ଖଇରା, ୨୪ା୫(ଡି.ଏନ୍.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଚନ୍ଦ୍ରାଟିକିରୀ ଗ୍ରାମର ପ୍ରତାପ ଚନ୍ଦ୍ର ମହାନ୍ତିଙ୍କ ପୁଅ ଓଁକାର(୮) ଶନିବାର ପୋଖରୀ ପାଣିରେ ବୁଡି ପ୍ରାଣ ହରାଇଛନ୍ତି। ପ୍ରତାପ ଓ ତାଙ୍କ ସ୍ତ୍ରୀ ବମ୍ବେରେ ରହୁଥିବା ବେଳେ ଓଁକାର ଔପଦା ଥାନା ଅଧୀନ ଡିମିରିଚୁଆରେ ତାଙ୍କ ମାମୁ ଘରେ ରହୁଥିଲେ। ଶନିବାର ସକାଳେ ଖେଳୁଥିବା ବେଳେ କୌଣସି କାରଣବଶତଃ ଘର ନିକଟସ୍ଥ ପୋଖରୀକୁ ଯାଇ ପାଣିରେ ବୁଡ଼ିଯାଇଥିଲେ। ତାଙ୍କୁ ଉଦ୍ଧାର କରି ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।