କାନପୁର, ୨୮।୮: ଉତ୍ତରପ୍ରଦେଶ କାନପୁର ସେଣ୍ଟ୍ରାଲ ରେଳ ଷ୍ଟେଶନ୍ରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। କାନପୁର-ଲକ୍ଷ୍ନୌ ପାସେଞ୍ଜର ଟ୍ରେନ୍ର ୪ ବଗି ଲାଇନଚ୍ୟୁତ ହୋଇଛି। ଏହାଯୋଗୁ ପ୍ଲାଟର୍ଫମ ୩ରେ ଆସୁଥିବା ଟ୍ରେନ୍ଟି ଷ୍ଟେଶନ କାନ୍ଥ ଭାଙ୍ଗି ବାହାରକୁ ମାଡ଼ି ଯାଇଛି। ତେବେ ଏହି ଘଟଣାରେ କେହି ମୃତାହତ ହୋଇ ନ ଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଖବର ପାଇ ରେଳବିଭାଗର ସମସ୍ତ ଉଚ୍ଚ ଅଧିକାରୀ ଏଠାରେ ପହଞ୍ଚିଛନ୍ତି। ବଗି ଗୁଡ଼ିକୁ ଲାଇନକୁ ଅଣାଯିବାର ପ୍ରୟାସ କରାଯାଉଛି।