ପିଲାଙ୍କ ସୁରକ୍ଷା ପାଇଁ ନେହୁରା ହେଲେ କ୍ୟାନସର ପୀଡ଼ିତା

କଟକ ଅଫିସ, ୧୦।୯: ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରରେ ସୋମବାର ଏକ କରୁଣ ଦୃଶ୍ୟ ଦେଖିବାକୁ ମିଳିଛି। କର୍କଟ ରୋଗରେ ପୀଡ଼ିତ ମହିଳା ମୁନି ଖାତୁନ ନିଜ ୩ କୁନି ଛୁଆଙ୍କୁ ଆଶ୍ରୟ ଦେବା ପାଇଁ ନିବେଦନ କରୁଥିଲେ। ମୋ ୩ ପିଲାଙ୍କୁ କେହି ଜଣେ ରଖିଥାଅ। ମୋ ସ୍ବାମୀ ଜାଣିଲେ ଛୁଆମାନଙ୍କୁ ବିକିଦେବେ। ମୁଁ ଡାକ୍ତରଖାନାରେ ଭଲ ହୋଇସାରିଲେ ସେମାନଙ୍କୁ ନେଇ ଆସିବି ବୋଲି ଗୁହାରି କରୁଥିଲେ। ଏହି ଘଟଣା ଜଣାପଡ଼ିବା ପରେ ମେଡିକାଲ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଥିଲା। ସାମାଜିକ କର୍ମୀ ଅଭିମନ୍ୟୁ ଦାସ ଖବରପାଇ ମୁନିଙ୍କ ପାଖରେ ପହଞ୍ଚତ୍ବା ସହ କର୍ତ୍ତୃପକ୍ଷଙ୍କ କାନରେ କଥା ପକାଇଥିଲେ। ପରେ ୩ ଛୁଆଙ୍କୁ ଜିଲା ଶିଶୁ ମଙ୍ଗଳ କମିଟି (ସିଡବ୍ଲ୍ୟୁସି)କୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ମୁନି ବେସାହାରା ଭାବେ ମେଡିକାଲ ବାରଣ୍ଡାରେ ପଡ଼ିଛନ୍ତି। ତାଙ୍କୁ ଅଭାବଗ୍ରସ୍ତ ରୋଗୀ ଭାବେ ଚିହ୍ନଟ କରାଯାଇ ସରକାରୀ ସ୍ତରରେ ମିଳୁଥିବା ସମସ୍ତ ସହାୟତା ପ୍ରଦାନ କରାଯାଉ ବୋଲି ଦାବି ହୋଇଛି।
ସୂଚନାଥାଉ କି, କେନ୍ଦୁଝର ବରପଦା ଅଞ୍ଚଳର ମୁନି ବିହାର ରାଜ୍ୟ କିଷାନଗଞ୍ଜ ଅଞ୍ଚଳର ଗୁଣ ଖାତୁନଙ୍କୁ ପ୍ରେମ ବିବାହ କରିଥିଲେ। ମୁନିଙ୍କର ତିନୋଟି ଛୋଟ ପିଲା ଅଛନ୍ତି। ସେମାନଙ୍କ ମଧ୍ୟରେ ୨ ଝିଅ ଓ ଜଣେ ପୁଅ। କିଛିମାସ ତଳେ ପାରିବାରିକ କଳହ ଯୋଗୁ ମୁନିଙ୍କୁ ଗୁଣ ଘରୁ ବାହାର କରିଦେଇଥିଲେ। ଅର୍ଥ ଅଭାବରୁ ସବୁବେଳେ ଗଣ୍ଡଗୋଳ ହେଉଥିଲା ବୋଲି ମୁନି କହିଛନ୍ତି। ଏପରି କି ସ୍ବାମୀ ଗୁଣ ପିଲାମାନଙ୍କୁ ବିକିବା ପାଇଁ ଚେଷ୍ଟା କରୁଥିଲେ ବୋଲି ସେ ଅଭିଯୋଗ ଉଠାଇଛନ୍ତି। ତିନି ପିଲାଙ୍କୁ ଧରି ଓଡ଼ିଶା ଆସି କେନ୍ଦୁଝର ଆନନ୍ଦପୁର ଅଞ୍ଚଳରେ ମୁନି ଘରଭଡ଼ା ନେଇ ରହୁଥିଲେ। କିଛିଦିନ ତଳେ ତାଙ୍କ ଦେହ ଅସୁସ୍ଥ ହୋଇଥିଲା। ସେ ପରୀକ୍ଷା କରିବାରୁ ଜାଣିବାକୁ ପାଇଥିଲେ ଯେ ତାଙ୍କୁ କ୍ୟାନସର ହୋଇଛି। ତିନିଦିନ ହେବ ସେ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ନିଜେ ରୋଗାଗ୍ରସ୍ତ ହୋଇ ଅସହ୍ୟ ଯନ୍ତ୍ରଣା ସହୁଥିବା ବେଳେ ୩ ପିଲାଙ୍କ ଦେଖାଶୁଣା କରିବା ତାଙ୍କ ପକ୍ଷେ ଅସମ୍ଭବ ହୋଇପଡ଼ିଛି। ମୁନି ନିଜ ପିଲାମାନଙ୍କୁ ନେଇ ପାଖରେ ରଖିବା ପାଇଁ କେତେଜଣ ରୋଗୀ ସମ୍ପର୍କୀୟଙ୍କ ଗୋଡ଼ ଧରୁଥିବା ଭଳି କରୁଣ ଚିତ୍ର ଦେଖିବାକୁ ମିଳିଥିଲା। ଅଭିମନ୍ୟୁ ମୁନିଙ୍କୁ ଭେଟିବା ପରେ ମେଡିକାଲ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିଥିଲେ। ପରେ ଜିଲା ଶିଶୁ ମଙ୍ଗଳ କମିଟି କର୍ମକର୍ତ୍ତାଙ୍କୁ ଡକା ଯାଇଥିଲା। ଚୌଦ୍ୱାରସ୍ଥିତ ଏକ ଆଶ୍ରମରେ ମୁନିଙ୍କର ୩ ପିଲାଙ୍କୁ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଖତମ୍ ହେଇସାରିଛି କାହିଁକି ଏମିତି କହିଲେ ତୋମାର

ଭୁବନେଶ୍ୱର,୨୮।୯: ବିଜେଡିକୁ ସମାଲୋଚନା କରିଛନ୍ତି ଭାଜପା ରାଜ୍ୟ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର। ସେ କହିଛନ୍ତି ଗତ ୨୪ ବର୍ଷର ଶାସନ ଭିତରେ ବିଜେଡି...

ପୂର୍ବ ସରକାରରେ ଧରାପଡ଼ୁଥିଲେ କେରାଣ୍ଡି, ମହୁରାଳି, ଏବେ ଭାକୁର, ଶେଉଳ ଆଗକୁ …କାହିଁକି ଏମିତି କହିଲେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର,୨୮।୯: ଶୁକ୍ରବାର ଜିଲାପାଳ ସମ୍ମିଳନୀ ଉଦ୍‌ଯାପନୀ ସମାରୋହରେ ମୁଖ୍ୟମନ୍ତ୍ରୀ   କହିଛନ୍ତି, ଦୁର୍ନୀତିକୁ ପ୍ରଶ୍ରୟ ଦିଆଯିବ ନାହିଁ। ପୂର୍ବ ସରକାରରେ କେବଳ କେରାଣ୍ଡି, ମହୁରାଳି ଧରା ଯାଉଥିଲା।...

ବିଜେଡି ପରାଜୟର କ’ଣ ବଡ଼ କାରଣ କହିଲେ ମଙ୍ଗଳା କିଷାନ

ନିର୍ବାଚନରେ ବିଜେଡି ପରାଜୟ ନେଇ ଜଣଙ୍କ ପରେ ଜଣେ ନେତା ମୁହଁ ଖୋଲି ଚାଲିଛନ୍ତି । ୨୪ ବର୍ଷର ବିଜେଡି ଗାଦିକୁ ହଟାଇ ଭାଜପା ପ୍ରଥମଥର...

୩ଘଣ୍ଟା ଭିତରେ ପ୍ରବଳ ବର୍ଷିବ, ଆଲର୍ଟ କଲା ପାଣିପାଗ ବିଭାଗ

ଭୁବନେଶ୍ୱର,୨୮।୯: ରାଜ୍ୟରେ ଏବେ ଜାରି ରହିଛି ଲଘୁଚାପର ପ୍ରଭାବ । ଗତ ଦୁଇ ଦିନ ହେବ ବର୍ଷାର ପରିମାଣ ବଢିଥିବା ବେଳେ ଆଜି ଟ୍ବିନ ସିଟିରେ...

ଆସନ୍ତା ୩୦ରେ ବନ୍ଦ ରହିବ ଅଭିଯୋଗ ଶୁଣାଣି

ଭୁବନେଶ୍ୱର,୨୮।୯: ଆସନ୍ତା ସୋମବାର ଅର୍ଥାତ୍‌ ସେପ୍ଟେମ୍ବର ୩୦ ତାରିଖ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ମୁଖ୍ୟମନ୍ତ୍ରୀଙ୍କ ଅନ୍ୟ ଜରୁରୀ ଗୁରୁତ୍ୱପୂର୍ଣ୍ଣ...

ଦୁଇଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଭାଜପାର ପରିବର୍ତ୍ତନ…

ଭୁବନେଶ୍ୱର,୨୮ା୯: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ। ସେପ୍ଟେମ୍ବର ୩୦ ଏବଂ ଅକ୍ଟୋବର ୧ରେ ମୁଖ୍ୟମନ୍ତ୍ରୀ ଏହି ଗସ୍ତରେ ଯିବେ। ୩୦...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ନିଯୁକ୍ତି ପାଇବେ ହୋମ୍‌ଗାର୍ଡ, କାର୍ଯ୍ୟରତ ସମୟରେ ଦେହାନ୍ତ ହେଲେ ମିଳିବ…

ଭୁବନେଶ୍ୱର,୨୮ା୯: ଲୋକସେବା ଭବନରେ ଶନିବାର ଆୟୋଜିତ ଜିଲାପାଳ ଏବଂ ଏସ୍‌ପିମାନଙ୍କ ମିଳିତ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍‌ବୋଧନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଗତ...

ଭରତପୁର ଘଟଣା: କାଲି ହେବ ମିଛ ସତର ପରୀକ୍ଷା, ଗୁଜୁରାଟ ଯିବେ….

ଭୁବନେଶ୍ୱର,୨୮।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ  ନିର୍ଯାତନା ମାମଲାରେ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ସମେତ ଆଉ ୪ ପୋଲିସ ଅଧିକାରୀଙ୍କର ପଲିଗ୍ରାଫ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri