ଚେନ୍ନାଇ,୧୫।୧୨- ସ୍ଥାନୀୟ ଚିଦାମ୍ବରମ ଷ୍ଟାଡିୟମରେ ଚାଲିଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଭାରତୀୟ ଦଳ ପ୍ର୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହେବା ସତ୍ତ୍ୱେ ଭଲ ସ୍କୋର ଆଡ଼େ ମୁହାଁଇଛି। ଘରୋଇ ଦଳ ୮୦ ରନ୍ରେ ଲୋକେଶ ରାହୁଲ (୬), ଅଧିନାୟକ ବିରାଟ କୋହଲି (୪) ଓ ରୋହିତ ଶର୍ମା (୩୬)ଙ୍କ ଉଇକେଟ ହରାଇ ସଙ୍କଟରେ ପଡ଼ିଥିଲା। କିନ୍ତୁ ଶ୍ରେୟାସ ଆୟାର ଓ ରିଷଭ ପନ୍ତ ୪ର୍ଥ ଉଇକେଟ ପାଇଁ ଅପରାଜିତ ୧୦୯ ରନ୍ କରିଛନ୍ତି। ଉଭୟ ବ୍ୟାଟ୍ସମ୍ୟାନ ଏବେ ଅର୍ଦ୍ଧଶତକ ପୂରଣ କରି ଖେଳୁଛନ୍ତି। ଶ୍ରେୟାସ ୬୯* ( ୫ ଚୌକା ଓ ୧ ଛକା) ଓ ପନ୍ତ ୫୯* (୬ ଚୌକା ଓ ୧ ଛକା) ରନ୍ କରି ଖେଳୁଛନ୍ତି। ଏଣୁ ଭାରତୀୟ ଦଳ ୩୬ ଓଭର ସୁଦ୍ଧା ୩ ଉଇକେଟ ହରାଇ ୧୮୯ ରନ୍ କରିଛି।