ପରିବା ଆତଙ୍କ

ପରିବା ଦର ଏବେ ଆକାଶଛୁଆଁ। ଏହା ଏତେ ଅଧିକ ହୋଇଛି ଯେ ଏକ ମଧ୍ୟବିତ୍ତ ପରିବାରର ଗ୍ରାହକ ତା’ର ଦୈନିକ ପରିବା ଆବଶ୍ୟକତାକୁ କମାଇବାକୁ ବାଧ୍ୟ ହୋଇଛି। ପରିବା କିଣିବାକୁ ଅଧିକାଂଶ ଲୋକ ବଜାରକୁ ଯିବାକୁ ଚାହଁୁନାହାନ୍ତି। କୋଭିଡ୍‌-୧୯ ଲକ୍‌ଡାଉନ ଯୋଗୁ ଲୋକମାନେ ଚାକିରି ହରାଇଥିତ୍ବା ଓ କମ୍‌ ଦରମା ପାଉଥିତ୍ତ୍ବାବେଳେ ଏଭଳି ପ୍ରାଇସ ବା ମୂଲ୍ୟବୃଦ୍ଧି ଜନିତ ଆତଙ୍କ ମୁଣ୍ଡ ବିନ୍ଧାର କାରଣ ହୋଇଛି। ଖାଦ୍ୟ ଶସ୍ୟଠାରୁ ଆରମ୍ଭ କରି ଖାଇବା ତେଲ ଓ ପରିବା ଦର କୋଭିଡ୍‌ ମାହାମାରୀ ପୂର୍ବରୁ ଯାହା ଥିଲା ତା’ଠାରୁ ପାଖାପାଖିତ୍ ୫୦% ଅଧିକ ମୂଲ୍ୟରେ ବିକ୍ରି ହେଉଛି। ଯେଉଁମାନେ ପରିବା ପାଇଁ ସପ୍ତାହକୁ ୮୦୦ଟଙ୍କା ଖର୍ଚ୍ଚ କରୁଥିଲେ ସେମାନେ ଏବେ ଏ ବାବଦରେ ପାଖାପାଖି ୧୫୦୦ ଟଙ୍କା ବ୍ୟୟ କରୁଛନ୍ତି। ଦର ବୃଦ୍ଧିର ଝଟ୍‌କାରେ ସାଧାରଣ ଲୋକଟିର ଦୁଃଖ ଆହୁରି ବଢିଯାଇଛି। ପିଆଜ ଓ ଆଳୁ ଦର ବଢିବାରେ ଲାଗିଥିବାବେଳେ ଟମାଟୋ କିଣିବାକୁ ଭୟ ଲାଗୁଛି। ସ୍ଥାନୀୟ ବଜାରରେ କେଜି ପିଛା ପିଆଜ ଦର ୮୦ ଟଙ୍କା ଥିବାବେଳେ ଆଳୁ ଦର ରହିଛି ୪୫ ଟଙ୍କା। ଯେଉଁ ପରିବା ସ୍ଥାନୀୟ ଅଞ୍ଚଳରେ ଉପତ୍ାଦନ ହେଉଛି ଓ ଯାହା ବାହାରୁ ଆସିଛି ସବୁ ପରିବା ଦର ଏମିତି ବଢିଯାଇଛି ଯେ ତାହା ଜଣେ ସାଧାରଣଲୋକ ପକ୍ଷେ କିଣିବା ସମ୍ଭବପର ନୁହେଁ। ବାଇଗଣ, ବିନ୍ସ, ଆଳୁ, ଗାଜର, କଞ୍ଚାଲଙ୍କା ଆଦିର ଦର ସୀମା ଟପିଯାଇଛି। କିଣିବା ତ ଦୂରର କଥା କେହି ବଜାରରେ ତାହାକୁ ଛୁଉଁନାହାନ୍ତି। ଲୋକେ ସାଧାରଣତଃ କିଣିବାକୁ ପସନ୍ଦ କରୁନଥିବା ତଥା ଶସ୍ତାରେ ମିଳୁଥିତ୍ବା ପରିବା ଯଥା କଖାରୁ, ଲାଉ, ସାରୁ, ଛଚିନ୍ଦ୍ରା, ପୋଇ ଓ କୁନ୍ଦୁରି ଆଦିର ମୂଲ୍ୟ ପୂର୍ବାପେକ୍ଷା ଢେର୍‌ ବୃଦ୍ଧିପାଇଛି। ପ୍ରତ୍ୟେକଟିର ଦର ୬୦ ଟଙ୍କା ତଳେ ନାହିଁ। ଉପତ୍ାଦନ ହେଉଥିବା ଅଞ୍ଚଳରୁ ପରିବା ଯୋଗାଣ କମିଯିବା କାରଣରୁ ଏଭଳି ପରିସ୍ଥିତି ଉପୁଜିଛି।
ବର୍ଷ ସାରା ପ୍ରୟାସ ସତ୍ତ୍ୱେ ରାଜ୍ୟ ସରକାର ଅତ୍ୟାବଶ୍ୟକ ଖାଦ୍ୟସମାଗ୍ରୀର ଆଶାତୀତ ଦର ବୃଦ୍ଧି ପଞ୍ଝାରୁ ସାଧାରଣ ଲୋକଙ୍କୁ ରକ୍ଷା କରିପାରିନାହାନ୍ତି। ଏବେ ଦେଖାଦେଇଥିତ୍ବା ଦରବୃଦ୍ଧି ଝଟ୍‌କା ନୂଆ ନୁହେଁ। ଅତୀତରେ ଏମିତି ବି ହୋଇଛି। କିନ୍ତୁ ଦୁଃଖର କଥା,ସରକାର ତାଙ୍କ ବିଫଳତାରୁ କିଛି ବି ଶିକ୍ଷା କରିନାହାନ୍ତି। ଯଦି ସୁବିଧା ଓ ସାଧନ ଯୋଗାଇ ଦିଆଯାଇଥାନ୍ତା ତେବେ ଆମେ ପରିବା ଉପତ୍ାଦନରେ ଆମତ୍ନିର୍ଭର ହେବାରେ କୌଣସି ଅସୁବିଧା ରହନ୍ତାନି। ଓଡ଼ିଶାରେ ଆଳୁ, ପିଆଜ ସମେତ ଅନ୍ୟ ପରିବା ଉପତ୍ାଦନ ପାଇଁ ଅନୁକୂଳ ଜଳବାୟୁ ଓ ମୃତ୍ତିକା ରହିଛି। ଆମେ ଭଲ କିସମର ପିଆଜ ଉପତ୍ାଦନ କରିପାରୁ ବୋଲି ବଲାଙ୍ଗୀର, ବୌଦ୍ଧ ଓ କଳାହାଣ୍ଡିର ଚାଷୀମାନେ ମଧ୍ୟ ପ୍ରମାଣ କରି ଦେଇଛନ୍ତି। ତେବେ ଆମେ ଆଳୁ, ପିଆଜ, ମାଛ ଓ ଅଣ୍ଡା ଭଳି ଅତ୍ୟାବଶ୍ୟକ ଖାଦ୍ୟସାମଗ୍ରୀ ଉପରେ ଅନ୍ୟ ରାଜ୍ୟଗୁଡ଼ିକ ଉପରେ ନିର୍ଭର କରିଚାଲିଛୁ। ଯଦି ନଷ୍ଟ ହୋଇ ଯାଉଥିତ୍ବା କୃଷି ଉପତ୍ାଦ ପାଇଁ ଭଣ୍ଡାରଘର, ଶୀତଳଭଣ୍ଡାର ଭଳି ଭିତ୍ତିଭୂମି ସରକାରଙ୍କ ପାଖରେ ରହିଥାନ୍ତା ତେବେ ଆମେ ଉପତ୍ାଦନ ଯଥେଷ୍ଟ ବଢାଇପାରିଥାନ୍ତୁ। କିନ୍ତୁ ସରକାର ଏ କ୍ଷେତ୍ରରେ ଅସଫଳ ହୋଇଛନ୍ତି। ରାଜ୍ୟରେ ଅତ୍ୟାଧୁନିକ ଭଣ୍ଡାରଘର ଓ ମାର୍କେଟ ସୁବିଧା ନ ଥିବାରୁ ଚାଷୀମାନେ ପରିବା ଭଳି ଅର୍ଥକରୀ ଫସଲ କରିବାକୁ ପଛଘୁଞ୍ଚା ଦେଉଛନ୍ତି। ଯେଉଁ ଫସଲରେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ପିସି) ମିଳୁଛି ତାହା କରିବାକୁ ଚାଷୀମାନେ ଆଗ୍ରହ ପ୍ରକାଶ କରୁଛନ୍ତି। କୃଷି ଉପରେ ଅନେକ ନୀତି କରାଯାଇଛି ହେଲେ ସେଗୁଡ଼ିକ ପ୍ରାୟତଃ କାଗଜ କଲମରେ ରହିଛି। ପିଆଜ ପାଇଁ ଆମେ ମହାରାଷ୍ଟ୍ର ଏବଂ ଆନ୍ଧ୍ରପ୍ରଦେଶ ଉପରେ ନିର୍ଭର କରୁଥିବାବେଳେ ଆଳୁ ଆଣୁଛୁ ପଶ୍ଚିମବଙ୍ଗରୁ। ମାଛ ଓ ଅଣ୍ଡା ଲାଗି ଆନ୍ଧ୍ର ଉପରେ ବି ନିର୍ଭରଶୀଳ। ରାଜ୍ୟର ବହୁଚର୍ଚ୍ଚିତ ‘ଆଳୁ ମିଶନ’ ସମ୍ପୂର୍ଣ୍ଣ ବିଫଳ ହୋଇଛି। ଥରେ ସଂଶୋଧିତ କୃଷି ଆଇନ ଏଠାରେ କାର୍ଯ୍ୟକାରୀ କରାଗଲେ ଭିବଷ୍ୟତରେ ଏହି ସମସ୍ୟା ଆହୁରି ବିଗିଡ଼ିଯିବ। କାରଣ ସଂଶୋଧିତ ଆଇନରେ ଆଳୁ ଏବଂ ପିଆଜକୁ ଏସେନ୍‌ସିଆଲ ସର୍ଭିସ ମେଣ୍ଟେନାନ୍ସ ଆକ୍ଟ ବା ଅତ୍ୟାବଶ୍ୟକୀୟ ସେବା ଅନୁରକ୍ଷଣ ଆଇନ ପରିସର ବାହାରେ ରଖାଯାଇଛି।
ଦେଶର ବିଭିନ୍ନ ଅଞ୍ଚଳ ବିଶେଷ କରି ମହାରାଷ୍ଟ୍ରରେ ବର୍ଷା ଯୋଗୁ ଫସଲ ନଷ୍ଟ ହେବା ପରେ ପିଆଜ ଦର ବୃଦ୍ଧିପାଇଛି। ତେବେ ଅନ୍‌ଲକ ୫.୦ରେ ଆନ୍ତଃରାଜ୍ୟ ପରିବହନ ଆରମ୍ଭ ହେବା ସହ ସୁବିଧାରେ ଶ୍ରମିକ ଉପଲ୍ବବ୍ଧ ହେଉଛନ୍ତି। ବର୍ଷା ହେତୁ ପରିବା ଯୋଗାଣରେ ସାମୟିକ ବିଳମ୍ବ ହୋଇପାରେ ଓ ଦର ବଢ଼ିପାରେ। କିନ୍ତୁ ବର୍ଷକରୁ ବେଶି ହେବ ତ ପରିବା ଦର ବୃଦ୍ଧିପାଇବାରେ ଲାଗିଛି। ଲଗାତର ମୂଲ୍ୟ ବୃଦ୍ଧି ଯୋଗୁ ମୁଦ୍ରାସ୍ଫୀତି ବୃଦ୍ଧିପାଇଛି। ଆମେ ଏବେ ବିଚିତ୍ର ଘଟଣା ଦେଖିତ୍ବାକୁ ପାଇପାରିଛୁ। ଲୋକଙ୍କ ପାଖରେ ଜିନିଷ କିଣିବାକୁ ଅର୍ଥ ନାହିଁ ଓ ଦରବୃଦ୍ଧି ଯୋଗୁ ସେମାନେ ଜିନିଷ କିଣୁନାହାନ୍ତି, ହେଲେ ମୁଦ୍ରାସ୍ଫୀତି ବୃଦ୍ଧିପାଉଛି। ରାଜ୍ୟ ନିଜର ଆବଶ୍ୟକତା ପୂରଣ କରିବା ପାଇଁ ଅଧିତ୍କ ପରିବା ଉପତ୍ାଦନ କରିବା ଏବଂ ଭଣ୍ଡାରଘର ଓ ଶୀତଳଭଣ୍ଡାର ନିର୍ମାଣ କରିବା ଆରମ୍ଭ କରନ୍ତୁ। ପରିବା ଭଳି ନଷ୍ଟ ହୋଇଯାଉଥିବା ସାମଗ୍ରୀକୁ ସବୁବେଳେ ଆମଦାନୀ କରାଯାଇପାରିବ ନାହିଁ। କୃଷି ଉପତ୍ାଦ ବଜାରରେ ସବୁବେଳେ ଉପଲବ୍ଧ ହେବା ପାଇଁ ସରକାର ଉପଯୁକ୍ତ ଭିତ୍ତିଭୂମି ଓ ସଞ୍ଚାଳନ ବ୍ୟବସ୍ଥା ବିକାଶ କରିବା ଉଚିତ। ଅନ୍ୟଥା ସାଧାରଣ ଲୋକଟି ଦରବୃଦ୍ଧି ଆତଙ୍କରୁ କେବେ ବି ରକ୍ଷା ପାଇପାରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ତାରାର ମୃତ୍ୟୁରେ ଆମର ଜୀବନ

ଖ୍ୟାତ କବି ୱାଲ୍ଟ ୱିଟ୍‌ମ୍ୟାନ ତାଙ୍କ କବିତା ‘ଲିଭ୍ସ ଅଫ୍‌ ଗ୍ରାସ’ରେ କହିଥିଲେ, ”ମୁଁ ବିଶ୍ୱାସକରେ ଯେ ଗୋଟିଏ ଘାସପତ୍ରରେ ମଧ୍ୟ ତାରାମାନଙ୍କର ଜୀବନଚକ୍ରର ପ୍ରଭାବ...

ମୋର ଭୁଲ୍‌ କେଉଁଠି

ଅଚିହ୍ନା ଥିବା ଯାଏ ମୋ ମାଆଙ୍କୁ ସଭିଏଁ ଭଲ ପାଉଥିଲେ, ଆଦର ଯତ୍ନ କରୁଥିଲେ। ସୁନ୍ଦର ସୁନ୍ଦର ପରାମର୍ଶ ଦେଉଥିଲେ ଯଥା- ଠିକ୍‌ ସମୟରେ ଖାଅ,...

କେବଳ ଛଳନା

ଯଦି ତୁମ ସହିତ ମୋର କିଛି ବିବାଦ ଅଛି, ତେବେ ମୁଁ ଏହାକୁ ତିନୋଟି ଉପାୟ ମଧ୍ୟରୁ ଯେକୌଣସି ଗୋଟିଏରେ ସମାଧାନ କରିପାରିବି। ପ୍ରଥମଟି ହେଉଛି...

ଖବରକାଗଜ ଓ ଆମେ

ଭାରତ ସ୍ବାଧୀନ ହେବାର ୭୭ ବର୍ଷ ପରେ ଏବେ ଖବରକାଗଜ ଉପରେ ସମୀକ୍ଷା କରିବାର ଆବଶ୍ୟକତା ଅନୁଭୂତ ହେଉଛି। ସ୍ବାଧୀନତା ଲାଭ ପୂର୍ବରୁ ଭାରତର ସ୍ବାଧୀନତା...

କଳାପଟି ହଟିଗଲା ପରେ

ଭାରତୀୟ ନ୍ୟାୟ ବ୍ୟବସ୍ଥା ଏବେ ଆଉ ଅନ୍ଧ ନୁହେଁ କି କୌଣସି ହିଂସାର ପ୍ରତୀକ ତା’ପାଇଁ ଶୋଭନୀୟ ନୁହେଁ ବୋଲି ବିବେଚନାକରି ନିକଟରେ ଉଚ୍ଚତମ ନ୍ୟାୟାଳୟ...

ବୈଶ୍ୱିକ ବିଜୟ

ଗ୍ଲୋବାଲ ବାୟୋଫୁଏଲ ଆଲିଆନ୍ସ (ଜିବିଏ) ଓ ଭାରତ ମଧ୍ୟରେ ହୋଷ୍ଟ କଣ୍ଟ୍ରି ଏଗ୍ରିମେଣ୍ଟ ହୋଇଛି। ପ୍ରାୟୋଜକ ଦେଶ ଭାବେ ଭାରତ ଚୁକ୍ତିଭୁକ୍ତ ହେବା ବୈଦେଶିକ ବ୍ୟାପାର...

ଓଡ଼ିଶାରେ ଦାଦନ ସମସ୍ୟା

ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗଗୁଡିକର ସମ୍ମିଳିତ ପ୍ରୟାସରେ ରାଜ୍ୟର ଦାଦନ ଶ୍ରମିକମାନଙ୍କୁ କିପରି ରାଜ୍ୟରେ ଜୀବିକା ଅର୍ଜନ କରିବା ପାଇଁ ସୁଯୋଗ ସୃଷ୍ଟି କରାଯିବ ସେଥିପାଇଁ...

ବାଲିଯାତ୍ରା

ହଜାରେ ବର୍ଷର ସହର କଟକରେ ବାଲିଯାତ୍ରା ରୂପକ ଯାତ୍ରାର ବୟସ ବି ପାଞ୍ଚଶହ ବର୍ଷରୁ ଅଧିକ ବୋଲି ଇତିହାସ କହେ। ଗୋଟିଏପଟେ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା,...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri