Posted inଜାତୀୟ

ପାର୍ଲାମେଣ୍ଟରେ କଶ୍ମୀର ଝଡ଼

ନୂଆଦିଲ୍ଲୀ,୨୪ା୭(ପି.ଟି.): କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବା ଲାଗି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋତେ ଅନୁରୋଧ କରିଥିଲେ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ସହ ସୋମବାର ଆଲୋଚନା ବେଳେ କହିବା ଘଟଣାକୁ ନେଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟିହୋଇଛି। ମଙ୍ଗଳବାର ଏହି ଘଟଣାକୁ ନେଇ ପାର୍ଲାମେଣ୍ଟରେ ଝଡ଼ ସୃଷ୍ଟିହୋଇଛି। ଉଭୟ ଲୋକ ସଭା ଓ ରାଜ୍ୟ ସଭାରେ ଏହି ପ୍ରସଙ୍ଗକୁ ନେଇ ଗୃହ ବାରମ୍ବାର ମୁଲତବୀ ହେବା, ହଟ୍ଟଗୋଳ ଲାଗି ରହିବା ଭଳି ପରିସ୍ଥିତି ଦେଖିବାକୁ ମିଳିଥିଲା। ଏମିତିକି ବିରୋଧୀ ସଦସ୍ୟମାନେ ଗୃହ ଛାଡ଼ି ପଳାଇଥିଲେ। ପ୍ରଧାନମନ୍ତ୍ରୀ ଏନେଇ ନିଜେ ମନ୍ତବ୍ୟ ଦିଅନ୍ତୁ ବୋଲି ବିରୋଧୀ ଦଳର ସଦସ୍ୟମାନେ ଦାବି କରିଥିଲେ।
ସଭାରେ କଂଗ୍ରେସର ଉପନେତା ଆନନ୍ଦ ଶର୍ମା, ସିପିଆଇ ନେତା ଡି. ରାଜା ଏନେଇ ବିଭିନ୍ନ ପ୍ରଶ୍ନ କରିଥିଲେ। ସିପିଆଇଏମ୍‌, ଆପ୍‌, ଡିଏମ୍‌କେ, ଟିଏମ୍‌ସି, ଏସ୍‌ପି, ବିଏସ୍‌ପି ସଦସ୍ୟମାନେ ମଧ୍ୟ ଏଥିରେ ସାମିଲ ହୋଇଥିଲେ। ତେବେ ପ୍ରଧାନମନ୍ତ୍ରୀ ଏଭଳି କୌଣସି ଅନୁରୋଧ ଟ୍ରମ୍ପଙ୍କୁ କରି ନ ଥିବା ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ସ୍ପଷ୍ଟ କରିଥିଲେ। ଲୋକ ସଭାରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଥିଲା। କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଏନେଇ ପ୍ରଧାନମନ୍ତ୍ରୀଙ୍କଠାରୁ ଉତ୍ତର ମଗାଯାଇଥିଲା। ଶୂନ୍ୟକାଳରେ କଂଗ୍ରେସ ନେତା ମନୀଷ ତିଓ୍ବାରୀ, ଟିଏମ୍‌ସି ନେତା ସୌଗତ ରାୟ, ଏଆଇଏଡିଏମ୍‌କେ ନେତା ଟି.ଆର୍‌. ବାଲୁ ପ୍ରମୁଖ ସ୍ବର ଉଠାଇ ମୋଦିଙ୍କଠାରୁ ଉତ୍ତର ଦାବି କରିଥିଲେ। ଗୃହରେ ହଟ୍ଟଗୋଳ ହେବା ଯୋଗୁ ଏହାକୁ ବାରମ୍ବାର ମୁଲତବୀ ରଖିବାକୁ ପଡ଼ିଥିଲା। ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଏନେଇ ସରକାରଙ୍କ ପକ୍ଷ ରଖିଥିଲେ। ସରକାର ସ୍ପଷ୍ଟ କରିଥିଲେ ହେଁ ବିରୋଧୀ ଏଥିରେ ସନ୍ତୁଷ୍ଟ ନ ହୋଇ ପ୍ରଧାନମନ୍ତ୍ରୀଙ୍କଠାରୁ ଉତ୍ତର ଦାବି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରେ ଘରେ ଏକୁଟିଆ ଥିବା ୪ ବର୍ଷର ଶିଶୁ କନ୍ୟାକୁ ବଳାତ୍କାର: ପଡ଼ୋଶୀ ଗିରଫ

ମୁମ୍ବାଇ, ୨ା୧: ଦେହ ଭୋକରେ ୪ ବର୍ଷର ନିଷ୍ପାପ ଶିଶୁକୁ ଜଣେ ୨୮ ବର୍ଷୀୟ ପଡ଼ୋଶୀ ଯୁବକ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏଭଳି ଏକ...

ସ୍ପିଡ୍‌ ବ୍ରେକର ଅତିକ୍ରମ ବେଳେ ଜାର୍କିଂରେ ଫେରିଲା ହୃଦ୍‌ଘାତ ମୃତକଙ୍କ ଜୀବନ

ନୂଆଦିଲ୍ଲୀ,୨ା୧: ମହାରାଷ୍ଟ୍ର କୋହ୍ଲପୁର ଅଞ୍ଚଳର ଜଣେ ୬୫ ବର୍ଷୀୟ ବ୍ୟକ୍ତିଙ୍କୁ ହୃଦ୍‌ଘାତ ହେବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶେଷକୃତ୍ୟ ପାଇଁ ପଣ୍ଡୁରଙ୍ଗ...

ଫେସବୁକ୍‌ ପ୍ରେମିକାଙ୍କୁ ଭେଟିବା ଲାଗି ପାକିସ୍ତାନ ସୀମା ଡେଇଁଥିଲେ ୟୁପିର ଯୁବକ, ଗିରଫ ହେବା ପରେ ଫସାଇଦେଲେ…

ଅଲିଗଡ଼/ଲାହୋର,୨।୧: ଫେସବୁକ୍‌ରୁ ଆରମ୍ଭ ହୋଇଥିଲା ପ୍ରେମ ସମ୍ପର୍କ। ଦେଖୁଦେଖୁ ବର୍ଷେ କି ଦୁଇ ବର୍ଷ ନୁହେଁ ବରଂ ବିତିଯାଇଥିଲା ଅଢ଼େଇ ବର୍ଷ। ଏଣୁ ପ୍ରେମିକାକୁ ଥରେ...

ମ୍ୟାନେଜରଙ୍କୁ ହତ୍ୟା କଲେ ଦୁଇ ପୋଲିସ କନ୍‌ଷ୍ଟେବଳ

ନୂଆଦିଲ୍ଲୀ,୨ା୧: ହିମାଚଳପ୍ରଦେଶର ଡାଲ୍‌ହାଉସି ନିକଟ ବାନିଖେତ୍‌ର ଏକ ଘରୋଇ ରିସର୍ଟରେ ନୂଆବର୍ଷ ଉତ୍ସବ ପାଳନ ବେଳେ ଖାଦ୍ୟ ଓ ମଦ ପରିବେଷଣ କରିବାକୁ ନେଇ ପୋଲିସ...

‘ଆମରଣ ଅନଶନ’ରେ ବସିଲେ ପ୍ରଶାନ୍ତ କିଶୋର, ଜାଣନ୍ତୁ କାରଣ…

ପାଟନା,୨।୧: ବିହାର ଲୋକ ସେବା ଆୟୋଗ(ବିପିଏସ୍‌ସି) ପରୀକ୍ଷାକୁ ନେଇ ବିରୋଧ ପ୍ରଦର୍ଶନ କରାଯାଉଛି। ଏସବୁ ମଧ୍ୟରେ ଜନ ସୁରାଜ ପାର୍ଟିର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ଗୁରୁବାର...

ଆୟ କମ୍‌ ପାଇଁ ଋଣ ନେବାକୁ ବାଧ୍ୟ ହେଉଛନ୍ତି ଜନତା, ମୋଦି ସରକାରଙ୍କୁ ଟାର୍ଗେଟ କଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୨।୧: ୱାୟାନାଡ଼ ଏମ୍‌ପି ତଥା କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପ୍ରଧାନମନ୍ତ୍ରୀ ମୋଦି ଏବଂ ଭାଜପାକୁ ଟାର୍ଗେଟ କରିଛନ୍ତି। ବର୍ତ୍ତମାନର ସରକାରଙ୍କ ଆର୍ଥିକ ନୀତି...

କଶ୍ମୀରକୁ ‘କାଶ୍ୟପ’ ନାମରେ ନାମିତ କରାଯାଇପାରେ… ଶାହାଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୨।୧: ବଦଳିପାରେ ଜମ୍ମୁ କଶ୍ମୀରର ନାମ। ଏହାକୁ କଶ୍ମୀର ନୁହେଁ ବରଂ କାଶ୍ୟପ ନାମରେ ନାମିତ କରାଯାଇପାରିବ ବୋଲି ଗୁରୁବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା...

ଗରିବଙ୍କୁ ଫ୍ଲାଟ, ମେଟ୍ରୋ-ହାଇଓ୍ବେ…ଦିଲ୍ଲୀ ବିଧାନସଭା ନିର୍ବାଚନ ବିଗୁଲ ଫୁଙ୍କିବେ ମୋଦି

ନୂଆଦିଲ୍ଲୀ,୨।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୪୫ ହଜାର କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପ ଦିଲ୍ଲୀକୁ ପ୍ରଦାନ କରିବେ। ଦିଲ୍ଲୀର ଅଶୋକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri