Posted inଖେଳ

ପରାଜୟରେ ନିଜକୁ ଉତ୍ତରଦାୟୀ କରିଥାନ୍ତି ଧୋନୀ: ମୋହିତ

ନୂଆଦିଲ୍ଲୀ,୨୬।୫ (ପି.ଟି.): ଭାରତୀୟ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି ଦ୍ରୁତ ବୋଲର ମୋହିତ ଶର୍ମା। ସେ ଜଣେ ପ୍ରକୃତ ଅଧିନାୟକ। ଦଳ ଯେତେବେଳେ ପରାଜୟ ବରଣ କରିଥାଏ ସେ ନିଜକୁ ଉତ୍ତରଦାୟୀ କରିଥାନ୍ତି। ନିଜର ଉଚ୍ଚକୋଟୀର ନେତୃତ୍ୱ ପାଇଁ ସେ ବିଶ୍ୱରେ ଶ୍ରେଷ୍ଠ ଅଧିନାୟକ ହିସାବରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ବୋଲି ସେ କହିଛନ୍ତି।
ଧୋନୀଙ୍କ ନେତୃତ୍ୱରେ ୩୧ ବର୍ଷୀୟ ଦ୍ରୁତ ବୋଲର ମୋହିତ ଧୋନୀଙ୍କ ନେତୃତ୍ୱରେ ଭାରତ ଓ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଦଳ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳିଛନ୍ତି। ଏଥର ସେ ଦିଲ୍ଲୀ କ୍ୟାପିଟାଲ୍ସ ତରଫରୁ ଖେଳିବା ପାଇଁ ଚୁକ୍ତିବଦ୍ଧ ହୋଇଥିଲେ। ତେବେ କରୋନା ଭାଇରସ କାରଣରୁ ଲକ୍‌ଡାଉନ ଜାରି ରହିଥିବାର ଆଇପିଏଲ୍‌ ଆରମ୍ଭ ହୋଇପାରିନାହିଁ। କ୍ରୀଡ଼ାରେ ଜଣେ ଅଧିନାୟକ ଓ ଜଣେ ଲିଡରଙ୍କ ମଧ୍ୟରେ ଫରକ ରହିଛି। ସେ ଜଣେ ପ୍ରକୃତ ନେତା ବୋଲି ଦିଲ୍ଲୀ ଫ୍ରାଞ୍ଚାଇଜ୍‌ ଦ୍ୱାରା ଆୟୋଜିତ ଏକ ଇନ୍‌ଷ୍ଟାଗ୍ରାମ ସେସନରେ ଅଂଶଗ୍ରହଣ କରି ମୋହିତ ଏହି କଥା କହିଛନ୍ତି।
ଯେତେବେଳେ ଦଳ ବିଜୟ ହାସଲ କରିଥାଏ ତାଙ୍କୁ କେହି ଆଗରେ ଥିବାର ଲକ୍ଷ୍ୟ କରି ନ ଥିଲେ। କିନ୍ତୁ ଦଳ ଯେତେବେଳେ ପରାସ୍ତ ହୋଇଥାଏ ତେବେ ତାଙ୍କୁ ସମସ୍ତଙ୍କ ଆଗରେ ଦେଖିବାକୁ ମିଳିଥାଏ। ପରାଜୟ ପାଇଁ ସେ ସବୁବେଳେ ନିଜକୁ ଦାୟୀ କରିଥାନ୍ତି। ଏହା ହେଉଛି ଜଣେ ପ୍ରକୃତ ଲିଡର ତଥା ଅଧିନାୟକର ପରିଚୟ। ମୋହିତ ପିଠିରେ ଅସ୍ତ୍ରୋପଚାର କରାଇଥିବାରୁ କିଛ ମାସ ପାଇଁ ଖେଳି ନ ଥିଲେ। ବ୍ୟାକ୍‌ ଇଞ୍ଜୁରି କାରଣରୁ ସେଦ ୧୦ କ୍ରିକେଟରୁ ଦୂରେଇ ରହିଥିଲେ। ତେବେ ଏଥିପାଇଁ ଦୁଇ ବର୍ଷ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା। ଏବେ ସେ ସମ୍ପୂର୍ଣ୍ଣରୂପେ ସୁସ୍ଥ ହୋଇ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଆଇପିଏଲ୍‌ ଖେଳିବାକୁ ଲକ୍ଷ୍ୟ ରଖିଛନ୍ତି। ଦିଲ୍ଲୀର ମେଣ୍ଟର ରିକି ପଣ୍ଟିଂଙ୍କଠାରୁ ବହୁତ କିଛି ଶିକ୍ଷା କରିହେବ ବୋଲି ସେ ଆଶା ରଖିଛନ୍ତି। ଏବେ ସପ୍ତାହରେ ୫ ଦିନ ଟ୍ରେନିଂ କରୁଛି ଓ ବାକି ଦୁଇ ଦିନ ରିକଭର କରୁଛି ବୋଲି ମୋହିତ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସତ ହେବ କି ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ? ୟୁରୋପର ୪୪ ଦେଶରେ ମୁସଲମାନ ଶାସନ!

ନୂଆଦିଲ୍ଲୀ,୧୮।୪: ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଅନୁସାରେ, ୨୦୪୩ ସୁଦ୍ଧା ମୁସଲିମ ସମ୍ପ୍ରଦାୟ ୟୁରୋପରେ ମହାନ ରାଜନୈତିକ ଶକ୍ତି ହାସଲ କରିବେ। ୨୦୨୫ରୁ ୟୁରୋପରେ ଏକ ବଡ଼...

ଭାଜପାର ୨ ଗୋଷ୍ଠୀ ମଧ୍ୟରେ ଠେଲାପେଲା: ଦଳୀୟ ସମ୍ମିଳନୀରେ ଗୋଷ୍ଠୀ କନ୍ଦଳ

ବଡ଼ବିଲ,୧୮ା୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲଠାରେ ଭାଜପା ପକ୍ଷରୁ ଆୟୋଜିତ ସକ୍ରିୟ ସଦସ୍ୟ ସମ୍ମିଳନୀରେ ଶୁକ୍ରବାର ଦଳର ୨ ଗୋଷ୍ଠୀ ମଧ୍ୟରେ କଥା କଟାକଟି ଓ...

ପୋଲିସ୍ ପ୍ରତିଷ୍ଠା ଦିବସ ଅବସରରେ ବଡଖାନା

ଭଞ୍ଜନଗର,୧୮/୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା  ଭଞ୍ଜନଗର ନିକଟସ୍ଥ ତନରଡ଼ା ସ୍ଥିତ ଆଇ ଆର୍ ବି ୮ ମ ସ୍ଵତନ୍ତ୍ର ବାଟାଲିୟନ ପରିସରରେ ପୋଲିସ୍ ପ୍ରତିଷ୍ଠା ଦିବସ...

ଘରକୁ ଫେରି ପାରିଲେନି; ଦୁର୍ଘଟଣାରେ ଚାଲିଗଲା ଜଣଙ୍କ ଜୀବନ, ୩ ଗୁରୁତର

ଜି.ଉଦୟଗିରି,୧୮।୪(ଚିନ୍ମୟ କୁମାର ସେଠୀ): ଜି. ଉଦୟଗିରିରେ ୨ ପୃଥକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ସ୍ଥାନୀୟ ପରିଷଦ ଅନ୍ତର୍ଗତ...

BJD: ନବୀନ ନିବାସରେ ହେଲା ଫାଇନାଲ, କାଲି ବଡ଼ ଘୋଷଣା!

ଭୁବନେଶ୍ୱର,୧୮।୪: ବିଜୁ ଜନତା ଦଳ (ବିଜେଡି) ସଂଗଠନରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିକଟରେ...

ଶସ୍ତାରେ ମିଳୁଛି ଭଡା ଘର, 1 BHK ଫ୍ଲାଟ ପାଇଁ ଦେବାକୁ ପଡିବ…

ନୂଆଦିଲ୍ଲୀ,୧୮।୪: ଭାରତର ବିଭିନ୍ନ ସହରରେ ଘର ଭଡାର ମୂଲ୍ୟ ଦିନକୁ ଦିନ ବଢୁଛି। ତେବେ କେତେକ ଛୋଟ ଓ ମଧ୍ୟମ ସହରରେ ଭଡା ମୂଲ୍ୟ ଏବେ...

ଅପହୃତା ନାବାଳିକା ଭୁବନେଶ୍ୱରରୁ ଉଦ୍ଧାର: ଜେଲ ଗଲେ…

ଦିଗପହଣ୍ଡି,୧୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅଞ୍ଚଳରୁ ଅପହୃତ କରାଯାଇଥିବା ଜଣେ ନାବାଳିକାଙ୍କୁ ପାଟପୁର ପୋଲିସ ଭୁବନେଶ୍ୱରସ୍ଥିତ ଏକ ଘରୁ ଉଦ୍ଧାର କରିଛି।...

Starlink: ଷ୍ଟାରଲିଙ୍କ୍‌ ଆସିବା ପରେ ଭାରତକୁ କ’ଣ ମିଳିବ ଫାଇଦା, କେବେ ମିଳିବ ଭାରତୀୟଙ୍କୁ ସୁବିଧା

ନୂଆଦିଲ୍ଲୀ,୧୮।୪:ଏଲନ ମସ୍କଙ୍କ ଷ୍ଟାରଲିଙ୍କ ସେବା ଭାରତ ଆସିବାକୁ ପ୍ରସ୍ତୁତ ହେଉଛି। ଏଥିପାଇଁ ଷ୍ଟାରଲିଙ୍କ ଭାରତୀୟ ଟେଲିକମ କମ୍ପାନୀ ଜିଓ ଏବଂ ଏୟାରଟେଲ ସହିତ ହାତ ମିଳାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image