ଚଣ୍ଡିଗଡ, ୨୩ା୮(ପି.ଟି.): ପାକିସ୍ତାନ ସତ୍ଲେଜ ନଦୀର ଜଳ ଭାରତ ଭିତରକୁ ଛାଡ଼ିଛି। କସୁର ଜିଲାରେ ଜଳ ନିୟନ୍ତ୍ରଣ ଲାଗିି ଥିବା ଗେଟ୍କୁ ପାକିସ୍ତାନ ଖୋଲିଦେବାରୁ ଭାରତ ସୀମାବର୍ତ୍ତୀ ଅଞ୍ଚଳର ୧୭ ଗାଁ ଜଳାର୍ଣ୍ଣବ ହୋଇପଡ଼ିଛି। ଫିରୋଜପୁର ଅଞ୍ଚଳରେ ଲଗାଣ ବର୍ଷାଜନିତ ସମସ୍ୟା ଲାଗି ରହିଥିବାବେଳେ ସତ୍ଲେଜ ନଦୀ ଜଳ ଏବେ ସ୍ଥାନୀୟ ଲୋକଙ୍କ ଚିନ୍ତା ବଢାଇ ଦେଇଛି। ଦୂଷିତ ଜଳ ପ୍ରବାହିତ ହେଉଥିବାରୁ ରୋଗ ବ୍ୟାପିବା ଆଶଙ୍କା କରାଯାଉଛି। ତଳ ମୁଣ୍ଡରେ ଲୋକଙ୍କୁ ରିଲିଫ ଓ ଉଦ୍ଧାର ଲାଗି ପ୍ରଶାସନ ପଦକ୍ଷେପ ନେଇଛି। ବହୁ ଅଞ୍ଚଳକୁ ମୋଟର ବୋଟ୍ ପଠାଯିବା ସହ ସେନା ଏବଂ ଏନ୍ଡିଆର୍ଏଫ୍କୁ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ନିୟୋଜିତ କରାଯାଇଛି।