ପଥର ଶିଳ୍ପକଳାର ନିଖୁଣ କାରିଗର ଭରତ

ବାହାନଗା,୧୨।୩(ଡି.ଏନ.ଏ.)-କୌଳିକ ବୃତ୍ତିକୁ ଆଦରି କାଠକାମ କରୁ କରୁ ସେ ପାଲଟିଗଲେ ଜଣେ ପଥର ଶିଳ୍ପୀ। ପାରମ୍ପରିକ କଳା ସହିତ ନିଜ ସୃଜନଶୀଳତାକୁ ମିଶାଇ ସେ ଆଜି ନଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି। ବାଲେଶ୍ୱର ଜିଲା ପୋଲିସ୍‌ ଲାଇନ୍‌ ଠାରେ ୧୦ ଫୁଟ ଉଚ୍ଚର ବିଜୁ ପଟ୍ଟନାୟକଙ୍କ ପୂର୍ଣ୍ଣାବାୟବ ମୂର୍ତ୍ତି ନିର୍ମାଣ କରି ସେ ଚର୍ଚ୍ଚାକୁ ଆସିଥିଲେ। କେବଳ ସେତିକି ନୁହେଁ ତାଙ୍କ ନିହାଣମୂନରେ ତିଆରି ପଥର ଶିଳ୍ପକଳା ରାଜ୍ୟ ବାହାରେ ବମ୍ବେ ଆଦି ସ୍ଥାନରେ ଆଦୃତି ଲାଭ କରିଛି। ଏହି ଶିଳ୍ପକଳାକୁ ଜୀବନ୍ତ ରୂପ ଦେଇ ସେ ବହୁ ପୁରସ୍କାର ଓ ସମ୍ମାନ ସାଉଣ୍ଟିବା ସହ ଯୁବପିଢିକୁ ପ୍ରଶିକ୍ଷିତ କରି କଳାକୁ ବଞ୍ଚାଇ ରଖିବା ସକାଶେ ଉଦ୍ୟମ ଜାରି ରଖିଛନ୍ତି।
ଏହି ନିଖୁଣ ପ୍ରତିଭା ସମ୍ପନ୍ନ କଥର ଶିଳ୍ପୀ ହେଲେ ବାଲେଶ୍ୱର ଜିଲା ବାହାନଗା ବ୍ଳକ ର ଗଞ୍ଜିଣା ଗ୍ରାମର ଭରତ ମହାରଣା । ପିଲାଦିନେ ସଂଘର୍ଷମୟ ଜୀବନ ତାଙ୍କୁ ନୂଆ କିଛି କରିବା ଲାଗି ପ୍ରେରଣା ଦେଇଥିଲା। ତାଙ୍କର ନିଜର ବୋଲି କିଛି ଜମିବାଡି ନଥିଲା । ତାଙ୍କ ବାପା ଡୁମା ମହାରଣା ଭିକ୍ଷାବୃତ୍ତିକୁ ଆଦରି ନେଇଥିଲେ। ମା’ ଗୋରା ଦେବୀ ଲୋକଙ୍କ ଘରେ କାମ କରି ପିଲାମାନଙ୍କୁ ପୋଷୁୁଥିଲେ। ପାରିବାରିକ ଅଭାବରୁ ଭରତଙ୍କର ତୃତୀୟ ଶ୍ରେଣୀରୁ ପାଠ ପଢାରେ ଡୋରି ବନ୍ଧା ହେଲା। ସେ ୭ ବର୍ଷର ହୋଇଥିବା ବେଳେ ବାପାଙ୍କ ମୃତ୍ୟୁ ଘଟିଲା। ୩ ବର୍ଷ ପରେ କିଛି ରୋଜଗାର ଆଶାରେ ସେ କଲିକତା ପଳାଇଯାଇଥିଲେ। ସେଠାରେ କାମ କରି୨୧ ବର୍ଷର ହେବାପରେ ଘରକୁ ଫେରିି କୌଳିକ ବୃତ୍ତି କାଠକାମ ଆରମ୍ଭ କରିଥିଲେ। ଅନନ୍ତପୁର ସ୍ଥିତ ଗୋଡବଳଭଦ୍ର ଜୀୟୁ ମନ୍ଦିରର କବାଟରେ ତିଆରି ହୋଇଥିବା ବିଭିନ୍ନ ମୂର୍ତ୍ତି ଓ କାରୁକାର୍ଯ୍ୟ ବାବଦରେ ଲୋକାଙ୍କ ଠାରୁ ଶୁଣି ସେ ବିନା ପ୍ରଶିକ୍ଷଣରେ କାଠରେ ଏଭଳି କାରୁକାର୍ଯ୍ୟ ଆରମ୍ଭ କରିଥିଲେ। ପରେ ବଡବଡ କାରିଗରଙ୍କୁ ସେ ପଛରେ ପକାଇ ସୁନାମ ଅର୍ଜ୍ଜନ କରିଥିଲେ।
ମନରେ ନୂଆ ସାହସ ସଞ୍ଚୟ କରି ନୀଳଗିରି ବଉଳଗଢିଆ ଅଞ୍ଚଳରୁ ଖଡିପଥର କିଣି ସେଥିରେ ନିହାଣ ହାତୁଡିରେ ଛୋଟଛୋଟ ମୂର୍ତ୍ତି ନିର୍ମାଣ ଆରମ୍ଭ କରିଥିଲେ। ଏଥିରେ ସୁନ୍ଦର ମୂର୍ତ୍ତି ତିଆରି କରି ସବୁଠି ଚର୍ଚ୍ଚାକୁ ଆସିଥିଲେ। ଏପରି କି ତାଙ୍କ ତିଆରି ମୂର୍ତ୍ତି ସେତେବେଳେ ଉତ୍କଳିକାରେ ବିକ୍ରି ହୋଇଥିଲା। ସ୍ଥାନୀୟ ଅଞ୍ଚଳ ସମେତ ବିଭିନ୍ନ ସ୍ଥାନକୁ ନେଇ ସେ ମୂର୍ତ୍ତି ବିକ୍ରି କରି ଚଳୁଥିଲେ। କ୍ରମେ କିଛି ଟଙ୍କା ରୋଜଗାର କରି ଏଠାକାର ଜାତୀୟ ରଜପଥ କଡରେ ୨୦୦୨ରେ ଖଣ୍ଡେ ଜମିକିଣି ଘର କଲେ ା ସେଠାରେ ତାଙ୍କ ମୂର୍ତ୍ତି ତିଆରି କରିବା ଦେଖି ତତ୍କାଳୀନ ଜିଲାପାଳ ଡିଆରଡିଏଙ୍କ ଜରିଆରେ ତାଙ୍କ ଘର ପାଖରେ ଏକ ମୂର୍ତ୍ତି ତିଆରି ପ୍ରଶିକ୍ଷଣ ଶିବିର ପ୍ରତିଷ୍ଠା କରିଥିଲେ। ଭରତ ସେଠାରେ ସବୁ ପିଲାଙ୍କ୍‌ୁ ପ୍ରଶିକ୍ଷଣ ଦେଉଥିଲେ। ଏହାପରେ ସେ ବଡବଡ ମୂର୍ତ୍ତି ନିର୍ମାଣ କରି ବିଭିନ୍ନ ସ୍ଥାନରେ ବିକ୍ରି କରି ରୋଜଗାର କରିଥିଲେ। ଏ ପରିକି ସେ ମାସକୁ ୨୦ ରୁ ୨୫ ହଜାର ଟଙ୍କା ଭଲ ରୋଜଗାର କରିଥିଲେ। କେବଳ ଖଡିପଥରନୁହେଁ ମୁଗୁନିପଥର, ର୍ମାବଲ ପଥରରେ ସେ ମୂର୍ତ୍ତି ର୍ନିମାଣ କରିଆସୁଛନ୍ତି। ଏବେ ମେଶିିିନ ଓ ଗ୍ରାଇଣ୍ଡର ଦ୍ୱାରା ପଥର ମୂର୍ତ୍ତି ତିଆରି କରିବା ସହଜ ହେଉଛି। ଏହି କଳାକୃତିକୁ ଆଧାର କରି ପରିବାର ଚଳାଇବା ସହ ଦୁଇ ପୁଅଙ୍କୁ ପାଠ ପଢାଇ ମଣିଷ କରିପାରିଛନ୍ତି। ୧୯୯୫ ମସିହାରେ ଭରତ ରାଜ୍ୟ ଶିଳ୍ପ ବିଭାଗରୁ ମାନପତ୍ର ପାଇବା ସହିତ ୧୯୯୭ ରେ ତତ୍କାଳୀନ ବାଲେଶ୍ୱର ଜିଲାପାଳ ତାଙ୍କୁ ସମ୍ମାନିତ କରି ମାନପତ୍ର ପ୍ରଦାନ କରିଥିଲେ। ୧୯୯୧ରେ ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଶିଳ୍ପ ବିଭାଗ ପକ୍ଷରୁ ମାନପତ୍ର ପାଇବା ସହ ୧୯୯୨ରେ ଜିଲା ସ୍ତରୀୟ ପ୍ରଦର୍ଶନୀରେ ସମ୍ମାନିତ ହୋଇଥିଲେ। ଭରତ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ସରକାର ପଥର ଶିଳ୍ପକୁ ବଞ୍ଚାଇ ରଖିବା ଲାଗି ପ୍ରୋତ୍ସାହନ ବ୍ୟବସ୍ଥା କରିବା ଦରକାର। କାରିଗରମାନଙ୍କୁ ଏବେ ପଥର ମିଳୁ ନ ଥିବାରୁ ଯୁବ ପିଢି ଏହି ଶିଳ୍ପ ଉପରୁ ମୁହଁ ଫେରାଇ ନେଊଛନ୍ତି। ଓଡିଶାରେ ପଥର ଥିଲେ ମଧ୍ୟ ଶିଳ୍ପୀମାନେ ବାହାର ରାଜ୍ୟକୁ ଯାଇ ଅଧିକ ଦର ଦେଇ କିଣୁଛନ୍ତି। ସରକାର ଖଣି ବେପାରୀଙ୍କୁ ପଥର ବିକ୍ରି କରିଦେଉଥିବାରୁ ଏଠି ପଥର ଉପରେ ନିର୍ଭର କରୁଥିବା କାରିଗରମାନେ ବୃତ୍ତି ହରାଇବାକୁ ବସିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ମହୁମାଛି ନେଇଗଲେ ଜୀବନ…

ଲାଞ୍ଜିଗଡ଼,୨୧ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ଯାଆଁଳା ଉଉଣୀଙ୍କୁ ଚାପିଦେଲା ଟ୍ରକ, ଆଉ ତା’ପରେ…

ଢେଙ୍କାନାଳ,୨୧।୯: ପୁରୁଣାକଟକ-ସମ୍ବଲପୁର ରାସ୍ତା ଶୁକିଆବାଉତି ଛକରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଚାପାରେ ଦୁଇ ଯାଆଁଳା ଉଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ...

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ସୁବର୍ଣ୍ଣରେଖା ବନ୍ୟାକୁ ୭ ଦିନ, ଭୋକ ଉପାସରେ…

ଭୋଗରାଇ, ୨୧ା୯(ପ୍ରଦୀପ ଦାସ): ସୁବର୍ଣ୍ଣରେଖା ବନ୍ୟାକୁ ୭ଦିନ ପୂରିଛି। ହେଲେ ଅଦ୍ୟାବଧି ଭୋଗରାଇ ବ୍ଲକର ବନ୍ୟା ସ୍ଥିତିରେ ସୁଧାର ଆସିନାହିଁ। ଭୋଗରାଇର ୨୧ ପଞ୍ଚାୟତର ଶତାଧିକ...

ଗଞ୍ଜେଇ ଚାଲାଣ ମାମଲାରେ ଜଣେ ମହିଳା ସମେତ ଦୁଇଜଣ ଅଭିଯୁକ୍ତଙ୍କୁ ଜେଲ

ବ୍ରହ୍ମପୁର,୨୧।୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଜଜ-୧ ଡ. ଇନ୍ଦୁ ଶର୍ମା ଶନିବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri