ପରମେଶ୍ୱରଙ୍କୁ ମିଳୁନି ବାର୍ଦ୍ଧକ୍ୟ ଭତ୍ତା

ରାଇସୁଅଁ।, ୮।୨ (ଡି.ଏନ.ଏ.)-ସରକାର ଗରିବ, ଅସହାୟ, ନିରାଶ୍ରୟଙ୍କ ଥଇଥାନ ପାଇଁ ଯୋଜନା ପରେ ଯୋଜନା କରିଚାଲିଛନ୍ତି। ମାତ୍ର ପଞ୍ଚାୟତ କାର୍ଯ୍ୟାଳୟର ଖାମଖିଆଲି ମନୋଭାବ ଏବଂ ଜିଲାପ୍ରଶାସନର ଆନ୍ତରିକତାର ଅଭାବ ଯୋଗୁ ସରକାରଙ୍କ ବହୁ ଜନକଲ୍ୟାଣ ଯୋଜନାର ସୁଫଳ ଯୋଗ୍ୟହିତାଧିକାରୀଙ୍କ ନିକଟରେ ପହଞ୍ଚି ପାରୁ ନାହିଁ। ଫଳରେ ଯୋଜନା ଯୋଜନାରେ ହିଁ ରହିଯାଉଛି। ଏହିପରି ଏକଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲା ବାଉରୀପଦା ପଞ୍ଚାୟତର ବାଉରୀପଦା ଗ୍ରାମର ପରମେଶ୍ୱର ଦେହୁରୀ (୭୮)ଙ୍କ କ୍ଷେତ୍ରରେ। ପରମେଶ୍ୱର ଜଣେ ଅତି ଗରିବ ନିରାଶ୍ରୟ ହୋଇଥିବାବେଳେ ଆଜିଯାଏ ତାଙ୍କୁ ମିଳୁନି ବାର୍ଦ୍ଧକ୍ୟ ଭତ୍ତା। ମୁଣ୍ଡ ଗୁଞ୍ଜିବାକୁ ଖଣ୍ଡେ ଘର ବି ନାହିଁ। ଏନେଇ ବହୁ ବାର ପଞ୍ଚାୟତ କାର୍ଯ୍ୟାଳୟ ଏବଂ ବ୍ଲକ କାର୍ଯ୍ୟାଳୟରେ ଆବେଦନ କରି କରି ଥକି ଗଲେଣି। ଖାଲି ମିଳୁଛି ମିଥ୍ୟା ପ୍ରତିଶ୍ରୁତି। ପରମେଶ୍ୱରଙ୍କ ସ୍ତ୍ରୀ କୁହନ୍ତି ଆଗରୁ ଦିନମଜୁରି କରି ପରିବାରର ଗୁଜୁରାଣ ମେଣ୍ଟାଉ ଥିଲେ। ମାତ୍ର ଏବେ ବାର୍ଦ୍ଧକ୍ୟ ଯୋଗୁ କାମଧନ୍ଧା କରିପାରୁ ନାହାନ୍ତି। ଜିଲାପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବା ସହ ତୁରନ୍ତ ତାଙ୍କୁ ସହାୟତା ଯୋଗାଇ ଦେବାକୁ ସାଧାରଣ ରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସଂଗ୍ରାମ ଦାସ କଂଗ୍ରେସର ଦେବଗଡ଼ ଜିଲା ପର୍ଯ୍ୟବେକ୍ଷକ

କେନ୍ଦୁଝର,୫।୪(ନରେଶ ଚନ୍ଦ୍ର ପଟ୍ଟନାୟକ): ରାଜ୍ୟରେ ଭକ୍ତଚରଣ ଦାସ ପିସିସି ସଭାପତି ଦାୟିତ୍ୱ ନେବା ପରେ କଂଗ୍ରେସ କର୍ମୀମାନେ ସକ୍ରିୟ ହୋଇପଡିଛନ୍ତି। ଆଗାମୀ ଦିନରେ ରାଜ୍ୟ କଂଗ୍ରେସର...

ରାଜାଙ୍କ ଫାର୍ମହାଉସରେ କ୍ରାଇମବ୍ରାଞ୍ଚର ତନାଘନା 

କେନ୍ଦୁଝର,୫।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଶାଖାର ଏକ ଟିମ୍‌ ଶନିବାର କେନ୍ଦୁଝର ଯାଇ ରାଜା ଚକ୍ରଙ୍କ ଗୋପାଳପୁରସ୍ଥିତ ଫାର୍ମହାଉସ୍‌ରେ ତନାଘନା କରିଛି। ସେଠାରେ...

ତରଭୁଜ ଚାଷକରି ଶିକ୍ଷକ ଲକ୍ଷପତି

କେନ୍ଦୁଝର,୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ପେସାରେ ଶିକ୍ଷକ, ନିଶା ତାଙ୍କର ଚାଷ। ଶିକ୍ଷକ ଚାକିରି ପରେ ବି କୁଳ ବେଉସାକୁ ଭୁଲି ପାରିନାହାନ୍ତି। ଚାକିରି ସହ ତରଭୁଜ...

ବିଶ୍ୱଶାନ୍ତି ମହାଯଜ୍ଞରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର,୪।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ମା’ କାଳୀ ତୀର୍ଥ ମଣ୍ଡପରେ ରାଜ୍ୟସ୍ତରୀୟ ସନାତନ ଧର୍ମ ସୁରକ୍ଷା ପରିଷଦ ଆନୁକୂଲ୍ୟରେ ୧୧୪ କୁଣ୍ଡିୟ ତିନିଦିନାତ୍ମକ ବିଶ୍ୱଶାନ୍ତି ମହାଯଜ୍ଞ...

ବିବାହର ପ୍ରତିଶ୍ରୁତି ଦେଇ ନାବାଳିକାଙ୍କୁ ବଳାତ୍କାର

ପାଟଣା, ୩ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଜଣେ ୧୭ ବର୍ଷୀୟା  ନାବାଳିକାଙ୍କୁ ଅପହରଣ ଓ ବଳାତ୍କାର  କରାଯାଇଥିବା ଅଭିଯୋଗ ହୋଇଛି। ତୁରୁମୁଙ୍ଗା...

ତାଣ୍ତବ ରଚିଲା କାଳବୈଶାଖୀ: ଭାଙ୍ଗିଲା ବିଦ୍ୟୁତ୍‌ ଖୁଣ୍ଟ, ଛିଣ୍ଡିଲା ତାର

କେନ୍ଦୁଝର,୩।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକ ଅଞ୍ଚଳରେ ତାଣ୍ତବ ରଚିଛି କାଳବୈଶାଖୀ। କାଳବୈଶାଖି ପ୍ରଭାବରେ ଅପରାହ୍ନରେ ଅଞ୍ଚଳରେ ଝଡ଼ ତୋଫାନ ହୋଇ ବ୍ୟାପକ କ୍ଷୟକ୍ଷତି...

ଛାତ ଉପରେ ମହୁଲ ଶୁଖାଇବାକୁ ଯାଇଥିଲେ, ମୁକୁଳା ସର୍ଭିସ ତାର ନେଇଗଲା ଜୀବନ

ଆନନ୍ଦପୁର, ୩।୪(ସୁଶାନ୍ତ କୁମାର ସାହୁ): ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଛି । ଏଭଳି ଦୁଃଖଦ ଘଟଣା ଆନନ୍ଦପୁର ଥାନା କଣ୍ଟିପାଳ...

ମଙ୍ଗଳା ପୂଜା ସାରି ଫେରିବା ବେଳେ ଟଳି ପଡ଼ିଲେ ପୂଜକ

ଆନନ୍ଦପୁର,୨।୪(ସୁଶାନ୍ତ କୁମାର ସାହୁ ): ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଶାସଙ୍ଗ ଗ୍ରାମରେ ବୁଧବାର ଦିନ ମଙ୍ଗଳା ପର୍ବର କଳସ ବିସର୍ଜନ ସାରି ଫେରିବା ବେଳେ ଟଳି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image