ପର୍ଯ୍ୟଟନ କେନ୍ଦ୍ରରେ ପାର୍କିଂ ଫି ଆଦାୟ ବିବାଦ ତୁଟିଲା: ଦାୟିତ୍ୱ ନେବ ବନ ସଂରକ୍ଷଣ ସମିତି

ଦାରିଙ୍ଗବାଡ଼ି,୧୫।୧(ଡି.ଏନ୍‌.ଏ.)-ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳର ଦାସିଂବାଡିଠାରେ ଥିବା ମିଡ଼ିୟୁବାନ୍ଦା ୱାଟରଫଲ ସମେତ କିରିକୁଟି ଲଭର୍ସ ପଏଣ୍ଟରେ ବେଆଇନ ଭାବେ ପାର୍କିଂ ଫି ଆଦାୟ କରାଯାଉଥିଲା। ଏନେଇ ବିଭିନ୍ନ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ସମେତ ଗ୍ରାମବାସୀଙ୍କ ମଧ୍ୟରେ ମଧ୍ୟ ପାର୍କିଂ ଫି’ ଆଦାୟକୁ ନେଇ ବିବାଦ ଲାଗି ରହୁଥିଲା। ପର୍ଯ୍ୟଟକ ମଧ୍ୟ ଅସନ୍ତୁଷ୍ଟ ହେଉଥିଲେ। ଏନେଇ ‘ଧରିତ୍ରୀ’ରେ ଗତ ୨୪ ତାରିଖରେ ଖବର ପ୍ରକାଶ ପାଇଥିଲା। ଏହାପରେ ଘଟଣାକୁ ଜିଲା ପ୍ରଶାସନ ସମେତ ସ୍ଥାନୀୟ ବିଧାୟକ ସାଲୁଗା ପ୍ରଧାନ, ଦାରିଙ୍ଗବାଡ଼ି ଶୀତ ଉତ୍ସବକୁ ଆସିଥିବା ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏବଂ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ପ୍ରମୁଖ ଗମ୍ଭୀରତାର ସହ ନେଇଥିଲେ। ମନ୍ତ୍ରୀ ପାଣିଗ୍ରାହୀ ଏବଂ ବିଧାୟକ ପ୍ରଧାନ ମିଡ଼ିୟୁବାନ୍ଦାରେ ପହଞ୍ଚତ୍ ଏହି ପାର୍କିଂ ସମସ୍ୟା ସମ୍ପର୍କରେ ଜାଣିବାକୁ ପାଇଥିଲେ। ଏହାର ସମାଧାନ ପାଇଁ ବାଲିଗୁଡ଼ା ଉପଖଣ୍ଡ ଡିଏଫ୍‌ଓ ବିଶ୍ୱନାଥନ ନିଲନଭରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମଙ୍ଗଳବାର ଏନେଇ ଜଙ୍ଗଲ ଓ ପରିବେଶ ବିଭାଗ ଡାକ ବଙ୍ଗଳାରେ ଦାସିଂବାଡ଼ି ପଞ୍ଚାୟତ ଅଞ୍ଚଳରେ ରହିଥିବା ୩୧ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ସରପଞ୍ଚ ସଙ୍ଗୀତା ମଲ୍ଲିକ, ଦାସିଂବାଡ଼ି ଉନ୍ନୟନ କମିଟି ସଭାପତି ରାଜୀବ ମଲ୍ଲିକ, ସାରିଙ୍ଗିଇର୍ପି ବନ ସଂରକ୍ଷଣ ସମିତି ସଭାପତି ସୁନିଲ କୁମାର ପ୍ରଧାନଙ୍କୁ ନେଇ ବାଲିଗୁଡ଼ା ଡିଏଫ୍‌ଓ ନିଲନଭରଙ୍କ ଅଧ୍ୟକ୍ଷତାରେ ବିଡିଓ ଭକ୍ତବନ୍ଧୁ ଜନାର୍ଦ୍ଦନ ଦଳେଇଙ୍କ ଉପସ୍ଥିତିରେ ଏକ ବୈଠକ ବସିଥିଲା। ଉକ୍ତ ଗ୍ରାମବାସୀଙ୍କୁ ନେଇ ବନ ସଂରକ୍ଷଣ ସମିତି ଗଠନ କରାଗଲା ଏବଂ ନୂତନ କମିଟି ଚୟନ ପାଇଁ ଡିଏଫ୍‌ଓ ନିଲନଭର ଗ୍ରାମବାସୀଙ୍କୁ ଦାୟିତ୍ୱ ଦେଇଛନ୍ତି। ଏଣିକି ବନ ସଂରକ୍ଷଣ ସମିତି ମିଡ଼ିୟୁବାନ୍ଦା ଜଳପ୍ରପାତର ରକ୍ଷଣାବେକ୍ଷଣ ସହ ପାର୍କିଂ ଫି ଆଦାୟ, ସଫେଇ କରିବେ। ସରକାରୀ ନିୟମ ଅନୁଯାୟୀ ଫି ସଂଗ୍ରହର ଅର୍ଥକୁ ବନ ସଂରକ୍ଷଣ ସମିତିର ବ୍ୟାଙ୍କ ଆକାଉଣ୍ଟରେ ଡିପୋଜିଟ କରାଯିବ ଏବଂ ସେମାନଙ୍କ ପ୍ରାପ୍ୟକୁ ବନ ବିଭାଗ ସମିତିକୁ ପ୍ରଦାନ କରିବ ବୋଲି ନିଷ୍ପତି ନିଆଯାଇଛି। ସେହିପରି କିରିକୁଟି ଠାରେ ରହିଥିବା ନେଚର ଲଭର୍ସ ପଏଣ୍ଟକୁ ମଧ୍ୟ ଏବେ ଜଙ୍ଗଲ ଓ ପରିବେଶ ବିଭାଗ ନିଜ ଅକ୍ତିଆରକୁ ନେଇଛି। ସେଠାରେ ମଧ୍ୟ ଖୁବ୍‌ଶୀଘ୍ର ବନ ସଂରକ୍ଷଣ ସମିତି ଗଠନ କରି ଲଭର୍ସ ପଏଣ୍ଟକୁ ହସ୍ତାନ୍ତର କରାଯିବ ବୋଲି ଡିଏଫଓ ସୂଚନା ଦେଇଛନ୍ତି।
ପରବର୍ତ୍ତୀ ଏକ ବୈଠକରେ ଦାରିଙ୍ଗବାଡ଼ି ହୋଟେଲ ସଂଘ ସହ ଡିଏଫଓ ନିଲନଭର ଆଲୋଚନା କରିଛନ୍ତି। ହୋଟେଲ ସଂଘ ପକ୍ଷରୁ ଦାରିଙ୍ଗବାଡ଼ି ବ୍ଲକ କିଶୁବାଡ଼ି ଅଞ୍ଚଳରେ ଆଉ ଏକ ଜଳପ୍ରପାତ ରହିଥିବା ଜଣାପଡ଼ିଛି ଉକ୍ତ ଜଳପ୍ରପାତ ବନ ବିଭାଗର ସଂରକ୍ଷିତ ଜଙ୍ଗଲରେ ରହିଥିବାରୁ ଉକ୍ତ ଜଳପ୍ରପାତକୁ ରାସ୍ତା ନିର୍ମାଣ ପାଇଁ ଅନୁମତି ପ୍ରଦାନ କରାଯିବା ସହ ନେଚର ପାର୍କକୁ ଷ୍ଟ୍ରିଟ୍‌ ଲାଇଟ୍‌ ବ୍ୟବସ୍ଥା, ସାଇଲେଣ୍ଟ ଭ୍ୟାଲିରେ ଗାଡ଼ି ପାର୍କି ବ୍ୟବସ୍ଥା ସହ ପର୍ଯ୍ୟଟକଙ୍କ ବସିବା ପାଇଁ ସିମେଣ୍ଟ ବେଞ୍ଚ କରାଯିବା, ପାଙ୍ଗାଲି ଘାଟିରେ ୱାଚ୍‌ ଟାୱାର ନିର୍ମାଣ, ଡବେରୀ ନିତକ ଆମ୍ବ ଘାଟିରେ ମଡେଲ ଡମ୍ପିଂୟାର୍ଡ ଆଦି ବିଷୟରେ ଆଲୋଚନା କରାଯାଇଥିଲା। ଆଲୋଚନାରେ ଡିଏଫ୍‌ଓଙ୍କ ସମେତ ବନାଞ୍ଚଳ ଅଧିକାରୀ ସତୀଶ କୁମାର ଧାରୁଆ, ଆଇଆଇସି କୌଶିକ ମାଝୀ, ଉପସ୍ଥିତ ଥିଲେ। ହୋଟେଲ ସଂଘ ପକ୍ଷରୁ ଲଡୁ କିଶୋର ସାହୁ, ଦିଲୀପ ସାହୁ, ରେଣୁବାଳା ସାହୁ, ସନ୍ତୋଷ କୁମାର ବିଷୋୟୀ, ମୁନା ସାହୁ, ଅଶୋକ ସାହୁ, ତୁଷାରକାନ୍ତ ସାହୁ ପ୍ରମୁଖ ବିଭିନ୍ନ ପ୍ରସଙ୍ଗରେ ଡିଏଫଓଙ୍କୁ ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପେଟ ଯନ୍ତ୍ରଣାରୁ ୨ ଜଣଙ୍କ ସନ୍ଦେହଜନକ ମୃତ୍ୟୁ

କେନ୍ଦ୍ରାପଡା, ୨୦।୧୧ (ଜଗନ୍ନାଥ ଧଳ): କେନ୍ଦ୍ରାପଡା ଜିଲା ମୁଖ୍ୟ ଚିକିତ୍ସାଳୟରେ ଦୁଇ ଜଣଙ୍କ ସନ୍ଦେହଜନକ ମୃତ୍ୟୁ ସ୍ଥାନୀୟ ଅଞ୍ଚଳରେ ବୁଧବାର ଆଲୋଚନାର ବିଷୟ ହୋଇଛି। ପେଟ...

ଅନିଲଙ୍କୁ ବଡ଼ ଦାୟିତ୍ୱ, କେନ୍ଦୁଝର ପୋଲିସ ମହଲରେ ଖେଳିଗଲା ଖୁସିର ମାହୋଲ

କେନ୍ଦୁଝର,୨୦।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶା ହାବିଲଦାର, ସିପାହୀ ଓ କନେଷ୍ଟବଳ ମହସଂଘର ସଭାପତି ହେଲେ ଅନିଲ କୁମାର ଷଣ୍ଢ (ହାବିଲଦାର/୧୭୮)। କେନ୍ଦୁଝର ଜିଲା ସଂଘର ତୃତୀୟଥର...

ଛାତ୍ରଙ୍କୁ ପଛପଟୁ ଗୋଇଠା ମାରିଲେ ଶିକ୍ଷକ: ଥାନାରେ ପହଞ୍ଚିଲା ମାମଲା

କେନ୍ଦୁଝର,୨୦।୧୧ (ନରେଶ ଚନ୍ଦ୍ର ପଟ୍ଟନାୟକ): ଜଣେ ଛାତ୍ରଙ୍କୁ ଶିକ୍ଷକ ଗୋଇଠା ମାରିବା ସହ ଅସଦାଚରଣ କରିବା ଅଭିଯୋଗ ହୋଇଛି। କେନ୍ଦୁଝର ଟାଉନ ଥାନାରେ ଅଭିଯୋଗ କ୍ରମେ...

ପୁଣି ବାର୍‌ହା ଶିକାରକଲା ‘ଜିନତ୍‌’

ବାରିପଦା,୨୦।୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟକୁ ଅଣାଯାଇଥିବା ମହାବଳ ବାଘୁଣୀ ‘ଜିନତ୍‌’ ପୁଣି ବାର୍‌ହା ଶିକାର କରି ଖାଦ୍ୟ ଗ୍ରହଣ କରିଛି। ପାଣି...

ଶିମିଳିପାଳ ସୁରକ୍ଷାରେ ଏଆଇ କ୍ୟାମେରା

ବାରିପଦା,୨୦।୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟକୁ ଜଗିଛି ଏଆଇ କ୍ୟାମେରା। କ୍ୟାମେରା ମାଧ୍ୟମରେ ଶିମିଳିପାଳକୁ ସୁରକ୍ଷିତ ରଖିବା ଓ ବନାଗ୍ନିରୁ ରକ୍ଷା କରିବା...

ଦୁର୍ବଳ ହୋଇପଡ଼ିଛି ରାଜଘାଟ ପୋଲ

ଭଦ୍ରକ,୨୦।୧୧(ସନାତନ ରାଉତ): ୨୦୮ ବର୍ଷ ତଳେ ବ୍ରିଟିଶ ଅମଳରେ ଭଦ୍ରକ ସହରର ସାଳନ୍ଦୀ ନଦୀ ଉପରେ ନିର୍ମିତ ଐତିହାସିକ ରାଜଘାଟ ପୋଲ ମରାମତି ଅଭାବରୁ ଦୁର୍ବଳ...

ଦାରିଦ୍ର୍ୟ: ୨୦ ହଜାରରେ ଶିଶୁକନ୍ୟା ବିକ୍ରି

ରାୟଗଡ଼ା/ଜେକେପୁର,୨୦।୧୧ (ଆଶିଷ ରଞ୍ଜନ ପଣ୍ଡା/ରାଜେଶ ବିଶ୍ୱାଳ):ଦାରିଦ୍ର୍ୟ ଯୋଗୁ ମାତ୍ର ୨୦ ହଜାର ଟଙ୍କାରେ ନିଜର ନବଜାତ ଶିଶୁକନ୍ୟାକୁ ବିକ୍ରିକଲେ ମା’ବାପା। ରାୟଗଡ଼ା ଜିଲା ଚାନ୍ଦିଲି ଥାନା...

ଆଜିଠୁ ବରଗଡ଼ରେ ଧାନକିଣା

ବରଗଡ଼,୨୦ା୧୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ବୁଧବାରଠାରୁ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବରଗଡ଼...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri