ନୂଆଦିଲ୍ଲୀ,୪।୫: କରୋନା ସଂକ୍ରମଣକୁ ରୋକିବା ଲାଗି ଦେଶରେ ଲକ୍ଡାଉନ୍ ଜାରି ହୋଇଛି। ଏପରିସ୍ଥଳେ ବାହାର ରାଜ୍ୟରେ ଅଟକି ରହିଥିବା ଶ୍ରମିକଙ୍କୁ ନିଜ ନିଜ ରାଜ୍ୟକୁ ଫେରାଇ ଆଣିବା ପାଇଁ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳର ବ୍ୟବସ୍ଥା କରାଯାଇଛି। ତେବେ ଟ୍ରେନ୍ରେ ଆସିବା ଲାଗି ଶ୍ରମିକମାନଙ୍କଠାରୁ ଭଡ଼ା ଆଦାୟ କରାଯାଉଥିବାରୁ କଂଗ୍ରେସ ଏହାକୁ ବିରୋଧ କରିଛି। ଏହି ମର୍ମରେ ରାହୁଲ ଗାନ୍ଧୀ ସୋମବାର ଟୁଇଟ୍ କରି କହିଛନ୍ତି ଯେ, ରେଲଓ୍ବେ ପକ୍ଷରୁ ପିଏମ୍ କେୟାର୍ସ ଫଣ୍ଡ୍କୁ ୧୫୧ କୋଟି ଟଙ୍କାର ଦାନ ଦିଆଯାଇଛି। ମାତ୍ର ଘରକୁ ଫେରୁଥିବା ଶ୍ରମିକଙ୍କଠାରୁ ରେଳଭଡ଼ା ଆଦାୟ କରିବା କେତେଦୂର ଯୁକ୍ତିଯୁକ୍ତ ବୋଲି ରାହୁଲ ପ୍ରଶ୍ନ କରିଛନ୍ତି। ଏବେ ରାହୁଲଙ୍କ ଏଭଳି ଟୁଇଟ୍ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
Posted inକରୋନା ଭାଇରସ୍, ଜାତୀୟ