ଚଣ୍ଡିଗଡ,୭।୧୧: ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ତଥା କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କ ପାକିସ୍ତାନ ପ୍ରେମର ଆଉ ଏକ ନମୁନା ଦେଖିବାକୁ ମିଳିଛି। ଗୁରୁ ନାନକ ଦେବଙ୍କ ୫୫୦ତମ ଜୟନ୍ତୀ ଅବସରରେ ଆୟୋଜିତ ହେବାକୁ ଥିବା ପକାଶ ପର୍ବ ପାଇଁ ପଞ୍ଜାବ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେଉଥିବାବେଳେ ଏଥିରେ ଯୋଗ ନ ଦେଇ ପାକିସ୍ତାନ ଯିବା ପାଇଁ ବହିର୍ବ୍ୟାପାର ମନ୍ତ୍ରୀ ଏସ୍.ଜୟଶଙ୍କରଙ୍କୁ ପୁଣି ଚିଠି ଲେଖିଛନ୍ତି ସିଦ୍ଧୁ। ନଭେମ୍ବର ୯ରେ କରତାରପୁର କରିଡର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପାକିସ୍ତାନ ସିଦ୍ଧୁଙ୍କୁ ଆମନ୍ତ୍ରଣ କରିଛି। ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସିଦ୍ଧୁ ପୂର୍ବରୁ ମଧ୍ୟ ବହିର୍ବ୍ୟାପାର ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ୯ ତାରିଖ ସକାଳ ୯.୩୦ରେ କରିଡର ଜରିଆରେ ପାକିସ୍ତାନ ଯାଇ ଉଦଘାଟନ ସମାରୋହ ଭାଗ ନେଇ ପୁଣି ସନ୍ଧ୍ୟାରେ ଫେରିଆସିବେ ବୋଲି ଚିଠିରେ ସେ ଉଲ୍ଲେଖ କରିଛନ୍ତ