ପରିବାର ସଦସ୍ୟଙ୍କ ଠାରୁ ଅଲଗା ରୁମରେ ରହୁଛନ୍ତି ଗଞ୍ଜାମ ଜିଲାପାଳ, ରକ୍ଷା କରୁଛନ୍ତି ସାମାଜିକ ଦୂରତା

ଛତ୍ରପୁର, ୧୫।୪(ଡି.ଏନ୍‌.ଏ.): କରୋନା ମୁକାବିଲା ପାଇଁ ଗଞ୍ଜାମ ଜିଲାର ଜିଲାପାଳଙ୍କ ଠାରୁ ଆରମ୍ଭକରି ସବୁ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ବିଭିନ୍ନ କାର୍ଯ୍ୟରେ ସାମିଲ ଅଛନ୍ତି। ସେମାନେ ଦିନରାତି ଏକକରି ଲୋକଙ୍କୁ ସଚେତନ କରିବା ସହ ଦୋକାନ ବଜାର ଓ କ୍ୱାରାଣ୍ଟାଇନ ସେଣ୍ଟର ଯାଞ୍ଚ କରୁଛନ୍ତି। କରୋନା ମୁକାବିଲା ପାଇଁ ସରକାରଙ୍କ ସମସ୍ତ ଗାଇଡ୍‌ଲାଇନକୁ କାର୍ଯ୍ୟକାରୀ କରୁଛନ୍ତି। ଅପରପକ୍ଷେ କାର୍ଯ୍ୟସାରି ଘରକୁ ଫେରିବା ପରେ ପରିବାର ସଦସ୍ୟଙ୍କ ଠାରୁ ସାମାଜିକ ଦୂରତା ରକ୍ଷାକରି ଜିଲାପାଳ ଓ ତାଙ୍କ ମମସ୍ତ ଷ୍ଟାଫ୍‌ ଅଲଗା ରହୁଛନ୍ତି। ଏ ନେଇ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏଥିସହ ଷ୍ଟାଫ୍‌ମାନଙ୍କ ଏହି ତ୍ୟାଗ ପ୍ରଶଂସନୀୟ ବୋଲି ମଧ୍ୟ ସେ କହିଛନ୍ତି।
କ୍ୱାରାଣ୍ଟାଇନ ସେଣ୍ଟରରେ କେବଳ ପଜିଟିଭ ବାହାରିଛି। କମ୍ୟୁନିଟି ସଂକ୍ରମଣ ହୋଇ ନ ଥିବାରୁ ବ୍ୟସ୍ତ ହେବାର କାରଣ ନାହିଁ। ଗଞ୍ଜାମ ଜିଲା ନିୟନ୍ତ୍ରଣରେ ଅଛି ବୋଲି ଜିଲାପାଳ କହିଛନ୍ତି। ଅପରପକ୍ଷରେ ସାମାଜିକ ଦୂରତା ରକ୍ଷା ସହ ମାସ୍କ, ଗ୍ଳୋବ୍ସ ବ୍ୟବହାର, ସାନିଟାଇଜରରେ ହାତ ସଫା ଏବଂ କୋଭିଡ ଗାଇଡ୍‌ଲାଇନ ପାଳନ କଲେ କରୋନାକୁ ମୁକାବିଲା କରିହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ସହ କାର୍‌ ଜବତ: ୨ ଗିରଫ

ବାଲିଗୁଡ଼ା,୨୩ା୧୧(ସଞ୍ଜୟ ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଅବକାରୀ ବିଭାଗ ଗଞ୍ଜେଇ ଚୋରାଚାଲାଣ ବେଳେ ଚଢାଉ କରି କାର୍‌ ସହ ଦୁଇଜଣଙ୍କୁ ଗିରଫ କୋର୍ଟଚାଲାଣ କରିଛି। ସୂଚନାନୁଯାୟୀ,...

୨୪ ବର୍ଷର ଶାସନରେ ଯାଜପୁରରେ ଅରାଜକତା କହିଲେ ଭାଜପା ନେତା

ଭୁବନେଶ୍ୱର,୨୩।୧୧: ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ ଭାଜପା ନେତା ଗୌତମ ରାଏ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ବିରଜାଙ୍କ ନାଁରେ ରାଜନୀତି ନ କରିବାକୁ ଅନୁରୋଧ।...

ଧାର ଟଙ୍କା ମାଗିବାରୁ ନାବାଳକ ଛାତ୍ରଙ୍କୁ ଆକ୍ରମଣ

ଗୋପାଳପୁର,୨୩ା୧୧(ନବୀନ ରାଜ ଆଚାରୀ): ଧାର ଟଙ୍କା ମାଗିବାରୁ ନାବାଳକ ଛାତ୍ରଙ୍କୁ ଲୁହା ରୋଡ୍‌ରେ ଆକ୍ରମଣ କରିଥିବା ନେଇ ଶୁକ୍ରବାର ରାତିରେ ଗୋଳନ୍ଥରା ଥାନାରେ ଅଭିଯୋଗ ହୋଇଛି।...

ବିଶ୍ୱବିଦ୍ୟାଳୟ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ୍‌ରେ ମିଳିଲା ମଞ୍ଜୁରୀ

ଭୁବନେଶ୍ୱର,୨୩ା୧୧: ବିଶ୍ବବିଦ୍ୟାଳୟ ଅଧିନିୟମ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟର ଶନିବାର ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ମଞ୍ଜୁରୀ ମିଳିଛି। କ୍ୟାବିନେଟ ବୈଠକ ପରେ ମୁଖ୍ୟ ଶାସନ ସଚିବ ସୂଚନା...

ବଢ଼ୁଛି କି ରାଜନୈତିକ ଚାପ? ବବିଙ୍କ ଭାଇ ନାଁରୁ ଉଠିବ କି ମାମଲା, ଓକିଲଙ୍କ ସହ ଥାନାରେ ପହଞ୍ଚିଲେଣି…

ଭୁବନେଶ୍ୱର,୨୩।୧୧: ବ୍ୟବସାୟୀଙ୍କୁ ଧମକ ମାମଲାରେ ବିଜେଡି ନେତା ବବିଙ୍କ ଭାଇ ଭବ ପ୍ରସାଦ ଦାସ ଗିରଫ ଘଟଣାରେ ଉଠିଯିବ କି ମାମଲା। ଅଭିଯୋଗକାରୀଙ୍କୁ ସାଥୀରେ ଧରି...

ବାଇକ୍‌ରେ ଯାଉଥିଲେ ସ୍ବାମୀ-ସ୍ତ୍ରୀ: ଧକ୍କା ଦେଲା କାର୍‌…

ବନ୍ଧମୁଣ୍ଡା, ୨୩ା୧୧(ସୁବ୍ରତ ଦେ): ସୁନ୍ଦରଗଡ଼ ଜିଲା ବିଶ୍ରା ଥାନା ଅଧୀନ ଶାରୁବାହାଲ ଗାଁର ମୁଖ୍ୟ ରାସ୍ତାରେ ଏକ କାର୍‌ ବାଇକ୍‌କୁ ଧକ୍କା ଦେଇଥିଲା। ଫଳରେ ବାଇକରେ...

କାର୍‌ ଡିକିରେ ନେଉଥିଲେ ଗଞ୍ଜେଇ, ଗୋଡ଼ାଇ ଗୋଡ଼ାଇ ଧରିଲେ ଅବକାରୀ ଅଧିକାରୀ

ଗୋପାଳପୁର,୨୩ା୧୧(ନବୀନ ରାଜ ଆଚାରୀ): ଶନିବାର ଅପରାହ୍ନରେ ଅବକାରୀ ଗୋଇନ୍ଦା ଅଧିକାରୀମାନେ ଗଞ୍ଜେଇ ଚାଲାଣକାରୀକୁ ଗୋଡ଼ାଇ ଗୋଡ଼ାଇ ଗଞ୍ଜାମ ଜିଲା ୧୬ ନଂ ଜାତୀୟ ରାଜପଥ ଗୋଳନ୍ଥରା...

ମାଡ଼ ପରେ ପୁଣି ତାତିଲେ ହିମାଂଶୁ, କହିଲେ ପ୍ରମିଳା ମ୍ୟାଡାମ ଭାରସାମ୍ୟ ହରାଇଲେଣି

ଭୁବନେଶ୍ୱର,୨୩।୧୧: ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ମାଡ଼ ଘଟଣାରେ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ ଶନିବାର ପ୍ରତିକ୍ରିୟା ରଖିଥିଲେ। ତାଙ୍କ ପ୍ରତିକ୍ରିୟା ପରେ ମୁହଁ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri