ପିଲାଙ୍କୁ ପଢ଼ାଇଲେ କେନ୍ଦୁଝର ଜିଲାପାଳ

କେନ୍ଦୁଝର,୨୫।୯( ସ୍ବ.ପ୍ର.): କେନ୍ଦୁଝର ଜିଲାପାଳ ଆଶିଷ ଥାକରେ ବୁଧବାର ସ୍ଥାନୀୟ ରାଙ୍କିଠାରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କୁ ବିଭିନ୍ନ ବିଷୟରେ ଅଧ୍ୟୟନ କରାଇଛନ୍ତି। ଏଥିସହ କଠିନ ପରିଶ୍ରମ କରି ଉଚ୍ଚ ଶିକ୍ଷିତ ହେବାକୁ ପରାମର୍ଶ ଦେଇଛନ୍ତି।

ସୂଚନାନୁଯାୟୀ, ଜିଲାପାଳ ଦଶମ, ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀର ପ୍ରାୟ ୧୫୦ଜଣ ପିଲାଙ୍କୁ ପଢ଼ାଇଛନ୍ତି। ସେହିପରି ନିୟମିତ ଖବରକାଗଜ ପଢ଼ିବାକୁ ଉପଦେଶ ଦେବା ସହ କଠିନ ପରିଶ୍ରମ କରି ଉଚ୍ଚ ଶିକ୍ଷିତ ହେବାକୁ ପରାମର୍ଶ ଦେଇଥିଲେ।

ତେବେ ଜିଲାପାଳ ବିଦ୍ୟାଳୟ ମ୍ୟାନେଜ୍‌ମେଣ୍ଟ କମିଟି ବୈଠକରେ ଯୋଗ ଦେବାକୁ ଯାଇ ପଢ଼ାଇଛନ୍ତି। କୃତୀ ଛାତ୍ରଛାତ୍ରୀ ତଥା ଭଲ ଶିକ୍ଷା ଦାନ କରିଥିବା ଶିକ୍ଷକମାନକୁ ସେ ପୁରସ୍କୃତ କରିଛନ୍ତି ବୋଲି ଅଧ୍ୟକ୍ଷ ହେମନ୍ତ କୁମାର ସାହୁ ସୁଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ପଶି ଓକିଲଙ୍କୁ ଏସିଡ୍‌ ମାଡ କରି ଚାଲିଗଲେ ଦୁର୍ବୃତ୍ତ

ଗଜପତି,୯।୧୧(ଗିରିଧାରୀ ପରିଛା)-ଗଜପତି ଜିଲା ପାରଳାଖେମୁଣ୍ଡିର ଜଣେ ପ୍ରତିଷ୍ଠିତ ଓକିଲଙ୍କ ଉପରକୁ ଏସିଡ ମାଡ ହୋଇଛି। ସେ ହେଲେ ପାରଳାଖେମୁଣ୍ଡି ବାର୍‌ ଆସୋସିଏଶନର ବରିଷ୍ଠ ଓକିଲ ପି....

କାଉନସିଲରଙ୍କ ଘରୁ ଉଦ୍ଧାର ହେଲା ୪ ମାସର ଶିଶୁ ପୁତ୍ର

ବାଲେଶ୍ୱର,୯।୧୧(ବାଞ୍ଛାନିଧି ଦେ):ବାଲେଶ୍ୱର ଜିଲା ରେମୁଣା ଏନ୍‌ଏସି ଅଧୀନ ୧୧ ନଂ ୱାର୍ଡର କାଉନସିଲର ପାନମଣି ମୁର୍ମୁଙ୍କ ଘରୁ ଶନିବାର ଜଣେ ୪ ମାସର ଶିଶୁ ପୁତ୍ରଙ୍କୁ...

କଥା ଦେଇ କଥା ରଖିଲେ ଜିଲାପାଳ: ମାଣ୍ଡିପଙ୍କାରେ ସୋଲାର ୱାଟର ପମ୍ପ କାର୍ଯ୍ୟ ଆରମ୍ଭ 

ଦାରିଙ୍ଗବାଡି,୯।୧୧(ଅରୁଣ ସାହୁ): କନ୍ଧମାଳ ଜିଲା ମାଣ୍ଡିପଙ୍କାରେ ଆମ୍ବ ଟାକୁଆ ଯାଉଖାଇ ୨ ଜଣଙ୍କ ମତ୍ୟୁ ଓ ୬ ଗୁରୁତର ଘଟଣା ପରେ ଜିଲାପାଳ ସୋମବାର ମାଣ୍ଡିପଙ୍କା...

ବାଣ ଭିଡୁଥିଲେ ସ୍ବାମୀ-ସ୍ତ୍ରୀ: ଘଟିଲା ବିସ୍ଫୋରଣ

ନୟାଗଡ଼,୯।୧୧: ନୟାଗଡ଼ ଜିଲା ଶରଣକୂଳ ଥାନା ଗୋଲଗାଁରେ ଶନିବାର ଏକ ଅଘଟଣ ଘଟିଛି। ବାଣ ଭିଡ଼ୁଥିବା ବେଳେ ବିସ୍ଫୋରଣ ଘଟି ସ୍ବାମୀ-ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି।...

ଖମନଖୋଲ ସ୍ବାସ୍ଥ୍ୟକେନ୍ଦ୍ରକୁ ଆମ୍ବୁଲାନ୍ସ ଯୋଗାଇବା ଦେବାକୁ ଉଠିଲା ଦାବି

ବାଲିଗୁଡ଼ା,୯ା୧୧(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ଖମନଖୋଲ ପଞ୍ଚାୟତରେ ଥିବା ସ୍ବାସ୍ଥ୍ୟକେନ୍ଦ୍ରକୁ ଆମ୍ବୁଲାନ୍ସ ଯୋଗାଇଦେବାକୁ ଦାବି କରିଛନ୍ତି ଅଞ୍ଚଳବାସୀ। ବାଲିଗୁଡ଼ା ବ୍ଳକ...

ଆମ୍ବଟାକୁଆ ଜାଉ ଖାଇ ଗୁରୁତରଙ୍କ ମଧ୍ୟରୁ ସୁସ୍ଥ ହୋଇ ଘରକୁ ଫେରିଲେ ୩

ଦାରିଙ୍ଗବାଡ଼ି,୯ା୧୧(ଅରୁଣ ସାହୁ): ରାଜ୍ୟରେ ଚହଳ ପକାଇଥିବା ମାଣ୍ଡିପଙ୍କାରେ ଆମ୍ବଟାକୁଆ ଜାଉ ଖାଇବା ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୬ ଜଣ ବ୍ରହ୍ମପୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri