Posted inଜାତୀୟ

ପରସ୍ପରକୁ ପ୍ରଶଂସା, ମୋଦିଙ୍କୁ ଟାର୍ଗେଟ: ୨୪ ବର୍ଷ ପରେ ଗୋଟିଏ ମଞ୍ଚରେ ମୁଲାୟମ, ମାୟାବତୀ

ମୈନ୍‌ପୁରୀ,୨୦ା୪(ପି.ଟି.): ଦୀର୍ଘ ୨୪ ବର୍ଷର ଶତ୍ରୁତାକୁ ଭୁଲି ଗୋଟିଏ ମଞ୍ଚରେ ଏକାଠି ହୋଇଛନ୍ତି ଉତ୍ତରପ୍ରଦେଶର ଦୁଇ ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ଓ ମୁଲାୟମ୍‌ ସିଂ ଯାଦବ। ବହୁଜନ ସମାଜ ପାର୍ଟି (ବିଏସ୍‌ପି) ସୁପ୍ରିମୋ ମାୟାବତୀ ଓ ସମାଜବାଦୀ ପାର୍ଟି (ଏସ୍‌ପି) ପ୍ରତିଷ୍ଠାତା ମୁଲାୟମ ଶୁକ୍ରବାର ମୈନ୍‌ପୁରୀର ଏକ ନିର୍ବାଚନୀ ସଭାରେ ଗୋଟିଏ ମଞ୍ଚରେ ଏକତ୍ରିତ ହେବା ଜାତୀୟ ରାଜନୀତିର ସବୁଠୁ ଚର୍ଚ୍ଚିତ ଘଟଣା ପାଲଟିଛି। ମାୟାବତୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ନକଲି ନେତା’ ବୋଲି ସମାଲୋଚନା କରିବା ସହ ମୁଲାୟମ୍‌ଙ୍କୁ ପଛୁଆ ବର୍ଗର ଜଣେ ‘ପ୍ରକୃତ ନେତା’ ଭାବେ ଅଭିହିତ କରିଛନ୍ତି। ଏହାସହ ସେ ମୁଲାୟମ୍‌ଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି। ଅନ୍ୟପକ୍ଷରେ ମାୟାବତୀଙ୍କ ଋଣ କେବେ ଭୁଲି ପାରିବେନାହିଁ ବୋଲି କହି ପ୍ରଶଂସାରେ ତାଙ୍କୁ ପୋତି ଦେଇଛନ୍ତି ୭୯ ବର୍ଷୀୟ ମୁଲାୟମ୍‌।
ଏସ୍‌ପି-ବିଏସ୍‌ପି ମଧ୍ୟରେ ମେଣ୍ଟ ହୋଇଥିଲା। ଦୁଇ ଦଳ ମିଶି ଦୁଇବର୍ଷ ସରକାର ଚଳାଇଥିଲେ। ୧୯୯୫ ମେ ମାସରେ ଲକ୍ଷ୍ନୌସ୍ଥିତ ଭିଭିଆଇପି ଗେଷ୍ଟ ହାଉସ୍‌ରେ ଏସ୍‌ପି କର୍ମୀମାନେ ମାୟାବତୀଙ୍କୁ ଦୁର୍ବ୍ୟବହାର ଦେଖାଇବା ପରେ ମେଣ୍ଟ ଭାଙ୍ଗିଯାଇଥିଲା। ସେବେଠୁ ଦୁଇନେତା ପରସ୍ପରକୁ କେବେ ଚାହିଁ ନ ଥିଲେ। ଏହାର ୨୪ ବର୍ଷ ପରେ ରାଜନୀତିର ବାଧ୍ୟବାଧକତା ଉଭୟଙ୍କୁ ପୁଣି ଏକାଠି କରିଛି ଗୋଟିଏ ମଞ୍ଚରେ। ଖ୍ରୀଷ୍ଟିୟାନ୍‌ କଲେଜ ଗ୍ରାଉଣ୍ଡରେ ଆୟୋଜିତ ସଭାରେ ତାଙ୍କ ସହ ସାମିଲ ହୋଇଥିଲେ ମହାମେଣ୍ଟର ସୂତ୍ରଧର ତଥା ଏସ୍‌ପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ। ଏସ୍‌ପି-ବିଏସ୍‌ପି-ଆର୍‌ଏଲ୍‌ଡି ମହାମେଣ୍ଟ ପକ୍ଷରୁ ମୈନ୍‌ପୁରୀ ଲୋକ ସଭା ଆସନର ପ୍ରାର୍ଥୀ ହୋଇଥିବା ମୁଲାୟମ୍‌ ମଞ୍ଚ ଉପରକୁ ଆସିବାବେଳେ ମାୟାବତୀ ତାଙ୍କୁ ଛିଡ଼ାହୋଇ ସ୍ବାଗତ କରିଥିଲେ। ଏସ୍‌ପିର ଦୁର୍ଗ ଭାବେ ପରିଚିତ ମୈନ୍‌ପୁରୀରେ ‘ମାୟାବତୀ ଜୀ’ଙ୍କୁ ସବୁବେଳେ ସମ୍ମାନ ଦେବାକୁ ଦଳୀୟ ସମର୍ଥକଙ୍କୁ ମୁଲାୟମ୍‌ ପରାମର୍ଶ ଦେଇଥିଲେ। ମୁଲାୟମ୍‌ କହିଥିଲେ, ଅନେକ ଦିନ ପରେ ମାୟାବତୀଙ୍କ ସହ ଗୋଟିଏ ମଞ୍ଚରେ ଛିଡ଼ା ହୋଇଛି। ଶେଷଥର ପାଇଁ ନିର୍ବାଚନ ଲଢ଼ୁଥିବାରୁ ବିପୁଳ ଭୋଟରେ ବିଜୟୀ କରିବାକୁ ସେ ମତଦାତାଙ୍କୁ ଅନୁରୋଧ କରିଥିଲେ। ଏହି ଅବସରରେ ଦେଶରେ ବଢ଼ିଚାଲିଥିବା ନାରୀ ନିର୍ଯାତନାକୁ ନେଇ କେନ୍ଦ୍ର ଉପରେ ସେ ବର୍ଷିଥିଲେ। ତେବେ ୧୯୯୫ ଘଟଣାକୁ ମାୟାବତୀ ଭୁଲିପାରି ନ ଥିବା ତାଙ୍କ ବକ୍ତବ୍ୟରୁ ସ୍ପଷ୍ଟ ହୋଇଛି। ମାୟାବତୀ କହିଥିଲେ, ଗେଷ୍ଟ ହାଉସ୍‌ ଘଟଣା ସତ୍ତ୍ୱେ ସେ ମୁଲାୟମ୍‌ଙ୍କ ପାଇଁ କାହିଁକି ପ୍ରଚାର କରିଆସିଛନ୍ତି ସେନେଇ ଲୋକଙ୍କ ମନରେ ପ୍ରଶ୍ନ ଥାଇପାରେ। ହେଲେ ଏସ୍‌ପି ସହିତ ମେଣ୍ଟ କରିବାର କଠିନ ନିଷ୍ପତ୍ତି ଦେଶ, ଜନସାଧାରଣ ଓ ଦଳୀୟ ଅଭିଯାନର ସ୍ବାର୍ଥ ପାଇଁ ନିଆଯାଇଛି। ମୁଲାୟମ୍‌ ସବୁ ବର୍ଗର ଲୋକଙ୍କୁ ନେଇ ଏସ୍‌ପି ଟିକେଟ ଦେଇଛନ୍ତି। ଦଳ ତାଙ୍କୁ ମୋଦିଙ୍କ ଭଳି ନକଲି ନୁହେଁ, ବରଂ ପଛୁଆ ବର୍ଗର ଅସଲ ନେତା ବୋଲି ମନେକରୁଛି। ମୋଦି ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବାବେଳୁ ସରକାରୀ କଳର ଅପବ୍ୟବହାର କରିଆସିଛନ୍ତି। ଏବେ ତାଙ୍କର ନକଲି ଚୌକିଦାରି ଡ୍ରାମା ଭାଜପାକୁ ଆଉ ବଞ୍ଚାଇ ପାରିବନାହିଁ। ମାୟବତୀ ‘ଜୟ ଭୀମ’ ସ୍ଲୋଗାନ ସହ ‘ଜୟ ଲୋହିଆ’ ଯୋଡ଼ି ନିଜ ବକ୍ତବ୍ୟ ଶେଷ କରିଥିଲେ। ସେହିପରି ଅଖିଳେଶ କହିଥିଲେ, ଭାଜପା ବାଲା ‘ନୂଆ ଭାରତ’ ଗଢ଼ିବା କଥା କହୁଛନ୍ତି। ଆମେ କହୁଛି ନୂଆ ପ୍ରଧାନମନ୍ତ୍ରୀ ଦରକାର। ନୂଆ ପ୍ରଧାନମନ୍ତ୍ରୀ ଆସିଲେ ଦେଶ ଆପେ ବଦଳିଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଫଗାନିସ୍ତାନରେ ୫.୮ ତୀବ୍ରତାର ଭୂକମ୍ପର ପ୍ରଭାବ, ଥରିଲା ଦିଲ୍ଲୀ, ଜମ୍ମୁ-କଶ୍ମୀର; ଭୟରେ…

ନୂଆଦିଲ୍ଲୀ,୧୯।୪: ଆଫଗାନିସ୍ତାନରେ ଶନିବାର ଅପରାହ୍ନ ୧୨ଟା ୧୭ ମିନିଟ୍‌ ସମୟରେ ୫.୮ ତୀବ୍ରତାର ଭୂକମ୍ପ ହୋଇଛି। ଏହାର ପ୍ରଭାବରେ ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳ, ଜମ୍ମୁ-କଶ୍ମୀର ସମେତ...

୩୫ଟି ପଦବୀରେ କେନ୍ଦ୍ର ସରକାର କରିବେ ନୂଆ ନିଯୁକ୍ତି, ବଢିବ ୩୫ପ୍ରତିଶତ ଯାଏ ଦରମା

ନୂଆଦିଲ୍ଲୀ,୧୯।୪: କେନ୍ଦ୍ର ସରକାର ଅଷ୍ଟମ ବେତନ ଆୟୋଗର ଘୋଷଣା ପରେ ଏକ ବଡ଼ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି। ଏହି ଆୟୋଗର କାର୍ଯ୍ୟକୁ ତ୍ୱରାନ୍ବିତ କରିବା...

କ’ଣ ବଦଳିଯିବ Google Searchର URL? ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ବ୍ରାଉଜିଂ ଏବଂ ସର୍ଚ୍ଚ ଇଞ୍ଜିନଗୁଡ଼ିକୁ ଉନ୍ନତ କରିବା ପାଇଁ କମ୍ପାନୀଗୁଡ଼ିକ ସମୟ ସମୟରେ ସେମାନଙ୍କର ନିୟମଗୁଡ଼ିକୁ ଅପଡେଟ କରିଚାଲିଛନ୍ତି। ତେବେ ଏକ ବଡ଼ ଟେକ କମ୍ପାନୀ...

ନେହେରୁ ଆମକୁ ରାଜନୀତି ଶିଖାଇନାହାନ୍ତି: କାହିଁକି ଏମିତି କହିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୧୯।୪: ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ ପୋଡକାଷ୍ଟର ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ ସେ ଅନେକ...

ବିଶ୍ୱର ସବୁଠାରୁ ବିପଦପୂର୍ଣ୍ଣ ଯୁଦ୍ଧ ବିମାନ କିଣିବ ଭାରତ: ଥରି ଉଠିବେ ଚାଇନା-ପାକିସ୍ତାନ

ନୂଆଦିଲ୍ଲୀ,୧୯।୪: ଚାଇନା ନିରନ୍ତର ଭାବରେ ତାର ବାୟୁସେନାକୁ ମଜଭୁତ କରୁଥିବା ବେଳେ ଭାରତୀୟ ବାୟୁସେନାରେ ଲଢ଼ୁଆ ବିମାନ ସଂଖ୍ୟା କ୍ରମାଗତ ଭାବରେ ହ୍ରାସ ପାଉଥିବାରୁ ବିଶେଷଜ୍ଞମାନେ...

୨ହଜାର ଟଙ୍କାରୁ ଅଧିକ UPI ପେମେଣ୍ଟ କଲେ ଲାଗିବ ଟ୍ୟାକ୍ସ? ସରକାର ଦେଲେ ବଡ଼ ସୂଚନା

ନୂଆଦିଲ୍ଲୀ,୧୯।୪: ଗତ କିଛି ଦିନ ଧରି ସୋସିଆଲ ମିଡିଆରେ କିଛି ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦାବି କରାଯାଉଛି ଯେ ଏବେ UPI ମାଧ୍ୟମରେ 2000...

ପ୍ରକାଶ ପାଇଲା JEE Main ରେଜଲ୍ଟ, ୨୪ ଟପ୍ପର

ନୂଆଦିଲ୍ଲୀ,୧୯ା୪: ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (NTA) ଶୁକ୍ରବାର ବିଳମ୍ବିତ ରାତିରେ ଦେଶର ସର୍ବବୃହତ ଇଞ୍ଜିନିୟରିଂ ଯୁଗ୍ମ ପ୍ରବେଶିକା ପରୀକ୍ଷା ମୁଖ୍ୟ (JEE MAIN) ୨୦୨୫ର ଫଳାଫଳ...

ଭାରତର ମହାକାଶ ଯାତ୍ରାରେ ଏକ ବଡ଼ ସଫଳତା: ମେ’ରେ ସ୍ପେସ୍‌ଷ୍ଟେଶନ ଯିବେ ଭାରତୀୟ ମହାକାଶଚାରୀ

ନୂଆଦିଲ୍ଲୀ,୧୯।୪:ଭାରତୀୟ ମହାକାଶଚାରୀ ଶୁଭ୍ରାଂଶୁ ଶୁକ୍ଳା ମେ’ ମାସରେ ସ୍ପେସ୍‌ ଷ୍ଟେଶନ ଯିବେ। କୌଣସି ଭାରତୀୟ ମହାକାଶଚାରୀ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଯିବା ଏହା ପ୍ରଥମ ଘଟଣା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image