ପାହାଡ଼, ନଈଘେରରେ କଟୁଛି ବିଚ୍ଛିନ୍ନାଞ୍ଚଳ ଜୀବନ

ଦଶମନ୍ତପୁର,୧୩।୧(ଡି.ଏନ୍‌.ଏ.) ଚାରିପାଖେ ପାହାଡ଼, ପର୍ବତ ଓ ୩ଟି ନଦୀ। ତାହାରି ଘେର ଭିତରେ ବନ୍ଦୀ ଗୋଟିଏ ଗାଁ। ଯୋଗାଯୋଗ ନାହିଁ। ତେଣୁ ବିକାଶର ଛାଇ ବି ଗାଁ ମାଟି ମାଡ଼ିନାହିଁ। ସରକାରୀ ବାବୁ କି ନେତା ଆସନ୍ତିନି। କେବଳ ନିର୍ବାଚନ ବେଳେ ଥରୁଟେ ସେମାନଙ୍କ ଦେଖା ମିଳେ। ତା’ ସହ ଅନେକ ପ୍ରତିଶ୍ରୁତି। ସେମାନେ ନଦୀ ପାର ହୋଇ ସଲପଗୁଡ଼ାରୁ ଫେରିବା ବେଳେ ପ୍ରତିଶ୍ରୁତି ସବୁ ପାଣିର ଗାର ହୋଇ ନଦୀରେ ଭାସିଯାଆନ୍ତି। ପାହାଡ଼ି ରାସ୍ତାରେ ଲିଭିଯାଏ ସେମାନଙ୍କ ପାଦ। ଏ ହେଉଛି କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ପାଇକ ଫୁଲବେଡ଼ା ପଞ୍ଚାୟତ ଅଧୀନରେ ଥିବା ସଲପଗୁଡ଼ା ଗାଁର ଚିତ୍ର।
ଢିଣ୍ଡାରଜା, ବୁର୍ଷା ପାବଲି ପାହାଡ଼, ଗୋଦବନୀ କୁପୁଲି, ଗାଣ୍ଡା ଡଙ୍ଗର ଚାରିପାଖେ ଥାଇ ମଝିରେ ରହିଛି ଏହି ଅବହେଳିତ ଗାଁ। ଏଠାରେ ମାଳି ସଂପ୍ରଦାୟର ପ୍ରାୟ ୨୭ ପରିବାର ବସବାସ କରନ୍ତି। ନନ୍ଦିଗାଁ ପଞ୍ଚାୟତ ପାଦଦେଶରେ ରହିଥିବା ଏହି ଗାଁ ପାଇକ ଫୁଲବେଡ଼ା ପଞ୍ଚାୟତରୁ ମାତ୍ର ୩ କିମି ଦୂରରେ ରହିଛି। ଗାଁର ଦୁଇ ପାର୍ଶ୍ୱରେ ନଦୀ ରହିଛି। ଫୁଲବେଡ଼ା ଛକ ଦେଇ ଏହି ଗାଁରେ ପହଞ୍ଚତ୍ବାକୁ ହେଲେ ଗାଇଗାଡ଼ ନଦୀ ଓ ବୁଡ଼ିଝୋଲା ପାର ହେବାକୁ ପଡ଼େ। ନନ୍ଦିଗାଁ ହାଟପଦା ଦେଇ ଏହି ଗାଁରେ ପହଞ୍ଚତ୍ବାକୁ ହେଲେ ବିରାଟ ଚାବେରୀ ନଦୀ ପାର ହେବାକୁ ହୁଏ। ସଲପଗୁଡ଼ା ଗ୍ରାମବାସୀ ଚତୁର୍ଦ୍ଦିଗରେ ପାହାଡ଼, ପର୍ବତ ଓ ୩ଟି ନଦୀର ଘେର ଭିତରେ ଏକ ପ୍ରକାର ବନ୍ଦୀ ଜୀବନ କାଟୁଛନ୍ତି। ଗର୍ଭବତୀ କିମ୍ବା ଗୁରୁତର ରୋଗୀଙ୍କୁ ଦୋଳା କିମ୍ବା ଖଟିଆରେ ୩/୪ କିମି ଦୂର ନନ୍ଦିଗାଁ ଛକ କିମ୍ବା ଫୁଲବେଡ଼ା ଛକକୁ ବୋହିନେବା ପରେ ସେଠାରୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନେଇହୁଏ। ଅନେକ ସମୟରେ ବାଟରେ ଗର୍ଭବତୀଙ୍କ ମୃତ୍ୟୁ ନଜିର ରହିଥିବା ଗ୍ରାମର ଚିତ୍ରସେନ ମାଳି, ଚନ୍ଦ୍ର ମାଳି, ବଳରାମ ମାଳି, ଘନ ମାଳି କହିଛନ୍ତି। ଚାବେରୀ ନଦୀ ପାର ହେବା ବେଳେ ଫି’ ବର୍ଷ ବର୍ଷା ଦିନରେ ୬ରୁ ୭ ଜଣ ସ୍ରୋତରେ ଭାସିଯାଇଛନ୍ତି। ଯୋଗାଯୋଗ ଅଭାବରୁ ଏଠାକୁ ବିକାଶର ଛାଇ ପଡ଼ିନାହିଁ। ଏହି ଗାଁକୁ ସଂଯୋଗ କରୁଥିବା ପାଇକ ଫୁଲବେଡ଼ା ଛକରୁ ସଲପଗୁଡ଼ା ଏବଂ ନନ୍ଦିଗାଁ ହାଟପଦା ଛକରୁ ସଲପଗୁଡ଼ା ବାଟରେ ପ୍ରବାହିତ ନଦୀରେ ପୋଲ ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ନଚେତ୍‌ ସେମାନେ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଶନ କାର୍ଡକୁ ନେଇ ଆସିଲା ବଡ଼ ଖବର: ୨୨ ସୁଦ୍ଧା ପ୍ରସ୍ତୁତି ଶେଷକର

ଭୁବନେଶ୍ୱର,୧୯ା୪(ରବିନାରାୟଣ ଜେନା):ରାଜ୍ୟରେ ଦୀର୍ଘଦିନ ଧରି ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ ଥିବା ଯୋଗ୍ୟ ବ୍ୟକ୍ତିଙ୍କୁ ଖୁବ୍‌ଶୀଘ୍ର ରାଶନକାର୍ଡ ଯୋଗାଇ ଦିଆଯିବ। ଏଥିପାଇଁ ବ୍ଲକ ଓ ପୌରାଞ୍ଚଳସ୍ତରରେ...

ଲାଲ୍‌ଚନ୍ଦ୍‌ର ଜବରଦସ୍ତ ଅଫର୍‌: ୨୨ କ୍ୟାରେଟ୍‌ ସୁନା ଅଳଙ୍କାର କିଣିଲେ…

ଭୁବନେଶ୍ୱର,୧୯।୪:ଲାଲ୍‌ଚନ୍ଦ୍‌ ଜୁଏଲର୍ସର ବହୁ ପ୍ରତୀକ୍ଷିତ ସ୍କିମ୍‌ ‘ଅକ୍ଷୟ ତୃତୀୟା ଅଫର’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ସମସ୍ତ ୨୨ କ୍ୟାରେଟ୍‌ ଏଚ୍‌ୟୁଆଇଡି ହଲ୍‌ମାର୍କ୍‌ ସୁନା ଅଳଙ୍କାର...

ଆସନ୍ତା ମାସରେ ରେଳରୋକୋ କରିବ ଯାତ୍ରୀ ସୁରକ୍ଷା କମିଟି

ରୁପ୍ରାରୋଡ୍‌,୧୯ା୪(ସଞ୍ଜୀବ ଦାସ): କଳାହାଣ୍ଡି ଜିଲା ରୁପ୍ରାରୋଡ୍‌ ରେଳଯାତ୍ରା ସୁରକ୍ଷା କମିଟି ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଆସନ୍ତା ତା-୬.୫.୨୫ରେ ରୁପ୍ରାରୋଡ୍‌ରେ ରେଳରୋକୋ ଆନ୍ଦୋଳନ କରାଯିବ ବୋଲି ଦାବିପତ୍ର...

ଗଛରେ ଝୁଲୁଛି ତାଡ଼ି ଗାଡୁଆ, ଯୁବ ସମାଜ ପଥଭ୍ରଷ୍ଟ

ମହାକାଳପଡ଼ା, ୧୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): ସରକାର ପାମ୍‌ ଜାତୀୟ ଗଛ ରୋପଣ କରିିବା ପାଇଁ ଗୁରୁତ୍ୱାରୋପ କରୁଛନ୍ତି। ରାସ୍ତା ପାଶର୍‌ବ, ଖୋଲା ପଡ଼ିଆ, ନଦୀ, ନାଳ,...

ତୁଳସୀ କ୍ଷେତ୍ରରେ ଐତିହ୍ୟ ସ୍ମାରକୀକୁ ଅଣଦେଖା

କେନ୍ଦ୍ରାପଡ଼ା,୧୯ା୪ (ଜଗନ୍ନାଥ ଧଳ): ଶୁକ୍ରବାର ବିଶ୍ୱ ଐତିହ୍ୟ ଦିବସ ପାଳିତ ହୋଇଯାଇଛି। ନିଜ ଅଞ୍ଚଳର ଐତିହ୍ୟ ସ୍ମାରକୀ ଚିହ୍ନଟ ଓ ଏହାର ସଂରକ୍ଷଣ ପାଇଁ ଇଣ୍ଟରନ୍ୟାଶନାଲ...

କାର୍ଯ୍ୟକ୍ଷମ ଅପେକ୍ଷାରେ ସହରର ଡ୍ରେନେଜ ସିଷ୍ଟମ୍‌ ପ୍ଲାନ

କେନ୍ଦ୍ରାପଡ଼ା,୧୯ା୪(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ପୌରାଞ୍ଚଳ ଡ୍ରେନେଜ ସିଷ୍ଟମର ପୁନରୁଦ୍ଧାର ଏକ ସମସ୍ୟା ଭାବେ ଉଭା ହୋଇଛି। ପୌରପାଳିକା ପକ୍ଷରୁ ଡ୍ରେନ ସଫେଇକୁ ଗୁରୁତ୍ୱ ଦିଆଯାଉଛି। ମାତ୍ର...

ସମୁଦ୍ରରୁ ମାଛଧରା ବନ୍ଦ ପରେ ପୁଟି ଦେଉଛି ରୋଜଗାର

ପାରାଦୀପ,୧୯।୪(ଶରତ ରାଉତ): ରାଜ୍ୟର ଉପକୂଳ ଓଡ଼ିଶାରେ ଏବେ ସାମୁଦ୍ରିକ ମାଛଧରା ବନ୍ଦର ଅଛି। ଏହା ମଧ୍ୟରେ ମାଛ ଗଦି କରିଥିବା ବ୍ୟବସାୟୀମାନେ ପୁଟି ବେପାର ଉପରେ...

ବିଜେଡି ସଭାପତି ଭାବେ ଆଜି ନବୀନଙ୍କ ନାମ ଘୋଷଣା:ଶଙ୍ଖ ଭବନରେ ବସିବ ରାଜ୍ୟ ପରିଷଦ ବୈଠକ

ଭୁବନେଶ୍ୱର,୧୯ା୪(ସୁନିତ୍‌ ମିଶ୍ର):ବିଜେଡି ସଭାପତି ଭାବେ ନବୀନ ପଟ୍ଟନାୟକଙ୍କ ନାମ ଶନିବାର ବିଧିବଦ୍ଧ ଭାବେ ଘୋଷଣା କରାଯିବ। କାରଣ ଦଳରୁ ନବୀନଙ୍କ ବ୍ୟତୀତ ଆଉ କେହି ଏହିି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image