ଭୁବନେଶ୍ୱର, ୭।୭(ବ୍ୟୁରୋ): ପାଟକୁରା ନିର୍ବାଚନ ତାରିଖ ଘୋଷଣା ହେବାପରେ ରାଜ୍ୟର ୩ ପ୍ରମୁଖ ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ବିଜେଡି ରଣନୀତି ଅନୁଯାୟୀ ପ୍ରଚାର କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଦଳର ମାଳମାଳ ବିଧାୟକ ପାଟକୁରାରେ ବର୍ତ୍ତମାନ ଡେରା ପକାଇ ସାରିଛନ୍ତି। ଏପରି ସ୍ଥିତିରେ ଭାଜପା ମଧ୍ୟ ପଛରେ ରହିବାକୁ ଚାହୁଁନାହିଁ। ହେଲେ ରାଜ୍ୟ ସଭା ଉପନିର୍ବାଚନରେ ପ୍ରାର୍ଥତ୍ତ୍ୱକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟ ଯେପରି ବୁଝାମଣା ହେଲା ତାହା ବର୍ତ୍ତମାନ ରାଜ୍ୟ ରାଜନୀତିକୁ ଏକ ପ୍ରକାର ଭିନ୍ନ ଦିଗକୁ ନେଇଯାଇଛି। ତଥାପି ମଧ୍ୟ ପାଟକୁରା ନିର୍ବାଚନ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁହଁ ଖୋଲିଛନ୍ତି। ଧର୍ମେନ୍ଦ୍ର କହିଛନ୍ତି ଯେ, ନିର୍ବାଚନରେ ଭାଜପା ପ୍ରାର୍ଥୀ ବିଜୟ ମହାପାତ୍ର ନିଶ୍ଚିତ ବିଜୟୀ ହେବେ ା ତାଙ୍କ ପ୍ରତି ନିର୍ବାଚନମଣ୍ଡଳୀ ଲୋକମାନଙ୍କ ସମବେଦନା ରହିଛି। ନିଜସ୍ବ ଢଙ୍ଗରେ ନିର୍ବାଚନ ଲଢିବାକୁ ଭାଜପା ରଣନୀତି ପ୍ରସ୍ତୁତ କରିଥିବା ଧର୍ମେନ୍ଦ୍ର କହିଛନ୍ତି। ସେପଟେ କଂଗ୍ରେସ ମଧ୍ୟ ନିଜର ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଛି। ଖୁବ୍ଶୀଘ୍ର ଦଳ ପକ୍ଷରୁ କେତେଜଣଙ୍କୁ ପାଟକୁରା ନିର୍ବାଚନ ପ୍ରଚାର ଦାୟିତ୍ୱ ଦିଆଯିବାକୁ ଯୋଜନା ଚାଲିଛି।