Posted inଜାତୀୟ

ପାକିସ୍ତାନରେ ରେଳ ଟ୍ରାଜେଡି: ଚଳନ୍ତା ଟ୍ରେନ୍‌ରେ ନିଆଁ: ୭୪ ଦଗ୍ଧ

ଇସ୍‌ଲାମାବାଦ/ଲାହୋର,୧-୧୧:(ପି.ଟି./ଆଇଏଏନ୍‌ଏସ୍‌)ପାକିସ୍ତାନର ପୂର୍ବ ପଞ୍ଜାବ ପ୍ରଦେଶସ୍ଥିତ ଲିଆକତ୍‌ପୁର ନିକଟରେ ଗୁରୁବାର ସକାଳେ ଏକ ଯାତ୍ରୀବାହୀ ଟ୍ରେନ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। କରାଚୀରୁ ରାଓ୍ବଲପିଣ୍ଡି ଯାଉଥିବା ତେଜ୍‌ଗାମ୍‌ ଏକ୍ସପ୍ରେସ୍‌ରେ ଦୁଇଟି ରୋଷେଇ ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ ହେବାରୁ ୭୪ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଏହାସହ ଅନେକେ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରୁ ଅଧିକାଂଶ ଇସ୍‌ଲାମିକ୍‌ ପ୍ରବକ୍ତା ଥିଲେ। ସେମାନେ ଏକ ଧାର୍ମିକ ସମ୍ମିଳନୀରେ ଯୋଗଦେବା ପାଇଁ ଯାଉଥିବାବେଳେ ଏହି ଘଟଣା ଘଟିଥିବା ଜଣାପଡ଼ିଛି।
କରାଚୀରୁ ୨୦୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ନେଇ ତେଜ୍‌ଗାମ୍‌ ଏକ୍ସପ୍ରେସ୍‌ ରାଓ୍ବଲପିଣ୍ଡି ଅଭିମୁଖେ ଯାଉଥିଲା। ସେଥିରେ ଥିବା ଜଣେ ଯାତ୍ରୀ ସକାଳେ ଗ୍ୟାସ୍‌ ସିଲିଣ୍ଡର ଜାଳି ଜଳଖିଆ ପ୍ରସ୍ତୁତ କରୁଥିବାବେଳେ ଲିଆକତ୍‌ପୁର ନିକଟସ୍ଥ ରହିମ୍‌ ୟାର୍‌ ଖାନ୍‌ଠାରେ ହଠାତ୍‌ ବିସ୍ଫୋରଣ ଘଟିଥିଲା। ଫଳରେ ଅଗ୍ନିକାଣ୍ଡ ଘଟି ଚାହୁଁ ଚାହୁଁ ତିନୋଟି ବଗିକୁ ନିଆଁ ବ୍ୟାପିଯାଇଥିଲା। ନିଆଁ ଲାଗିଥିବା ଅବସ୍ଥାରେ ଟ୍ରେନ୍‌ଟି ପ୍ରାୟ ୨ କି.ମି. ଯାଏ ଗଡ଼ିଥିଲା। ପ୍ରାଣ ବିକଳରେ ଯାତ୍ରୀମାନେ ଟ୍ରେନ୍‌ରୁ ତଳକୁ ଡେଇଁବାରେ ଲାଗିଥିଲେ। ତଳେ ପଡ଼ି ଅନେକ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟମାନେ ନିଆଁରେ ଦଗ୍ଧ ହୋଇ ପ୍ରାଣ ହରାଇଛନ୍ତି। ୭୪ ମୃତକଙ୍କ ମଧ୍ୟରେ ଅନେକ ମହିଳା ଓ ଶିଶୁ ଅଛନ୍ତି। ସେହିପରି ୪୦ରୁ ଊର୍ଦ୍ଧ୍ୱ ଯାତ୍ରୀ ପୋଡ଼ିଯାଇ ଗୁରୁତର ହୋଇଛନ୍ତି। ସେମାନଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜିଲା ଜରୁରୀ ଅଧିକାରୀ ଆର୍‌ଓ୍ବାଇକେ ବକିର ହୁସେନ କହିଛନ୍ତି। ଦୀର୍ଘ ସମୟର ଉଦ୍ୟମ ପରେ ୧୦ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ। ଉଦ୍ଧାର କାର୍ଯ୍ୟରେ ସେନା ହେଲିକପ୍ଟର ନିୟୋଜିତ ହୋଇଥିଲା। ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ଡିଏନ୍‌ଏ ପରୀକ୍ଷା କରି ମୃତକମାନଙ୍କ ପରିଚୟ ସ୍ପଷ୍ଟ କରାଯିବ ବୋଲି ଜଣାପଡ଼ିଛି। ମୃତକଙ୍କ ପରିବାରକୁ ୧୫ ଲକ୍ଷ ଓ ଆହତଙ୍କୁ ୫ ଲକ୍ଷ ଟଙ୍କା ସହାୟତା ଦେବା ପାଇଁ ସରକାର ଘୋଷଣା କରିଛନ୍ତି।
ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ ଏହାକୁ ନେଇ ଶୋକବ୍ୟକ୍ତ କରିଛନ୍ତି। ସେ ଦୁର୍ଘଟଣାର ତଦନ୍ତ ସହ ଆହତଙ୍କ ଚିକିତ୍ସା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରେଳମନ୍ତ୍ରୀ ଶେଖ୍‌ ରଶିଦ୍‌ ଅହମଦ କହିଛନ୍ତି, ମୃତାହତଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ତବଲିଘି ଜମାତ୍‌ (ଇସ୍‌ଲାମିକ୍‌ ପ୍ରବକ୍ତା)। ରାଓ୍ବଲପିଣ୍ଡିରେ ହେବାକୁ ଥିବା ଏକ ବଡ଼ ଧାର୍ମିକ ସମାଗମରେ ଯୋଗଦେବା ପାଇଁ ସେମାନେ ଯାଉଥିଲେ। ଟ୍ରେନ୍‌ରେ ଗ୍ୟାସ୍‌ରେ ରୋଷେଇ କରିବା ବେଆଇନ ବୋଲି ସେ କହିଛନ୍ତି। ତେବେ ତବଲିଘି ଜମାତ୍‌ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି। ଗ୍ୟାସ୍‌ ସିଲିଣ୍ଡର ଯୋଗୁ ନୁହେଁ, ବରଂ ଶର୍ଟ ସର୍କିଟ ହେବା ଫଳରେ ଏହି ଅଗ୍ନିକାଣ୍ଡ ଘଟିଛି। ଶର୍ଟ ସର୍କିଟ ସମ୍ପର୍କରେ ବୁଧବାର ରାତିରେ ଟ୍ରେନ୍‌ ଅଧିକାରୀମାନଙ୍କୁ ଅବଗତ କରାଯାଇଥିଲା। କିନ୍ତୁ ସେମାନେ ଏଥିପ୍ରତି ଧ୍ୟାନ ନ ଦେବାରୁ ଏଭଳି ଘଟିଥିବା ସେମାନେ କହିଛନ୍ତି। ପାକିସ୍ତାନରେ ଏହା ହେଉଛି ଚଳିତବର୍ଷର ଦ୍ୱିତୀୟ ବଡ଼ ଟ୍ରେନ୍‌ ଦୁର୍ଘଟଣା। ଗତ ଜୁଲାଇରେ ଆକ୍‌ବର ବୁଗ୍‌ତି ଏକ୍ସପ୍ରେସ ଲାହୋରରୁ କ୍ୱେଟା ଯାଉଥିବାବେଳେ ପଞ୍ଜାବର ଓ୍ବାଲହର ଷ୍ଟେଶନରେ ଅନ୍ୟ ଏକ ଟ୍ରେନ୍‌ରେ ଧକ୍କାହେବା ଫଳରେ ୨୪ ଯାତ୍ରୀଙ୍କ ପ୍ରାଣହାନି ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନବରାତ୍ରିରେ ସରକାରୀ ବଙ୍ଗଳା ଛାଡ଼ିବେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୨ା୯: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ନବରାତ୍ରି ପାର୍ବଣ ବେଳେ ସରକାର ବଙ୍ଗଳା ଖାଲି କରିବେ ବୋଲି ରବିବାର ସୂଚନା ଦେଇଛନ୍ତି। ସେପ୍ଟେମ୍ବର ୧୩ରେ...

କ୍ୱାଡ୍‌ ସମ୍ମିଳନୀରେ ମୋଦିଙ୍କ ବଡ଼ ସହାୟତା ଘୋଷଣା

ଓ୍ବିଲ୍‌ମିଙ୍ଗଟନ୍‌,୨୨ା୯: ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସର୍ଭିକାଲ କ୍ୟାନ୍‌ସର ମୁକାବିଲାକୁ ସୁଦୃଢ଼ କରିବା ପାଇଁ ଭାରତ ୭.୫ ନିୟୁତ ଡଲାର ଯୋଗାଇଦେବ ବୋଲି ପ୍ରତିଶ୍ରୁତି ଦେଇଛି। ରୋଗର...

ଉଦୟଭାନୁ ହେଲେ ଯୁବକଂଗ୍ରେସ ଅଧ୍ୟକ୍ଷ

ନୂଆଦିଲ୍ଲୀ,୨୨ା୯ : କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ରବିବାର ଉଦୟଭାନୁ ଚିବ୍‌ଙ୍କୁ ଭାରତୀୟ ଯୁବ କଂଗ୍ରେସ (ଆଇଓ୍ବାଇସି)ର ନୂତନ ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି। ସେ ଯୁବକଂଗ୍ରେସର...

କୋଲକାତା ବଳାତ୍କାର-ହତ୍ୟା ଘଟଣା: ସାମ୍ନାକୁ ଆସିଲା ଆଉ ଏକ କଳାଧନ୍ଦା!

କୋଲକାତା,୨୨।୯: ଅଭୟା ନାଁ ଦିଆଯାଇଥିବା ଜଣେ ଟ୍ରେନି ମହିଳା ଡାକ୍ତରଙ୍କ ମୃତଦେହ କୋଲକାତାର ଆର.ଜି କର ମେଡିକାଲରେ ମିଳିଥିଲା। ଯାହକେ ନେଇ ସାରା ଦେଶରେ ଲାଗି...

ସାର୍ଟିଫିକେଟ ପାଇଁ ବାହାରିଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୨।୯: ଫେବୃଆରୀ ବଦଳରେ ନଭେମ୍ବରରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବ କି ବୋଲି ଏବେ ପ୍ରଶ୍ନ ଉଠିଛି। ଆଜିକାଲି ଜାତୀୟ ରାଜଧାନୀର ରାଜନୈତିକ ପରିବେଶରେ ଏହା...

ନିର୍ବାଚନ ପୂର୍ବରୁ ସୁପ୍ରିମକୋର୍ଟଙ୍କ ନିକଟରେ ବଡ ଦାବି ରଖିଲା ଶରଦ ପାଓ୍ବାରଙ୍କ ଦଳ

ମୁମ୍ବାଇ,୨୨।୯: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଅଜିତ ପାୱାର ଦଳ ପାଇଁ ନିର୍ବାଚନ ଆୟୋଗଙ୍କ ଠାରୁ ଏନସିପି ଶରଦ ଦଳ ଏକ ବଡ ଦାବି କରିଛନ୍ତି।...

ଖୁସି ଖବର: ନୀତୀଶ ଦେବେ ବଡ ଉପହାର

ପାଟନା,୨୨।୯: ବିହାରର ଯୁବବର୍ଗଙ୍କ ପାଇଁ ଏକ ବଡ଼ ଏବଂ ଖୁସି ଖବର ଅଛି । ବିହାର ସରକାରଙ୍କ ପୋଲିସ ବିଭାଗରେ ସେବା କରିବାକୁ ଚାହୁଁଥିବା ଯୁବକମାନେ...

କଂଗ୍ରେସରେ କାଷ୍ଟିଂ କାଉଚ! ଚେହେରା ଦେଖି ଦିଆଯାଉଛି ଟିକେଟ, ମହିଳା ନେତାଙ୍କ ଅଭିଯୋଗ ପରେ ବଢୁଛି ଉତ୍ତେଜନା

ନୂଆଦିଲ୍ଲୀ,୨୨।୯: ହରିୟାଣା ନିର୍ବାଚନରେ କଂଗ୍ରେସ ଚେହେରା ଆଧାରରେ ଟିକେଟ ବଣ୍ଟନ କରିଥିବା ଅଭିଯୋଗ ହୋଇଛି ଏବଂ ଏହି ଅଭିଯୋଗ ନିଜେ ଦଳର ମହିଳା ନେତାଙ୍କ ବ୍ୟତୀତ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri