ପିଆଇସିଟିରେ ଚାକିରି ଦେବା ନାଁରେ ଠକେଇ: ୪୬ ଜଣଙ୍କୁ ଭୁଆଁ ବୁଲାଇଲେ ଯୁବକ

ପାରାଦୀପ,୧୩।୧୦(ସ୍ବ.ପ୍ର.): ପାରାଦୀପ ବନ୍ଦରରେ ୩୦ ବର୍ଷିୟା ବର୍ଥ ନେଇଥିବା ପିଆଇସିଟି (ପାରାଦୀପ ଇଣ୍ଟରନ୍ୟାଶନାଲ କାର୍ଗୋ ଟର୍ମିନାଲ) କମ୍ପାନୀରେ ଚାକିରି କରାଇଦେବା ନଁାରେ ଜଣେ ଯୁବକ ୪୬ ଜଣଙ୍କୁ ଭୁଆଁ ବୁଲାଇଛନ୍ତି। ସମସ୍ତଙ୍କଠାରୁ ସେ ୨୦ ହଜାର ଟଙ୍କା ଲେଖାଏ ଆଦାୟ କରି ନେଇଥିବା ଅଭିଯୋଗ ହୋଇଛି। ଏପରିକି ଟଙ୍କା ଦେଇଥିବା ୪୬ ଜଣଙ୍କୁ ଭରସା ଦେବା ପାଇଁ ନକଲି ଉପସ୍ଥାନ ସିଟ୍‌, ସୁରକ୍ଷା ପାଇଁ ଦିଆଯାଉଥିବା ରଙ୍ଗିନ ଜ୍ୟାକେଟ, ଦରମା ସ୍ଲିପ ଆଦି ପ୍ରଦାନ କରିଥିଲେ। ଏଥିରେ ପିଆଇସିଟି କମ୍ପାନୀର ନାମ ଓ ଏଚ୍‌ଆର ସିଲ୍‌ ଆଦି ବ୍ୟବହାର କରିଥିଲେ। ଆଶ୍ଚର୍ଯ୍ୟର କଥା ହେଉଛି, ୪ ମାସ ହେଲା ୪୬ ଜଣ ଡ୍ୟୁଟିକୁ ଆସୁଥିଲେ। କିନ୍ତୁ ସେମାନେ ପିଆଇସିଟି କମ୍ପାନୀ ପାଖରେ ଥିବା ହନୁମାନ ମନ୍ଦିର ପିଣ୍ଢିରେ ବସି ଘରକୁ ଫେରୁଥିଲେ। ଦରମା ସମୟ ଆସିଲେ ଅଭିଯୁକ୍ତ ଯୁବକ ସମୟ ଗଡ଼ାଇ ଚାଲିଥିଲେ। ଏଥିରେ ଅତିଷ୍ଠ ହୋଇ ସେହି ୪୬ ଜଣ ଶନିବାର ସ୍ଥାନୀୟ ଜଟାଧାର ମୁହାଣ ସାମୁଦ୍ରିକ ଥାନା ସମ୍ମୁଖରେ ବିକ୍ଷୋଭ କରିଥିଲେ। ଏଥିସହ ଅଭିଯୁକ୍ତ ଯୁବକଙ୍କୁ ଆଣି ପୋଲିସ ଜିମା ଦେଇଥିଲେ। ସେ ହେଲେ କୁଜଙ୍ଗ ଥାନା ଗଣ୍ଡିକିପୁର କାବୁଲପୁରର ବିଶ୍ୱରଞ୍ଜନ ମହାପାତ୍ର। ଠକେଇର ଶିକାର ହୋଇଥିବା ୪୬ ଜଣ ଯୁବକ ଭୂତମୁଣ୍ଡାଇ ଓ କୁଜଙ୍ଗ ଅଞ୍ଚଳର। ଏ ସମ୍ପର୍କରେ ଠକେଇର ଶିକାର ହୋଇଥିବା ଗଗନ ସେନାପତି ଓ ବଳରାମ ମାଝି ପ୍ରମୁଖ କହିଛନ୍ତି ଯେ, ପିଆଇସିଟିରେ ଚାକିରି ଦେବା ପାଇଁ କହି ବିଶ୍ୱରଞ୍ଜନ ଗତ ଜୁଲାଇ ମାସରେ ସେମାନଙ୍କଠାରୁ ୨୦ହଜାର ଟଙ୍କା ଲେଖାଏ ନେଇଥିଲେ। ପ୍ରତିଦିନ ଡ୍ୟୁଟିକୁ ଆସୁଥିଲେ ମଧ୍ୟ ସେମାନଙ୍କୁ କୌଣସି କାମ ଦିଆଯାଉ ନ ଥିଲା। ପଚାରିବାରେ କେତେକ ଠିକାସଂସ୍ଥାର ନାମ ଓ ଜଣେ ଶ୍ରମିକନେତାଙ୍କ ନାମ କହି ବିଶ୍ୱରଞ୍ଜନ କଥା ବୁଲାଇ ଚାଲିଥିଲେ। ଏପରି କି କାମ ନ କଲେ ମଧ୍ୟ ଦରମା ମିଳିବ ବୋଲି ଭରସା ଦେଇଥିଲେ। ୨ ଜଣଙ୍କୁ ଦରମା ବାବଦରେ ୪ହଜାର ଓ ୧୦ ହଜାର ଟଙ୍କା ମଧ୍ୟ ଦେଇଥିଲେ। ଏମିତି ୪ ମାସ ବିତିଗଲା। ସନ୍ଦେହ ହେବାରୁ କମ୍ପାନୀର ଲୋକଙ୍କ ସହ କଥା ହେବା ପରେ ଠକେଇ ସମ୍ପର୍କରେ ଜଣାପଡ଼ିଥିଲା। ଅନ୍ୟପକ୍ଷରେ ଏପରି ଠକେଇକୁ ଅଭିଯୁକ୍ତ ବିଶ୍ୱରଞ୍ଜନ ସ୍ବୀକାର କରିଛନ୍ତି। ପୋଲିସ ତାଙ୍କୁ ଅଟକ ରଖିଛି। ଏ ସମ୍ପର୍କରେ ପିଆଇସିଟିର ମାନବ ସମ୍ବଳ ଅଧିକାରୀ କୁଳମଣି ପଣ୍ଡା କହିଛନ୍ତି ଯେ, ଆମ କମ୍ପାନୀରେ କୌଣସି ପଦବୀ ଖାଲିନାହିଁ କି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଆମେ ଜାଣିନାହୁଁ। ଆମ କମ୍ପାନୀର ନାମ ଓ ସିଲ୍‌ ବ୍ୟବହାର କରାଯାଇଥିବା ଶନିବାର ଜାଣିଲୁ। ତାଙ୍କ ବିରୋଧରେ କମ୍ପାନୀ ପକ୍ଷରୁ ଅଭିଯୋଗ କରାଯିବ। ଏପରି କୌଣସି ଲୋକଙ୍କ କଥାରେ କେହି ବିଶ୍ୱାସ ନ କରିବାକୁ ସେ ନିବଦେନ କରିଛନ୍ତି। ଥାନା ଅଧିକାରୀ ଭରତ କୁମାର ବେହେରା କହିଛନ୍ତି ଯେ, ଆମେ ସମ୍ପୃକ୍ତ ଯୁବକଙ୍କ ସମ୍ପର୍କରେ ଅଧିକ ଖୋଳତାଡ଼ କରୁଛୁ। ତାଙ୍କ ବ୍ୟାଙ୍କ ଡିଟେଲ୍ସ ମଗାଯାଇଛି। ସବୁ ତଥ୍ୟ ହସ୍ତଗତ ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମୁହାଁମୁହିଁ ହେଲେ ନବୀନ-ମନମୋହନ, ରାଜ୍ୟରେ ଚହଳ

ଭୁବନେଶ୍ୱର,୧୯।୪: ନବମଥର ବିଜେଡି ମଙ୍ଗ ଧରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ବିଜେଡିର ରାଜ୍ୟ ସଭାପତି ହେଲେ ନବୀନ ପଟ୍ଟନାୟକ। ନବୀନଙ୍କ ବ୍ୟତୀତ ଦଳର ଅନ୍ୟ...

୩୫ଟି ପଦବୀରେ କେନ୍ଦ୍ର ସରକାର କରିବେ ନୂଆ ନିଯୁକ୍ତି, ବଢିବ ୩୫ପ୍ରତିଶତ ଯାଏ ଦରମା

ନୂଆଦିଲ୍ଲୀ,୧୯।୪: କେନ୍ଦ୍ର ସରକାର ଅଷ୍ଟମ ବେତନ ଆୟୋଗର ଘୋଷଣା ପରେ ଏକ ବଡ଼ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି। ଏହି ଆୟୋଗର କାର୍ଯ୍ୟକୁ ତ୍ୱରାନ୍ବିତ କରିବା...

Nag Kupa: ଏହି କୂଅରୁ ଲମ୍ବିଛି ପାତାଳଲୋକକୁ ଯିବାକୁ ରାସ୍ତା, ଶୁଭୁଛି ସାପ ଗର୍ଜନ, ଭିତରକୁ ଗଲେ ଦେଖାଯିବ…

ପାତାଳ ଲୋକ ନେଇ ପୁରାଣରେ ଅନେକ କଥା କୁହାଯାଇଛି। ଏପରିକି ଏହାକୁ ନେଇ ଅନେକ କାହାଣୀ ମଧ୍ୟ ଅଛି। ତେବେ ଭାରତରେ ଏମିତି ଏକ ସ୍ଥାନ...

ଭାର ଉତ୍ତୋଳନ ସମର କୋଚିଂ କ୍ୟାମ୍ପ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଦକ୍ଷତା ବୃଦ୍ଧି ଯୋଜନା

ଭଞ୍ଜନଗର,୧୯।୪(ବାବୁଲା ପ୍ରଧାନ): ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ପରୀକ୍ଷା ସରିବା ପରେ ଛାତ୍ରୀଛାତ୍ରମାନେ ଘରେ ବସି ରହୁଛନ୍ତି। ତେଣୁ ସେମାନଙ୍କ ମଧ୍ୟରେ ଶାରୀରିକ ଦକ୍ଷତା ବୃଦ୍ଧି...

ଆୟୁଷ୍ମାନ ଭାରତକୁ ନେଇ ଆସିଲା ବଡ଼ଖବର: ସଫ୍ଟୱେର ସମସ୍ୟା

ଭୁବନେଶ୍ୱର,୧୯।୪: ଓଡ଼ିଶାରେ ଆୟୁଷ୍ମାନ ଭାରତ କାର୍ଯ୍ୟକାରିତା ବେଳେ ସଫ୍ଟୱେର ସମସ୍ୟା ଦେଖାଦେଉଛି। ହେଲ୍‌ଥ କେୟାର ପ୍ରୋଭାଇଡର୍ସ ରାଜ୍ୟ ସମ୍ପାଦକ ନିଲାଞ୍ଜନା ମୁଖାର୍ଜୀ ଏ ନେଇ ସୂଚନା...

ଲାଞ୍ଚ ନେଉଥିଲେ ଅତିରିକ୍ତ ତହସିଲଦାର: ଛକିରହିଥିଲା ଭିଜିଲାନ୍ସ ,ପରେ ଯାହା ହେଲା…

ସମ୍ବଲପୁର,୧୯।୪: ଲାଞ୍ଚ ନେଇ ଧରାପଡ଼ିଲେ ସମ୍ବଲପୁର ଜିଲା ମାନେଶ୍ବର ଅତିରିକ୍ତ ତହସିଲଦାର। ମାନେଶ୍ବର ଅତିରିକ୍ତ ତହସିଲଦାର ଭୁବନାନନ୍ଦ ସାହୁଙ୍କୁ ଭିଜିଲାନ୍ସ ଗିରଫ କରିଛି। ଚାଷଜମିର କିସମ...

ଟୁଇନ୍‌ ସିଟିରେ ହେବ ନୂଆ ଆଇଟି ପାର୍କ

ଭୁବନେଶ୍ୱର,୧୯।୪: ଟୁଇନ୍‌ ସିଟିରେ ହେବ ନୂଆ IT ପାର୍କ। ଏ ନେଇ ପୂର୍ତ୍ତ ମନ୍ତ୍ରୀ ପଥ୍ବିରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ଏହି ପାର୍କ ୧୦୦୦ ହେକ୍ଟର...

Scheme: ୨୦୦ଟଙ୍କା ରଖିଲେ ମାସକୁ ମିଳିବ ୧୫ହଜାର! ଏହି ସ୍କିମ୍‌ କରିବ ମାଲାମାଲ୍‌

ନୂଆଦିଲ୍ଲୀ,୧୯।୪: ଏଭଳି କିଛି ସ୍କିମ୍‌ ଅଛି ଯାହା ଆପଣଙ୍କୁ ଲକ୍ଷପତି କରାଇବାରେ ସହାୟକ କରିଥାଏ। ଯାହା ଆପଣଙ୍କ ନିବେଶ କରିବା ତରିକାକୁ ବଦଳାଇ ଦେଇପାରେ ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image