ପାଟଣାରେ ବେଆଇନ ଗ୍ୟାସ ଗୋଦାମ ଉପରେ ଯୋଗାଣ ବିଭାଗର ଚଢ଼ାଉ

ପାଟଣା,୭।୧୨(ସ୍ବ ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ସଅଁରାପଶି ଗ୍ରାମର ରବୀନ୍ଦ୍ର ମହାରଣାଙ୍କ ଘରେ ମଙ୍ଗଳବାର ଚଢ଼ାଉ ହୋଇଛି। ଘର ଭିତରେ ବେଆଇନ ଭାବେ ଏଚ୍‌ପି ଗ୍ୟାସ ଟାଙ୍କି ରଖି ବ୍ୟବସାୟ କରୁଥିବା ଅଭିଯୋଗରେ ମଙ୍ଗଳବାର ଯୋଗାଣ ବିଭାଗର ୫ ଜଣିଆ ଟିମ ଚଢ଼ାଉ କରି ଘର ଭିତରୁ ୧୬ ଟି ଖାଲି ସିଲିଣ୍ଡର ଟାଙ୍କି ଜବତ କରିଛନ୍ତି।
ସୂଚନା ଅନୁଯାୟୀ, ରବୀନ୍ଦ୍ର ମହାରଣା ପଡ଼ୋଶୀ ମୟୂରଭଞ୍ଜ ଜିଲା କରଞ୍ଜିଆର ଜଣେ ଗ୍ୟାସ ବିତରକଙ୍କ ଠାରୁ ଗ୍ୟାସ ଓ ସିଲିଣ୍ଡର ଆଣି ପାଟଣା ଅଞ୍ଚଳରେ ଅନଧିକାର ଭାବେ ବିକ୍ରି କରୁଥିଲେ। ପାଟଣା ସୁନାମୁଖୀ ଇଣ୍ଡେନ ଗ୍ୟାସ ବିତରକଙ୍କ ତରଫରୁ ଜିଲାପାଳ, ଏସ୍‌ପିଓ କେନ୍ଦୁଝର ଯୋଗାଣ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଥିଲ। ଏ ନେଇ ଧରିତ୍ରୀରେ ରବିବାର ଖବର ପ୍ରକାଶ ପାଇଥିଲା। ଏହି ଚଢ଼ାଉରେ କେନ୍ଦୁଝର ଜିଲା ଅତିରିକ୍ତ ଯୋଗାଣ ଅଧିକାରୀ ମନମୋହନ ପଟ୍ଟନାୟକ ଓ ବୀରକିଶୋର ମାରାଣ୍ଡିଙ୍କ ନେତୃତ୍ୱରେ ପାଟଣା ବ୍ଲକ ଯୋଗାଣ ଅଧିକାରୀ ବିଦ୍ୟୁତ ଲତା ନାୟକ, ସଦର ବ୍ଲକ ଯୋଗାଣ ଅଧିକାରୀ ଅମ୍ବିକା ପ୍ରସାଦ ରଥ ପ୍ରମୁଖ ସାମିଲ ହୋଇ ଚଢ଼ାଉ କରିବା ସହ ଗ୍ୟାସ ସିଲିଣ୍ଡର ଜବତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାତିଅଧରେ ହଷ୍ଟେଲରେ ପଶିଲେ ୪ ଜଣ, ଜଣଙ୍କୁ ରଡରେ ପିଟିଦେଇଗଲେ

କେନ୍ଦୁଝର,୬।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସରକାରୀ ଇଞ୍ଜିନିୟରିଂ କଲେଜରେ ରାଗିଂ ଅଭିଯୋଗ ହୋଇଛି। ତୃତୀୟ ବର୍ଷର କେତେକ ଛାତ୍ରଙ୍କ ଆକ୍ରମଣରେ ଜଣେ ଦ୍ୱିତୀୟ ବର୍ଷର...

ରାତିରେ ହୋଇଥିଲା ଶୁଟିଂ, ସକାଳେ ହୁହୁ ହୋଇ ଜଳୁଥିଲା ଷ୍ଟୁଡିଓ

ଖୋର୍ଦ୍ଧା,୬।୧୦: ଖୋର୍ଦ୍ଧା ସାରୁଅ ଶିଳ୍ପାଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏକ ଘରୋଇ ଟିଭି ଚ୍ୟାନେଲର ଷ୍ଟୁଡିଓରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି।...

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ହତ୍ୟା ନା ଆତ୍ମହତ୍ୟା, ବଢୁଛି ସନ୍ଦେହ

ପାଟଣା ,୬।୧୧(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ଥାନା ପୁଟୁଳିଆ ଗ୍ରାମରେ ଘର ଭିତରୁବୁଧବାର ସକାଳୁ ଯୁବକଙ୍କ ସନ୍ଦେହ ଜନକ ଭାବେ ଝୁଲନ୍ତା ମୃତଦେହ ଉଦ୍ଧାର...

ମୋବାଇଲ ନେଟୱାର୍କ ପାଇଁ ତେଜିଲା ଆନ୍ଦୋଳନ: ବିଏସଏନଏଲର ଟାଳଟୁଳ ନୀତିକୁ ବିରୋଧ

ଦାରିଙ୍ଗବାଡି,ବ୍ରାହ୍ମଣୀଗାଁ,୬।୧୧(ଅରୁଣ ସାହୁ/ମନୋରଞ୍ଜନ ରଣା):ଏବେ ରାଜ୍ୟ ହେଉ କି କେନ୍ଦ୍ର ସରକାର ସେ ସରକାରୀ ହେଉ କି ବେସରକାରୀ, ଆବେଦନଠାରୁ ପ୍ରାପ୍ୟ ପର୍ଯ୍ୟନ୍ତ ବିନା ଅନଲାଇନ କାର୍ଯ୍ୟରେ...

ପଶ୍ଚିମବଙ୍ଗର ନକଲି ଡାକ୍ତରଙ୍କ ଓଡ଼ିଶା ମୁହାଁ,କୁୱାକ ଡାକ୍ତର କରୁଛନ୍ତି ମେଜର ଅପରେଶନ

ଭୋଗରାଇ,୬।୧୧( ପ୍ରଦୀପ ଦାସ ): ରାଜ୍ୟରେ ସରକାରୀ ଚିକିତ୍ସାଳୟ ଗୁଡିକରେ ଦୈନନ୍ଦିନ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ହେଲେ ଚିକିତ୍ସା କେନ୍ଦ୍ରରେ ଡାକ୍ତର, ନର୍ସ...

ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ୪ ଏନ୍‌ଏସ୍‌ଏସ୍‌ ଛାତ୍ରୀଛାତ୍ରଙ୍କ ଆସାମ ଗସ୍ତ

ଭବାନୀପାଟଣା,୬।୧୧(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ଏନ୍‌ଏସ୍‌ଏସ୍‌ ବ୍ୟୁରୋ ପକ୍ଷରୁ ୪ ଜଣ ଏନ୍‌ଏସ୍‌ଏସ୍‌ ସ୍ବେଚ୍ଛାସେବୀ ପୂର୍ବାଞ୍ଚଳ ପ୍ରି ଆର୍‌...

ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦବଙ୍ଗଗିରି, ଡିଇଓଙ୍କ ନିକଟରେ ଫେରାଦ ହେଲେ ଶିକ୍ଷୟିତ୍ରୀଶିକ୍ଷକ

ଲାଞ୍ଜିଗଡ,୬।୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଭଟIଙ୍ଗ ପଦର ଅନ୍ତର୍ଗତ ଭଟIଙ୍ଗପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦବଙ୍ଗଗିରି କାର୍ଯ୍ୟକଳାପକୁ ନେଇ...

ଅଭିଯୋଗକୁ ରେଳ ବିଭାଗର ଖଣ୍ଡନ

ଢେଙ୍କାନାଳ,୬।୧୧(ରତନ ନାୟାର): ଢେଙ୍କାନାଳ ଜିଲା ସଦର ରେଞ୍ଜ ମୋଟଙ୍ଗା ଥାନା ମେରାମଣ୍ଡଳୀ ରେଳ ଷ୍ଟେଶନ ନିକଟରେ ଗତ ଶୁକ୍ରବାର ବିଳମ୍ବିତ ରାତିରେ ୪୯ ହାତୀ ରେଳଧାରଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri