ପାରାଦୀପରେ ତାଣ୍ଡବ ରଚିଲା ଅମ୍ଫନ୍‌: ୨୪ ଘଣ୍ଟା ବର୍ଷା ପବନରେ ଲୋକେ ଆତଙ୍କିତ

ପାରାଦୀପ,୨୦ା୫(ସ୍ବ.ପ୍ର.): ବଙ୍ଗୋପ ସାଗରରୁ ସୃଷ୍ଟ ବାତ୍ୟା ଅମ୍ଫାନ ପାରାଦୀପରେ ତାଣ୍ଡବ ରଚିଛି। ଏହାଦ୍ୱାରା ଅଞ୍ଚଳରେ ବ୍ୟାପକ କ୍ଷତି ଘଟିଛି। ଘଣ୍ଟାପ୍ରତି ୧୦୬ କି.ମି. ବେଗରେ ପବନ ବହିବା ସହ ବୁଧବାର ଦିନ ୧୦ଟା ସୁଦ୍ଧା ୨୦୮ ମି.ମି. ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ମଙ୍ଗଳବାର ମଧ୍ୟାହ୍ନ ୧୨ଟା ୩୦ରୁ ଝିପିଝିପି ବର୍ଷା ସାଙ୍ଗକୁ ପବନ ଆରମ୍ଭ ହୋଇଥିଲା। ବୁଧବାର ଅପରାହ୍ନ ୫ଟା ପର୍ଯ୍ୟନ୍ତ ବର୍ଷାପବନ ଲାଗି ରହିଥିଲା। ପ୍ରାୟ ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ବାତ୍ୟା ପବନରେ ଲୋକେ ଆତଙ୍କିତ ହୋଇ ପଡ଼ିଥିଲେ। ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ପଡ଼ିବା ସହ କେତେକ କଚ୍ଚାଘର, ଟିଣ ଛପର ଦୋକାନ ଆଦି ଭାଙ୍ଗିଯାଇଛି। କେତେକ ସ୍ଥାନରେ ବର୍ଷା ପାଣି ଜମି ରହିବା ସହ ଖାଲୁଆ ଅଞ୍ଚଳରେ ଥିବା ଘର ଗୁଡ଼ିକରେ ପାଣି ପଶିଥିଲା। ଅପରପକ୍ଷେ ବାତ୍ୟା ଯୋଗୁ ପାରାଦୀପ ବନ୍ଦରରେ ପଣ୍ୟ କାରବାର ବନ୍ଦ ରହିଛି। ଅନ୍ୟ ସମସ୍ତ ଶିଳ୍ପ ସଂସ୍ଥାର ପଣ୍ୟ କାରବାର ଆଶିଂକ ପ୍ରଭାବିତ ହୋଇଛି। ବନ୍ଦରାଞ୍ଚଳକୁ ବାଦ୍‌ଦେଲେ ଅନ୍ୟ ଅଞ୍ଚଳରେ ବିଦ୍ୟୁତ୍‌ ସେବା ବାଧାପ୍ରାପ୍ତ ହୋଇଛି। ଟେଲିକମ୍‌, କେବୁଲ ସେବା ଠପ୍‌ ହୋଇଯାଇଛି। ପାରାଦୀପ ମାଛଧରା ବନ୍ଦରରେ ଏକ ମାଛ ଧରା ଟ୍ରଲର ପବନରେ ପିଟିହୋଇ କ୍ଷତିଗ୍ରସ୍ତ ହୋଇଛି। ବାତ୍ୟା ପରେ ଭାଙ୍ଗି ପଡ଼ିଥିବା ଗଛଗୁଡ଼ିକୁ ଏନ୍‌ଡିଆର୍‌ଏଫ୍‌ ଓ ଅଗ୍ନିଶମ ବିଭାଗର କର୍ମଚାରୀ କାଟି ସଫା କରିଛନ୍ତି। ବେଳାଭୂମିରେ ଥିବା ଝାଉଁଗଛକୁ ଷଣ୍ଢକୁଦର କେତେକ ଲୋକେ କାଟି ନେବାରେ ଲାଗିଛନ୍ତି। ପାରାଦୀପର ୧୯ଟି ବାତ୍ୟା ଆଶ୍ରୟସ୍ଥଳରେ ପ୍ରାୟ ୧୩ଶହ ଲୋକଙ୍କୁ ରଖାଯାଇଥିଲା। ସେମାନେ ବୁଧବାର ସନ୍ଧ୍ୟାରେ ଘରକୁ ଫେରିଛନ୍ତି।
ସରକାରୀ ଭାବେ କେହି ମୃତାହତ ହୋଇଥିବା ସୂଚନା ମିଳି ନାହିଁ। ତଥାପି ଜଣେ ଚିକିତ୍ସାଧୀନ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅନ୍ୟ ଜଣେ ସାପ କାମୁଡ଼ାରେ ଗୁରୁତର ହୋଇଛନ୍ତି। ମୃତକ ହେଲେ ବଧୁବନ ଅଞ୍ଚଳର। ସେ କିଛିଦିନ ହେବ କିଡ୍‌ନୀ ଜନିତ ରୋଗରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଥିଲେ। ବୁଧବାର ସକାଳେ ଗୁରୁତର ହେବାରୁ ପରିବାର ଲୋକେ ତାଙ୍କୁ ପାରାଦୀପ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସାପ କାମୁଡ଼ାରେ ଗୁରତର ହୋଇଥିବା ବ୍ୟକ୍ତି ହେଲେ ଢିଙ୍କିଆ ଅଞ୍ଚଳର। ସେ ସୁରଟରୁ ଫେରି କ୍ୱାରାଣ୍ଟାଇନ କେନ୍ଦ୍ରରେ ଥିଲେ। ମଙ୍ଗଳବାର ବିଳମ୍ବିତ ରାତିରେ ତାଙ୍କୁ ସାପ କାମୁଡ଼ି ଦେଇଥିଲା। ତାଙ୍କୁ ଏକ ବୋଲେରୋ ଗାଡ଼ିି ନେଇ ପାରାଦୀପ କୋଭିଡ୍‌ ହସ୍‌ପିଟାଲରେ ଛାଡ଼ି ପଳାଇଥିଲା। କୋଭିଡ୍‌ ହସ୍‌ପିଟାଲ ପକ୍ଷରୁ ତାଙ୍କୁ ସେହି ରାତିରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। କରୋନା ଭୟ ଓ ସାପକାମୁଡ଼ା ଯୋଗୁ ତାଙ୍କୁ କେହି ମେଡିକାଲ ନେବାକୁ ରାଜି ହୋଇ ନ ଥିଲେ। ଶେଷରେ ପ୍ରବୀର ଦାସ ନାମକ ଆମ୍ବୁଲାନ୍ସ ଚାଳକ ତାଙ୍କୁ ନେଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri