ପାକିସ୍ତାନରେ ଭାରତୀୟ ବୀରଙ୍କୁ ସମ୍ମାନ

ଆକାର ପଟେଲ
ଜିନ୍ନାଙ୍କ ଦ୍ୱାରା ପ୍ରତିଷ୍ଠିତ ପାକିସ୍ତାନର ଡନ୍‌ ଖବରକାଗଜରେ ଜୁନ୍‌ ୨୮ ତାରିଖ ଶୁକ୍ରବାର ଏହି ଖବର ପ୍ରକାଶ ପାଇଛି: ଏକ ବର୍ଣ୍ଣିଳ ଉତ୍ସବରେ ଗୁରୁବାର ସନ୍ଧ୍ୟାରେ ଲାହୋର ଦୁର୍ଗରେ ମୈ ଜିନ୍ଦାଙ୍କ ହବେଲିରେ ଶିଖ୍‌ ଶାସକ ମହାରାଜା ରଣଜିତ୍‌ ସିଂଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି। ଶୀତଳ ବ୍ରୋଞ୍ଜରେ ନିର୍ମିତ ୯ ଫୁଟ୍‌ ଉଚ୍ଚର ଏହି ପ୍ରତିମୂର୍ତ୍ତିରେ ଶିଖ୍‌ ସମ୍ରାଟ୍‌ ସମ୍ପୂର୍ଣ୍ଣ ପାରମ୍ପରିକ ପୋଷାକରେ ହାତରେ ଖଣ୍ଡା ଧରି ଏକ ଘୋଡ଼ା ଉପରେ ଉପବେଶନ କରିଛନ୍ତି। ଫକିର ଖାନ୍ନା ମ୍ୟୁଜିୟମ ତତ୍ତ୍ୱାବଧାନରେ ସ୍ଥାନୀୟ ସ୍ଥପତିମାନେ ଏହି ମୂର୍ତ୍ତି ନିର୍ମାଣ କରିଛନ୍ତି ଏବଂ ଏହା ମହାରାଜା ରଣଜିତ୍‌ ସିଂଙ୍କ ୧୮୦ତମ ମୃତ୍ୟୁ ବାର୍ଷିକୀରେ ଉନ୍ମୋଚିତ ହୋଇଛି। ରଣଜିତ୍‌ ସିଂ ୧୮୩୯ ମସିହାରେ ପରଲୋକ ଗମନ କରିଥିଲେ। ଏହି ଉନ୍ମୋଚନ ଉତ୍ସବରେ ଯୁବକମାନେ ଶିଖ୍‌ ସାମରିକ କଳାନୈପୁଣ୍ୟ ପ୍ରଦର୍ଶନ କରିଥିଲେ।
ଗତ ମାର୍ଚ୍ଚ ୨୪ ତାରିଖରେ ଆଉ ଏକ ଅସ୍ବାଭାବିକ ଖବର ପ୍ରକାଶ ପାଇଥିଲା: ଭଗତ ସିଂ, ରାଜଗୁରୁ ଓ ସୁଖଦେବଙ୍କର ଦଳେ ଅନୁଗାମୀ ପାକିସ୍ତାନର ଲାହୋର ନଗରୀ ଅନ୍ତର୍ଗତ ଶାଦମାନ ଚୌକଠାରେ ଉକ୍ତ ତିନିଜଣ ଶହୀଦଙ୍କ ୮୮ତମ ଶହୀଦ ଦିବସରେ ସେମାନଙ୍କ ପ୍ରତି ଶଦ୍ଧାଞ୍ଜଳି ଅର୍ପଣ କରିଥିଲେ, ଯେଉଁଠାରେ ୧୯୩୧ ମାର୍ଚ୍ଚ ୨୩ ତାରିଖରେ ସେମାନଙ୍କୁ ଫାଶୀଖୁଣ୍ଟରେ ଝୁଲାଇ ଦିଆଯାଇଥିଲା। ମହିଳା ଓ ପିଲାଙ୍କ ସମେତ ଲୋକମାନେ ହାତରେ ଦୀପ ଧରି ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ‘ଭଗତ ସିଂ ଜିନ୍ଦା ହୈ’, ‘ଶହୀଦ ଭଗତ ସିଂ ତେରୀ ଶୋଚତେ, ପହରା ଦେଙ୍ଗେ ଠୋକ୍‌କେ’ ଇତ୍ୟାଦି ସ୍ଲୋଗାନରେ ସ୍ଥାନଟି ମୁଖରିତ ହୋଇଉଠିଥିଲା। ଇମ୍‌ତିଆଜ୍‌ ରଶିଦ କ୍ୟୁରେଶୀଙ୍କ ଦ୍ୱାରା ପରିଚାଳିତ ଭଗତ ସିଂ ମେମୋରିଆଲ ଫାଉଣ୍ଡେଶନ ଦ୍ୱାରା ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଇମ୍‌ତିଆଜ୍‌ଙ୍କ ପକ୍ଷରୁ ଉକ୍ତ ସ୍ଥାନର ନାମ ଶାଦ୍‌ମାନ ଚୌକ ବଦଳରେ ଶହୀଦ ଭଗତ ସିଂ ଚୌକ ରଖିବାକୁ ଦାବି କରି ଲାହୋର ହାଇକୋର୍ଟରେ ଏକ ପିଟିଶନ ଦାଏର କରାଯାଇଛି।
ପ୍ରଶ୍ନ ହେଉଛି ଭାରତ ଦୃଢ଼ ମୁସଲମାନ-ବିରୋଧୀ ପର୍ଯ୍ୟାୟ ଦେଇ ଗତି କରୁଥିବା ବେଳେ ପାକିସ୍ତାନ କାହିଁକି ଉକ୍ତ ଶହୀଦମାନଙ୍କର ସ୍ମୃତିଦିବସ ପାଳନ କରିବାକୁ ଉଚିତ ମନେକରୁଛି। ତା’ର କାରଣ ହେଉଛି ପାକିସ୍ତାନରେ ମଧ୍ୟ ଶକ୍ତିଶାଳୀ ପଞ୍ଜାବୀ ଜାତୀୟତାବାଦ ରହିଛି। ପାକିସ୍ତାନର ଅଧାଅଧି ଲୋକ ପଞ୍ଜାବୀ ଭାଷା କହନ୍ତି। ପାକିସ୍ତାନର ପାଞ୍ଚଟି ବଡ଼ ସହର ଲାହୋର, ରାଓ୍ବଲପିଣ୍ଡି, ଗୁଜରାନଓ୍ବାଲା ଓ ଫୈସଲାବାଦ ପଞ୍ଜାବରେ ଅବସ୍ଥିତ। ତା’ ସହ ପାକିସ୍ତାନୀ ସେନାର ୮୫ ପ୍ରତିଶତ ହେଉଛନ୍ତି ପଞ୍ଜାବୀ।
ଭାରତ ଇତିହାସରେ ରଣଜିତ୍‌ ସିଂଙ୍କ ଶିଖ୍‌ ସାମ୍ରାଜ୍ୟ ଥିଲା ପଞ୍ଜାବୀ ଅଧ୍ୟୁଷିତ ଉତ୍ତରଭାରତ ଏବଂ ସିଂ କହିଲେ ପଞ୍ଜାବୀ ବୀରଙ୍କୁ ବୁଝାଏ। ରଣଜିତ୍‌ ସିଂଙ୍କ ସେନା କାବୁଲ ପର୍ଯ୍ୟନ୍ତ ଜୟ କରିଥିଲେ ଏବଂ ସେ ଓ ଟିପୁ ସୁଲତାନ ଥିଲେ ଭାରତୀୟ ଉପମହାଦେଶରେ ଶେଷ ସ୍ବାଧୀନ ଶାସକ, ଯେତେବେଳେ କି ବ୍ରିଟିଶ୍‌ମାନେ ଭାରତର ଅବଶିଷ୍ଟ ଅଞ୍ଚଳକୁ ଦଖଲ କରିସାରିଥିଲେ। ସେ ଜଣେ ମହାନ୍‌ ଯୋଦ୍ଧା ଥିଲେ ଏବଂ ରଣଜିତ୍‌ ସିଂଙ୍କ ପରଲୋକ ପରେ ହିଁ ବ୍ରିଟିଶ୍‌ମାନେ ପଞ୍ଜାବ ଜୟ କରିବାକୁ ସମର୍ଥ ହୋଇପାରିଥିଲେ।
ପାଠକମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଜମ୍ମୁର ଡୋଗ୍ରା ରାଜପୁତମାନେ କଶ୍ମୀରକୁ ଶାସନ କରିବାକୁ ସମର୍ଥ ହେବା ମୂଳରେ ଅଛି ସେମାନଙ୍କର ପଞ୍ଜାବ ପ୍ରତି ବିଶ୍ୱାସଘାତକତା। ସେମାନେ ବିଶ୍ୱାସଘାତକତା କରି ନ ଥିଲେ ଜମ୍ମୁ ଓ କଶ୍ମୀର ଦୁଇଟି ଅଲଗା ରାଜ୍ୟ ହୋଇ ରହିଥାନ୍ତା। ସେତେବେଳେ ଭାରତରେ ମାତ୍ର ୫ଟି ରାଜ୍ୟ ଥିଲା, ଯାହା ତା’ର ଶାସକମାନଙ୍କ ପାଇଁ ୨୧-ଗନ୍‌ ସାଲ୍ୟୁଟ୍‌ ପାଇବା ଲାଗି ଯଥେଷ୍ଟ ବଡ଼ ଥିଲା। ସେଗୁଡ଼ିକ ହେଉଛି: ମହୀଶୂର, ହାଇଦ୍ରାବାଦ, ବରୋଦା, ଗ୍ବାଲିୟର ଏବଂ ଜମ୍ମୁ ଓ କଶ୍ମୀର। ଅଧିକାଂଶ ଭାରତୀୟ ଔରଙ୍ଗଜେବଙ୍କ ମୃତ୍ୟୁ ପରେ ଅଷ୍ଟାଦଶ ଶତାବ୍ଦୀ ଭାରତର ଇତିହାସ ଜାଣନ୍ତି ନାହିଁ, ଯେତେବେଳେ ଭାରତର ହିନ୍ଦୁ ରାଜାମାନେ କେବଳ ପରସ୍ପରକୁ ଆକ୍ରମଣ କରିବାରେ ବ୍ୟସ୍ତ ଥିଲେ। ମରାଠାମାନେ ରାଜପୁତମାନଙ୍କୁ ଧମକାଇ ଏତେ ଧନ ଲୁଟୁଥିଲେ ଯେ ଜୟପୁରର ପ୍ରତିଷ୍ଠାତା ସଓ୍ବାଇ ଜୟସିଂଙ୍କ ପୁତ୍ର ମହାରାଜା ଈଶ୍ୱରୀ ସିଂ ୧୭୫୦ ମସିହାରେ ଆତ୍ମହତ୍ୟା କରିଦେଲେ। ଏଥିରେ ପ୍ରତିହିଂସାପରାୟଣ ହୋଇ ରାଜପୁତମାନେ ବିଜେତାଭାବେ ଜୟପୁର ନଗରୀରେ ପ୍ରବେଶ କରିଥିବା ୪୦୦୦ ମରାଠା ସୈନିକଙ୍କୁ ୯ ଘଣ୍ଟାରେ ହତ୍ୟା କଲେ। ଆମ ଇତିହାସ ବହିରେ ଏସବୁ ପଢ଼ାଯାଉ ନାହିଁ। ଏହା ଜାଣିଲେ ଅଧିକାଂଶ ଭାରତୀୟ ବିଚଳିତ ହୋଇପଡ଼ିବେ କାରଣ ଆମର ବିଚାରବୋଧକୁ ଧାର୍ମିକ ଜାତୀୟତାବାଦରେ ରଙ୍ଗେଇ ଦିଆଯାଇଛି। ପାକିସ୍ତାନରେ ଉକ୍ତ ବ୍ୟକ୍ତିମାନଙ୍କର ମୂର୍ତ୍ତି ପ୍ରତିଷ୍ଠା କରିବାରେ କୌଣସି ସମସ୍ୟା ନାହିଁ, ଭାରତରେ ଜିନ୍ନା ବା ସେଭଳି ବିବାଦୀୟ ବ୍ୟକ୍ତିମାନଙ୍କର ମୂର୍ତ୍ତି ପ୍ରତିଷ୍ଠା କରିବାରେ ଯେପରି ସମସ୍ୟା ଅଛି।
ଆମ ବୀରମାନଙ୍କୁ ପାକିସ୍ତାନରେ ସମ୍ମାନ ଦିଆଯିବ ସେ କଥା ଆମେ ଆଶା କରିପାରିବା ନାହିଁ। ସେଥିପାଇଁ ଏପରି ରିପୋର୍ଟ ପ୍ରକାଶ ପାଇବା ପରେ ଆମେ ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। କିନ୍ତୁ ବାସ୍ତବରେ ଭାରତୀୟମାନେ ମୁଖ୍ୟତଃ ପାକିସ୍ତାନ ବିଷୟରେ ଅନଭିଜ୍ଞ ଏବଂ ଆମେ ବିକ୍ଷିପ୍ତ ଗଣମାଧ୍ୟମରୁ ଯେତିକି ଜାଣୁ ଆମର ଜ୍ଞାନ ସେତିକିରେ ସୀମିତ।
Email: aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବାଉଁଶରେ ସାଇକେଲ ତିଆରି ହେବା ଓ ରାସ୍ତାରେ ଗଡ଼ିବା ନିଶ୍ଚିତ ଭାବେ ଏକ ଅଜବ ଘଟଣା ଭଳି ଲାଗୁଥିଲେ ମଧ୍ୟ ଏଭଳି ସାଇକେଲ ଚଢ଼ିବାକୁ ପାଇବେ।...

ଆମ ପାଇଁ ବହି କାହିଁ

କିଛିଦିନ ତଳେ ଭୁବନେଶ୍ୱରର ଏକ ଦୃଷ୍ଟିହୀନ ପିଲାଙ୍କ ବିଦ୍ୟାଳୟରେ ସମୟ ବିତେଇବାର ସୁଯୋଗ ପାଇଥିଲି। ବହୁତ ଖୁସି ଲାଗିଲା ଯେ ସେମାନେ ସେଠାରେ ରହି ଖେଳୁଛନ୍ତି,...

ନିଯୁକ୍ତି ବୃଦ୍ଧି ଆବଶ୍ୟକ

ଆମେ ସର୍ବଦା ଲେଖିଆସିଛୁ ଯେ ଆର୍ଥିକ ଅଭିବୃଦ୍ଧି ସର୍ବଦା ସମତୁଲ ଓ ଇନ୍‌କ୍ଲୁସିଭ ବା ଅନ୍ତର୍ଭୁକ୍ତ ହେବା ଉଚିତ। ଏହାର ସୁଫଳ ସର୍ବଦା ଗରିବ ଓ...

ଚିନ୍ତାଶୀଳ ବ୍ୟକ୍ତିତ୍ୱ

ମନମୋହନ ସିଂଙ୍କ ଜୀବନ କ’ଣ ଥିଲା ସେ ବିଷୟରେ ଅନେକ ଲେଖା ପ୍ରକାଶ ପାଇଛି ଏବଂ ଆଗକୁ ବି ଲେଖାଯିବ। କିନ୍ତୁ ସେ ଯାହା ନ...

ହାରିଲି କେତେ ଜିତିଲି କେତେ

ଜୀବନଟା ଗୋଟେ ଅଡୁଆ ସୂତାର ଖିଅ। କେତେବେଳେ କେମିତି ସେଥିରେ ସେ ନିଜ ଅଜାଣତରେ ଛନ୍ଦି ହୋଇଯାଏ ଯେ ସେଥିରୁ ମୁକୁଳିବା ମୁସ୍କିଲ ହୋଇପଡେ। ସେତେବେଳେ...

ଏକକାଳୀନ ନିର୍ବାଚନରୁ କ’ଣ ପାଇବା

ବେଲ୍‌ଜିଅମ, ସ୍ବିଡେନ୍‌, ଦକ୍ଷିଣଆଫ୍ରିକା ଭଳି ଛୋଟିଆ ଦେଶଙ୍କ କ୍ଲବରେ ସାମିଲ ହେବ ଭାରତ। ବେଲ୍‌ଜିଅମ ଓ ଦକ୍ଷିଣଆଫ୍ରିକାରେ ପାଞ୍ଚବର୍ଷିଆ ଆଉ ସ୍ବିଡେନ୍‌ରେ ଚାରିବର୍ଷିଆ ଆନୁପାତିକ ସଂଖ୍ୟା...

ପଦବୀ ଖାଲିପଡ଼ିଛି

ଭାରତରେ ଆଇଏଏସ୍‌ , ଆଇପିଏସ୍‌ ଏବଂ ଆଏଫ୍‌ଏସ୍‌ ( ଇଣ୍ଡିଆନ୍‌ ଫରେଷ୍ଟ ସର୍ଭିସ୍‌) ଅଧିକାରୀଙ୍କ ଘୋର ଅଭାବ ଦେଖାଦେଇଛି। ଏହାଦ୍ୱାରା ପ୍ରଶାସନିକ ଦକ୍ଷତା ଏବଂ ଆଇନ...

ଆଧୁନିକ ମଣିଷ ଓ ଗୃହସ୍ଥାଶ୍ରମ

ପ୍ରତ୍ୟେକ ବ୍ୟକ୍ତିକୁ ଜୀବନରେ ୪ଟି ଆଶ୍ରମର ଅନୁପାଳନ କରିବାକୁ ହୁଏ। ସେଗୁଡିକ ହେଲା ବ୍ରହ୍ମଚର୍ଯ୍ୟାଶ୍ରମ, ଗୃହସ୍ଥାଶ୍ରମ, ବାନପ୍ରସ୍ଥାଶ୍ରମ ଓ ସନ୍ନ୍ୟାସାଶ୍ରମ। ବ୍ରହ୍ମଚର୍ଯ୍ୟାଶ୍ରମରେ ଗୁରୁକୁଳରେ ଶୈଶବୋତ୍ତର ତାରୁଣ୍ୟକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri