ଭାପୁର, ୨୫।୪(ଡି.ଏନ୍.ଏ.)- ପରୀକ୍ଷା ପରିଚାଳନାରେ ଅବ୍ୟବସ୍ଥା ପ୍ରତିବାଦରେ ଢେଙ୍କାନାଳ ସଦର ବ୍ଲକ ଭାପୁରସ୍ଥିତ ଦେବେନ୍ଦ୍ର ଶତପଥୀ ସ୍ମାରକୀ ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି ଦେଖାଦେଇଛି। ଏହାର ପ୍ରତିବାଦରେ ଉତ୍ତ୍ୟକ୍ତ ଛାତ୍ରୀଛାତ୍ର ବୁଧବାର କଲେଜ ଗେଟ୍ରେ ତାଲା ପକାଇ ଆନ୍ଦୋଳନ କରିଛନ୍ତି। ଅଭିଯୋଗ ଅନୁଯାୟୀ, କଲେଜର ଯୁକ୍ତ ୩ ବିଭାଗ ୪ର୍ଥ ସେମିଷ୍ଟର ପରୀକ୍ଷା ଜୁନ୍ ପରିବର୍ତ୍ତେ ମେ ୪ରେ କରାଯିବାକୁ ଧାର୍ଯ୍ୟ ହୋଇଛି। କଲେଜରେ ଅଧ୍ୟାପକ ଅଭାବରୁ ସିଲାବସ୍ ଅନୁଯାୟୀ ଠିକ୍ ଭାବେ ପାଠପଢ଼ା ହୋଇପାରିନାହିଁ। ଏଥିପାଇଁ ସମୟ ଦେବା ବଦଳରେ ଶୀଘ୍ର ପରୀକ୍ଷା କରାଯାଉଥିବାରୁ ଏହାକୁ ପିଲାମାନେ ତୀବ୍ର ବିରୋଧ କରୁଛନ୍ତି। ସେମାନେ ପରୀକ୍ଷା ତାରିଖ ଘୁଞ୍ଚାଇବାକୁ ଦାବି କରିଛନ୍ତି।
ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଆନ୍ଦୋଳନରତ ପିଲାଙ୍କୁ ବୁଝାଶୁଝା କରିଥିଲା। ଅଭିଯୋଗ ସମ୍ପର୍କରେ କଲେଜ ପକ୍ଷରୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଇ-ମେଲ ଯୋଗ ଅବଗତ କରାଯାଇଛି। ଏହାପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।