ବମ୍ବେ: ପରଲୋକରେ ବଲିଉଡ୍ର ଖ୍ୟାତନାମା ଅଭିନେତା ଇରଫାନ୍ ଖାନ୍। ୫୪ ବର୍ଷ ବୟସରେ ବମ୍ବେର କୋକିଲାବେନ୍ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ନିର୍ଦ୍ଦେଶକ ସୁଜିତ ସରକାର ଟୁଇଟ୍ କରି ଏହା ସ୍ପଷ୍ଟ କରିଛନ୍ତି। ମଙ୍ଗଳବାର କୋଲନ୍ ସଂକ୍ରମଣ ଯୋଗୁ ସେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
୨୦୧୮ରେ ଇର୍ଫାନ୍ଙ୍କୁ ନ୍ୟୁରୋ ଏଣ୍ଡୋକ୍ରାଇନ୍ ଟ୍ୟୁମର ହୋଇଥିବା ଜଣାପଡ଼ିଥିଲା। ବିଦେଶରେ ସେ ଏହାର ଚିକିତ୍ସା କରାଇ ସୁସ୍ଥ ହୋଇଯାଇଥିଲେ। ହେଲେ ଏବେ ଇରଫାନ୍ଙ୍କ ଏଭଳି ମୃତ୍ୟୁ ଖବର ତାଙ୍କ ପ୍ରଶଂସକ ତଥା ବଲିଉଡ୍ ଜଗତରେ ଶୋକର ଛାୟା ଖେଳାଇଦେଇଛି।
ସୁଜିତ୍ ଟୁଇଟ୍ କରି କହିଛନ୍ତି, ମୋର ଭଲ ବନ୍ଧୁ ଇରଫାନ୍। ତୁମେ ଲଢ଼ିଲ, ଲଢ଼ିଲ ଏବଂ ଲଢ଼ିଲ। ମୁଁ ତୁମକୁ ନେଇ ସର୍ବଦା ଗର୍ବ କରିବି। ପୁଣି ଥରେ ଆମେ ପରସ୍ପରକୁ ଭେଟିବା। ସୁତାପା ଏବଂ ବାବିଲଙ୍କୁ ମୁଁ ସମବେଦନା ଜଣାଉଛି। ତୁମେମାନେ ବି ଲଢ଼ିଛ। ସୁତାପା ତୁମେ ଯାହା କରିପାରିଥାନ୍ତ କରିଛ। ଓମ୍ ଶାନ୍ତି। ଇରଫାନ୍ ଖାନ୍ଙ୍କୁ ସଲାମ ବୋଲି ସେ କହିଛନ୍ତି।
My dear friend Irfaan. You fought and fought and fought. I will always be proud of you.. we shall meet again.. condolences to Sutapa and Babil.. you too fought, Sutapa you gave everything possible in this fight. Peace and Om shanti. Irfaan Khan salute.
— Shoojit Sircar (@ShoojitSircar) April 29, 2020