ପିସିସି ସଭାପତି ପଦରୁ ନିରଞ୍ଜନଙ୍କ ଇସ୍ତଫା

ଭୁବନେଶ୍ୱର,୨୪।୫(ବ୍ୟୁରୋ): ଚଳିତ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ପିସିସି ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ନିରଞ୍ଜନ ପଟ୍ଟନାୟକ। ପ୍ରଥମ ଥର ଲାଗି କଂଗ୍ରେସ ଦୁଇ ଅଙ୍କ ଛୁଇଁବାରେ ବିଫଳ ହୋଇଛି। ଏଣୁ ଦଳର ବିପର୍ଯ୍ୟୟ ପାଇଁ ନିଜକୁ ଦାୟୀ କରି ନୈତିକତା ଦୃଷ୍ଟିରୁ ପିସିସି ସଭାପତି ପଦରୁ ସେ ଇସ୍ତଫା ଦେଇଥିବା ଶୁକ୍ରବାର ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ନିଜର ଇସ୍ତଫାପତ୍ର ସେ ଏଆଇସିସି ଅଧ୍ୟକ୍ଷଙ୍କ ନିକଟକୁ ପଠାଇଛନ୍ତି। ଏହାଛଡ଼ା ରାଜ୍ୟରେ ପ୍ରତିକୂଳ ପରିସ୍ଥିତିରେ ଦଳକୁ ବିଜୟ ଆଣିଦେଇଥିବା କଂଗ୍ରେସର ବିଜୟୀ ପ୍ରାର୍ଥୀଙ୍କୁ ସେ ଶୁଭେଚ୍ଛା ଜଣାଇଛନ୍ତି।

ରାଜ୍ୟରେ ବିଜେଡି ଓ କେନ୍ଦ୍ରରେ ଭାଜପା ସରକାର ଗଢ଼ିବା ପ୍ରସଙ୍ଗରେ ସେ କହିଛନ୍ତି, ସାରା ଦେଶରେ ମୋଦି ବାତ୍ୟା ପ୍ରବାହିତ ହେଲା, ଆମେ ଟଳି ପଡ଼ିଲୁ। ରାଜ୍ୟରେ ନବୀନ, ଦେଶରେ ମୋଦିଙ୍କୁ ଲୋକ ଭରସା କଲେ। ଆମ ଉପରେ ଲୋକଙ୍କ ବିଶ୍ୱାସ ନ ରହିବାରୁ ହାରିଲୁ ବୋଲି ସେ କହିଛନ୍ତି।

ଚଳିତ ଥର କଂଗ୍ରେସ ୮୦ରୁ ଊର୍ଦ୍ଧ୍ୱ ନୂଆ ମୁହଁଙ୍କୁ ସୁଯୋଗ ଦେଇଥିଲା। ବିଶେଷକରି ଯୁବକମାନଙ୍କୁ ଗୁରୁତ୍ୱ ଦିଆଯାଇଥିଲା। ଆଗାମୀ ଦିନରେ ଯୁବପିଢ଼ି ହିଁ କଂଗ୍ରେସକୁ ଆଗକୁ ନେଇ ପାରିବେ। ରାଜନୀତିରେ ମୁଁ କଂଗ୍ରେସରେ ଅଛି ଓ ରହିବି। ଯିଏ ବି ଦଳର ଦାୟିତ୍ୱ ନେବ ତାଙ୍କୁ ସମ୍ପୂର୍ଣ୍ଣ ଭାବେ ସହଯୋଗ କରିବେ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ୨୦୧୯ ନିର୍ବାଚନରେ ନିରଞ୍ଜନ ଦୁଇଟି ବିଧାନସଭା ଆସନରୁ ନିର୍ବାଚନ ଲଢ଼ିଥିଲେ। କେନ୍ଦୁଝର ଜିଲାର ଘସିପୁରା ଓ ଭଦ୍ରକ ଜିଲାର ଭଣ୍ଡାରୀପୋଖରୀ ବିଧାନସଭା ଲାଗି ସେ ପ୍ରତିନ୍ଦ୍ୱନ୍ଦିତା କରିଥିଲେ। ମାତ୍ର ଉଭୟ ଆସନରେ ତାଙ୍କୁ ପରାଜୟର ମୁହଁ ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

୪୩.୫° ସହ ଝାରସୁଗୁଡା ରାଜ୍ୟର ଉତ୍ତପ୍ତ ସହର, ୪୦ ଟପିଲା ୧୧ସହର ରେ ତାପମାତ୍ରା

ଭୁବନେଶ୍ୱର,୨୦ା୪: କିଛିଦିନ ବ୍ୟବଧାନ ପରେ ରାଜ୍ୟକୁ ଫେରିଛି ତାତି। ୪୦ ଡ଼ିଗ୍ରୀ ଉପରେ ୧୧ ସହରର ତାପମାତ୍ରା। ୪୩.୫ ଡିଗ୍ରୀ ସହ ଝାରସୁଗୁଡା ରାଜ୍ୟର ସବୁଠୁ...

Top 5 Magnificent handloom sarees of Odisa: ରାଜ୍ୟ ସହ ରାଜ୍ୟ ବାହାରେ ବେଶ ଆଦୃତ ଓଡ଼ିଶାର ଏହି ହସ୍ତତନ୍ତ ଶାଢୀ

ଓଡ଼ିଶା ଏହାର ସମୃଦ୍ଧ ଏବଂ ବିବିଧ ସଂସ୍କୃତି, ଐତିହ୍ୟ ଏବଂ କଳା ପାଇଁ ବେଶ ଜଣାଶୁଣା। ଓଡ଼ିଶାର ସଂସ୍କୃତିର ସବୁଠାରୁ ପ୍ରମୁଖ ଦିଗ ହେଉଛି ଏହାର...

ଅସୁସ୍ଥ ହୋଇପଡ଼ିଛନ୍ତି ପଞ୍ଜାବ କିଙ୍ଗସର ମାଲିକାଣୀ Preity Zinta, IPL 2025ରେ ଲଗାତାର ଟ୍ରାଭେଲିଂ ପାଇଁ…

ନୂଆଦିଲ୍ଲୀ,୨୦।୪: ରବିବାର IPL 2025ରେ, ଡବଲ ହେଡରର ପ୍ରଥମ ମ୍ୟାଚ ମୁଲାନପୁର କ୍ରିକେଟ ଷ୍ଟାଡିୟମରେ ପଞ୍ଜାବ କିଙ୍ଗସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯାଉଛି।...

ଯାହା କେହି କରି ନାହାଁନ୍ତି ତାହା କରି ଦେଖାଇଲେ ICC ଚେୟାରମ୍ୟାନ Jay Shah

ନୂଆଦିଲ୍ଲୀ,୨୦।୪: ଜୟ ଶାହ ଆଫ୍ରିକା ମହାଦେଶରେ ଅବସ୍ଥିତ ଏକ ଦେଶ ବୋତସୱାନା ଗସ୍ତ କରିବାରେ ଇତିହାସରେ ପ୍ରଥମ ICC ଅଧ୍ୟକ୍ଷ ହୋଇଛନ୍ତି। ପ୍ରକୃତରେ, Jay Shah...

ଆଉ କ’ଣ ପ୍ରମାଣ ଦରକାର? ଚହଲ- RJ Mahvashଙ୍କ ଖୋଲାଖୋଲି ପ୍ରେମ! ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨୦।୪: ୟୁଜଭେନ୍ଦ୍ର ଚହଲ ଏବଂ RJ Mahvashଙ୍କ ଆଫେୟାରର ଆଲୋଚନା ସୋସିଆଲ ମିଡିଆରେ ବହୁତ ଦିନ ଧରି ଚାଲିଛି। ଏବେ ସୋସିଆଲ ମିଡିଆରେ ଏପରି ଏକ...

ବାଇକ ଭଳି ସ୍ପିଡ! Virat Kohli ଦୌଡି ଦୌଡି କଲେ ୪ରନ୍‌, ହୃଦୟ ଜିତିଲା ଫିଟନେସ୍‌

ନୂଆଦିଲ୍ଲୀ,୨୦।୪: ବିରାଟ କୋହଲିଙ୍କ ଫିଟନେସର କୌଣସି ଉତ୍ତର ନାହିଁ। ୩୬ବର୍ଷ ବୟସରେ ମଧ୍ୟ ସେ ଯୁବପିଢ଼ିଙ୍କୁ କଡା ଟକ୍କର ଦିଅନ୍ତି। Virat Kohli ଏବେ ପଞ୍ଜାବ...

ବୈଭବଙ୍କୁ ପ୍ରଶଂସାରେ ପୋତିଲେ Google ସିଇଓ, ୧୪ ବର୍ଷରେ ଡେବ୍ୟୁ ଦେଖି…

ନୂଆଦିଲ୍ଲୀ,୨୦।୪: ରାଜସ୍ଥାନ ରୟାଲ୍ସ (RR)ର ଯୁବ ବ୍ୟାଟ୍ସମ୍ୟାନ ବୈଭବ ସୂର୍ଯ୍ୟବଂଶୀ ସବୁଠାରୁ କମ ବୟସରେ  ଡେବ୍ୟୁ କରି ଇଣ୍ଡିଆନ ପ୍ରିମିୟର ଲିଗ (IPL) ଇତିହାସରେ ଏକ...

Top 5 Tech Startups in Odisha: ଓଡ଼ିଶାର ଟପ୍-୫ ଟେକ୍ ଷ୍ଟାର୍ଟଅପ୍

ଓଡ଼ିଶା ଏକ ଉଦୀୟମାନ ଟେକ୍ ଷ୍ଟାର୍ଟଅପ୍ ହବ୍ ଭାବେ ପରିଚିତ ହେଉଛି, ଯେଉଁଠାରେ ଅନେକ ନୂତନ ଉଦ୍ୟୋଗ ନୂତନତ୍ୱ ଓ ସ୍ଥାନୀୟ ଆବଶ୍ୟକତାକୁ ଦୃଷ୍ଟିରେ ରଖି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image