ପାନ, ଗୁଟ୍‌ଖା ବିକ୍ରି ନିଷିଦ୍ଧ କର

ନୂଆଦିଲ୍ଲୀ,୧୬ା୫(ପି.ଟି.): କରୋନା ସଂକ୍ରମଣ ରୋକିବା ଲାଗି ରାଜସ୍ଥାନ ଓ ଝାଡ଼ଖଣ୍ଡ ସରକାର ପାନ, ଗୁଟ୍‌ଖା ବିକ୍ରି ଓ ସର୍ବସାଧାରଣ ସ୍ଥାନରେ ଛେପ ପକାଇବାକୁ ନିଷିଦ୍ଧ କରିଛନ୍ତି। ଅନ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରମାନେ ଅନୁରୂପ ପଦକ୍ଷେପ ନେବାକୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ନିବେଦନ କରିଛନ୍ତି। ସବୁ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀମାନଙ୍କୁ ପତ୍ର ଲେଖି ହର୍ଷବର୍ଦ୍ଧନ କହିଛନ୍ତି, ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ପାନ, ଗୁଟ୍‌ଖା ଖାଉଥିବା ଲୋକମାନଙ୍କର ଅଭ୍ୟାସ। ସେମାନଙ୍କର ଏହି ଖରାପ ଅଭ୍ୟାସ କେବଳ କରୋନା ନୁହେଁ, ଯକ୍ଷ୍ମା, ସ୍ବାଇନ୍‌ ଫ୍ଲୁ, ଏନ୍‌ସେଫାଲାଇଟ୍ସ ଆଦି ରୋଗ ସଂକ୍ରମଣର କାରଣ ହୋଇଥାଏ। ଧୂମହୀନ ତମାଖୁର ବ୍ୟବହାର ଏକ ଅସ୍ବାସ୍ଥ୍ୟକର ବାତାବରଣ ସୃଷ୍ଟି କରିଥାଏ। ଏହିସବୁ ସାମଗ୍ରୀ ବିକ୍ରି ହେଉଥିବା ଦୋକାନ ଆଗରେ ଭିଡ଼ ଜମୁଥିବାରୁ ତାହା କୋଭିଡ୍‌-୧୯ ସଂକ୍ରମଣର ଅନ୍ୟତମ କାରଣ ମଧ୍ୟ ହୋଇଥାଏ। ତମାଖୁ ସେବନ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥିବାରୁ ଏହା ବ୍ୟବହାର ନ କରିବା ଓ ସର୍ବସାଧାରଣ ସ୍ଥାନରେ ଛେପ ନ ପକାଇବା ପାଇଁ ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର୍‌) ଜନସାଧାରଣଙ୍କୁ ଅନୁରୋଧ କରିଆସୁଛି। ଛେପ ପକାଇବାକୁ ନିଷିଦ୍ଧ କରାଗଲେ ସ୍ବଚ୍ଛ ଭାରତ ସହିତ ସୁସ୍ଥ ଭାରତ ଗଠନରେ ସହାୟକ ହୋଇପାରିବ ବୋଲି ହର୍ଷବର୍ଦ୍ଧନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ପହଞ୍ଚିଲେ ମୋଦି, ଆସନ୍ତାକାଲି ପ୍ରବାସୀ ଭାରତୀୟ ସମ୍ମିଳନୀ କରିବେ ଉଦ୍‌ଘାଟନ

ଭୁବନେଶ୍ୱର,୮ା୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ସନ୍ଧ୍ୟାରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ବିଶାଖାପାଟଣାରେ ଏନ୍‌ଟିପିସିର ଅତ୍ୟାଧୁନିକ ଗ୍ରୀନ ହାଇଡ୍ରୋଜେନ ହବ୍‌ ପ୍ରକଳ୍ପର ଶିଳାନ୍ୟାସ କରିବା ପରେ...

ଷଷ୍ଠ ପିଢ଼ିର ଲଢୁଆ ଜାହାଜ ପରୀକ୍ଷା କଲା ଚାଇନା, ଦୁଃଖ ପ୍ରକଶ କଲେ ଭାରତୀୟ ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ,୮ା୧: ତେଜସ ଲଢୁଆ ବିମାନ ମିଳିବାରେ ଅହେତୁକ ବିଳମ୍ବକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଭାରତୀୟ ବାୟୁସେନାର ମୁଖ୍ୟ ମାର୍ଶାଲ ଏପି ସିଂହ। ମଙ୍ଗଳବାର ଏକ...

ପିଲା ପାଇଁ କ୍ଷୀର ନେବାକୁ ଓହ୍ଲାଇଥିବା ବେଳେ ଛାଡ଼ିଦେଲା ଟ୍ରେନ୍‌, ପଛରେ ଦୌଡ଼ିବାକୁ ଲାଗିଲେ ମା’…ଭାବବିହ୍ବଳ କରୁଛି Video

କଥାରେ ଅଛି ଭଗବାନ ସବୁ ସ୍ଥାନରେ ଉପସ୍ଥିତ ରହିପାରିବେ ନାହିଁ, ଏଣୁ ସେ ମା’ର ସୃଷ୍ଟି କରିଛନ୍ତି। ମା’ ଥିଲେ ପିଲା ଉପରେ କୌଣସି ବିପଦ...

ଗଜରାଜର ତାଣ୍ଡବ, ଶୁଣ୍ଢରେ ଉଠାଇ ୧୦ ଫୁଟ୍‌ ଦୂରକୁ ଫିଙ୍ଗିଲା…

ମାଲାପୁରାମ,୮।୧: କେରଳର ମାଲାପୁରାମ ଜିଲାର ତିରୁର୍‌ ପୁଥିଆଙ୍ଗଡ଼ି ମହୋତ୍ସବରେ ଏକ ହାତୀର ଉନ୍ମତ୍ତ କାଣ୍ଡ ଦେଖିବାକୁ ମିଳିଛି। ମହୋତ୍ସବରେ ସାମିଲ ହୋଇଥିବା ୫ ହାତୀ ମଧ୍ୟରୁ...

ଗୋଟିଏ ସପ୍ତାହରେ ହୋଇଗଲେ ଚନ୍ଦା: ଆତଙ୍କରେ ତିନି ଗାଁର ଲୋକେ

ନୂଆଦିଲ୍ଲୀ,୮ା୧: ମହାରାଷ୍ଟ୍ରର ବୁଲଢନା ଜିଲାର ତିନୋଟି ଗାଁର ଅନେକ ବାସିନ୍ଦା ଗତ କିଛି ଦିନ ମଧ୍ୟରେ କେଶ ଝଡ଼ିବା ପରେ ଏକ ସପ୍ତାହ ମଧ୍ୟରେ ଚନ୍ଦା...

୨୬ତମ ବିବାହ ବାର୍ଷିକୀ ଦିନ ଦମ୍ପତିଙ୍କ ଆତ୍ମହତ୍ୟା: ବିବାହ ପୋଷାକ ପିନ୍ଧି ଦେଇଥିଲେ ଏଭଳି ଷ୍ଟାଟସ୍‌, କହିଥିଲେ ଶେଷଇଚ୍ଛା

ନାଗପୁର,୮।୧: ପରସ୍ପରକୁ ବହୁତ ଭଲପାଉଥିଲେ। ସୁଖଦୁଃଖ ମଧ୍ୟରେ ବିତିଚାଲିଥିଲା ବିବାହ। ହେଲେ ୨୬ତମ ବିବାହ ବାର୍ଷିକୀରେ ବାଛି ନେଲେ ଆତ୍ମହତ୍ୟାର ବାଟ। ସେ ପୁଣି ଗୋଟିଏ...

ଦିଲ୍ଲୀ କାହାର ହେବ: ରାହୁଲଙ୍କୁ କଟାକ୍ଷ କଲେ ଅଖିଳେଶ, କହିଲେ ତୁମର ଦମ୍‌ ନାହିଁ…

ନୂଆଦିଲ୍ଲୀ,୮।୧: ଦିଲ୍ଲୀରେ ବାଜି ସାରିଛି ନିର୍ବାଚନୀ ବିଗୁଲ। ବିଗୁଲ ବାଜିବାର କିଛିକ୍ଷଣ ମଧ୍ୟରେ ଦିଲ୍ଲୀର ସବୁଦଳ ଅଣ୍ଟା କଷି ସାରିଛନ୍ତି। ତେବେ କଂଗ୍ରେସ ସମେତ ଏଏପି...

ISROର ନୂଆ ଅଧ୍ୟକ୍ଷ ଭି ନାରାୟଣନ୍‌ କିଏ? ଜାନୁଆରୀ ୧୪ରେ ନେବେ ଏସ୍‌ ସୋମନାଥଙ୍କ ସ୍ଥାନ 

ନୂଆଦିଲ୍ଲୀ,୮।୧: ଇସ୍ରୋର ନୂତନ ମୁଖ୍ୟ ହେବେ ବୈଜ୍ଞାନିକ ଭି ନାରାୟଣନ୍‌। ସେ ଅଧ୍ୟକ୍ଷ ଭାବେ ଏସ୍‌. ସୋମନାଥଙ୍କ ସ୍ଥାନ ନେବେ। ଏହାଛଡ଼ା ସେ ମହାକାଶ ବିଭାଗର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri