ଭଞ୍ଜନଗର,୨୩।୨(ଡି.ଏନ.ଏ.)-ଏବେବି ଅନେକ ଯୋଗ୍ୟ ହିତାଧିକାରୀଙ୍କ ନାମ ରାଶନକାର୍ଡ଼ ତାଲିକାରେ ନାହିଁ। ନିକଟରେ ନାମ ସଂଯୋଗ ନେଇ ମଧ୍ୟ ସରକାରଙ୍କର କୌଣସି ବ୍ୟବସ୍ଥା ନାହିଁ। ତେଣୁ ରାଶନକାର୍ଡ଼ରୁ ବଞ୍ଚତ୍ତ ଅନେକ ଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଛି। ଏଭଳି ପରିସ୍ଥିତିରେ ଜଗନ୍ନାଥପ୍ରସାଦ ବ୍ଲକ ପ୍ରତାପୁର ପଞ୍ଚାୟତ କାର୍ଯ୍ୟାଳୟରେ ଶନିବାର ତାଲିକାରୁ ବାଦ୍ ପଡ଼ିଥିବା ଜଣେ ବ୍ୟକ୍ତି ତାଲା ପକାଇ ଦେଇଥିଲେ। ଫଳରେ ୨ ଘଣ୍ଟା ପର୍ଯ୍ୟନ୍ତ ରାଶନସାମଗ୍ରୀ ବଣ୍ଟନ ବନ୍ଦ ହୋଇଯାଇଥିଲା। ଏହାପରେ ଯୋଗାଣ ସହାୟକ ସୁଶାନ୍ତ କୁମାର ଗୌଡ଼ଙ୍କ ସୂଚନା ପ୍ରକାରେ ତାରସିଂ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଅଭିଯୁକ୍ତ ମୁକୁନ୍ଦ ନାୟକଙ୍କୁ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଅଭିଯୋଗରେ ଗିରଫ କରିଥିଲା। ଏନେଇ ନଂ.୩୪।୨୦ରେ ଏକ ମାମଲା ରୁଜୁହୋଇଛି। ଅଭିଯୁକ୍ତଙ୍କୁ ସନ୍ଧ୍ୟାରେ ଭଞ୍ଜନଗର କୋର୍ଟ ଚାଲାଣ କରାଯାଇଥିବା ଥାନା ସୂତ୍ରରୁ ପ୍ରକାଶ।