ପାକିସ୍ତାନ ରେଳମନ୍ତ୍ରୀଙ୍କୁ କରୋନା

ଇସ୍‌ଲାମାବାଦ୍‌,୮।୬: ସାରା ବିଶ୍ୱ କରୋନା କବଳରୁ ବର୍ତ୍ତି ପାରି ନ ଥିବା ବେଳେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଇତିମଧ୍ୟରେ ପାକିସ୍ତାନର ରେଳମନ୍ତ୍ରୀ ଶେଖ ରସିଦ ଅହମ୍ମଦ କରୋନା ପଜିଟିଭ୍‌ ହୋଇଥିବା ଜଣାପଡ଼ିଛି। ସୋମବାର ଏନେଇ ରେଲଓ୍ବେ ମନ୍ତ୍ରଣାଳୟ ପକ୍ଷରୁ ବୟାନ ଜାରି କରାଯାଇଛି। ଶେଖ ରସିଦଙ୍କ ନିକଟରେ କରୋନାର କୌଣସି ଲକ୍ଷଣ ଦେଖାଯାଇ ନ ଥିବା ବେଳେ ରିପୋର୍ଟରେ କିନ୍ତୁ କରୋନା ପଜିଟିଭ୍‌ ବାହାରିଥିଲା। ରିପୋର୍ଟ ଆସିବା ପରେ ସେ ୨ସପ୍ତାହ ପାଇଁ ସେଲ୍ଫ ଆଇସୋଲେଶନ୍‌ରେ ରହିବେ ବୋଲି ସୂଚନା ରହିଛି। ସୂଚନାଯୋଗ୍ୟ, ପାକିସ୍ତାନରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୧ହଜାର ୧୭୩କୁ ଟପିଛି। ସେଥିମଧ୍ୟରୁ ୩୩ହଜାର ୪୬୫ଲେ ସୁସ୍ଥ ଓ ୨୦୨୩ ଜଣଙ୍କ ମୃତ୍ୟୁ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ସକାଳୁ ସକାଳୁ ଫରେଷ୍ଟ ରେଞ୍ଜରଙ୍କୁ ମାଡ଼ିବସିଲା ଭିଜିଲାନ୍ସ

ରାୟଗଡ଼ା,୧୯।୯(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କାଶୀପୁର ଫରେଷ୍ଟ ରେଞ୍ଜର ଅନ୍ତର୍ଯ୍ୟାମୀ ସାହୁଙ୍କ ସରକାରୀ ବାସଭବନରେ ଭିଜିଲାନ୍ସ ଚଢ଼ାଉ କରିଛୁ ଭିଜିଲାନ୍ସ ଟିମ। ଆୟର୍ବହିଭୂତ୍ତ ସମ୍ପତ୍ତି...

ପୋଲିସ ମୁଖା ତଳେ ଛପିଥିଲା ସଇତାନ ଚେହେରା: ଶୁଭମିତ୍ରା ହତ୍ୟାକାରୀ ଦୀପକଙ୍କ ଗୁମର ଫିଟୁଛି

ଭୁବନେଶ୍ୱର,୧୯ା୯(ସତ୍ୟଜିତ୍‌ ରାଉତ):ଟ୍ରାଫିକ୍‌ କନ୍‌ଷ୍ଟେବଲ ଶୁଭମିତ୍ରା ସାହୁଙ୍କ ହତ୍ୟା ଘଟଣାରେ ଗୋଟିଏ ପରେ ଗୋଟିଏ ରହସ୍ୟ ପଦାକୁ ଆସିବାରେ ଲାଗିଛି। ଶୁଭମିତ୍ରାଙ୍କ ହତ୍ୟାକାରୀ କନ୍‌ଷ୍ଟେବଲ ସ୍ବାମୀ ଦୀପକ...

ବିଜେଡି ତଣ୍ଟିରେ ଅନାସ୍ଥା କଣ୍ଟା: ଆଇଏଏସ୍‌ଙ୍କ ପରେ ଜଣେ ଓଏଏସ୍‌ ଅଫିସରଙ୍କୁ ଭେଟିବାକୁ ଧାଉଁଛନ୍ତି

ଭୁବନେଶ୍ୱର,୧୯ା୯(ସୁନିତ୍‌ ମିଶ୍ର):ରାଜ୍ୟ ସରକାରଙ୍କ ବିରୋଧରେ ବିଭିନ୍ନ ପ୍ରସଙ୍ଗକୁ ନେଇ କଂଗ୍ରେସ ପକ୍ଷରୁ ଅନାସ୍ଥା ପ୍ରସ୍ତାବ ଅଣାଯାଇଛି। ଚଳିତ ଅଧିବେଶନରେ ଅନାସ୍ଥା ଆଣିବ ବୋଲି କଂଗ୍ରେସ ପକ୍ଷରୁ...

ନିଯୁକ୍ତି ଠକେଇ ଅଭିଯୋଗରେ SSB କନେଷ୍ଟବଳ ଗିରଫ

ଭୁବନେଶ୍ୱର,୧୯/୯: ଟ୍ୱିନ ସିଟି କମିଶନରେଟ ପୋଲିସ ଏକ ନିଯୁକ୍ତି ଠକେଇ ମାମଲାରେ ସଶସ୍ତ୍ର ସୀମା ବଳ (SSB) କନେଷ୍ଟବଳ ପତିତପାବନ ପତି (୪୦) ଓ ତାଙ୍କର...

ନ୍ୟାଶନାଲ ଜିଓଗ୍ରାଫିକ୍‌ର କଭର ପେଜ୍‌ରେ ଶିମିଳିପାଳ କଳାବାଘ

ନୂଆଦିଲ୍ଲୀ,୧୯ା୯(ପି.ଟି.):ଓଡ଼ିଶାର ଶିମିଳିପାଳ ଜାତୀୟ ଉଦ୍ୟାନରେ ଭାରତୀୟ ଫଟୋଗ୍ରାଫର ପ୍ରସନ୍‌ଜିତ ଯାଦବଙ୍କ ଦ୍ୱାରା ନିଆଯାଇଥିବା ଏକ ଦୁର୍ଲଭ କଳାବାଘର ଫଟୋ ନ୍ୟାଶନାଲ ଜିଓଗ୍ରାଫିକ୍‌ ମାଗାଜିନର ଆଗାମୀ ଅକ୍ଟୋବର...

ଆମେରିକା ପୋଲିସ ଗୁଳିରେ ଭାରତୀୟ ଆଇଟି କର୍ମଚାରୀ ମୃତ, ଜାତିଗତ ହିଂସା ଅଭିଯୋଗ ଆଣିଲେ ପରିବାର

କାଲିଫର୍ଣ୍ଣିଆ,୧୯/୯: ଆମେରିକାର କାଲିଫର୍ଣ୍ଣିଆରେ ୩୦ ବର୍ଷୀୟ ଭାରତୀୟ ଟେକି ମହମ୍ମଦ ନିଜାମୁଦ୍ଦିନଙ୍କୁ ପୋଲିସ ଗୁଳିକରି ହତ୍ୟା କରିଛି ବୋଲି ଅଭିଯୋଗ ହୋଇଛି। ତେଲେଙ୍ଗାନାର ମହବୁବନଗରର ନିଜାମୁଦ୍ଦିନ...

ସୁପର-୪’ରେ ସ୍ଥାନ ପକ୍କା କଲେ ଶ୍ରୀଲଙ୍କା, ବାଂଲାଦେଶ

ଆବୁଧାବି,୧୮ା୯: ନୁଓ୍ବାନ ଥୁସାରାଙ୍କ ଘାତକ ବୋଲିଂ ଓ ପରେ କୁସାଲ ମେଣ୍ଡିସଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଚଳିତ ଏସିଆ କପ୍‌ରେ ଗୁରୁବାର ଖେଳାଯାଇଥିବା ଗ୍ରୁପ୍‌-ବି’ର ଅନ୍ତିମ...

Mouth Ulcerର ଘରୋଇ ଉପଚାର

ପାଟି ଘା’ ଏକ ସାଧାରଣ ସମସ୍ୟା, ଏବଂ ଅଧିକାଂଶ ଲୋକ କୌଣସି ସମୟରେ ଏହା ଅନୁଭବ କରନ୍ତି। ଏହି ଛୋଟ ଘା’ ପ୍ରାୟତଃ ଓଠ, ଜିଭ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image