Posted inଜାତୀୟ

ପିଓକେରେ ଭାରତୀୟ ସେନାର ଜବାବୀ କାର୍ଯ୍ୟାନୁଷ୍ଠାନ: ୩୫ ଆତଙ୍କବାଦୀ, ୫ ସୈନ୍ୟ ନିହତ

ଶ୍ରୀନଗର/ଇସ୍‌ଲାମାବାଦ, ୨୧ା୧୦ (ଆଇଏଏନ୍‌ଏସ୍‌): ଜମ୍ମୁ-କଶ୍ମୀର ସଂଲଗ୍ନ ନିୟନ୍ତ୍ରଣରେଖା (ଏଲ୍‌ଓସି)ରେ ଅସ୍ତ୍ରବିରତି ଉଲ୍ଲଂଘନ କରି ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଉଥିବା ପାକିସ୍ତାନକୁ ରବିବାର ଶକ୍ତ ଝଟ୍‌କା ଲାଗିଛି। ଭାରତୀୟ ସେନାର ଏକ ବଡ଼ଧରଣର ଜବାବୀ କାର୍ଯ୍ୟାନୁଷ୍ଠାନରେ ପାକ୍‌-ଅଧିକୃତ କଶ୍ମୀର (ପିଓକେ)ରେ ୭ଟି ଆତଙ୍କବାଦୀ ଲଞ୍ଚପ୍ୟାଡ୍‌ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି। ଯବାନଙ୍କ ଗୁଳି ଓ ମୋର୍ଟାର ମାଡ଼ରେ ଅନୂ୍ୟନ ୩୫ ଜଣ ଜୈଶ୍‌ ଓ ହିଜ୍‌ବୁଲ୍‌ ଆତଙ୍କବାଦୀ ନିହତ ହୋଇଛନ୍ତି। ଏଥିସହ ୫ ପାକିସ୍ତାନୀ ସୈନ୍ୟ ଟଳିପଡ଼ିଥିବାବେଳେ ଅନେକେ ଆହତ ହୋଇଥିବା ସୂଚନା ମିଳିଛି।
ସୂତ୍ରରୁ ଜଣାପଡ଼ିଛି ଯେ, ଜମ୍ମୁ-କଶ୍ମୀରର କୁପଓ୍ବାଡ଼ା ଜିଲା ସନ୍ନିକଟ ତଙ୍ଗ୍‌ଧାର ସେକ୍ଟରରେ ପାକିସ୍ତାନୀ ସେନା ଶନିବାର ରାତିରେ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା। ପ୍ରତିପକ୍ଷ ସେନାର ଗୁଳିବର୍ଷା ଓ ମୋର୍ଟାର ମାଡ଼ରେ ୨ ଯବାନ ଶହୀଦ ହୋଇଥିବାବେଳେ ମହମ୍ମଦ ସାଦିକ୍‌ ନାମକ ଜଣେ ୫୫ ବର୍ଷୀୟ ସାଧାରଣ ନାଗରିକ ନିହତ ହୋଇଥିଲେ। ଏହାବ୍ୟତୀତ ଗୁଳିମାଡ଼ରେ ଆହତ ହୋଇଥିବା ଅନ୍ୟ ୨ ଯବାନ ଓ ୩ ନାଗରିକ(ମହମ୍ମଦ ମକ୍‌ବୁଲ, ମହମ୍ମଦ ସାଫି ଓ ୟୁସୁଫ୍‌ ହମିଦ୍‌)ଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପାକିସ୍ତାନ ପଟୁ ରାତି ସାରା ଆଖିବୁଜା ଗୁଳିବର୍ଷା ଜାରି ରହିଥିବାବେଳେ ରବିବାର ଭୋର୍‌ ସମୟରେ ଭାରତୀୟ ସେନା ତୋପରେ ଏହାର ଜବାବ ଦେଇଛି। ଜବାବୀ କାର୍ଯ୍ୟାନୁଷ୍ଠାନରେ ପିଓକେସ୍ଥିତ ନୀଲମ୍‌ ଉପତ୍ୟକାରେ ଆତଙ୍କବାଦୀଙ୍କ ୭ଟି ଶିବିର ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି। ସେଠାରେ ଥିବା ଜୈଶ୍‌-ଇ-ମହମ୍ମଦ (ଜେଇଏମ୍‌) ଏବଂ ହିଜ୍‌ବୁଲ୍‌ ମୁଜାହିଦ୍ଦିନ ଆତଙ୍କବାଦୀଙ୍କ ମଧ୍ୟରୁ ୩୫ ଜଣ ନିହତ ହୋଇଛନ୍ତି। ଏହାକୁ ନେଇ ଉଭୟ ପଟୁ ଦୀର୍ଘ ସମୟ ଧରି ଗୁଳି ବିନିମୟ ଲାଗି ରହିଥିଲା। ଭାରତୀୟ ଯବାନଙ୍କ ଗୁଳିମାଡ଼ରେ ପାକିସ୍ତାନୀ ସେନାର କେତେକ ଶିବିର ଧ୍ୱଂସ ହୋଇଯିବା ସହ ୫ ସୈନ୍ୟ ଓ କେତେଜଣ ଅଧିକାରୀ ମଧ୍ୟ ନିହତ ହୋଇଥିବା ଖବର ମିଳିଛି, ଯାହାକୁ ପାକିସ୍ତାନ ଖଣ୍ଡନ କରିଛି। ପାକିସ୍ତାନୀ ସେନାର ଇଣ୍ଟର-ସର୍ଭିସେସ୍‌ ପବ୍ଲିକ୍‌ ରିଲେଶନ୍ସ (ଆଇଏସ୍‌ପିଆର୍‌) ପକ୍ଷରୁ କୁହାଯାଇଛି ଯେ, ଭାରତୀୟ ସେନାର ଅସ୍ତ୍ରବିରତି ଉଲ୍ଲଂଘନରେ ପିଓକେସ୍ଥିତ ଜୁରା, ଶାଖୋଟ ଓ ନୌଶେରୀ ସେକ୍ଟରରେ ଜଣେ ସୈନ୍ୟ ଓ ୪ ସାଧାରଣ ନାଗରିକ ନିହତ ହୋଇଥିବାବେଳେ ୨ ସୈନ୍ୟ ଏବଂ ୫ ନାଗରିକ ଆହତ ହୋଇଛନ୍ତି। ଅଧିକ ସଂଖ୍ୟକ ସୈନ୍ୟ ନିହତ ହୋଇଛନ୍ତି ବୋଲି ଭାରତୀୟ ସେନା ମିଛ ପ୍ରଚାର ଚଳାଇଥିବା ଆଇଏସ୍‌ପିଆର ମହାନିର୍ଦ୍ଦେଶକ ମେଜର ଜେନେରାଲ ଆସିଫ୍‌ ଗଫୁର ଟୁଇଟ୍‌ କରିଛନ୍ତି। ତେବେ ପିଓକେ ପ୍ରଧାନମନ୍ତ୍ରୀ ରଜା ଫାରୁକ୍‌ ହାଇଦର ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନରେ ପ୍ରତିପକ୍ଷ ସୈନ୍ୟଙ୍କ ମୃତାହତ ଖବର ସତ ବୋଲି ସ୍ବୀକାର କରିଛନ୍ତି।
ଉତ୍ତର-ପୂର୍ବ କେନ୍ଦ୍ରଶାସିତ ଅଞ୍ଚଳର ଲଦାଖ ସଂଲଗ୍ନ ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି)ର ଲେହ-କାରାକୋରମ ରୋଡ୍‌ ଉପରେ ଏକ ନବନିର୍ମିତ ବ୍ରିଜ୍‌ ସୋମବାର ଉଦ୍‌ଘାଟନ କରାଯିବ। ରଣନୀତି ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ମନେକରାଯାଉଥିବା ଏକ ବ୍ରିଜ୍‌ ଉଦ୍‌ଘାଟନ ପାଇଁ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଓ ସେନାମୁଖ୍ୟ ଜେନେରାଲ ବିପିନ ରାଓ୍ବତ୍‌ ଯିବେ। ସେମାନଙ୍କ ଗସ୍ତର ଦିନକ ପୂର୍ବରୁ ପାକିସ୍ତାନୀ ସେନା ଓ ଆତଙ୍କବାଦୀଙ୍କ ଉପରେ ଏହି ସାମରିକ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହାକୁ ନେଇ ସୀମାରେ ଉତ୍ତେଜନା ଦେଖାଦେଇଥିବାବେଳେ ରାଜନାଥ ଫୋନ୍‌ରେ ସେନାମୁଖ୍ୟ ରାଓ୍ବତ୍‌ଙ୍କ ସହ ଆଲୋଚନା କରିଛନ୍ତି। ଏଲ୍‌ଓସିର ସ୍ଥିତି ଉପରେ ପ୍ରତିରକ୍ଷାମନ୍ତ୍ରୀ ବ୍ୟକ୍ତିଗତ ଭାବେ ନଜର ରଖିଥିବାବେଳେ ସମ୍ପୂର୍ଣ୍ଣ ଘଟଣାକ୍ରମ ନେଇ ଆଗକୁ ମଧ୍ୟ ଅବଗତ କରାଇବାକୁ ସେନାମୁଖ୍ୟଙ୍କୁ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନବରାତ୍ରିରେ ସରକାରୀ ବଙ୍ଗଳା ଛାଡ଼ିବେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୨ା୯: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ନବରାତ୍ରି ପାର୍ବଣ ବେଳେ ସରକାର ବଙ୍ଗଳା ଖାଲି କରିବେ ବୋଲି ରବିବାର ସୂଚନା ଦେଇଛନ୍ତି। ସେପ୍ଟେମ୍ବର ୧୩ରେ...

କ୍ୱାଡ୍‌ ସମ୍ମିଳନୀରେ ମୋଦିଙ୍କ ବଡ଼ ସହାୟତା ଘୋଷଣା

ଓ୍ବିଲ୍‌ମିଙ୍ଗଟନ୍‌,୨୨ା୯: ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସର୍ଭିକାଲ କ୍ୟାନ୍‌ସର ମୁକାବିଲାକୁ ସୁଦୃଢ଼ କରିବା ପାଇଁ ଭାରତ ୭.୫ ନିୟୁତ ଡଲାର ଯୋଗାଇଦେବ ବୋଲି ପ୍ରତିଶ୍ରୁତି ଦେଇଛି। ରୋଗର...

ଉଦୟଭାନୁ ହେଲେ ଯୁବକଂଗ୍ରେସ ଅଧ୍ୟକ୍ଷ

ନୂଆଦିଲ୍ଲୀ,୨୨ା୯ : କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ରବିବାର ଉଦୟଭାନୁ ଚିବ୍‌ଙ୍କୁ ଭାରତୀୟ ଯୁବ କଂଗ୍ରେସ (ଆଇଓ୍ବାଇସି)ର ନୂତନ ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି। ସେ ଯୁବକଂଗ୍ରେସର...

କୋଲକାତା ବଳାତ୍କାର-ହତ୍ୟା ଘଟଣା: ସାମ୍ନାକୁ ଆସିଲା ଆଉ ଏକ କଳାଧନ୍ଦା!

କୋଲକାତା,୨୨।୯: ଅଭୟା ନାଁ ଦିଆଯାଇଥିବା ଜଣେ ଟ୍ରେନି ମହିଳା ଡାକ୍ତରଙ୍କ ମୃତଦେହ କୋଲକାତାର ଆର.ଜି କର ମେଡିକାଲରେ ମିଳିଥିଲା। ଯାହକେ ନେଇ ସାରା ଦେଶରେ ଲାଗି...

ସାର୍ଟିଫିକେଟ ପାଇଁ ବାହାରିଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୨।୯: ଫେବୃଆରୀ ବଦଳରେ ନଭେମ୍ବରରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବ କି ବୋଲି ଏବେ ପ୍ରଶ୍ନ ଉଠିଛି। ଆଜିକାଲି ଜାତୀୟ ରାଜଧାନୀର ରାଜନୈତିକ ପରିବେଶରେ ଏହା...

ନିର୍ବାଚନ ପୂର୍ବରୁ ସୁପ୍ରିମକୋର୍ଟଙ୍କ ନିକଟରେ ବଡ ଦାବି ରଖିଲା ଶରଦ ପାଓ୍ବାରଙ୍କ ଦଳ

ମୁମ୍ବାଇ,୨୨।୯: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଅଜିତ ପାୱାର ଦଳ ପାଇଁ ନିର୍ବାଚନ ଆୟୋଗଙ୍କ ଠାରୁ ଏନସିପି ଶରଦ ଦଳ ଏକ ବଡ ଦାବି କରିଛନ୍ତି।...

ଖୁସି ଖବର: ନୀତୀଶ ଦେବେ ବଡ ଉପହାର

ପାଟନା,୨୨।୯: ବିହାରର ଯୁବବର୍ଗଙ୍କ ପାଇଁ ଏକ ବଡ଼ ଏବଂ ଖୁସି ଖବର ଅଛି । ବିହାର ସରକାରଙ୍କ ପୋଲିସ ବିଭାଗରେ ସେବା କରିବାକୁ ଚାହୁଁଥିବା ଯୁବକମାନେ...

କଂଗ୍ରେସରେ କାଷ୍ଟିଂ କାଉଚ! ଚେହେରା ଦେଖି ଦିଆଯାଉଛି ଟିକେଟ, ମହିଳା ନେତାଙ୍କ ଅଭିଯୋଗ ପରେ ବଢୁଛି ଉତ୍ତେଜନା

ନୂଆଦିଲ୍ଲୀ,୨୨।୯: ହରିୟାଣା ନିର୍ବାଚନରେ କଂଗ୍ରେସ ଚେହେରା ଆଧାରରେ ଟିକେଟ ବଣ୍ଟନ କରିଥିବା ଅଭିଯୋଗ ହୋଇଛି ଏବଂ ଏହି ଅଭିଯୋଗ ନିଜେ ଦଳର ମହିଳା ନେତାଙ୍କ ବ୍ୟତୀତ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri