ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ: ଚିକିତ୍ସାଳୟରେ ଭର୍ତ୍ତି

ଜୟପୁର,୭।୬(ଡି.ଏନ.ଏ): ପଦ୍ମଶ୍ରୀ କମଳା ପୂଜାରୀ ଗତ ଶନିବାର ମଧ୍ୟାହ୍ନରେ ଅସୁସ୍ଥ ଯୋଗୁ ଜୟପୁରସ୍ଥିତ ଜିଲା ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ରବିବାର ତାଙ୍କ ସ୍ବାସ୍ଥ୍ୟ ସ୍ଥିର ରହିଥିବା ସହିତ ଆସନ୍ତା ସୋମବାର ଡିସଚାର୍ଜ କରାଯିବ ବୋଲି ଚିକତ୍ସାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରକାଶ କରାଯାଇଛି ା ଗତ ସୋମବାର ଜୟପୁର ବ୍ଲକ ପାତ୍ରପୁଟ ଗ୍ରାମ ନିଜ ବାସଗୃହରେ କମଳା ଅସୁସ୍ଥ ହୋଇପଡିଥିଲେ। ତାଙ୍କର ସ୍ବାସ୍ଥ୍ୟ ବିଷୟରେ ବୁଝିବାକୁ ଜୟପୁର ଅତିରିକ୍ତ ତହସିଲଦାର ନିଳାମ୍ବର ପୂଜାରୀ ତାଙ୍କ ବାସଭବନକୁ ଯାଇଥିଲେ। କିନ୍ତୁ ଅସୁସ୍ଥତା ଦେଖି ତୁରନ୍ତ ତାଙ୍କୁ ନିଜ ସରକାରୀ ଗାଡିରେ ଆଣି ଜିଲା ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତାଙ୍କୁ ସ୍ବତନ୍ତ୍ର ୨ ନମ୍ବର କକ୍ଷରେ ରଖାଯାଇଥିଲା। ଜିଲା ଚିକିତ୍ସାଳୟର ଅଧୀକ୍ଷକ ଡା. ରାମଚନ୍ଦ୍ର ମହାନ୍ତିଙ୍କ ସମେତ ଏକ ଡାକ୍ତରୀ ଦଳ ତାଙ୍କ ଚିକିତ୍ସା କରିଥିଲେ। ରକ୍ତଚାପ ବୃଦ୍ଧି ପାଇଥିବା ସହିତ ବାର୍ଦ୍ଧକ୍ୟଜନିତ ଦୁର୍ବଳତା ଯୋଗୁ ସାମାନ୍ୟ ଅସୁସ୍ଥ ହୋଇଥିଲେ। ଚିକିତ୍ସାପରେ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଛି ବୋଲି ତାଙ୍କ ପୁଅ ଟଙ୍କଧର ପୂଜାରୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗ, ଜେଲ ଗଲେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ

ଭବାନୀପାଟଣା, ୨୭।୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୁଲ ରାମପୁର ବ୍ଲକ କାଣୀଗୁମା ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ (ପିଇଓ) ସନ୍ୟାସୀ ନାୟକଙ୍କୁ ଆୟବର୍ହିଭୁତ ସମ୍ପତ୍ତି...

ଏହି ୨ ଦିନ ବନ୍ଦ ରହ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

ଭୁବନେଶ୍ୱର,୧।୧୧: ନଭେମ୍ବର ୪ ଓ ୧୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ଆସନ୍ତା ନଭେମ୍ବର ୪ ତାରିଖ (ସୋମବାର) ଏବଂ ନଭେମ୍ବର...

ଆମ୍ବ ଟାକୁଆ ଖାଇ ୨ ମୃତ୍ୟୁ: ମୃତଦେହ ବ୍ୟବଚ୍ଛେଦ ବିଳମ୍ବକୁ ନେଇ କ୍ଷୋଭ ପ୍ରକାଶ କଲେ ବ୍ଲକ ଅଧ୍ୟକ୍ଷ

ଦାରିଙ୍ଗବାଡି,୧।୧୧(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗ୍ରାମରେ ଆମ୍ବ ଟାକୁଆ ଖାଇ ୨ ମୃତ୍ୟୁ ଏବଂ ୬ ଗୁରୁତର...

ଧନତେରସରେ ସିଟି/ଜିଏସ୍‌ଟି ଚଢ଼ାଉ ପରେ ଭାଙ୍ଗିପଡିଲେ ସୁନା ବ୍ୟବସାୟୀ: ଦୀପାବଳି ସାରି ଶାନ୍ତିରେ ଶୋଇଗଲେ ଯେ, ଆଉ…

ଜୟପୁର,୧ା୧୧: ଧନତେରସରେ ସିଟି/ଜିଏସ୍‌ଟି ଚଢ଼ାଉ ପରେ ଭାଙ୍ଗିପଡ଼ିଲେ ସୁନା ବ୍ୟବସାୟୀ। ଘଟଣାର ୨ ଦିନ ପରେ ବୁଜିଲେ ଆଖି। ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ...

ଗାଧୋଇବା ବେଳେ ଅଘଟଣ: ଭାସିଯାଇ ୨ ନିଖୋଜ

ଝାରସୁଗୁଡ଼ା,୧।୧୧: ଝାରସୁଗୁଡ଼ା ଜିଲା ଇବ୍‌ ନଦୀର ବୁଢ଼ୀପଦର ଘାଟରେ ଶୁକ୍ରବାର ଗାଧୋଇବା ବେଳେ ଏକ ଅଘଟଣ ଘଟିଛି। ପାଣିରେ ଭାସିଯାଇ ୨ଜଣ ନିଖୋଜ ହୋଇଯାଇଥିବା ଜଣାପଡିଛି।...

ହସ୍ପିଟାଲରେ ଭର୍ତ୍ତି ହେଲେ ବରିଷ୍ଠ ଭାଜପା ନେତା

କଟକ,୧।୧୧: ବରିଷ୍ଠ ଭାଜପା ନେତା ସମୀର ଦେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଶୁକ୍ରବାର ସିଡିଏ ସ୍ଥିତ ଏକ ଘରୋଇ ହସ୍ପିଟାଲର ତାଙ୍କୁ ଭର୍ତ୍ତି କରାଯାଇଛି। ସେ...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: କେନ୍ଦୁଝରରେ ହେବ ମେଗା ଷ୍ଟିଲ ପ୍ରକଳ୍ପ

କେନ୍ଦୁଝର,୧।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ନିଶ୍ଚିତ ଭାବରେ ମେଗା ଇସ୍ପାତ କାରଖାନା ହେବ। ଶୁକ୍ରବାର ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କେନ୍ଦୁଝର ଜିଲା...

‘ନବୀନଙ୍କୁ ହରାଇବାକୁ କଣ୍ଟାବାଞ୍ଜି ପଠାଯାଇଥିଲା’ ବିସ୍ଫୋରକ ବୟାନ ଦେଲେ…

ଭୁବନେଶ୍ୱର,୧।୧୧: କିଛିଦିନ ପୂର୍ବରୁ ବିଜେଡି ଛାଡିଥିବା ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ଭାଜପାରେ ଯୋଗ ଦେବାକୁ ଯାଉଛନ୍ତି। ଏନେଇ ତାଙ୍କ ସ୍ବାମୀ ଦେବୁଲି ଦାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri