ପରିସଂଖ୍ୟାନ ବିଭାଗରେ ହେବ ପୁନର୍ଗଠନ;ଏନ୍‌ଏସ୍‌ଏସ୍‌ଓ ସହ ମିଶିଯିବ ସିଏସ୍‌ଓ

ନୂଆଦିଲ୍ଲୀ,୨୬-୫: ପରିସଂଖ୍ୟାନ ବିଭାଗର ପୁନର୍ଗଠନ ଲାଗି କେନ୍ଦ୍ର ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କ୍ରିୟାନ୍ବୟନ ମନ୍ତ୍ରଣାଳୟ କେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ(ସିଏସ୍‌ଓ)କୁ ଜାତୀୟ ନମୁନା ସର୍ବେକ୍ଷଣ କାର୍ଯ୍ୟାଳୟ(ଏନ୍‌ଏସ୍‌ଏସ୍‌ଓ)ରେ ମିଶ୍ରଣ ପାଇଁ ନିଷ୍ପତ୍ତି ନେଇଛନ୍ତି। ମନ୍ତ୍ରଣାଳୟ ପକ୍ଷରୁ ଗତ ୨୩ରେ ଏ ସମ୍ପର୍କରେ ଏକ ନିର୍ଦ୍ଦେଶ ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ, ଦେଶର ପରିସଂଖ୍ୟାନ ପ୍ରଣାଳୀକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ, ମନ୍ତ୍ରଣାଳୟର କାର୍ଯ୍ୟକୁ ଏକିକୃତ କରିବା ତଥା ତାଳମେଳ ବସାଇବା ଉଦ୍ଦେଶ୍ୟରେ ଉକ୍ତ ମିଶ୍ରଣକୁ ଅନୁମତି ଦିଆଯାଉଛି। ପରିସଂଖ୍ୟାନ ଶାଖା, ମନ୍ତ୍ରଣାଳୟର ଏକ ଅଭିନ୍ନ ଅଙ୍ଗ ହେବ। ଏନ୍‌ଏସ୍‌ଏସ୍‌ଓର ଅଧ୍ୟକ୍ଷତା ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କ୍ରିୟାନ୍ବନୟନ ସଚିବ କରିବେ। ଏହାର ବିଭିନ୍ନ ବିଭାଗର ମହାନିର୍ଦ୍ଦେଶକମାନେ ସଚିବଙ୍କ ନିକଟରେ ଜବାବଦେହି ରହିବେ। ସୂଚନାଥାଉ କି, ସିଏସ୍‌ଓ ବୃହତ ଆର୍ଥିକ ପରିସଂଖ୍ୟାନ ଯେପରି କି ଜିଡିପି ଅଭିବୃଦ୍ଧି, ଔଦ୍ୟୋଗିକ ଉତ୍ପାଦନ ଏବଂ ମୁଦ୍ରାସ୍ଫୀତି ତଥ୍ୟ ପ୍ରକାଶ କରୁଥିବା ବେଳେ ଏନ୍‌ଏସ୍‌ଏସ୍‌ଓ ସ୍ବାସ୍ଥ୍ୟ, ଶିକ୍ଷା, ଘରୋଇ ବ୍ୟୟ ଏବଂ ସାମାଜିକ ତଥା ଆର୍ଥିକ ସୂଚକାଙ୍କ ସହ ଜଡ଼ିତ ରିପୋର୍ଟ ଉପସ୍ଥାପନ ଏବଂ ସର୍ବେକ୍ଷଣ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

Business Eminence Awards-2025: କଠିନ ପରିଶ୍ରମୀ ଉଦ୍ୟୋଗୀ ହେଲେ ପୁରସ୍କୃତ

ଭୁବନେଶ୍ୱର,୫।୪: ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟର ମିଳିତ ଆନୁକୂଲ୍ୟରେ ହୋଟେଲ ସ୍ବସ୍ତି ପ୍ରିମିୟମରେ ଆୟୋଜିତ ହୋଇଥିବା ବିଜ୍‌ନେସ ଏମିନେନ୍ସ ଆଓ୍ବାର୍ଡ-୨୦୨୫ ଉଦ୍‌ଯାପିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି...

କମିବ ପେଟ୍ରୋଲ, ଡିଜେଲ ଦର? କ୍ରୁଡ ଅଏଲ ଦାମ କମିବାରୁ ବଢୁଛି ଆଶା

ନୂଆଦିଲ୍ଲୀ,୫।୪: ଏହା ବହୁତ କମ ଘଟେ ଯେ ଗୋଟିଏ ପଟେ ମୁଦ୍ରା ବଜାରରେ ଡଲାର ତୁଳନାରେ ଟଙ୍କା ମଜବୁତ ହେଉଛି ଏବଂ ଅନ୍ୟପଟେ ଅନ୍ତର୍ଜାତୀୟ ବଜାରରେ...

ଏତେ ଖସିଗଲା ସୁନାଦର, ଜାଣନ୍ତୁ ୧୦ଗ୍ରାମ ସୁନାଦାମ୍‌ କେତେ…

ନୂଆଦିଲ୍ଲୀ,୫।୪: ସୁନା ଓ ରୂପାର ମୂଲ୍ୟରେ ବଡ଼ ଧରଣର ହ୍ରାସ ଦେଖାଦେଇଛି। ଅର୍ଥନୈତିକ ମାନ୍ଦ୍ୟ ଭୟ ଏବଂ ବିଶ୍ୱବ୍ୟାପୀ ଶେୟାର ବଜାରରେ ହତାଶା ସତ୍ତ୍ୱେ ସୁନା,...

ସରିଲା ବିଜ୍‌ନେସ୍‌ ଏମିନେନ୍ସ ଆଓ୍ବାର୍ଡ -୨୦୨୫

ଭୁବନେଶ୍ୱର,୫ା୪: ଓଡ଼ିଶାପୋଷ୍ଟ ଏବଂ ଧରିତ୍ରୀର ମିଳିତ ଆନୁକୂଲ୍ୟରେ ଶନିବାର ସ୍ବସ୍ତି ପ୍ରିମିୟମରେ ଆୟୋଜିତ ହୋଇଥିବା ବିଜ୍‌ନେସ୍‌ ଏମିନେନ୍ସ ଆଓ୍ବାର୍ଡ-୨୦୨୫ ଇତିମଧ୍ୟରେ ଉଦ୍‌ଯାପିତ ହୋଇଯାଇଛି। କାର୍ଯ୍ୟକ୍ରମ ଶେଷରେ...

ସାମ୍ବାଦିକତା କ୍ଷେତ୍ରରେ ୫୦ବର୍ଷ ପୂରଣ ପାଇଁ ଧରିତ୍ରୀକୁ ପ୍ରଶଂସା: କେଭି ସିଂଦେଓ

ଭୁବନେଶ୍ୱର,୫।୪: ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟର ମିଳିତ ଆନୁକୂଲ୍ୟରେ ଶନିବାର ହୋଟେଲ ସ୍ବସ୍ତି ପ୍ରିମିୟମରେ ବିଜନେସ ଏମିନେନ୍ସ ଆଓ୍ବାର୍ଡସ ୨୦୨୫ ଆରମ୍ଭ ହୋଇଛି। ଉକ୍ତ କାର୍ଯ୍ୟକ୍ରମକୁ ଉପମୁଖ୍ୟମନ୍ତ୍ରୀ...

ଆରମ୍ଭ ହେଲା ବିଜ୍‌ନେସ୍‌ ଏମିନେନ୍ସ ଆଓ୍ବାର୍ଡ୍‌ସ-୨୦୨୫: ଉଦ୍‌ଘାଟନ କଲେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ

ଭୁବନେଶ୍ୱର,୫ା୪: ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟର ମିଳିତ ଆନୁକୂଲ୍ୟରେ ଶନିବାର ହୋଟେଲ ସ୍ବସ୍ତି ପ୍ରିମିୟମରେ ବିଜ୍‌ନେସ୍‌ ଏମିନେନ୍ସ ଆଓ୍ବାର୍ଡସ ୨୦୨୫ ଆରମ୍ଭ ହୋଇଛି। ଉକ୍ତ କାର୍ଯ୍ୟକ୍ରମକୁ ଉପମୁଖ୍ୟମନ୍ତ୍ରୀ...

Featured Video Play Icon

Live updates: ବିଜ୍‌ନେସ୍‌ ଏମିନେନ୍ସ ଆଓ୍ବାର୍ଡ୍‌ସ-୨୦୨୫

ଭୁବନେଶ୍ୱର: ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟ ଆନୁକୂଲ୍ୟରେ ଶନିବାର ହୋଟେଲ ସ୍ବସ୍ତି ପ୍ରିମିୟମରେ ବିଜ୍‌ନେସ୍‌ ଏମିନେସ୍ସ ଆଓ୍ବାର୍ଡ୍‌ସ-୨୦୨୫ ଆରମ୍ଭ ହେବାକୁ ଯାଉଛି। ଏହି ଅବସରରେ ଯୋଗ ଦେବାକୁ...

ସୁନା ଦରରେ ସୁଧାର ସୁଯୋଗ ସୃଷ୍ଟି କରିବ : ସଞ୍ଜୟ

ଭୁବନେଶ୍ୱର,୫।୪: ସୁନାର ଦର ବଢ଼ି ଚାଲିଛି ଓ ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଛି। ୨୪କ୍ୟାରେଟ୍‌ର ଦର ୯୩ ହଜାର ପାରକରି ସାରିଲାଣି ଏବଂ ଏହା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image