ୍ଧାରିତ ଗଭିରତା ଏବଂ ପରିସୀମା ଠାରୁ ବହୁ ଗୁଣରେ ଅଧିକ ମେଶିନ ଦ୍ୱାରା ବାଲି ଉତ୍ତୋଳନ, ବାଲି ପରିବହନରେ ବ୍ୟବହାର ହେଉଥିବା ପ୍ରତ୍ୟେକ ଗାଡିକୁ ତାରିଖ ଏବଂ ସମୟ ନିର୍ଦ୍ଧାରିତ ସ୍ଥାନ ପୂରଣ ନ କରି ପେପର ଦିଆଯିବା ଆଦି ଅନିୟମିତା ହେଉଛି। ଏଥିଯୋଗୁ ସରକାର କୋଟିକୋଟି ଟଙ୍କା ରାଜସ୍ବ ହରାଉଥିବାବେଳେ ବିଭାଗୀୟ ଅଧିକାରୀ ଓ ରାଜନେତା ମାଲାମାଲ ହେଉଛନ୍ତି। ଅଭିଯୋଗର ୧ମାସ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ ଜିଲା ପ୍ରଶାସନ ପକ୍ଷରୁ କୌଣସି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯାଉ ନାହିଁ ବୋଲି ପଙ୍କପାଳ ଗ୍ରାମବାସୀ ଉଦେ୍‌ବଗର ସହ ପ୍ରକାଶ କରିଛନ୍ତି। ଏସଂକ୍ରାନ୍ତରେ ଯାଜପୁର ଉପଜିଲାପାଳ ନାରାୟଣଚନ୍ଦ୍ର ଧଳଙ୍କୁ ପଚାରିବାରେ ସେ କହିଛନ୍ତି ଦାନଗଦୀ ତହସିଲଦାରଙ୍କୁ ତଦନ୍ତ କରି ସବିଶେଷ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଛି। ତଦନ୍ତ ରିପୋର୍ଟ ମିଳିବା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଧଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ନୀତିଗ୍ରସ୍ତଙ୍କ ବିରୁଦ୍ଧରେ ମୋହନ ସରକାରଙ୍କ ପ୍ରଥମ କାର୍ଯ୍ୟାନୁଷ୍ଠାନ, ବିଦା ହେଲେ ବରିଷ୍ଠ ଅଧିକାରୀ

ଭୁବନେଶ୍ୱର,୧୯ା୯: ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ମୋହନ ସରକାର। ଭାଜପା ସରକାରରେ କୌଣସି କର୍ମଚାରୀଙ୍କୁ ଦୁର୍ନୀତି ଅଭିଯୋଗରେ ବିଦା କରିବା ପ୍ରଥମ ଘଟଣା।...

ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲା: ଉତ୍ତର ରଖିବାକୁ ସରକାରଙ୍କୁ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ) ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜି (ଭିସୁଟ୍‌) ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ ମୃତ୍ୟୁ ମାମଲା ଏବେ...

ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ମାମଲା: ୨ ଲକ୍ଷ କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ): ପୋଲିସ ହେପାଜତରେ ଥିବା ବେଳେ ଟ୍ରେନ୍‌ରୁ ଗଳି ଅଭିଯୁକ୍ତଙ୍କ ମୃତ୍ୟୁ ମାମଲାରେ ହାଇକୋର୍ଟ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟ...

Featured Video Play Icon

ମୋତେ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ ଆଇଆଇସି!

ଭରତପୁର ଥାନାରେ ସେନାଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଘଟଣା । ପିଡ଼ୀତା ଆଣିଲେ ଆଇଆଇସି ଦୁଷ୍କର୍ମ କରିବା ଅଭିଯୋଗ ।

ସାକ୍ଷୀଙ୍କୁ ଜେଲ୍‌ରୁ ମିଳିଥିଲା ଧମକ: ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲଦଣ୍ଡ

ବ୍ରହ୍ମପୁର,୧୯ା୯(ସୁବାସ ଚନ୍ଦ୍ର ପାଢ଼ୀ): ଗୋଶାଣିନୁଆଗାଁ ଥାନା ଅଧୀନ ହିଲପାଟଣା ବହୁ ଚର୍ଚ୍ଚିତ ହେରିଟେଜ କ୍ଷୀର କମ୍ପାନୀ ବ୍ୟବସାୟୀ ଲମ୍ବୋଦର ମୁନି ହତ୍ୟା ମାମଲାରେ ମୁଖ୍ୟ ସାକ୍ଷୀଙ୍କୁ...

ରାତିରେ ମିଳିଲାନି ଚିକିତ୍ସା: ମା’ କୋଳରେ ଚାଲିଗଲା ଶିଶୁର ଜୀବନ 

ଉଦଳା,୧୯ା୯(ସନ୍ତୋଷ କୁମାର ବାଛିନୀ): ରାତି ଅଧରେ ମିଳିଲାନି ଚିକିତ୍ସା ସୁବିଧା। ଗୁରୁତର ଥିବା ୫ ମାସର ଶିଶୁକୁ ମେଡିକାଲରେ ଡାକ୍ତର ଦେଖିବା ପରେ ଓ୍ବାର୍ଡକୁ ପଠାଇ...

ବିଜେଡିକୁ ଝଟକା: ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷାଙ୍କ ପଦ ରଦ୍ଦ କଲେ କୋର୍ଟ

ଭୁବନେଶ୍ୱର,୧୯।୯: ପୁରୀ ଜିଲାର ଏକ କୋର୍ଟ ଡେଲାଙ୍ଗ ପଞ୍ଚାୟତ ସମିତି (ବ୍ଲକ) ଅଧ୍ୟକ୍ଷା ବାସନ୍ତୀ ସାହୁଙ୍କୁ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନର ଦୁଇ ଶିଶୁଙ୍କ ନିୟମ...

ବୈଠକ ଅଧାରୁ ଉଠି ଆସିଲେ ବିଜେଡି ଜିଲାପରିଷଦ ସଭ୍ୟ

ଛତ୍ରପୁର,୧୯ା୯(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ପ୍ରାୟ ବର୍ଷେ ହେଲା ଜିଲା ପରିଷଦ ବୈଠକ ହୋଇ ନ ଥିବା, ୭ ଦିନ ପୂର୍ବରୁ ନୋଟିସ ନ ଦେଇ ବୈଠକକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri