ଏବିସିଡି-୨ ପରେ ଅଭିନେତା ବରୁଣ ଧାଓ୍ବନ ଏବଂ ଶ୍ରଦ୍ଧା କପୁର ପୁଣି ଏକ ଫିଲ୍ମରେ ଏକତ୍ର ନଜର ଆସିବେ। ଏହି ଫିଲ୍ମରେ ଉଭୟଙ୍କ କେମେଷ୍ଟ୍ରୀକୁ ଦର୍ଶକ ବେଶ୍ ପସନ୍ଦ କରିଥିଲେ। ଷ୍ଟ୍ରିଟ୍ ଡ୍ୟାନ୍ସର-୩ ଡିରେ ବରୁଣ, ଶ୍ରଦ୍ଧା ପୁଣି ଥରେ ଧୁମ୍ ମଚାଇବାକୁ ଯାଉଛନ୍ତି। ଫିଲ୍ମର ଶୁଟିଂ ଏବେ ଚାଲିଛି। ସମୟରେ ମିଳିଲେ ଶୁଟିଂ ବେଳର ଫଟୋ ଏବଂ ଭିଡିଓ ଉଭୟ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି। ନିକଟରେ ଶୁଟିଂ ବେଳେ ପିଜା ଖାଇବାକୁ ନେଇ ଶ୍ରଦ୍ଧା ଏବଂ ବରୁଣଙ୍କ ଝଗଡା ଲାଗିଥିଲା। କ୍ୟୁଟ୍ ଶ୍ରଦ୍ଧାଙ୍କ ପିଲାଳିଆମି ଦେଖି ଶୁଟିଂ ସେଟ୍ ସବୁ ଷ୍ଟାଫ୍ ହସି ହସି ଗଡିଥିଲେ।