ପଲିଥିନ ବଣ୍ଟନରେ ଅନିୟମିତତା ଅଭିଯୋଗ: ତହସିଲଦାରଙ୍କୁ ନ ପାଇ ବିଡିଓଙ୍କୁ ଘେରିଲେ ଗ୍ରାମବାସୀ

କଣ୍ଟାପଡା,୧୫।୫(ଡି.ଏନ୍‌.ଏ.): ସାମୁଦ୍ରିକ ବାତ୍ୟା ଫନୀରେ କ୍ଷତିଗ୍ରସ୍ତ କଣ୍ଟାପଡା ବ୍ଲକ ଅନ୍ତର୍ଗତ ପାଟସୁନ୍ଦରପୁର ପଞ୍ଚାୟତରେ ବାତ୍ୟା ବିପନ୍ନଙ୍କୁ ପଲିଥିନ ବଣ୍ଟନରେ ଅନିୟମିତତା ହୋଇଥିବା ପାଟସୁନ୍ଦରପୁର ଗ୍ରାମବାସୀଙ୍କ ପକ୍ଷରୁ ବୁଧବାର କଣ୍ଟାପଡା ତହସିଲଦାରଙ୍କ ନିକଟରେ ଅଭିଯୋଗ ହୋଇଛି। ତେବେ ଅଭିଯୋଗ କରିବାକୁ ଆସିଥିବା ଗ୍ରାମବାସୀମାନେ ତହସିଲ କାର୍ଯ୍ୟାଳୟରେ ତହସିଲଦାରଙ୍କୁ ନ ପାଇ ସେଠାରେ ଉପସ୍ଥିତ କଣ୍ଟାପଡା ବିଡିଓଙ୍କୁ ଘେରାଉ କରିଥିଲେ।
ସୂଚନାଯୋଗ୍ୟ, ବାତ୍ୟା ପ୍ରଭାବିତ ପାଟସୁନ୍ଦରପୁର ଗ୍ରାମରେ ବହୁ ଗରିବଙ୍କ ଘର ଭାଙ୍ଗିଥିଲେ ମଧ୍ୟ ପ୍ରକୃତ ହିତାଧିକାରୀଙ୍କ ପରିବର୍ତ୍ତେ କୋଠାଘର ଥିବା କେତେକ ଲୋକଙ୍କୁ ପଲିଥିନ ଦିଆଯାଉଛି। ଅଥଚ ପ୍ରକୃତ ଘର ଭାଙ୍ଗିଥିବା ପରିବାର ଏଥିରୁ ବଞ୍ଚିତ ହେଉଛନ୍ତି ବୋଲି ଅଭିଯୋଗ ହୋଇଛି। ଘରଭଙ୍ଗା ତଦନ୍ତରେ ଥିବା କର୍ମଚାରୀ ଦଳୀୟ ଭିତ୍ତିରେ ପ୍ରଭାବିତ ହୋଇ ଏପରି କରିଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି।
ଅପରପକ୍ଷେ ତହସିଲଦାର ଅଫିସକୁ ଆସିଲେ ତାଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିବେ ବୋଲି ବିଡିଓ କେ. ଅଶୋକ କୁମାର କହିବା ପରେ ଗ୍ରାମବାସୀମାନେ ଫେରିଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ କର୍ମଚାରୀ ହୁଅ କି ଆଇଟି ଦିଅ: ସମ୍ଭ୍ରାନ୍ତ ପରିବାରର ହୋଇଥିଲେ ମିଳିବ ବୟୋ ବନ୍ଦନ କାର୍ଡ

ଭୁବନେଶ୍ୱର,୪।୫: ୭୦ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତଙ୍କୁ ମିଳିବ ବୟୋ ବନ୍ଦନା କାର୍ଡ। ପ୍ରେସମଟ୍‌ରେ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ସରକାରୀ କର୍ମଚାରୀ ହୁଅନ୍ତୁ...

ପରିବାରର ପ୍ରତିଟି ସଦସ୍ୟଙ୍କୁ ମିଳିବ ଗୋଟିଏ ଲେଖାଏ ଆୟୁଷ୍ମାନ କାର୍ଡ: ସ୍ବାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର,୫।୪: ରାଜ୍ୟର ସାଢ଼େ ୩ କୋଟି ଲୋକଙ୍କୁ ଆୟୁଷ୍ମାନ କାର୍ଡ ମିଳିବ। ୧ କୋଟି ୩ ଲକ୍ଷ ପରିବାରକୁ ଯୋଜନାରେ ସାମିଲ କରାଯିବ। ପୂର୍ବରୁ ପ୍ରତି...

‘ଧ୍ୱଂସ ପାଦ ଦେଶରେ ବିଜେଡି; ଏମିତି ସମୟ ଆସିବ ଶଙ୍ଖ ଚିହ୍ନ ନ ଥିବ, ଓଡ଼ିଶାରୁ ହଜିଯିବ’

ଭୁବନେଶ୍ୱର,୫।୪: ଦାଣ୍ଡରେ ପଡ଼ି ହାଟରେ ଗଡ଼ିବାକୁ ଲାଗିଲାଣି ବିଜେଡି ଅନ୍ତଃକନ୍ଦଳ। ଓ୍ବକଫ୍‌ ବିଲ୍‌କୁ ନେଇ ଦଳର ଏମ୍‌ପି ସସ୍ମିତ ପାତ୍ରଙ୍କ ଆଭିମୁଖ୍ୟ ସ୍ପଷ୍ଟ ହେବା ପରେ...

କ୍ଷତିପୂରଣ ପାଇଁ ଛିଡୁନି ଅଙ୍କ,ବ୍ୟବଚ୍ଛେଦ ନ ହୋଇ ସ୍ବାସ୍ଥ୍ୟକେନ୍ଦ୍ରରେ ପଡ଼ି ରହିଛି ମୃତଦେହ

ପଟ୍ଟାଙ୍ଗି,୫।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ଚନ୍ଦକା ପଞ୍ଚାୟତରେ ଚାଲିଥିବା ଭାରତମାଳା ରାସ୍ତା ନିର୍ମାଣ କାର୍ଯ୍ୟରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା...

ଅସହ୍ୟ ହେଲା ସ୍ତ୍ରୀଙ୍କ ନିର୍ଯାତନା; ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ଟ୍ରେନ୍‌ ଆଗକୁ ଡେଇଁଲେ ଯୁବକ 

ଖୋର୍ଦ୍ଧା,୫।୪(ପ୍ରଭାତ ପାଣିଗ୍ରାହୀ): ମୁଁ ରାମଚନ୍ଦ୍ର ବଡ଼ଜେନା। ମୋ ଘର କୁମ୍ଭାରବସ୍ତ। ମୋ ସ୍ତ୍ରୀ ପାଇଁ  ମୁଁ ଆଜି ସୁଇସାଇଡ୍‌ କରୁଛି। ଏମିତି ଏକ ଭିଡିଓ ସୋସିଆଲ...

କଟକ ବାଲିଯାତ୍ରା ପଡ଼ିଆରେ ହେବ ‘ଆୟୁଷ୍ମାନ ଭାରତ’ ଯୋଜନାର ଶୁଭାରମ୍ଭ

କଟକ, ୫।୪(ଶିଳ୍ପା ପ୍ରିୟଦର୍ଶିନୀ): କଟକ ବାଲିଯାତ୍ରା ପଡ଼ିଆରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ ହେବ। ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ. ପି. ନଡ୍ଡା...

ସସ୍ମିତ ନୁହନ୍ତି, ଏ ହେଉଛନ୍ତି ଭିଲିଆନ୍‌ କାହିଁକି ଏମିତି କହିଲେ ଦେବାଶିଷ

ଭୁବନେଶ୍ୱର,୫।୪: ବଡ଼ ବିସ୍ଫୋରଣ ଘଟାଇଲେ ବିଜେଡି ଏମ୍‌ପି ଦେବାଶିଷ ସାମନ୍ତରାୟ। ସେ କହିଛନ୍ତି, ସସ୍ମିତ ଭିଲେନ ନୁହଁନ୍ତି, ମୁଖ୍ୟ ପରାମର୍ଶଦାତା ହିଁ ଏହା ପଛରେ ଅଛନ୍ତି...

ଓଡ଼ିଶାରେ ୧୧ରୁ ‘ଆୟୁଷ୍ମାନ’

ଭୁବନେଶ୍ୱର, ୫।୪(ସୁନିତ୍‌ ମିଶ୍ର): ଆସନ୍ତା ୧୧ ତାରିଖରେ ଓଡ଼ିଶାରେ ଆୟୁଷ୍ମାନ୍‌-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା କାର୍ଯ୍ୟକାରୀ ହେବ। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ୩ ଦିନିଆ ଓଡ଼ିଶା ଗସ୍ତରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image