ପିଏମ୍‌ସି ବ୍ୟାଙ୍କ ଠକେଇ ଆଖି ଖୋଲିଛି: ଅନୁରାଗ

ନୂଆଦିଲ୍ଲୀ,୧-୧୦: ପଞ୍ଜାବ ମହାରାଷ୍ଟ୍ର ସମବାୟ (ପିଏମ୍‌ସି) ବ୍ୟାଙ୍କରେ ହୋଇଥିବା ବଡ ଧରଣର ଠକେଇ ବ୍ୟାଙ୍କ ଶିଳ୍ପର ଆଖି ଖୋଲିଛି। ରିଜର୍ଭ ବ୍ୟାଙ୍କ ଏସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ନଜର ରଖିଛି। ସେହିଭଳି ଅଡିଟରଙ୍କ ଦ୍ୱାରା ହୋଇଥିବା ଭୂଲକୁ ମଧ୍ୟ ବିଚାର କରାଯାଉଥିବା ସୋମବାର କେନ୍ଦ୍ର ଅର୍ଥରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି। ଆର୍ଥତ୍କ ଅନୀୟମିତତା ଯୋଗୁ ବ୍ୟାଙ୍କ ଏହାର ପରିଚାଳନା କ୍ଷେତ୍ରରେ ବିଭିନ୍ନ ଅସୁବିଧା ସାମ୍ନା କରିବା ପରେ କେନ୍ଦ୍ରୀୟ ବ୍ୟାଙ୍କ ମୁମ୍ବାଇ ଭିତ୍ତିକ ଉକ୍ତ ବ୍ୟାଙ୍କ ଉପରେ ବର୍ତ୍ତମାନ କଟକଣା ଜାରି କରିଛି। ଏକ୍ଷେତ୍ରରେ ନିୟାମକ ଭାବେ କାର୍ଯ୍ୟ କରୁଥିବା କୌଣସି ସଂସ୍ଥାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ ବୋଲି ଅନୁରାଗ କହିଛନ୍ତି। ଏହାବାଦ ଅଡିଟର, ନିର୍ଦ୍ଦେଶକ ଏବଂ ବ୍ୟାଙ୍କ ଅଧିକାରୀଙ୍କର ମଧ୍ୟ ସମାନ ଦାୟିତ୍ୱ ରହିଥିବା ସେ ମତ ଦେଇଛନ୍ତି।
ଏଭଳି ଘଟଣା ଘଟୁଥିବା ବେଳେ ଏହା କେବଳ ଗଣମାଧ୍ୟମ ରିପୋର୍ଟରୁ ଜାଣିବାକୁ ମିଳିଛି। ଏହା ସମଗ୍ର ବ୍ୟାଙ୍କି ଶିଳ୍ପର ଆଖି ଖୋଲିଛି। ଏଭଳି ଘଟଣା କେବେ ବି ବାହାରର ଲୋକଙ୍କୁ ନେଇ ହୋଇ ନାହିଁ। ଏଥିରେ ବିଭିନ୍ନ ଅଂଶୀଦାରଙ୍କ ଭୂମିକା ରହିଛି ବୋଲି ଏଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଠାକୁର ଏହା ପ୍ରକାଶ କରିଛନ୍ତି। କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟର ଭୂମିକା ଏହି ପ୍ରସଙ୍ଗରେ କ’ଣ ରହିବ ବୋଲି ଖବରଦାତାଙ୍କ ଏକ ପ୍ରଶ୍ନରେ ଠାକୁର କହିଛନ୍ତି ଏହା ସାଧାରଣ ଲୋକଙ୍କ ସମସ୍ୟା ସହ ଜଡିତ ଥିବାରୁ ସରକାର ସମସ୍ତ ପ୍ରସଙ୍ଗ ଉପରେ ବିଚାର କରୁଛନ୍ତି। ପିଏମ୍‌ସି ଉପରେ ଆର୍‌ବିଆଇ କଟକଣା ଲଗାଇଥିବାରୁ ଏଠାରେ ଟଙ୍କା ଜମା କରିଥିବା ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି। ବ୍ୟାଙ୍କକୁ ନୂଆ ଋଣ ପ୍ରଦାନ ଲାଗି ବାରଣ କରାଯାଇଛି। ୬ ମାସ ଲାଗି ଗ୍ରାହକ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଉଠାଣ କରିବା ନେଇ ନିର୍ଦ୍ଦେଶ ରହିଛି। ବ୍ୟାଙ୍କ ନିକଟରେ ବର୍ତ୍ତମାନ ୧୧,୦୦୦ କୋଟି ଟଙ୍କାର ଲୋକଙ୍କ ଜମା ରହିଛି। ସେହିଭଳି ଅନାଦାୟ ଋଣ ଆକାଉଣ୍ଟ ସମାଧାନ ଲାଗି କମ୍ପାନୀ ଲ ଟ୍ରିବ୍ୟୁନାଲ କାର୍ଯ୍ୟପନ୍ଥା ଉପରେ ସେ ମତ ରଖିଛନ୍ତି। ବିଭିନ୍ନ ବିକଳ୍ପ ପନ୍ଥା ଗ୍ରହଣ କରି ବ୍ୟାଙ୍କ ଏହାର ଋଣକୁ ଆଦାୟ କଲେ ଏହା ଅଂଶୀଦାରଙ୍କ ଲାଗି ଲାଭକାରି ହେବ। ୫ ଟ୍ରିଲିୟନ ଡଲାର ଅର୍ଥନୀତି ହାସଲ ଲାଗି ବ୍ୟାଙ୍କିଙ୍ଗ ଶିଳ୍ପର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଠାକୁର ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ୮୪ ହଜାର ପଏଣ୍ଟ ପାର୍‌ କଲା ସେନସେକ୍ସ

ନୂଆଦିଲ୍ଲୀ,୨୦।୯: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ ମାର୍କେଟ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବ୍ୟବସାୟରେ ଧୀର ଆରମ୍ଭ ହେବା ପରେ, ଅଳ୍ପ...

ଆଇଫୋନ୍‌ କିଣିବାକୁ ଦୌଡିଲେ ଲୋକେ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୦।୯:ଭେଟେରାନ ଟେକ୍‌ କମ୍ପାନୀ ଆପଲ ଆଜିଠାରୁ ଆଇଫୋନ ୧୬ ସିରିଜ ବିକ୍ରି ଆରମ୍ଭ କରିଛି। ସେପ୍ଟେମ୍ବର ୯ରେ ‘ଇଟିସ୍‌ ଗ୍ଲୋ ଟାଇମ’ରେ ଏଆଇ ବୈଶିଷ୍ଟ୍ୟ ସହିତ...

ବଜାରରେ ଏଚ୍‌ପିର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇ-ଉତ୍ପାଦନକାରୀ ବ୍ରାଣ୍ଡ ଏଚ୍‌ପିର ନୂତନ ଉତ୍ପାଦ ରେଞ୍ଜର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ବ୍ରାଣ୍ଡ୍‌ର ଅଫିସ୍‌...

ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନର ଶୁଭାରମ୍ଭ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍‌ ଇନ୍ସୁରାନ୍ସର ନୂତନ ଉତ୍ପାଦ ‘ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନ’ ପ୍ଲାନ୍‌ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହା ଏକ...

ମଉଳୁଛି ପେଟ୍ରୋଲ, ଡିଜେଲ ଶସ୍ତା ହେବା ଆଶା

ଭୁବନେଶ୍ୱର,୨୦।୯ (ଅନୁରାଧା ମହାରଣା):ନିକଟରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଇବା ପରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ପାଇବ ବୋଲି ଆଶା କରାଯାଉଥିଲା।...

କୋଟି କୋଟି ଟଙ୍କାର ବ୍ୟବସାୟ ଛାଡି ରିଲାଏନ୍ସରେ ଦେଇଥିଲେ ଯୋଗ, ଏବେ କମ୍ପାନୀର…

ନୂଆଦିଲ୍ଲୀ,୧୯।୯: ଜୟକର୍ପ ଲିମିଟେଡର ଚେୟାରମ୍ୟାନ୍‌ ଆନନ୍ଦ ଜେନ ରିଅଲ ଇଷ୍ଟେଟ, ବିତ୍ତ ଓ ପୁଞ୍ଜି ବଜାର ସହିତ ଅନ୍ୟ ଉଦ୍ୟୋଗରେ ୩୦ବର୍ଷର ଅନୁଭବ ରଖିଛନ୍ତି। ତେବେ...

ପାର୍ବଣ ସମୟରେ ନିୟନ୍ତ୍ରଣରେ ରହିବ ଦରଦାମ୍: ଆଶ୍ୱସ୍ତ କଲେ ସରକାର

ନୂଆଦିଲ୍ଲୀ,୧୮ା୯: ସରକାର ନାଗରିକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଆଗାମୀ ପାର୍ବଣ ଋତୁରେ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେବ ନାହିଁ। ବଢୁଥିବା ଦରଦାମ୍ ଏବେ ଲୋକମାନଙ୍କର...

ଜିଡିପିରେ ଓଡ଼ିଶାର ଜବରଦସ୍ତ ଉନ୍ନତି: ପଛରେ ପଡିଲା ପଶ୍ଚିମବଙ୍ଗ

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଉଦାରୀକରଣ ପରେ ଦକ୍ଷିଣ ରାଜ୍ୟଗୁଡ଼ିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri