ଇସଲାମାବାଦ୍,୨୯।୮: ଭାରତ ଉପରେ ପରମାଣୁ ଆକ୍ରମଣ କରିବାକୁ ଧମକ ଦେବାର ୨ ଦିନ ପରେ ପାକିସ୍ତାନ ଗୁରୁବାର ଏହାର ବାଲାଷ୍ଟିକ୍ ମିଜାଇଲ୍ ‘ଗଜନବି’ର ପରୀକ୍ଷଣ କରିଛି। ମିଜାଇଲ୍ର ପରୀକ୍ଷଣ ସଫଳ ରହିଥିବା ପାକିସ୍ତାନ ସୂଚନା ଦେଇଛି। ଏହି ମିଜାଇଲ୍ର ଲକ୍ଷ୍ୟଭେଦ କ୍ଷମତା ୨୯୦ରୁ ୩୨୦ କିଲୋମିଟର ରହିଛି। ଏହା ୭ଶହ କିଲୋଗ୍ରାମ୍ ବିସ୍ଫୋରକ ବୋହି ନେବାକୁ ସକ୍ଷମ ବୋଲି ପାକିସ୍ତାନ ଦାବି କରିଛି। ଏହାର ପରୀକ୍ଷଣ ପାଇଁ ପାକିସ୍ତାନ କରାଚି ଉପର ଦେଇ ଏହାର ଆକାଶ ମାର୍ଗରେ ୩ଟି ଅନ୍ତର୍ଜାତୀୟ ରୁଟ୍ରେ ଉଡ଼ାଣକୁ ସାମୟିକ ବନ୍ଦ ରଖିଥିଲା।