Posted inଜାତୀୟ

ପଦ ଛାଡିଲେ ଜ୍ୟୋର୍ତିଆଦିତ୍ୟ ସିନ୍ଧିଆ

ଭୋପାଳ, ୭।୭: ଗତ ଲୋକ ସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସରେ ଜାରି ରହିଥିବା ଇସ୍ତଫା କ୍ରମରେ ସାମିଲ ହୋଇଛନ୍ତି ଜ୍ୟୋର୍ତିଆଦିତ୍ୟ ସିନ୍ଧିଆ। କଂଗ୍ରେସ ଜାଜୀୟ ସାଧାରଣ ସଚିବ ପଦରୁ ସେ ରବିବାର ଇସ୍ତଫା ଦେଇଛନ୍ତି। ଟୁଇଟ୍‌ କରି ସେ ନିଜ ଇସ୍ତଫା ବିଷୟରେ ଜଣାଇଛନ୍ତି। ଗତ ନିର୍ବାଚନରେ ଦଳର ପରାଜୟକୁ ସ୍ବୀକାର କରି ସେ ରାହୁଲ ଗାନ୍ଧୀ ନିଜ ଇସ୍ତଫା ପତ୍ର ପଠାଇଦେଇଛନ୍ତି ବୋଲି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତିି, ଦଳର ସେବା କରିବା ପାଇଁ ମୋତେ ସୁଯୋଗ ଦିଆଯାଇଥିବାରୁ ଦଳ ଅଧ୍ୟକ୍ଷଙ୍କ ନିକଟରେ ମୁଁ କୃତଜ୍ଞ। ସୂଚନାଯୋଗ୍ୟ, ଗତ ଲୋକ ସଭା ନିର୍ବାଚନରେ ମଧ୍ୟ ପ୍ରଦେଶରେ ୨୯ ସିଟରୁ ୨୮ଟି ଆସନରେ ଭାଜପା ବାଜିମାତ୍‌ କରିଲା। ଗୁନା ଲୋକ ସଭା ଆସନରୁ ଲଗାତର ୪ଥର ବିଜୟୀ ହୋଇଆସୁଥିବା ସିନ୍ଧିିଆଙ୍କୁ ଚଳିତଥର ପରାଜୟର ମୁହଁ ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ହାଇକମିଶନରଙ୍କୁ ସମନ କଲା ବାଂଲାଦେଶ, ଲଗାଇଲା ଏପରି ଅଭିଯୋଗ

ନୂଆଦିଲ୍ଲୀ,୧୨।୧: ରବିବାର ଭାରତୀୟ ହାଇକମିଶନର ପ୍ରଣୟ ବର୍ମାଙ୍କୁ ସମନ କରିଛି ବାଂଲାଦେଶ ବୈଦେଶିକ ମନ୍ତ୍ରଣାଳୟ। ଭାରତ-ବାଂଲାଦେଶ ସୀମାରେ ପାଞ୍ଚଟି ସ୍ଥାନରେ ବାଡ଼ ନିର୍ମାଣ କରିବାକୁ ଚେଷ୍ଟା...

‘ଦୁନିଆରେ ଏପରି କୌଣସି ଶକ୍ତି ନାହିଁ, ଯିଏ ଭାରତର ବିକାଶକୁ ରୋକିପାରିବ’

ନୂଆଦିଲ୍ଲୀ,୧୨ା୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଭାରତ ମଣ୍ଡପମରେ ଆୟୋଜିତ ୟଙ୍ଗ ଲିଡର ଡାଏଲଗ୍‌-୨୦୨୫ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ସମୟରେ ସେ କହିଥିଲେ ଯେ,...

କଂଗ୍ରେସର ବଡ଼ ଘୋଷଣା: ଯୁବତୀଯୁବକଙ୍କୁ ପ୍ରତିମାସରେ ୮୫୦୦ ଟଙ୍କା

ନୂଆଦିଲ୍ଲୀ,୧୨।୧: କଂଗ୍ରେସ ଆଜି ତାର ତୃତୀୟ ଗ୍ୟାରେଣ୍ଟି ଘୋଷଣା କରିଛି। ଏହି ଘୋଷଣା ଯୁବପିଢ଼ିଙ୍କ ପାଇଁ। ଏହାର ନାମ ‘ଯୁବ ଉଡାନ ଯୋଜନା’। କଂଗ୍ରେସ ଘୋଷଣା...

ଗଡ଼କରୀଙ୍କ ବଡ଼ ଘୋଷଣା: ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ହସ୍ପିଟାଲରେ ପହଞ୍ଚାଇଲେ ମିଳିବ…

ନୂଆଦିଲ୍ଲୀ,୧୨।୧: ଦେଶରେ ପ୍ରତିଦିନ ଅନେକ ସଡ଼କ ଦୁର୍ଘଟଣାର ଖବର ସାମ୍ନାକୁ ଆସେ, ଯେଉଁଥିରେ କେତେକ ଲୋକଙ୍କର ମୃତ୍ୟୁ ମଧ୍ୟ ହୁଏ। ଏହି ସମୟରେ, କେନ୍ଦ୍ର ସଡ଼କ...

ଭାଜପାରେ ମିଶିବେ ଶରଦ ପାଓ୍ବାର- ଉଦ୍ଧବ ଠାକରେ? ଫଡ଼ନଭିସଙ୍କ ବୟାନ ଦେଲା ବଡ଼ ସଙ୍କେତ

ମୁମ୍ବାଇ,୧୨।୧: ଏନସିପି ନେତା ଶରଦ ପାୱାରଙ୍କ ବୟାନ ଉପରେ ପ୍ରତିକ୍ରିୟା ଦେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ। ଦେବେନ୍ଦ୍ର ଫଡନଭିସ କହିଛନ୍ତି ଯେ ଶରଦ ପାୱାର...

ମହାକାଶରେ ଆଉ ଏକ ଇତିହାସ ରଚିବାକୁ ଯାଉଛି ଭାରତ

ନୂଆଦିଲ୍ଲୀ,୧୨।୧: ଭାରତ ଏହାର ମହତ୍ୱାକାଂକ୍ଷୀ SpadeX ମିଶନରେ ସଫଳତା ହାସଲ କରିବାର ବହୁତ ନିକଟତର ହୋଇଛି। ଇସ୍ରୋ କହିଛି ଯେ ସ୍ପେସ ଡକିଂ ପରୀକ୍ଷଣ (SPADEX)...

ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବେ ଇଣ୍ଡୋନେସିଆ ରାଷ୍ଟ୍ରପତି! ଯିବେ ନାହିଁ ପାକିସ୍ତାନ

ନୂଆଦିଲ୍ଲୀ,୧୨।୧: ଚଳିତ ବର୍ଷ ଜାନୁଆରୀ ୨୬ତାରିଖରେ, ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋଓ ସୁବିଆଣ୍ଟୋ ଗଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇପାରନ୍ତି। ତଥାପି, ଭାରତ...

ରେଳଷ୍ଟେଶନ ବିଲ୍ଡିଂ ଭୁଶୁଡ଼ିଲା

ଲକ୍ଷ୍ନୌ,୧୨।୧: ଊତ୍ତରପ୍ରଦେଶର କନୌଜ ରେଳଷ୍ଟେଶନରେ ଏକ ନିର୍ମାଣାଧୀନ ବିଲ୍ଡିଂର ଛାତ ଶନିବାର ଭୁଶୁଡ଼ି ପଡ଼ିବାରୁ ଅନେକ ଶ୍ରମିକ ଭଗ୍ନାବଶେଷ ତଳେ ପୋତିହୋଇ ରହିଥିବା ଆଶଙ୍କା କରାଯାଉଛି। ଷ୍ଟେଶନର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image