ଗଣ୍ଡତୁରୁମ, ୧୨ା୧୨(ଡି.ଏନ୍.ଏ.)- ସମାଜରେ ବାସ କରୁଥିବାର ଭିନେ ଭିନେ ବରଗର ଲୁକ୍କର ବିକାଶ ଲାଗି ସବୁ ସ୍ତରରେ ବେବସ୍ତା ରହିଛେ। ସେନ୍ତା ଗଁାରେ ଜନପରତିନିଧି ହିସାବେ ଓ୍ବାର୍ଡ ସଭ୍ୟଠାନୁ ମୂଲ କରି ପଁଚେତ୍ରେ ସରପଁଚ୍, ବ୍ଲକରେ ଚେୟାରମ୍ୟାନ, ଜିଲାସ୍ତରରେ ଜିଲାପରିଷଦ ଅଧ୍ୟକ୍ଷ କାଯ୍ କରୁଛନ୍। ସେ ହିସାବେ ସରକାରୀ ସ୍ତରରେ ବି ବେବସ୍ତା ରହିଛେ। ସରକାରକଁର ସବୁ ବିକାଶ ମୂଲକ ଯୋଜନା ଇମାନକର ଜରିଆରେ ହେଉଛେ। ହେଲେ ଆଏଜ୍ ବି ଅନେକ ଜାଗାରେ ସରକାରୀ ଅଧ୍କାରୀ, ଜନପରତିନିଧିକର ଉଦାସିନତା ଲାଗି ଲୋକ ନିଜର ପରିଚଏ ଖୁଜୁଛନ୍। ସେମାନକର ଘରଦୁଆର କି କିଠାକାନା ବଲି କିଛି ନଁାଇଁନ। ଦେଶରେ ଜନମ ହେଇ ବି ସମକର ଲାଗି ବିଦେଶୀ ପାଲଟିଯାଉଛନ୍। ଏନ୍ତା ଗୁଟେ ଉଦାହରନ୍ ଦେଖ୍ବାକେ ମିଲିଛେ ବରଗଡ଼ ଜିଲା ଭେଡ଼େନ ବ୍ଲକ ଦେଶଭଟିଲି ପଁଚେତ୍ ସାଲଣା ଗଁାରେ।
ସୂଚନା ହିସାବେ ଭେଡେନ ବ୍ଲକ ଚିିଚିଣ୍ଡା ଗଁାର ଦୁର୍ଜନ ନାଇକ(୭୫)। ଜନ୍ମୁ ସେ ଦିବ୍ୟାଙ୍ଗ ଆଏ। ତାକର ଡେବ୍ରି ଗୋଡ଼ କାମ୍ ନାଇଁକରବାର। ସେନ୍ତା ସେ ବହୁତ୍ କମ୍ ଶୁନିପାରୁଛନ୍। ଠାରନାରରେ ଯାହା ବୁଝୁଛନ୍ କହୁଛନ୍। ଗଁାରୁ ଗଁା ବୁଲି ଭିଖ୍ ମାଗି ପେଟ୍ ପାଲୁଛନ୍। ଯେନ୍ ଗଁାରେ ବେଲବୁଡ଼ଲା ସେଟା ତାକର ଠିକାନା ପାଲ୍ଟୁଛେ। ଏନ୍ତା ଘଡ଼ିସଁଧି ସମିଆରେ ଦୁର୍ଜନକୁଁ ଥାନୀଅ ଧରିତ୍ରୀ ପରତିନିଧି ସାଲଣା ଗଁା ହରିଜନପଡ଼ାର କମ୍ୟୁନିଟି ସେଣ୍ଟରରେ ହବଡ଼େଇଥିଲେ। ଦୁର୍ଜନକଁର ଗୁଲ୍ଗୁଲା ଦେଖି ସେ ତାକର ବାବ୍ଦେ ପଚାରିଥିଲେ। ଦୁର୍ଜନ ନିଜର ଦୁଖ୍ ବଖାନି କହିଥିଲେ ଯେ, ମୋର ନିଜର ଗଁା ଚିଚିଣ୍ଡା। ହେଲେ ଜମିବାଡ଼ି କି ସଁପତି ବଲି କିଛି ନାଇଁ। ଆମେ ଦୁଇ ଭାଇ ବହେନ୍ ଛୁଆଦିନୁ ଦିବ୍ୟାଙ୍ଗ। ସାନ ଥିଲାବେଲେ ମା’ବାପ୍କେ ହରେଇଥିଲୁଁ। ସେଥିରଲାଗି ଭାଇବହେନ୍ ଛୁଆଦିନୁ ଗଁାଗଁଡ଼ା ବୁଲି ଭିଖ୍ ମାଗି ପେଟ୍ ପାଲୁଥିଲୁଁ। ଭିନ୍ନକ୍ଷମ ବଲି ବିହାଚୁରା ବି ନାଇଁ ହେଇ। ଏହେଦେ ଦୁନିଅଁାରେ ମୋର ନିଜର ବଲି କେହି ନଁାଇଁନ। ଗଲା ବଛର ବହେନ୍ ମିଞ୍ଜୋ ମୋତେ ଛାଡ଼ି ଆରପାରକେ ଚାଲିଯାଇଛେ। ମୋର ଘରଦୁଆର, ଭୋଟର କାର୍ଡ, ଆଧାର କାର୍ଡ କି ରାଶନ କାର୍ଡ କିଛି ନଁାଇଁନ। କେହେନ୍ସି ପରକାର ସରକାରୀ ସୁବିଧା ସୁଯୋଗ ନାଇଁ ପାଏବାର। ଦେଶରେ ଜନମ୍ ହେଇଛେଁ ସତ୍ ଆଗିଅଁା, ହେଲେ ମୋର ପରିଚଏ କି ଠିକାନା ବୋଲି କିଛି ନାଇଁ। ମୁଇଁ ଝନେ ବିଦେଶୀ ଜୀବନ୍ ବିତଉଛେଁ। ଏନ୍ତା ଜୀବନ୍ ଜିଁବାର ଯାହା ମରିଗଲେ ଭଲ ବଲି ସେ କହିଥିଲେ। ଦୁଖି ଦୁର୍ଜନକଁର ଉପରେ ଜିଲା ପରଶାସନ, କେହେନ୍ସି ସାମାଜିକ ସଂସ୍ଥା ଦୁରୁଷ୍ଟି ଦେଇ କେହେନ୍ସି ବୃଦ୍ଧାଶ୍ରମରେ ଥଇଥାନ କରବାର ସଂଗେ ସବୁପରକାର ସରକାରୀ ସୁବିଧା ଯୁଗେଇ ଦେବାକେ ବୁଧିଜୀବୀ ମହଲରେ ଦାବି ହେଉଛେ।