ପରିବେଶ ପର୍ଯ୍ୟଟନସ୍ଥଳୀରେ ବଢ଼ୁଛନ୍ତି ପର୍ଯ୍ୟଟକ

ଭୁବନେଶ୍ୱର,୨୧।୨(ବ୍ୟୁରୋ): ନୟାଗଡ଼ ଜିଲାର ଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା ଛୋଟ ଆଭ୍ୟନ୍ତରୀଣ ଗ୍ରାମ ବଡ଼ମୂଳ ସମ୍ପର୍କରେ ଦିନେ କେହି ଶୁଣି ନ ଥିଲେ କି ଜାଣି ନ ଥିଲେ। ହେଲେ ଆଜି ଏହି ଗାଁ ଦେଶ, ବିଦେଶର ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣ ସାଜିଛି। ଓଡ଼ିଶାର ଏକ ପ୍ରମୁଖ ପରିବେଶ ପର୍ଯ୍ୟଟନସ୍ଥଳୀଭାବେ ଏହା ସାରା ବିଶ୍ୱରୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇଛି। ୨୦୧୬ରେ ମହାନଦୀ କୂଳରେ ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟର ଠିକ୍‌ ମଧ୍ୟଭାଗରେ ପ୍ରତିଷ୍ଠା ହୋଇଥିବା ‘ସାତକୋଶିଆ ସ୍ୟାଣ୍ଡ୍‌ ରିସର୍ଟ ଆଣ୍ଡ ନେଚର କ୍ୟାମ୍ପ୍‌’ ଲଗାତର ଦ୍ୱିତୀୟବର୍ଷ ପାଇଁ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ରାଜସ୍ବ ଆଦାୟ କରି ରେକର୍ଡ ପ୍ରତିଷ୍ଠା କରିଛି। ପର୍ଯ୍ୟଟନ ଏବଂ ବନ ବିଭାଗର ମିଳିତ ଉଦ୍ୟମରେ ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ମୁଣ୍ଡ ଟେକିଥିବା ଏହି ଇକୋଟୁରିଜମ୍‌ ପ୍ରକଳ୍ପ ଓଡ଼ିଶା ଇତିହାସରେ ପ୍ରଥମଥର ପାଇଁ ଏକ ଗ୍ରାମ କମ୍ୟୁନିଟି ପ୍ରୋଜେକ୍ଟ ମାଧ୍ୟମରେ ଏତେ ମୋଟାଅଙ୍କର ଲାଭାଂଶ ଅର୍ଜନ କରିବାରେ ସଫଳ ହୋଇଛି। କେବଳ ପରିବେଶ ପର୍ଯ୍ୟଟନ ନୁହେଁ, ବନ୍ୟପ୍ରାଣୀ ସଂରକ୍ଷଣ କ୍ଷେତ୍ରରେ ମଧ୍ୟ ଏହା ଏକ ମଡେଲ ଗ୍ରାମରେ ପରିଣତ ହୋଇଛି।
ବଡ଼ମୂଳର ୩୪ଜଣ ବାସିନ୍ଦାଙ୍କ ଦ୍ୱାରା ପରିଚାଳିତ ଏହି ନେଚର କ୍ୟାମ୍ପ୍‌ ୨୦୧୮-୧୯ ଆର୍ଥିକବର୍ଷରେ ମୋଟ ୧.୩ କୋଟି ଟଙ୍କାର ରାଜସ୍ବ ଦେବା ସହ ୪୪୫୦ ଦେଶୀ, ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥିଲା। ତନ୍ମଧ୍ୟରେ ଜର୍ମାନ, ଫ୍ରାନ୍ସ ଏବଂ ବ୍ରିଟେନ୍‌ ଭଳି ରାଷ୍ଟ୍ରରୁ ୨୦%ରୁ ଅଧିକ ବିଦେଶୀ ପର୍ଯ୍ୟଟକ ରହିଥିଲେ। ସେହିଭଳି ୨୦୧୯-୨୦ ଆଥିର୍ର୍କବର୍ଷରେ ଫେବୃୟାରୀ ସୁଦ୍ଧା ଏଠାକୁ ୪୫୦୦ରୁ ଊର୍ଦ୍ଧ୍ୱ ପର୍ଯ୍ୟଟକ ଆସିସାରିଥିବା ବେଳେ ରାଜସ୍ବ ଆୟ ୧ କୋଟି ଟପିଯାଇଛି। ପ୍ରାକୃତିକ ପରିବେଶର ଶୋଭା ସାଙ୍ଗକୁ ବାର୍ଡିଂ, ବୋଟିଂ, ସାଇକ୍ଲିଂ, ଟ୍ରେକିଂ, ସ୍ପୋର୍ଟସ, ଫାର୍ମ ଭିଜିଟ୍‌, ଭିଲେଜ୍‌ ଟୁର୍‌, କ୍ୟାନପି ଓ୍ବାକ୍‌ ଭଳି ବିଭିନ୍ନ ପ୍ରକାର ଆକ୍ଟିଭିଟି ଏଠାକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି। ଅନ୍ୟପକ୍ଷରେ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଉଥିବା ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇଦେବା ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ଥିବାବେଳେ ଏହା ଏବେ ସଫଳ ହୋଇଛି। ବଡ଼ମୂଳ ସହ ଏହାର ଆଖପାଖ ୫ରୁ ୬ ଗ୍ରାମର ଗ୍ରାମବାସୀଙ୍କ ଆଥିର୍ର୍କାବସ୍ଥାର ଉନ୍ନତି ଘଟିଛି। ପ୍ରକଳ୍ପ ସହ ଜଡ଼ିତ ପରିବାର ପୂର୍ବରୁ ୨୦ ହଜାର ଟଙ୍କାର ବାର୍ଷିକ ଆୟ କରୁଥିବା ବେଳେ ଏବେ ତାହା ଦେଢ଼ ଲକ୍ଷରୁ ୨ଲକ୍ଷ ହୋଇଛି। ସେହିଭଳି ବନ୍ୟଜନ୍ତୁଙ୍କ ଶିକାର କରି ଚଳୁଥିବା ଗ୍ରାମବାସୀ ଶିକାରୀ ପରିବର୍ତ୍ତେ ବନ୍ୟଜନ୍ତୁ ସଂରକ୍ଷକ ପାଲଟିଛନ୍ତି। ବିଭାଗ ଦ୍ୱାରା ଆୟୋଜିତ ହେଉଥିବା ‘ପୋଚର୍ସ ଟର୍ନଡ୍‌ ପ୍ରୋଟେକ୍ଟର୍ସ ଅଫ୍‌ ସାତକୋଶିଆ’ କାର୍ଯ୍ୟକ୍ରମ ଏଠାକାର ଶିକାରୀମାନଙ୍କୁ ବୋଟ୍‌ମ୍ୟାନ୍‌, ଇକୋ ଗାଇଡ୍‌, ଆକାଉଣ୍ଟାଣ୍ଟ୍‌, ରୋଷେୟା, ସର୍ଭିସ୍‌ ପର୍ସନ୍‌, ମ୍ୟାନେଜର ଆଦିରେ ପରିଣତ କରିଛି।

ଶିମିଳିପାଳ, ଦେବ୍ରୀଗଡ଼, ଦାରିଙ୍ଗବାଡ଼ିରେ ବଢ଼ୁଛି ପର୍ଯ୍ୟଟକ ସଂଖ୍ୟା
ଅନ୍ୟପକ୍ଷରେ କେବଳ ବଡ଼ମୂଳ ନୁହେଁ, ଶିମିଳିପାଳ ନେଚରକ୍ୟାମ୍ପ୍‌ ଚଳିତ ଆର୍ଥିକବର୍ଷରେ ୧ କୋଟି ୭ ଲକ୍ଷ ଟଙ୍କାର ରାଜସ୍ବ ଆୟ କରିଛି, ଯାହାକି ଗତବର୍ଷ ଠାରୁ ଢେର୍‌ ଅଧିକ ବୋଲି ଇକୋଟୁରିଜମ୍‌ ଡିସିଏଫ୍‌ ଅଂଶୁ ପ୍ରଜ୍ଞା ଦାସ କହିଛନ୍ତି। ସେହିଭଳି ଦେବ୍ରୀଗଡ଼ ଇକୋଟୁରିଜମ୍‌ ପ୍ରକଳ୍ପ ବର୍ତ୍ତମାନ ସୁଦ୍ଧା ୭୫ ଲକ୍ଷ ଟଙ୍କା ଆୟ କରିଥିବାବେଳେ ଦାରିଙ୍ଗବାଡ଼ି ପ୍ରକଳ୍ପ ଗତବର୍ଷଠାରୁ ଦୁଇଗୁଣା ଅଧିକ ଲାଭ କରିଛି। ଭିତରକନିକା ପରିବେଶ ପର୍ଯ୍ୟଟନସ୍ଥଳୀ ୭୦ ଲକ୍ଷ ଟଙ୍କାର ରାଜସ୍ବ ଆୟ କରିଥିବାବେଳେ ଅନ୍‌ଲାଇନ୍‌ ବୁକିଂ, ଜଙ୍ଗଲ ସଫାରୀ, ଦୁଃସାହସିକ କ୍ରୀଡ଼ା ଭଳି ବ୍ୟବସ୍ଥା ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟକୁ ମିଳିଲା ୧୨ଟି ପାଟ୍ରୋଲିଂ ଗାଡ଼ି, ୫ବର୍ଷରେ ଅଭୟାରଣ୍ୟକୁ ଆସିବେ ୧୪ ବାଘ

ଭୁବନେଶ୍ୱର, ୧୮ା୧୦ (ବନ୍ଦନା ସେଠୀ): ଜୀବଜନ୍ତୁଙ୍କ ସୁରକ୍ଷାରେ ନିୟୋଜିତ ହେବ ପାଟ୍ରୋଲିଂ ଭ୍ୟାନ୍‌। ବିଶେଷକରି ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ସୁରକ୍ଷା ପାଇଁ ଆଧୁନିକ ଯାନର ବ୍ୟବସ୍ଥା...

ଟାସ୍କଫୋର୍ସ ପୁନର୍ଗଠନ କଲେ ରାଜ୍ୟ ସରକାର, ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ ଶିକ୍ଷାନୀତି

ଭୁବନେଶ୍ୱର,୧୮।୧୦: ଜାତୀୟ ଶିକ୍ଷା ନୀତି-୨୦୨୦କୁ ଓଡ଼ିଶାରେ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଗୁରୁବାର ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଟାସ୍କଫୋର୍ସ ପୁନର୍ଗଠନ ସହ...

ବଦଳିଲେ ୭୦ରୁ ଅଧିକ ତହସିଲଦାର

ଭୁବନେଶ୍ୱର, ୧୮ା୧୦: ରାଜ୍ୟରେ ଓଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ସରକାର। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ...

କୋଷ୍ଟ ଗାର୍ଡ ଡିଆଇଜି, ପନ୍ତ୍ରୀଙ୍କୁ ଦୁର୍ବ୍ୟବହାର, ନୟାପଲ୍ଲୀ ଥାନାରେ ଏତଲା

ଭୁବନେଶ୍ୱର,୧୮ା୧୦(ସତ୍ୟଜିତ୍‌ ରାଉତ): କୋଷ୍ଟଗାର୍ଡ ଡିଆଇଜି ସତ୍ୟ ରଞ୍ଜନ ଦାସ ଓ ତାଙ୍କ ପତ୍ନୀ ନୟାପଲ୍ଲୀ ଥାନା ଅନ୍ତର୍ଗତ କଳିଙ୍ଗ ଷ୍ଟାଡିଅମ୍‌ ଟ୍ରାଫିକ୍‌ ପୋଷ୍ଟ ନିକଟରେ ଗୁରୁବାର...

OSSSC ଦ୍ଵାରା କମ୍ପ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା ବିବାଦ, ସରକାର ନେଲେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର, ୧୮ା୧୦: ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସ୍‌ଏସ୍‌ଏସ୍‌ସି) ଦ୍ୱାରା କମ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା ୨୦୨୪ର ଫରେଷ୍ଟର, ଫରେଷ୍ଟ ଗାର୍ଡ, ଆର୍‌ଆଇ, ଅମିନ ଆଦି...

୨୩ରୁ ଏସବୁ ଜିଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର,୧୮ା୧୦(ଅନିଲ ଦାସ): ବିଲରେ ଧାନ ବାହାରିବାକୁ ବସିଲାଣି। ଚାଷୀକୁଳ ଅସରାଏ ବର୍ଷାକୁ ଚାହିଁ ରହିଛନ୍ତି। ବର୍ଷା ହେଲେ ବିଲରେ ସୁନା ଫଳିବ। ବର୍ଷକର ପରିଶ୍ରମ ଚାଷୀଙ୍କୁ...

କାର୍ତ୍ତିକ ଆରମ୍ଭରୁ ଅସମ୍ଭାଳ, ଛୁଇଁହେଉନି ପରିବା

ଭୁବନେଶ୍ୱର,୧୮ା୧୦(ଅନିଲ ଦାସ): ପାର୍ବଣରେ ମହଙ୍ଗାମାଡ଼ ଖାଉଟିଙ୍କ ହର୍ଷୋଲ୍ଲାସକୁ ଫିକା କରିଦେଇଛି। ଆଳୁ, ପିଆଜ ଓ ତେଲ ସମେତ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀଗୁଡ଼ିକ ପୂର୍ବରୁ ଚଢ଼ାଦରରେ ବିକ୍ରି...

୨୦ରୁ ଊର୍ଦ୍ଧ୍ୱ ଟ୍ରେନ ବାତିଲ

ରାଉରକେଲା,୧୭।୧୦(ସଙ୍ଗୀତା ଜେନା): ଦକ୍ଷିଣ ପୂର୍ବ ରେଳବାଇ ପକ୍ଷରୁ ମରାମତି ଓ ଅନ୍ୟ କାର୍ଯ୍ୟ ପାଇଁ ଗୁରୁବାର ଏବଂ ଶୁକ୍ରବାର ୨ ଦିନ ଧରି ୨୦ରୁ ଊର୍ଦ୍ଧ୍ୱ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri